ସମୀକରଣକୁ ନେଇ ଚର୍ଚ୍ଚା

ଭଦ୍ରକ ଅଫିସ, ୨୧।୧୦:ଉପନିର୍ବାଚନ ପାଇଁ ଦଳୀୟ ନିଷ୍ପତ୍ତି ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ (ରାଜୁ)ଙ୍କୁ ବିଜେଡିରୁ ବହିଷ୍କାର ପରେ ଧାମନଗର ରାଜନୀତିରେ ଉଷ୍ମତା ବଢ଼ିଯାଇଛି। ଦଳୀୟ ନିର୍ଦ୍ଦେଶାନାମା ଘୋଷଣା ପରେ ରାଜେନ୍ଦ୍ର ଏଥିରେ ବିଚଳିତ ନ ହୋଇ ନିଜ ପ୍ରଚାରକୁ ଆହୁରି ତ୍ୱରାନ୍ବିତ କରିଛନ୍ତି। ଦଳ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ସେଥିପ୍ରତି ଗୁରୁତ୍ୱ ନ ଦେଇ ନିର୍ବାଚନ କିପରି ଜିତିବେ ତାହା ତାଙ୍କ ପାଇଁ ବେଶୀ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି। ଅପରପକ୍ଷେ ଦଳର କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ଖୋଲାଖୋଲି ସମର୍ଥନ କରୁଥିବା ବିଜେଡି ସମର୍ଥକମାନେ ଏବେ ପୂର୍ବ ଭଳି ରାଜୁଙ୍କ ସହ ସମର୍ଥନ ଜାହିର କରିବେ ନା ଦଳୀୟ ନିଷ୍ପତ୍ତି ପରେ ତାଙ୍କ ହାତ ଛାଡ଼ିଦେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳପ୍ରେମୀ ଭୋଟର ଓ ସମର୍ଥକ ଆଗାମୀ ଦିନରେ ରାଜୁଙ୍କୁ କେତେଦୂର ସମର୍ଥନ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ଅନୁକମ୍ପା ଭୋଟ ଓ ଅନ୍ୟପଟେ ବିଦ୍ରୋହୀ ରାଜେନ୍ଦ୍ରଙ୍କ ପ୍ରତି ଥିବା ସମର୍ଥନ ବିଜେଡିର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ଏସବୁକୁ ପ୍ରତିହତ କରିବା ପାଇଁ ତୃଣମୂଳ ସଙ୍ଗଠନକୁ ଅଧିକ ସଶକ୍ତ କରିବାକୁ ଗୁରୁତ୍ୱ ଦେଉଛନ୍ତି ଦଳୀୟ ନେତୃବୃନ୍ଦ।
ଭାଜପା ପକ୍ଷରୁ ସୂର୍ଯ୍ୟବଂଶୀଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ମନମୋହନ ସାମଲ, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁଙ୍କ ସମେତ ନେତାମାନେ ଘର ଘର ବୁଲି ପ୍ରଚାର କରୁଛନ୍ତି। ସେହିପରି ରୋଡ୍‌ ଶୋ, କର୍ମୀ ସମ୍ମିଳନୀ କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ଲାଗିଛି ବିଜେଡି। ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ବିଜେଡି ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ସଞ୍ଜୀବ ମଲ୍ଲିକ, ଅମର ଶତପଥୀ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ବହୁ ହେବିୱେଟ୍‌ ନେତା ପ୍ରାର୍ଥତ୍ନୀ ଅବନ୍ତୀଙ୍କ ପାଇଁ ରୋଡ୍‌ଶୋ ଓ କର୍ମୀ ସମ୍ମିଳନୀରେ ସାମିଲ ହେଉଛନ୍ତି। ଅନ୍ୟପକ୍ଷେ ପଛରେ ପଡ଼ିଯାଇଛି କଂଗ୍ରେସ। ପ୍ରାର୍ଥୀ ହରେକୃଷ୍ଣ ସେଠୀ ତାଙ୍କ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ମାଗୁଥିବା ବେଳେ ଦଳର କୌଣସି ନେତା ତାଙ୍କ ସହ ଏପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଆସି ନ ଥିବା ଦେଖାଯାଇଛି। ସୂର୍ଯ୍ୟବଂଶୀଙ୍କ ପ୍ରତି ଥିବା ଅନୁକମ୍ପା ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କ ବିଦ୍ରୋହକୁ ବିଜେଡିର ରଣନୀତି କେତେଦୂର ମାତ୍‌ ଦେଇପାରିବ ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri