ତିନିପଟେ ତାଲିବାନ୍‌

କାବୁଲ,୨୫ା୮: କଥା କଥାକେ ଫୁଟୁଛି ଗୁଳି, ଶୁଭୁଛି ବିସ୍ଫୋରଣର ଛାତିଥରା ଶବ୍ଦ। ତାଲିବାନ୍‌ ଜାରି କରିଛି ଫତ୍‌ଓ୍ବା। ଅମାନ୍ୟ କଲେ ଶରିଆ ଆଇନରେ ଗଡ଼ିବ ମୁଣ୍ଡ। ଆତଙ୍କରେ ମରି ମରି ବଞ୍ଚୁଛନ୍ତି ଆଫଗାନ୍‌। କାରଣ ପୁଣି ଫେରିଛି ତାଲିବାନର ତିରିଶ ବର୍ଷ ତଳର ବର୍ବରତା। ଅଗତ୍ୟା କିଏ ଭାଗ୍ୟକୁ ଆଦରି ପଳାୟନ କରୁଛନ୍ତି ତ ଆଉ କେହି ମୁଣ୍ଡପାତି ସହିଯିବାକୁ ବାଧ୍ୟ ହୋଇଛନ୍ତି। ଏହାରି ଭିତରେ ଅଭେଦ୍ୟ ଦୁର୍ଗ ପଞ୍ଜଶିରରୁ ପୁଣି ଉଠିଛି ବିଦ୍ରୋହର ସ୍ବର। ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ତାଲିବାନ୍‌କୁ ରୋକିପାରିବେ କି ପଞ୍ଜଶିର ସିଂହ ଅହମଦ ଶାହ ମାସୁଦଙ୍କ ଫାଇଟର।

ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ୨୦ ବର୍ଷ ମଧ୍ୟରେ ଆମେରିକା ୮୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି। ଭିତ୍ତିଭୂମି ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଭାରତ ପକ୍ଷରୁ ମଧ୍ୟ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆମେରିକୀୟ ସୈନ୍ୟଙ୍କ ଘରବାହୁଡ଼ା ଆଫଗାନିସ୍ତାକୁ ବିପତ୍ତି ଆଣିଛି। ଆଫଗାନ୍‌ ସେନାକୁ ଆମେରିକା ପକ୍ଷରୁ ଦିଆଯାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବେ ତାଲିବାନ ହାତରେ। ଓ୍ବାଣ୍ଟେଡ୍‌ ଆତଙ୍କବାଦୀମାନଙ୍କୁ ଜେଲରୁ ମୁକ୍ତ କରାଯିବା ପରେ ତାଲିବାନର ବଳ ବୃଦ୍ଧି ଘଟିଛି। ଆଫଗାନିସ୍ତାନ ସହ ଭାରତର ଯେଉଁ ସୀମା ସଂଲଗ୍ନ ଅଛି ତାହା ପାକିସ୍ତାନ ଦଖଲରେ ରହିଛି। ଇରାନ ଓ ରୁଷିଆ ତାଲିବାନକୁ ଆମେରିକା ବିରୋଧରେ ବ୍ୟବହାର କରିବାକୁ ଚାହୁଁଥିବାବେଳେ ପାକିସ୍ତାନ ଓ ଚାଇନା ଭାରତ ବିରୋଧୀ କାର୍ଯ୍ୟକଳାପରେ ଆତଙ୍କବାଦୀଙ୍କୁ ନିୟୋଜିତ କରିବାକୁ ଉପାୟ ପାଞ୍ଚୁଛନ୍ତି। ଏଭଳି ସମୟରେ ଆଫଗାନିସ୍ତାନ ସ୍ଥିତି ଜଟିଳ ହେବାରେ ଲାଗିଛି। ତାଲିବାନ ୩୩ଟି ପ୍ରଦେଶ ଦଖଲ କରିସାରିଥିବାବେଳେ ଅଟକିଯାଇଛି କେବଳ ପଞ୍ଜଶିରରେ। ତାଲିବାନ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ପଞ୍ଜଶିର ଲାୟନ ଭାବେ ପରିଚିତ ଓ୍ବାରଲର୍ଡ ଅହମଦ ଶାହ ମାସୁଦଙ୍କ ୩୨ ବର୍ଷୀୟ ପୁଅ ଅହମଦ ମାସୁଦ। ତାଙ୍କୁ ପୂର୍ଣ୍ଣ ସହଯୋଗ ଦେଉଛନ୍ତି ଆମତ୍ଘୋଷିତ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ। କିନ୍ତୁ ଆତଙ୍କବାଦ ନିରୋଧୀ ଏହି ଭୂଖଣ୍ଡରେ ତାଲିବାନର ପ୍ରତିରୋଧ କେତେଦିନ ଚାଲିପାରିବ ବୋଲି ସନ୍ଦେହ ସୃଷ୍ଟି ହେଲାଣି।
