ତାଲିବାନ: ଅନ୍ଧକାରର ପ୍ରତୀକ

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଅପସାରଣ ପରେ ତାଲିବାନ ଇତିମଧ୍ୟରେ ଦେଶର ୮୫ ପ୍ରତିଶତରୁ ଅଧିକ ଅଞ୍ଚଳ ଅକ୍ତିଆର କରିସାରିଲାଣି। ସ୍ଥିତି ଦେଖି ଅସରଫ୍‌ ଘନି ସରକାର ସେଠାରେ ଅସହାୟ ହୋଇପଡ଼ିଛନ୍ତି। ତାଲିବାନ ଯେଉଁଭଳି ଭାବେ ଅଗ୍ରସର ହେଉଛି ତାହାକୁ ଲକ୍ଷ୍ୟକରି ଜନସାଧାରଣ ଖୁବ୍‌ ଭୟଭୀତ। ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି ଯୋଗୁ ଦୁଇ ଦଶନ୍ଧି ଧରି ସାଧାରଣ ନାଗରିକ ମୁକ୍ତ ବିଚରଣର ସୁଯୋଗ ପାଇଥିଲେ। ଏପରି କି ମହିଳାମାନଙ୍କ ସ୍ବାଧୀନତା ଓ ସୁରକ୍ଷା ବଢ଼ିଥିଲା। ତାଲିବାନ ଧୀରେ ଧୀରେ କ୍ଷମତା ଦଖଲ ଆଡ଼କୁ ଅଗ୍ରସର ହେଉଥିବାରୁ ଦେଶର ବିଭିନ୍ନ ଭାଗରେ ଅତ୍ୟାଚାର ଓ ହତ୍ୟା ଆରମ୍ଭ ହେଲାଣି। ଇତିମଧ୍ୟରେ ତାଲିବାନ ରକ୍ଷଣଶୀଳ ଚିନ୍ତାଧାରାକୁ ଲୋକଙ୍କ ଉପରେ ଲଦିବା କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଅନ୍ତର୍ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଭାରତୀୟ ଫଟୋ ଜର୍ନାଲିଷ୍ଟ ଡାନିଶ୍‌ ସିଦ୍ଦିକିଙ୍କୁ ତାଲିବାନ ଦ୍ୱାରା ଯେଭଳି ଭାବେ ହତ୍ୟା କରାଗଲା ତାହା ଦ୍ୱାରା ଉଗ୍ରପନ୍ଥୀ ସଙ୍ଗଠନ ବାର୍ତ୍ତା ଦେଇଛି ଯେ, ସେମାନଙ୍କ କାର୍ଯ୍ୟରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଯେଉଁମାନେ ହସ୍ତକ୍ଷେପ କରିବେ ଏଭଳି ଦଶା ଭୋଗିବାକୁ ପଡ଼ିବ। ତେବେ ଡାନିଶ୍‌ଙ୍କ ହତ୍ୟାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯିବା ପରେ ତାଲିବାନ ସଫେଇ ଦେଇଛି ଯେ, ତାଙ୍କୁ କିଭଳି ଭାବେ ହତ୍ୟା କରାଗଲା ସଙ୍ଗଠନ ପାଖରେ ଖବର ନାହିଁ। ହୁଏତ ଯୁଦ୍ଧ କ୍ଷେତ୍ରରେ ଡାନିଶ୍‌ଙ୍କ ଭଳି କାର୍ଯ୍ୟରତ ଖବରଦାତା ଅସୁରକ୍ଷିତ ଥିବା ସ୍ବାଭାବିକ। ଏଥିସହିତ ତାଲିବାନ ଜଣାଇ ଦେଇଛି ଯେ, ଯୁଦ୍ଧ ଜୋନ୍‌କୁ ଯେଉଁ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଚାହୁଁଛନ୍ତି ସେମାନେ ସଙ୍ଗଠନକୁ ପୂର୍ବରୁ ଜଣାଇବା ଦରକାର। ତାହା ହେଲେ ତାଙ୍କୁ ସସମ୍ମାନେ ନିଆଯାଇ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଗଣମାଧ୍ୟମକୁ କହିଛନ୍ତି।
