ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ: ବିନା ପୁରୁଷ ଅଭିଭାବକରେ ବିମାନରେ ଯାତ୍ରା ମନା

କାବୁଲ,୨୯ ।୩: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ତାଲିବାନର ଶାସନ ବେଳକୁ ବେଳ କଠୋର ହୋଇ ଚାଲିଛି । ଯାହା ଅନୁମାନ କରାଯାଉଥିଲା ଏବେ ତାହାହିଁ ଘଟୁଥିବା ପରିଲକ୍ଷିତ ହେଉଛି । ବିଶେଷ କରି ମହିଳାଙ୍କ ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇ ଚାଲିଛି ତାଲିବାନ । ନିକଟରେ ତାଲିବାନର ଆଉ ଏକ ତୋଗଲକି ଶାସନ ଦେଖିବାକୁ ମିଳିଛି । ଏହା ହେଉଛି ଏବେ ମହିଳାମାନେ ଏକେଲା ବିମାନ ଯାତ୍ରା କରିପାରିବେ ନାହିଁ ।
ସୂଚନା ଅନୁଯାୟୀ, ଆଫଗାନ ଏୟାର ଲାଇନ୍ସର ଅଧିକାରୀମାନେ କହିଛନ୍ତି, ରବିବାର କେତେଜଣ ମହିଳାଙ୍କୁ କାବୁଲ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିଲା କାରଣ ସେମାନଙ୍କ ସହ କେହି ପୁରୁଷ ଅଭିଭାବକ ନ ଥିଲେ । ସେମାନଙ୍କୁ କୁହାଯାଇଥିଲା କି ସେମାନେ ବିନା ପୁରୁଷ ଅଭିଭାବକରେ ଯାତ୍ରା କରିପାରିବେ ନାହିଁ । ଏହାର କାରଣ ପଚାରିବାରୁ ଉତ୍ତର ମିଳିଥିଲା ଏହା ତାଲିବାନର ନିର୍ଦ୍ଦେଶ । ଅନ୍ୟପଟେ ଏମିତି କେତେଜଣ ମହିଳାଙ୍କୁ ଅଧିକାରୀମାନେ ଯାତ୍ରା କରିବାକୁ ଦେଇ ନ ଥିଲେ ଯେଉଁମାନଙ୍କ ନିକଟରେ ଦୁଇଟି ଦେଶର ନାଗରିକତା ରହିଥିଲା ।
ରିପୋର୍ଟ ଅନୁଯାୟୀ, ବିମାନବନ୍ଦର ମୁଖ୍ୟ ଓ ପୋଲିସ ମୁଖ୍ୟଙ୍କ ପୋଷ୍ଟ ନିକଟରେ ଏବେ ତାଲିବାନର ଇସଲାମ ମୌଲବି ଜଗି ରହିଛନ୍ତି । ଉଭୟ ଶନିବାର ଏୟାରଲାଇନ୍ସ ଅଧକାରୀଙ୍କ ସହ ଏକ ବୈଠକ କରିଥିଲେ । ଏଥିରେ ନିଷ୍ପତ୍ତି ନିଆଯାଇଥିଲା କି କୌଣସି ମହିଳା ୭୨ କିଲୋମିଟରରୁ ଅଧିକ ଯାତ୍ରା ଏକେଲା କରିପାରିବେ ନାହିଁ । ସେମାନେ ସାଥିରେ ଜଣେ ପୁରୁଷ ଅଭିଭାବକଙ୍କୁ ନେବା ଜରୁରୀ । ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ଏହାପରେ ବିମାନ ବନ୍ଦର ଅଧିକାରୀ ଏହାକୁ ପାଳନ କରିବା ଆରମ୍ଭ କରିଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri