କାମଚଳା ସରକାର ଗଢ଼ିବ ତାଲିବାନ୍‌

କାବୁଲ, ୭ା୯: ପଞ୍ଜଶିର ଅକ୍ତିଆର ପରେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ୍‌ର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଖୁବ୍‌ଶୀଘ୍ର ସରକାରର ସମ୍ପୂର୍ଣ୍ଣ ରୂପରେଖ ସାମ୍‌ନାକୁ ଆସିବ। ଏବେ ନିର୍ବାଚନ କଥା ଦୃଷ୍ଟିରେ ରଖାଯାଇନାହିଁ। ତେବେ ସାମୟିକ ଭାବେ ତାଲିବାନ୍‌ ଏକ କାମଚଳା ସରକାର ଗଠନ କରିବ। ଆଗକୁ ଏଥିରେ ପରିବର୍ତ୍ତନ ଅଣାଯିବ ବୋଲି ତାଲିବାନ୍‌ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୋମବାର କାବୁଲରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି। ଏହି ସମାରୋହରେ ପାକିସ୍ତାନ, ଚାଇନା, ରୁଷିଆ, ତୁର୍କୀ, କାତାର ଏବଂ ଇରାନ୍‌କୁ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ମୁଜାହିଦ୍‌ କହିଛନ୍ତି, ଆଫଗାନିସ୍ତାନରେ ଯୁଦ୍ଧ ସମ୍ପୂର୍ଣ୍ଣ ଶେଷ ହୋଇଛି। ଏଣିକି ଅସ୍ତ୍ରଶସ୍ତ୍ର ଉଠାଉଥିବା ବ୍ୟକ୍ତିଙ୍କୁ କୌଣସି ମତେ କ୍ଷମା ଦିଆଯିବ ନାହିଁ। ଅନ୍ୟପକ୍ଷରେ ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକା ସୈନ୍ୟ କାବୁଲ ବିମାନବନ୍ଦରରେ ବ୍ୟାପକ କ୍ଷତି ପହଞ୍ଚାଇଥିବା ମୁଜାହିଦ୍‌ ଅଭିଯୋଗ କରିଛନ୍ତି। ଏହାର ମରାମତି ଏବଂ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ କାତାର, ତୁର୍କୀ ଏବଂ ୟୁଏଇରୁ ଆସିଥିବା ଟିମ୍‌ କାମ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।
କିଛି ଦିନ ଧରି ବିଚାର ବିମର୍ଶ ଚାଲିବା ପରେ ତାଲିବାନ୍‌ ମୁଲ୍ଲା ମହମ୍ମଦ ହାସନ୍‌ ଅଖୁନ୍ଦଙ୍କୁ ଆଫଗାନିସ୍ତାନର ନୂଆ ମୁଖ୍ୟ କରିବାକୁ ସ୍ଥିର କରିଥିବା ଜଣାପଡ଼ିଛି। ଆସନ୍ତା ବୁଧବାର ତାଲିବାନ୍‌ ସରକାର ଗଠନ କରିପାରେ। ଏହା ପୂର୍ବରୁ ତାଲିବାନ୍‌ ସୁପ୍ରିମ ଲିଡର ଶେଖ୍‌ ହିବାତୁଲ୍ଲା ଅଖୁନ୍ଦଜାଦା ଆଫଗାନିସ୍ତାନର ମୁଖ୍ୟ ପାଇଁ ହାସନ୍‌ ଅଖୁନ୍ଦଙ୍କ ନାଁ ପ୍ରସ୍ତାବ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରସ୍ତାବ ଉପରେ ୩ ତାଲିବାନ୍‌ ବରିଷ୍ଠ ନେତା ମୋହର ମାରିଛନ୍ତି। ମୁଲ୍ଲା ବରାଦର ଅଖୁନ୍ଦ ଏବଂ ମୁଲ୍ଲା ଅବଦୁସ୍‌ ସଲାମ ହାସନ୍‌ଙ୍କ ଡେପୁଟି ଭାବେ କାମ କରିବେ। ମୁଲ୍ଲା ମହମ୍ମଦ ହାସନ୍‌ ଅଖୁନ୍ଦ୍‌ ଏବେ ତାଲିବାନ ନେତୃତ୍ୱ ପରିଷଦ ବା ରେହବରୀ ଶୁରାର ମୁଖ୍ୟ ଅଛନ୍ତି। ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ନିକଟତମ ସହଯୋଗୀ ଭାବେ ଜଣାଶୁଣା ହାସନ୍‌ ୨୦ ବର୍ଷ ହେଲା ଶୁରା ମୁଖ୍ୟ ରହିଆସିଛନ୍ତି। ସେହିପରି ହକ୍କାନୀ ନେଟଓ୍ବର୍କର ମୁଖ୍ୟ ଶିରାଜୁଦ୍ଦିନ ହକ୍କାନୀଙ୍କୁ ସଂଘୀୟ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି। ତାଲିବାନ୍‌ ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଉମାରଙ୍କ ପୁଅ ମୁଲ୍ଲା ୟାକୁବ୍‌୍‌ ପ୍ରତିରକ୍ଷା ମନ୍ତ୍ରୀ ହୋଇପାରନ୍ତି। ୟାକୁବଙ୍କୁ ହାବିତୁଲ୍ଲା ତାଲିବାନ୍‌ ସଶସ୍ତ୍ରବାହିନୀର ଚିଫ୍‌ କମାଣ୍ଡର ଦାୟିତ୍ୱ ଦେଇଥିଲେ। ପରେ ଶକ୍ତିଶାଳୀ ମିଲିଟାରୀ କମିଶନର ମୁଖ୍ୟ ଭାବେ ମଧ୍ୟ ୟାକୁବ୍‌ ନିଯୁକ୍ତ ହୋଇଥିଲେ। ବହିର୍ବ୍ୟାପାର ମନ୍ତ୍ରୀ ଭାବେ ମୁଲ୍ଲା ଅମୀର ଖାନ୍‌ ମୁତାକିଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଜଣାପଡ଼ିଛି।

ଗର୍ଭବତୀ ପୋଲିସଙ୍କୁ ହତ୍ୟା

ଆଫଗାନିସ୍ତାନର ଗର୍ଭବତୀ ଥିବା ଜଣେ ମହିଳା ପୋଲିସଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ଆଫଗାନିସ୍ତାନର ଜଣେ ଖବରଦାତା ଏ ବାବଦରେ ଟୁଇଟ କରିଛନ୍ତି। ମୃତା ନିଜାରା ୬ ମାସର ଗର୍ଭବତୀ ଥିଲେ। ଗୋହର ପ୍ରଦେଶରେ ତାଙ୍କ ସ୍ବାମୀ ଓ ପିଲାଙ୍କ ସାମ୍‌ନାରେ ଗୁଳି କରାଯାଇଛି। ତେବେ ତାଲିବାନ୍‌ ଏଥିରେ ସମ୍ପୃକ୍ତ ନ ଥିବା ଏହାର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?