ଆଫଗାନିସ୍ତାନରେ ବିଧିବଦ୍ଧ ସରକାର କାର୍ଯ୍ୟକ୍ଷମ ହେବା ପରଠାରୁ ସେଠାରେ ସଡ଼କ, ବିଜୁଳି, ସ୍କୁଲ ଓ ସ୍ବାସ୍ଥ୍ୟସେବା ଭଳି ଭିତ୍ତିଭୂମି ବିକଶିତ କରିବା ଲାଗି ଭାରତ ପାଖାପାଖି ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିଛି। ଏବେ ସେଠାରେ ତାଲିବାନର ଅଗ୍ରଗତି ଏବଂ କ୍ଷମତା ହାତେଇ ନେବାର ସ୍ଥିତି ଯୋଗୁ ପାକିସ୍ତାନରେ ଭୟ ସୃଷ୍ଟି ହୋଇଛି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜାଣିବାକୁ ମିଳୁଛି। ଏହା ମଧ୍ୟ ଜଣାଶୁଣା ଯେ, ଆଫଗାନିସ୍ତାନରେ ଲାଗି ରହିଥିବା ଦୀର୍ଘଦିନର କନ୍ଦଳ ସହିତ ପାକିସ୍ତାନର ସମ୍ପୃକ୍ତି ରହିଆସିଛି। ନ୍ୟୁୟର୍କର ଟୁଇନ୍‌ ଟାଓ୍ବାର ଆକ୍ରମଣ ପରେ ଆମେରିକାର ହସ୍ତକ୍ଷେପ ଯୋଗୁ ଆଫଗାନିସ୍ତାନରେ ତାଲିବାନ ପ୍ରଭାବ କମିଥିଲା। ସେତେବେଳେ ଅଲ୍‌ କାଏଦାର ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ତତ୍କାଳୀନ ତାଲିବାନ ନେତା ମୁଲ୍ଲା ଓମାରଙ୍କ ବାହୁଛାୟା ତଳେ ଆଶ୍ରୟ ନେଇଥିବା ହେତୁ ଆଫଗାନିସ୍ତାନରେ ଯୁଦ୍ଧ ଆରମ୍ଭ ହୋଇଥିଲା। ପୁଣି ପାକିସ୍ତାନର ସକ୍ରିୟ ସମର୍ଥନ ଯୋଗୁ ତାଲିବାନ ଶକ୍ତିଶାଳୀ ହୋଇଉଠିଥିଲା। ସେଥିପାଇଁ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଶାସନ ସମୟରେ ଓସାମା ବିନ୍‌ ଲାଡେନ୍‌ଙ୍କୁ ପାକିସ୍ତାନର ଆବୋଟ୍ଟାବାଦରେ ଠାବ କରି ଆମେରିକା ନେଭି ସିଲ୍‌ ମାରିଥିଲା। ଏବେ ପୁନର୍ବାର ତାଲିବାନ ମୁଣ୍ଡ ଟେକିବା ଫଳରେ କେବଳ ଆଫଗାନିସ୍ତାନ ନକାରାତ୍ମକ ଭାବେ ପ୍ରଭାବିତ ହେବ ତାହା ନୁହେଁ, ଆସନ୍ତା ସମୟରେ ପାକିସ୍ତାନକୁ ମଧ୍ୟ ଏଥିପାଇଁ ଭୋଗିବାକୁ ପଡ଼ିପାରେ। ଦୁଃଖର ବିଷୟ ଯେ, ତାଲିବାନ ସକ୍ରିୟ ହେବା ଆଫଗାନିସ୍ତାନର ଶିକ୍ଷିତ ଓ ସଚେତନ ସମାଜ ସକାଶେ ଅନ୍ଧକାରର ଅସରନ୍ତି ଯୁଗ ଆରମ୍ଭ ହୋଇଗଲା।
ଆଲୋଚନା ହେଉଛି ଯେ, ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବାର ନ ଥିଲା। ଅନ୍ୟପକ୍ଷରେ ଏହି ସୈନ୍ୟ ଅପସାରଣ ଆମେରିକା ସେନାର ପରାଜୟ ବୋଲି ଧରାଯିବା କଥା ନୁହେଁ। କାରଣ ଇସ୍‌ଲାମିକ୍‌ ଉଗ୍ରପନ୍ଥୀ ଯେଭଳି ଭାବେ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରିବା ଲାଗି ମୁଜାହିଦ୍ଦିନ୍‌ମାନଙ୍କୁ ବ୍ୟବହାର କରୁଛନ୍ତି, ତାହାକୁ କେବଳ ଗୋଟିଏ ରାଷ୍ଟ୍ର ଚାହିଁଲେ ରୋକିପାରିବ ନାହିଁ। ଏଥିପାଇଁ ସମ୍ମିଳିତ ଅନ୍ତର୍ଜାତୀୟ ଉଦ୍ୟମ ଲୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri