ବିଜେଡି ପାଇଁ କଣ୍ଟା ହୋଇପାରନ୍ତି ରାଜୁ

ଧାମନଗର, ୨୧।୧୦ (ଡି.ଏନ୍‌.ଏ):ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପ୍ରଚାରରେ ଧାମନଗର କମ୍ପୁଛି। ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ଡେରା ପକାଇଥିବା ଭିନ୍ନ ଭିନ୍ନ ଦଳର ନେତୃବୃନ୍ଦ ପଥପ୍ରାନ୍ତ ସଭା, ପଦଯାତ୍ରା ମାଧ୍ୟମରେ ଭୋଟରଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଉଦ୍ୟମ କରୁଛନ୍ତି। ଦିନ ଗଡ଼ିବା ସହ ପ୍ରଚାର ତାତି ମଧ୍ୟ ବଢୁଛି। ବିଶେଷକରି ସ୍ବାଧୀନ ଭାବେ ଲଢ଼େଇ କରିବାକୁ ରାଜେନ୍ଦ୍ର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବା ରାଜନୈତିକ ବାତାବରଣକୁ ସରଗରମ କରିଛି। ରାଜ୍ୟର ଅନ୍ୟ ବିଧାନସଭା ଆସନ ଉପନିର୍ବାଚନରେ ଫଳାଫଳ ପରି ଧାମନଗରରେ ବିଜେଡି ବାଜିମାତ୍‌ କରିବା ନେଇ ଯେଭଳି ଆଶାବାଦୀ ଥିଲା, ରାଜୁଙ୍କ ପ୍ରାର୍ଥତ୍ତ୍ୱ ଓ ତାଙ୍କ ସମର୍ଥକଙ୍କ ବିଦ୍ରୋହ ବିଜେଡି ପାଇଁ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
୨୦୧୯ ସାଧାରଣ ନିର୍ବାଚନରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜେନ୍ଦ୍ରଙ୍କୁ ମାତ୍ର ୪୭୦୦ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲେ। ପରବର୍ତ୍ତୀ ସମୟରେ ଗତ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଜିଲା ପରିଷଦ ପ୍ରାର୍ଥୀମାନଙ୍କ ବିଜୟ ଧାରାରେ ବିଜେଡି ଭାଜପାଠାରୁ ଆଗରେ ଥିଲା। ଏପରିକି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନଗରପାଳ ନିର୍ବାଚନରେ ବିଜେଡି ଜିତିଥିଲା। ମାତ୍ର ଏହି ଉପନିର୍ବାଚନ ପାଇଁ ଦଳୀୟ ଟିକେଟ ବଣ୍ଟନକୁ ନେଇ କର୍ମୀ ମହଲରେ ପ୍ରବଳ ଅସନ୍ତୋଷ ଓ ରାଜୁଙ୍କ ପ୍ରାର୍ଥତ୍ତ୍ୱ ବିଜେଡି ଭୋଟ ବ୍ୟାଙ୍କକୁ ଦୋହଲାଇ ଦେଇପାରେ ବୋଲି ଜଣେ ବିଜେଡି ନେତା ପରୋକ୍ଷରେ ସୂଚନା ଦେଇଛନ୍ତି। ଏପରିକି ବିଜେଡିର ମୁଖ୍ୟସ୍ରୋତରେ ଥିବା ବହୁ ଛାମୁଆ କର୍ମୀ ରାଜୁଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି। ସେମାନଙ୍କୁ ମନାଇବା ପାଇଁ ବିଜେଡିର ଉଦ୍ୟମ ପ୍ରଭାବହୀନ ହେବ ବୋଲି ରାଜୁଙ୍କ ସମର୍ଥକ ଦାବି କରୁଛନ୍ତି। ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଅତୀତରେ ବିଜେଡିକୁ ଭୋଟ ଦେଇଥିବା କେତେକ ଭୋଟର ଏବେ ରାଜୁ ମୁହଁା ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଉପରକୁ ଏକ ଜଣାପଡୁଥିଲେ ହେଁ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କ ମଧ୍ୟରେ ସମାନ୍ତରାଳ ସଙ୍ଗଠନ ରହିଛି। ଯଦିଓ ବିଜେଡି ମିଶନଶକ୍ତିକୁ ଆଧାର କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି, ତେବେ ବୁଦ୍ଧିଜୀବୀ ମହଲ ଓ ଦଳର କିଛି ପ୍ରମୁଖ ବ୍ୟକ୍ତି ଅବନ୍ତୀଙ୍କ ପ୍ରାର୍ଥତ୍ତ୍ୱକୁ ହଜମ କରିପାରୁ ନାହାନ୍ତି।
ଅନ୍ୟପକ୍ଷେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ। ଧାମନଗର ପୂର୍ବତନ ବିଧାୟକ ତଥା ଭାଜପାର ବରିଷ୍ଠ ନେତା ମନମୋହନ ସାମଲ ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି। ବିଜେଡି ଅନ୍ତଃ କନ୍ଦଳରୁ ଭାଜପା ଫାଇଦା ନେବାର ଆଶା ରଖିଛି। ବିଷ୍ଣୁଙ୍କ ପରଲୋକର ଗୋଟିଏ ମାସ ପୂର୍ତ୍ତି ଅବସରରେ ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶ୍ରଦ୍ଧାଞ୍ଜଳି ସଭା କରି ଭୋଟରଙ୍କୁ ସୂର୍ଯ୍ୟବଂଶୀଙ୍କ ପ୍ରତି ଅନୁକମ୍ପା ଭୋଟ ହାତେଇବାକୁ ଉଦ୍ୟମ କରାଯାଉଛି। ସେହିପରି ସୂର୍ଯ୍ୟବଂଶୀ ପ୍ରତ୍ୟକ୍ଷ ଭାବେ ଭୋଟରଙ୍କୁ ଭେଟି ଆଶୀର୍ବାଦ ଲୋଡୁଛନ୍ତି। ଏହାବ୍ୟତୀତ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ବିଭିନ୍ନ ଗଁାକୁ ଯାଇ ଲୋକଙ୍କୁ ଭେଟୁଛନ୍ତି। ତାଙ୍କ ସପକ୍ଷରେ କଂଗ୍ରେସ ପାରମ୍ପରିକ ଭୋଟ ବ୍ୟତୀତ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଭଲ ଭୋଟ ମିଳିବା ନେଇ ଚର୍ଚ୍ଚା ହେଉଛି। ଏହି ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ପ୍ରଚାର ଦିନକୁ ଦିନ ରୋଚକ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?