ଦଶକର ଗୃହଯୁଦ୍ଧ ବେଳେ ତାଲିବାନ ଆଗରେ ଏବଂ ଏହାର ଦଶନ୍ଧି ପୂର୍ବରୁ ସୋଭିଏଟ୍‌ ନିକଟରେ ମୁଣ୍ଡ ନୁଆଁଇ ନ ଥିବା ପଞ୍ଜଶିର ଉପତ୍ୟକା ଉପରେ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି। ତାଲିବାନ ଆଗରେ ଆମତ୍ସମର୍ପଣ କରିବେ ନାହିଁ ବୋଲି କହିଥିବା ମାସୁଦ କହିଛନ୍ତି, ଏଭଳି ଦିନ ଆସିପାରେ ବୋଲି ବାପାଙ୍କ ସମୟରୁ ଆମେ ଆଶଙ୍କା କରିଥିଲୁ। ତେଣୁ ସେହି ସମୟରୁ ହିଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଛୁ। ଆମ ପାଖରେ ୬,୦୦୦ରୁ ଊର୍ଦ୍ଧ୍ୱ ଲଢ଼ୁଆ ଅଛନ୍ତି। ଆମ ସୁରକ୍ଷା ବଳକୁ ଏବେ ଅନ୍ତର୍ଜାତୀୟ ସମୁଦାୟର ସହାୟତା ଦରକାର। ଫ୍ରାନ୍ସ, ୟୁରୋପ, ଆମେରିକା, ଆରବ ଓ୍ବାଲର୍‌ଡ ୨୦ ବର୍ଷ ପୂର୍ବେ ବାପାଙ୍କୁ ରୁଷିଆ ଓ ତାଲିବାନ ବିରୋଧରେ ସାହାଯ୍ୟ କରିଥିଲେ। ଏବେ ମଧ୍ୟ ସେମାନେ ସହଯୋଗ କରନ୍ତୁ ବୋଲି ମାସୁଦ ଅନୁରୋଧ କରିଛନ୍ତି। କିନ୍ତୁ ତାଲିବାନ ଆତଙ୍କବାଦୀମାନେ ପଞ୍ଜଶିର ଦ୍ୱାରଦେଶରେ ପହଞ୍ଚତ୍ ନର୍ଦର୍ନ ଆଫଗାନିସ୍ତାନ ୩ ଜିଲା ପୁନଃ ଦଖଲ କରିବା ପରେ ସ୍ଥିତି ବଦଳିଯାଇଛି। ସ୍ଥାନୀୟ ମିଲିଶିଆମାନେ ଏହାକୁ ଛଡ଼ାଇ ଆଣିବା ପାଇଁ ବିଶେଷ କିଛି କରି ନ ଥିବା ଜଣାପଡ଼ିଛି। ମାସୁଦଙ୍କ ଜଣେ ପରାମର୍ଶଦାତା କହିଛନ୍ତି, ପଞ୍ଜଶିର ଆଉ ତାଲିବାନ ବିରୋଧରେ ଲଢ଼ିପାରିବ ନାହିଁ। ତାଲିବାନ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ଢେର ଅଧିକ। ବର୍ତ୍ତମାନ ଆଉ ୧୯୮୦ କିମ୍ବା ୧୯୯୦ ଦଶକର ସ୍ଥିତି ନାହିଁ।
ଯେ, ଆଫଗାନ ମୁଜାହିଦ୍ଦିନ କମାଣ୍ଡର ଅହମଦ ଶାହ ମାସୁଦ ପ୍ରତିରୋଧୀ ଗୋଷ୍ଠୀର ନେତୃତ୍ୱ ନେଇ ସୋଭିଏଟ୍‌ ୟୁନିୟନ୍‌ ଏବଂ ତାଲିବାନଠାରୁ ପଞ୍ଜଶିରକୁ ସୁରକ୍ଷା ଦେଇଥିଲେ। ୧୯୯୬ରୂ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନର ଶାସନ ଚାଲିଥିଲା। ସେହି ସମୟରେ ମାସୁଦ ମୁଖ୍ୟ ବିରୋଧୀ ବଳର ନେତୃତ୍ୱ ନେଇଥିଲେ। ୨୦୦୧ ସେପ୍ଟେମ୍ବରରେ ତାଙ୍କୁ ତାଲିବାନ ହତ୍ୟା କରିଥିଲା। ତାଙ୍କ ପୁଅ ଅହମଦ ମାସୁଦ ଆଫଗାନିସ୍ତାନରେ ଗୃହଯୁଦ୍ଧ ଦେଖିବାକୁ ଚାହୁଁ ନ ଥିବାରୁ ତାଲିବାନ ସହ ଶାନ୍ତି ଆଲୋଚନା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଇସ୍‌ଲାମିକ୍‌ ଗୋଷ୍ଠୀକୁ ବିରୋଧ କରିବା ପାଇଁ ଦରକାର ପଡ଼ିଲେ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ସେ ଚେତାବନୀ ଦେଇଛନ୍ତି। ଗତ ସପ୍ତାହରେ ବାଗ୍‌ଲାନ ପ୍ରଦେଶର ବାନୋ, ଦେହ ସାଲେହ, ପୁଲ୍‌-ଇ-ହେସାର ଜିଲାକୁ ସ୍ଥାନୀୟ ମିଲିଶିଆ ଗୋଷ୍ଠୀ ଦଖଲ କରିଥିଲେ। ଅଗଷ୍ଟ ୧୫ରେ ତାଲିବାନର କାବୁଲ ଦଖଲ ପରେ ଏହାକୁ ପ୍ରଥମ ସଶସ୍ତ୍ର ପ୍ରତିରୋଧ ବୋଲି ବିବେଚନା କରାଯାଉଛି। ସୋମବାର ତାଲିବାନ ଫୋର୍ସ ୩ ଜିଲାକୁ ପୁଣି ଛଡ଼ାଇ ନେଇ ପଞ୍ଜଶିର ନିକଟ ବଡ଼ାଖଶାନ, ତଖାର ଓ ଆନ୍ଦ୍ରାରବରେ ନିଜ ସ୍ଥିତି ମଜଭୁଦ କରିଛନ୍ତି। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ଏନେଇ ଟୁଇଟ୍‌ କରିଛନ୍ତି। ପଞ୍ଜଶିରକୁ ତାଲିବାନ ତିନିପଟୁ ଘେରିଯାଇଛି। ମାସୁଦଙ୍କ ପୁଅ ଆଉ ପ୍ରତିରୋଧ କରିପାରିବେ ନାହିଁ। ତାଙ୍କର ଆଉ ସମର୍ଥନ ବଳ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?