ବାଇଡେନ୍‌ଙ୍କୁ ତାଲିବାନର ନାଲି ଆଖି…

କାବୁଲ,୨୩।୮: ତାଲିବାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ନାଲି ଆଖ ଦେଖାଇଛି। ଆତଙ୍କବାଦୀ ସଂଗଠନ ପକ୍ଷରୁ ସିଧାସଳଖ ଧମକ ଦେଇ କୁହାଯାଇଛି ଯେ, ଯେ ଯଦି ବାଇଡେନ୍‌ ସରକାର ଆଫଗାନିସ୍ତାନରୁ ନିଜର ସୈନ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତ୍ୟାହାର ନ କରନ୍ତି ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ। ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଆମେରିକାର ରାଷ୍ଟ୍ରପତି ବାଇଡେନ୍‌ ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟଙ୍କୁ ସ୍ବଦେଶ ଫେରାଇ ନେବା କଥା କହିଥିଲେ। ପ୍ରତ୍ୟାହାର ସମୟ ସୀମା ଅବଧି ଗୋଟିଏ ଦିନ ଅଧିକ ମଧ୍ୟ ବଢ଼ାଯିବ ନାହିଁ। ଯଦି ଆମେରିକା ଏବଂ ବ୍ରିଟେନ ଅଗଷ୍ଟ ୩୧ ଠାରୁ ଗୋଟିଏ ଦିନ ବୃଦ୍ଧି ପାଇଁ ମାଗନ୍ତି, ତେବେ ଉତ୍ତର କେବଳ ନାହିଁ ମିଳିବ ବୋଲି ମୁଖପାତ୍ର କହିଛନ୍ତି। ତାଲିବାନର ଏଭଳି ଧମକ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିସୋରି ହାଉସ୍‌ ସଦସ୍ୟଙ୍କୁ ବହିଷ୍କାର ପ୍ରସ୍ତାବ

ଜେଫେରସନ ସିଟି, ୨୧ା୪: ନିଜ ୨ ଝିଅଙ୍କୁ ଯୌନ ଶୋଷଣ ସହ ଶାରୀରିକ ନିର୍ଯାତନା ଦେବା ମାମଲାରେ ମିସୋରି ହାଉସ୍‌ ସଦସ୍ୟ ରିପବ୍ଲିକାନ ରିକ୍‌ ରୋବରଙ୍କୁ...

ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍‌ସି

ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...

ଭୂକମ୍ପରେ ଥରିଲା ଆଫଗାନିସ୍ତାନ

କାବୁଲ, ୧୬।୮: ଆଫଗାନିସ୍ତାନରେ ଶୁକ୍ରବାର ସକାଳ ୭.୩୯ରେ ଭୂକମ୍ପ ଝଟକା ଲାଗିଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି। ଏଥିରେ କୌଣସି ବ୍ୟକ୍ତିଙ୍କ ମୃତାହତ...

ଆଫଗାନିସ୍ତାନ ସୈନ୍ୟଙ୍କ କବଜାରେ ଓ୍ବାରଦୋଜ୍‌ ଜିଲା: ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ୍‌,୭।୯: ଆଫଗାନିସ୍ତାନ ସୈନ୍ୟ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଓ୍ବାରଦୋଜ୍‌ ଜିଲାକୁ ନିଜ କବଜାକୁ ନେଇଛନ୍ତି। ଏହି ଘଟଣାରେ ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି।...

ପଦ ଛାଡ଼ିବେ ଆମାଜନ୍‌ ସିଇଓ

ଇ-କମର୍ସ କମ୍ପାନୀ ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଆସନ୍ତା ଜୁଲାଇ ୫ରେ ସିଇଓ ପଦ ଛାଡ଼ିବେ। ବୁଧବାର ଆମାଜନ୍‌ ଶେୟାର ହୋଲ୍ଡରଙ୍କ ସହ ଏକ ବୈଠକରେ...

କରୋନା ଭାଇରସ୍‌ର ଏହି ଲକ୍ଷଣ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି

ବର୍ଲିନ,୨୦।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ମହାମାରୀ ସହ ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି...

ଚାଇନାକୁ ବଡ଼ ସଫଳତା: ମଙ୍ଗଳରେ ପହଞ୍ଚିଲା ଝୁରୋଙ୍ଗ ରୋଭର…

ବେଜିଂ,୧୫।୫: ମଙ୍ଗଳ ଯାତ୍ରାରେ ଚାଇନାକୁ ବଡ଼ ସଫଳତା ମିଳିଛି। ଚାଇନାର ଝୁରୋଙ୍ଗ ରୋଭର ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର ଭାରତୀୟ ସମୟ...

ପାକିସ୍ତାନ ସମେତ ୧୨ ଦେଶକୁ ୟୁଏଇ ଭିଜା ମନା

ଇସଲାମାବାଦ୍‌,୧୯।୧୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ୟୁଏଇ ପକ୍ଷରୁ ସାମୟିକ ଭାବେ ଏହାର ଭିଜା ଉପରେ କଟକଣା ଲଗାଯାଇଛି। ପାକିସ୍ତାନ ସମେତ ୧୨...

Advertisement


Archives

Model This Week