ଘରେ ପଶିବା ପରେ ଚେତା: କୋଟିଆ ପଞ୍ଚାୟତରେ କାର୍ଯ୍ୟାଦେଶ ବାଣ୍ଟିଲା ବ୍ଲକ ପ୍ରଶାସନ

ପଟ୍ଟାଙ୍ଗୀ,୨୧ା୧୦(ଡି.ଏନ୍‌.ଏ.): ପଡ଼ୋଶୀ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ନେତା ମନ୍ତ୍ରୀ ବିଭିନ୍ନ ସମୟରେ ଓଡ଼ିଶାର ସୀମାନ୍ତ ଗ୍ରାମକୁ ଆସି ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି। ସ୍ଥାନୀୟ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ପଡ଼ୋଶୀ ରାଜ୍ୟ ବଳପୂର୍ବକ ପ୍ରବେଶ କରିବାକୁ ସାହସ ପାଉଛି। ନିକଟରେ ବୁଧବାର ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ପି. ରାଜନା ଦୋରାଙ୍କ ନେରେଡ଼ିବାଲସା ଗ୍ରାମରେ ଉପସ୍ଥିତି ଏହାର ଜ୍ୱଳନ୍ତ ଉଦାହରଣ। ଆନ୍ଧ୍ରର ଏଭଳି ଚକ୍ରାନ୍ତ ଏବଂ ଓଡ଼ିଶାର ନିରୁତ୍ସାହଜନକ ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ପରେ ସ୍ଥାନୀୟ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଗୁରୁବାର ବ୍ଲକର ତଳଗଞ୍ଜେଇପଦର ଗ୍ରାମରେ ଓଡ଼ିଶା ପ୍ରଶାସନ ବିଜୁ ପକ୍କାଘର କାର୍ଯ୍ୟାଦେଶ ସହ ବଳରାମ ଯୋଜନାରେ ବିଭିନ୍ନ ମହିଳା ସଂଘ ସଦସ୍ୟାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପିତମ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଲୋକଙ୍କୁ ସରକାରୀ ଯୋଜନା ସମ୍ପର୍କରେ ବୁଝାଇଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନର ଏହି କାର୍ଯ୍ୟକ୍ରମ ପାଇଁ ଗୁରୁବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଦୋରାଙ୍କ ତଳଗଞ୍ଜେଇପଦର ଗସ୍ତ ବାତିଲ ହୋଇଛି।
କାର୍ଯ୍ୟାଦେଶ ବଣ୍ଟନ ଓ ସହାୟତା ପ୍ରଦାନ ଅବସରରେ ବିଧାୟକ ପାଢୀ କୋଟିଆ ପଞ୍ଚାୟତର ତଥା ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି ପର୍ଯ୍ୟଟନ ସ୍ଥଳୀର ଉନ୍ନତୀକରଣ ଲାଗି ଓଡ଼ିଶା ସରକାର ୨୦ କୋଟି ବିନିଯୋଗ କରିବାକୁ ପଦକ୍ଷେପ ନେଇଥିବା ସୂଚନା ଦେଇଥିଲେ। କୋଟିଆ ପଞ୍ଚାୟତ ଲୋକେ କିପରି ପକ୍କା ଘର ପାଇବେ, ସେଥିପାଇଁ ୬୭୫ଟି ଘର ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୬୮ ଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଏବେ ୫୦୭ ଜଣଙ୍କୁ ଉକ୍ତ ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି ପାଢୀ ପ୍ରକାଶ କରିଥିଲୋ। ସେହିପରି କୋଟିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ପଞ୍ଚାୟତର ୧୨ଟି ଏସ୍‌ଏଚ୍‌ଜିର ୫୮ଜଣଙ୍କୁ ୭ଲକ୍ଷ ୩୮ହଜାର ଟଙ୍କା ଏବଂ ଜମିହୀନ ଅଥବା ସ୍ବଳ୍ପ ଜମି ଥିବା ବ୍ୟକ୍ତିମାନଙ୍କୁ ବଳରାମ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଗୌରବ ଶିବାଜୀ ଇସ୍‌ୱାଲା, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ବିଡିଓ ସୌମ୍ୟ ସାର୍ଥକ ମିଶ୍ର, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ଏସ୍‌ଡିପିଓ ମନୋଜ ବେହେରା, ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ, କୋଟିଆ ସରପଞ୍ଚ ଲିୟୁ ଗେମେଲ, ପଟ୍ଟାଙ୍ଗୀ ସରପଞ୍ଚ ଆଲ୍‌ମେ ଫୁଲ, ନୂଆଗାଁ ସରପଞ୍ଚ ସୁବାସ ଖରା, ଲ୍ୟାମ୍ପ୍ସ କାର୍ଯ୍ୟାଳୟ ସଭାପତି ସିକୁଣୁ ପାଙ୍ଗୀ, ଜିଲା ପରିଷଦ ସଭ୍ୟ ଲଇଚନ ଗେମେଲ, ସେମିଳିଗୁଡା ବ୍ଲକ ଉପାଧ୍ୟକ୍ଷ ଶିବା ବାଙ୍ଗାରି, ବିଧାୟକ ପ୍ରତିନିଧି ଅନନ୍ତ ରାମ ମାଟାମ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। କୋଟିଆରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri