ଘରେ ପଶିବା ପରେ ଚେତା: କୋଟିଆ ପଞ୍ଚାୟତରେ କାର୍ଯ୍ୟାଦେଶ ବାଣ୍ଟିଲା ବ୍ଲକ ପ୍ରଶାସନ

ପଟ୍ଟାଙ୍ଗୀ,୨୧ା୧୦(ଡି.ଏନ୍‌.ଏ.): ପଡ଼ୋଶୀ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ନେତା ମନ୍ତ୍ରୀ ବିଭିନ୍ନ ସମୟରେ ଓଡ଼ିଶାର ସୀମାନ୍ତ ଗ୍ରାମକୁ ଆସି ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି। ସ୍ଥାନୀୟ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ପଡ଼ୋଶୀ ରାଜ୍ୟ ବଳପୂର୍ବକ ପ୍ରବେଶ କରିବାକୁ ସାହସ ପାଉଛି। ନିକଟରେ ବୁଧବାର ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ପି. ରାଜନା ଦୋରାଙ୍କ ନେରେଡ଼ିବାଲସା ଗ୍ରାମରେ ଉପସ୍ଥିତି ଏହାର ଜ୍ୱଳନ୍ତ ଉଦାହରଣ। ଆନ୍ଧ୍ରର ଏଭଳି ଚକ୍ରାନ୍ତ ଏବଂ ଓଡ଼ିଶାର ନିରୁତ୍ସାହଜନକ ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ପରେ ସ୍ଥାନୀୟ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଗୁରୁବାର ବ୍ଲକର ତଳଗଞ୍ଜେଇପଦର ଗ୍ରାମରେ ଓଡ଼ିଶା ପ୍ରଶାସନ ବିଜୁ ପକ୍କାଘର କାର୍ଯ୍ୟାଦେଶ ସହ ବଳରାମ ଯୋଜନାରେ ବିଭିନ୍ନ ମହିଳା ସଂଘ ସଦସ୍ୟାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପିତମ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଲୋକଙ୍କୁ ସରକାରୀ ଯୋଜନା ସମ୍ପର୍କରେ ବୁଝାଇଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନର ଏହି କାର୍ଯ୍ୟକ୍ରମ ପାଇଁ ଗୁରୁବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଦୋରାଙ୍କ ତଳଗଞ୍ଜେଇପଦର ଗସ୍ତ ବାତିଲ ହୋଇଛି।
କାର୍ଯ୍ୟାଦେଶ ବଣ୍ଟନ ଓ ସହାୟତା ପ୍ରଦାନ ଅବସରରେ ବିଧାୟକ ପାଢୀ କୋଟିଆ ପଞ୍ଚାୟତର ତଥା ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି ପର୍ଯ୍ୟଟନ ସ୍ଥଳୀର ଉନ୍ନତୀକରଣ ଲାଗି ଓଡ଼ିଶା ସରକାର ୨୦ କୋଟି ବିନିଯୋଗ କରିବାକୁ ପଦକ୍ଷେପ ନେଇଥିବା ସୂଚନା ଦେଇଥିଲେ। କୋଟିଆ ପଞ୍ଚାୟତ ଲୋକେ କିପରି ପକ୍କା ଘର ପାଇବେ, ସେଥିପାଇଁ ୬୭୫ଟି ଘର ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୬୮ ଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଏବେ ୫୦୭ ଜଣଙ୍କୁ ଉକ୍ତ ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି ପାଢୀ ପ୍ରକାଶ କରିଥିଲୋ। ସେହିପରି କୋଟିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ପଞ୍ଚାୟତର ୧୨ଟି ଏସ୍‌ଏଚ୍‌ଜିର ୫୮ଜଣଙ୍କୁ ୭ଲକ୍ଷ ୩୮ହଜାର ଟଙ୍କା ଏବଂ ଜମିହୀନ ଅଥବା ସ୍ବଳ୍ପ ଜମି ଥିବା ବ୍ୟକ୍ତିମାନଙ୍କୁ ବଳରାମ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଗୌରବ ଶିବାଜୀ ଇସ୍‌ୱାଲା, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ବିଡିଓ ସୌମ୍ୟ ସାର୍ଥକ ମିଶ୍ର, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ଏସ୍‌ଡିପିଓ ମନୋଜ ବେହେରା, ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ, କୋଟିଆ ସରପଞ୍ଚ ଲିୟୁ ଗେମେଲ, ପଟ୍ଟାଙ୍ଗୀ ସରପଞ୍ଚ ଆଲ୍‌ମେ ଫୁଲ, ନୂଆଗାଁ ସରପଞ୍ଚ ସୁବାସ ଖରା, ଲ୍ୟାମ୍ପ୍ସ କାର୍ଯ୍ୟାଳୟ ସଭାପତି ସିକୁଣୁ ପାଙ୍ଗୀ, ଜିଲା ପରିଷଦ ସଭ୍ୟ ଲଇଚନ ଗେମେଲ, ସେମିଳିଗୁଡା ବ୍ଲକ ଉପାଧ୍ୟକ୍ଷ ଶିବା ବାଙ୍ଗାରି, ବିଧାୟକ ପ୍ରତିନିଧି ଅନନ୍ତ ରାମ ମାଟାମ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। କୋଟିଆରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?