କାମଚଳା ସରକାର ଗଢ଼ିବ ତାଲିବାନ୍‌

କାବୁଲ, ୭ା୯: ପଞ୍ଜଶିର ଅକ୍ତିଆର ପରେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ୍‌ର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଖୁବ୍‌ଶୀଘ୍ର ସରକାରର ସମ୍ପୂର୍ଣ୍ଣ ରୂପରେଖ ସାମ୍‌ନାକୁ ଆସିବ। ଏବେ ନିର୍ବାଚନ କଥା ଦୃଷ୍ଟିରେ ରଖାଯାଇନାହିଁ। ତେବେ ସାମୟିକ ଭାବେ ତାଲିବାନ୍‌ ଏକ କାମଚଳା ସରକାର ଗଠନ କରିବ। ଆଗକୁ ଏଥିରେ ପରିବର୍ତ୍ତନ ଅଣାଯିବ ବୋଲି ତାଲିବାନ୍‌ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୋମବାର କାବୁଲରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି। ଏହି ସମାରୋହରେ ପାକିସ୍ତାନ, ଚାଇନା, ରୁଷିଆ, ତୁର୍କୀ, କାତାର ଏବଂ ଇରାନ୍‌କୁ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ମୁଜାହିଦ୍‌ କହିଛନ୍ତି, ଆଫଗାନିସ୍ତାନରେ ଯୁଦ୍ଧ ସମ୍ପୂର୍ଣ୍ଣ ଶେଷ ହୋଇଛି। ଏଣିକି ଅସ୍ତ୍ରଶସ୍ତ୍ର ଉଠାଉଥିବା ବ୍ୟକ୍ତିଙ୍କୁ କୌଣସି ମତେ କ୍ଷମା ଦିଆଯିବ ନାହିଁ। ଅନ୍ୟପକ୍ଷରେ ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକା ସୈନ୍ୟ କାବୁଲ ବିମାନବନ୍ଦରରେ ବ୍ୟାପକ କ୍ଷତି ପହଞ୍ଚାଇଥିବା ମୁଜାହିଦ୍‌ ଅଭିଯୋଗ କରିଛନ୍ତି। ଏହାର ମରାମତି ଏବଂ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ କାତାର, ତୁର୍କୀ ଏବଂ ୟୁଏଇରୁ ଆସିଥିବା ଟିମ୍‌ କାମ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।
କିଛି ଦିନ ଧରି ବିଚାର ବିମର୍ଶ ଚାଲିବା ପରେ ତାଲିବାନ୍‌ ମୁଲ୍ଲା ମହମ୍ମଦ ହାସନ୍‌ ଅଖୁନ୍ଦଙ୍କୁ ଆଫଗାନିସ୍ତାନର ନୂଆ ମୁଖ୍ୟ କରିବାକୁ ସ୍ଥିର କରିଥିବା ଜଣାପଡ଼ିଛି। ଆସନ୍ତା ବୁଧବାର ତାଲିବାନ୍‌ ସରକାର ଗଠନ କରିପାରେ। ଏହା ପୂର୍ବରୁ ତାଲିବାନ୍‌ ସୁପ୍ରିମ ଲିଡର ଶେଖ୍‌ ହିବାତୁଲ୍ଲା ଅଖୁନ୍ଦଜାଦା ଆଫଗାନିସ୍ତାନର ମୁଖ୍ୟ ପାଇଁ ହାସନ୍‌ ଅଖୁନ୍ଦଙ୍କ ନାଁ ପ୍ରସ୍ତାବ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରସ୍ତାବ ଉପରେ ୩ ତାଲିବାନ୍‌ ବରିଷ୍ଠ ନେତା ମୋହର ମାରିଛନ୍ତି। ମୁଲ୍ଲା ବରାଦର ଅଖୁନ୍ଦ ଏବଂ ମୁଲ୍ଲା ଅବଦୁସ୍‌ ସଲାମ ହାସନ୍‌ଙ୍କ ଡେପୁଟି ଭାବେ କାମ କରିବେ। ମୁଲ୍ଲା ମହମ୍ମଦ ହାସନ୍‌ ଅଖୁନ୍ଦ୍‌ ଏବେ ତାଲିବାନ ନେତୃତ୍ୱ ପରିଷଦ ବା ରେହବରୀ ଶୁରାର ମୁଖ୍ୟ ଅଛନ୍ତି। ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ନିକଟତମ ସହଯୋଗୀ ଭାବେ ଜଣାଶୁଣା ହାସନ୍‌ ୨୦ ବର୍ଷ ହେଲା ଶୁରା ମୁଖ୍ୟ ରହିଆସିଛନ୍ତି। ସେହିପରି ହକ୍କାନୀ ନେଟଓ୍ବର୍କର ମୁଖ୍ୟ ଶିରାଜୁଦ୍ଦିନ ହକ୍କାନୀଙ୍କୁ ସଂଘୀୟ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି। ତାଲିବାନ୍‌ ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଉମାରଙ୍କ ପୁଅ ମୁଲ୍ଲା ୟାକୁବ୍‌୍‌ ପ୍ରତିରକ୍ଷା ମନ୍ତ୍ରୀ ହୋଇପାରନ୍ତି। ୟାକୁବଙ୍କୁ ହାବିତୁଲ୍ଲା ତାଲିବାନ୍‌ ସଶସ୍ତ୍ରବାହିନୀର ଚିଫ୍‌ କମାଣ୍ଡର ଦାୟିତ୍ୱ ଦେଇଥିଲେ। ପରେ ଶକ୍ତିଶାଳୀ ମିଲିଟାରୀ କମିଶନର ମୁଖ୍ୟ ଭାବେ ମଧ୍ୟ ୟାକୁବ୍‌ ନିଯୁକ୍ତ ହୋଇଥିଲେ। ବହିର୍ବ୍ୟାପାର ମନ୍ତ୍ରୀ ଭାବେ ମୁଲ୍ଲା ଅମୀର ଖାନ୍‌ ମୁତାକିଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଜଣାପଡ଼ିଛି।

ଗର୍ଭବତୀ ପୋଲିସଙ୍କୁ ହତ୍ୟା

ଆଫଗାନିସ୍ତାନର ଗର୍ଭବତୀ ଥିବା ଜଣେ ମହିଳା ପୋଲିସଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ଆଫଗାନିସ୍ତାନର ଜଣେ ଖବରଦାତା ଏ ବାବଦରେ ଟୁଇଟ କରିଛନ୍ତି। ମୃତା ନିଜାରା ୬ ମାସର ଗର୍ଭବତୀ ଥିଲେ। ଗୋହର ପ୍ରଦେଶରେ ତାଙ୍କ ସ୍ବାମୀ ଓ ପିଲାଙ୍କ ସାମ୍‌ନାରେ ଗୁଳି କରାଯାଇଛି। ତେବେ ତାଲିବାନ୍‌ ଏଥିରେ ସମ୍ପୃକ୍ତ ନ ଥିବା ଏହାର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri