ନବାଗତଙ୍କୁ ଦାୟିିତ୍ୱ ନେଇ ଚର୍ଚ୍ଚା

ସମ୍ବଲପୁର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲା ପର୍ଯ୍ୟବେକ୍ଷକ ଭାବେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନିଯୁକ୍ତି ପାଇବା ପରେ ଜିଲା ବିଜେଡି ଶିବିର ଚଳଚଞ୍ଚଳ ହୋଇପଡିଛି। ଏପ୍ରିଲ ୭ରେ ବବି ସମ୍ବଲପୁର ଗସ୍ତରେ ଆସିବା ନେଇ ଚର୍ଚ୍ଚା ହେଉଛି। ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଜିଲାକୁ ବବିଙ୍କ ପ୍ରଥମ ରାଜନୈତିକ ଗସ୍ତ ହେବ। ତେଣୁ ଜିଲାରେ ବିଜେଡି କର୍ମକର୍ତ୍ତା ସମରସଜ୍ଜା କରୁଥିବା ଦେଖାଯାଇଛି। ୫ହଜାରରୁ ଊର୍ଦ୍ଧ୍ୱ କର୍ମକର୍ତ୍ତାଙ୍କୁ ନେଇ ବାଇକ୍‌ ରାଲି, ଶୋଭାଯାତ୍ରା, ସାଧାରଣ ସଭା କରିବାକୁ ଦଳ ଯୋଜନା କରିଛି। ଏଥିପାଇଁ ଜିଲାର କେତେଜଣ ଯୁବ ଓ ନବାଗତ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ରେଢାଖୋଲ ନିର୍ବାଚନ ମଣ୍ଡଳୀ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ନବାଗତଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସମ୍ବଲପୁର ବିଧାନସଭା ପାଇଁ ଜଣେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।
ଦଳରେ ନବାଗତଙ୍କୁ ଦାୟିତ୍ୱ ଦିଆଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେମାନେ ନିଜ ଅଞ୍ଚଳର ସଂଗଠକ ଓ କର୍ମକର୍ତ୍ତାଙ୍କ ସହ ଯୋଗଯୋଗ କରୁଛନ୍ତି। ବାଇକ୍‌ ରାଲି ପାଇଁ ଅଧିକ ସଂଖ୍ୟାରେ ଯୁବ କର୍ମକର୍ତ୍ତାଙ୍କୁ ସାମିଲ କରିବାକୁ ଚେଷ୍ଟା ଚଳାଇଛନ୍ତି। ଯୁବବର୍ଗ ମଧ୍ୟ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ବାଇକ୍‌ ରାଲି କେଉଁଠାରୁ ଆରମ୍ଭ ହେବ, କେଉଁ ରାସ୍ତା ଦେଇ ଯିବ, ସଭା କେଉଁଠାରେ ହେବ ଓ ଚୂଡାନ୍ତ କାର୍ଯ୍ୟକ୍ରମ ତାଲିକା ଖୁବ୍‌ଶୀଘ୍ର ଆଲୋଚନା ପରେ ଜଣାପଡିବ। ଜିଲାରେ ବିଗତ କେତେବର୍ଷ ହେବ ଦଳୀୟ ସଂଗଠନ ଜଣଙ୍କ ନେତୃତ୍ୱରେ ରହୁ ନ ଥିବା ଭଳି ଜଣାପଡୁଛି। ଦଳୀୟ ଟିକେଟ, ବ୍ୟକ୍ତିଗତ ସ୍ବାର୍ଥ, ବ୍ୟବସାୟିକ ସ୍ବାର୍ଥ ଆଦି କାରଣ ଯୋଗୁ ନେତାମାନଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ଦେଖିବାକୁ ମିଳିଛି। ଏବେ ସମସ୍ତଙ୍କୁ ଏକାଠି କରି ଦଳୀୟ ସଂଗଠନକୁ ଆଗେଇନେବା ବବିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ଏହାଭିତରେ ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଦଳୀୟ ନେତାମାନଙ୍କ ଚିନ୍ତା ବଢିଯାଇଛି। ଏଭଳି ସମୟରେ ବବିଙ୍କ ଗସ୍ତ ସମ୍ବଲପୁର ପାଇଁ କ’ଣ ସଙ୍କେତ ଓ ଲାଭ ଦେବ ସମୟ କହିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ହେଲେ ଏହି ଗସ୍ତ ସମୟରେ କେଉଁ ନେତା, ମନ୍ତ୍ରୀ ଉପସ୍ଥିତ ରହିବେ ତାହା ସ୍ଥିର କରାଯାଇ ନ ଥିବା ଜଣାପଡିଛି। ଅନ୍ୟପଟେ ଦଳର ଜିଲା ସଭାପତି ସିଦ୍ଧାର୍ଥ ଦାସ କହିଛନ୍ତି, ପର୍ଯ୍ୟବେକ୍ଷକ ବବି ଦାସଙ୍କ ଗସ୍ତକୁ ନେଇ ଦଳୀୟ ଭାବେ ସେଭଳି ବିଧିବଦ୍ଧ ସୂଚନା ଆସି ନାହିଁ। ସୂଚନା ଆସିଲେ ନିଶ୍ଚିତ ଭାବେ ପ୍ରସ୍ତୁତି କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri