ସାମାଜିକ କାର୍ଯ୍ୟରେ ଶାନ୍ତି ମିଳେ

୮୦ ଦଶକରେ ବର୍ତ୍ତମାନ ଭଳି ନିଯୁକ୍ତି ସୁଯୋଗ ନ ଥିଲା। ତେଣୁ ଉଚ୍ଚ ଶିକ୍ଷା ଶେଷ ପରେ ପାରିବାରିକ ବ୍ୟବସାୟରେ ମନୋନିବେଶ କରିବାକୁ ଜେଜେବାପା ପରାମର୍ଶ ଦେଇଥିଲେ। ବୁଦ୍ଧରାଜ ଗ୍ରୁପ୍‌ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ପ୍ରକଳ୍ପଗୁଡ଼ିକୁ ସଫଳତାର ସହ ସମ୍ପୂର୍ଣ୍ଣ କରି ସୁନାମ ଅର୍ଜିଥିଲା। ବୁଦ୍ଧରାଜ ପରିବାରର ବ୍ୟବସାୟକୁ ଆଉ ଗୋଟିଏ ସୋପାନ ଆଗକୁ ନେଇ ନାରାୟଣୀ ଗ୍ରୁପ୍‌ ପ୍ରତିଷ୍ଠା କରିଥିଲେ ପୁରୁଷୋତ୍ତମ ବୁଦ୍ଧରାଜ। ସେ ନାରାୟଣୀ ଗ୍ରୁପ୍‌ର ସଫଳ ଯାତ୍ରା ସମ୍ପର୍କରେ ଧରିତ୍ରୀ ସହ ଅନେକ କଥା ଶେୟାର କରିଛନ୍ତି।

ନାରାୟଣୀ ଗ୍ରୁପର ଯାତ୍ରା କିଭଳି ଜାରି ରହିଛି?
ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷ କରି ବାପାଙ୍କ ସହ ପାରିବାରିକ ବ୍ୟବସାୟରେ ଯୋଗଦେଇଥିଲି। ଦୀର୍ଘ ବର୍ଷର ବ୍ୟବସାୟିକ ଅଭିଜ୍ଞତା ସାଙ୍ଗକୁ ଲୋକ ସମ୍ପର୍କ ରଖି ପାରଦର୍ଶିତା ପ୍ରଦର୍ଶନ କରିଥିଲି। ୨୦୦୪ରେ ମାରୁତି କମ୍ପାନୀ ପକ୍ଷରୁ ଡିଲରଶିପ୍‌ କାରବାରର ସୁଯୋଗ ମିଳିଥିଲା। ନାରାୟଣୀ ମୋଟର୍ସର ଯାତ୍ରା ଆରମ୍ଭ କରି ୧୮ ବର୍ଷ ମଧ୍ୟରେ ଅନେକ ସଫଳତା ମିଳିଛି। ଗୋଟିଏ ପରେ ଗୋଟିଏ ଶାଖା ସମ୍ପ୍ରସାରଣ କରିଚାଲିଛି। ପ୍ରମୁଖ ବଜାର ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ନାରାୟଣୀ ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ଯେଉଁ ଆଶା ନେଇ ଗାଡ଼ି ବ୍ୟବସାୟରେ ପାଦ ଦେଇଥିଲି, ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦରେ ସେଥିରେ ଅନେକ ଆଗକୁ ଯାଇଛି।
ଅଟୋମୋବାଇଲ ବ୍ୟବସାୟ ଆଗରେ ଥିବା ସମସ୍ୟାର ସମାଧାନ ପାଇଁ କ’ଣ କରିବାକୁ ପଡୁଛି?
୨୦୨୦ ପର୍ଯ୍ୟନ୍ତ ଗାଡ଼ିକୁ ମଧ୍ୟମ ବର୍ଗ ପରିବାର ବଡ଼ ସମ୍ପତ୍ତି ବୋଲି ବିବେଚନା କରୁଥିଲେ। ହେଲେ ୨୦୨୦ ମାର୍ଚ୍ଚ ପରେ ଅଟୋମୋବାଇଲ କ୍ଷେତ୍ର ପାଇଁ କୋଭିଡ୍‌ ମହାମାରୀ ଅନେକ ସମସ୍ୟା ଆଣିଥିଲା। ଗାଡ଼ିର ଚାହିଦା ଥିଲେ ମଧ୍ୟ କୋଭିଡ୍‌ ଯୋଗୁ କମ୍ପାନୀଗୁଡ଼ିକର ଉତ୍ପାଦନ ଓ ଯୋଗାଣ ବ୍ୟାପକ ହ୍ରାସ ଘଟିଥିଲା। ସେହି ସମୟରେ ବିଭିନ୍ନ ଯନ୍ତ୍ରାଂଶ, ଆଲୁମିନିୟମ୍‌ ଏବଂ ତମ୍ବା ସାମଗ୍ରୀର ଦର ବୃଦ୍ଧି ହୋଇଥିଲା। ଭାରତ-ଚାଇନା ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ଫଳରେ ଯନ୍ତ୍ରାଂଶ ଓ ସେମିକଣ୍ଡକ୍ଟର ଅଭାବ ଯୋଗୁ ଯାନ ନିର୍ମାଣ ହୋଇପାରୁନାହିଁ। ସେହିଭଳି କୋଭିଡ୍‌ କଟକଣା ସାଙ୍ଗକୁ ଶ୍ରମିକ ଅଭାବୀ ମଧ୍ୟ କମ୍ପାନୀ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏସବୁ ଭିତରେ ବର୍ତ୍ତମାନ ଗାଡ଼ି ବ୍ୟବସାୟ ଏକପ୍ରକାର ମାନ୍ଦା ରହିଛି। ତେବେ ଆଗକୁ ପୂର୍ବାବସ୍ଥା ଫେରିବା ଆଶା ରହିଛି। ସେହିପରି ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ସାଙ୍ଗକୁ ବିଳମ୍ବରେ ହେଉ ପଛେ ସେମାନଙ୍କ ଚାହିଦା ପୂରଣ କରାଯାଉଛି। ଲୋକସମ୍ପର୍କ ଓ ପ୍ରତିଷ୍ଠାନର ପରିଚୟ ଯୋଗୁ ବ୍ୟବସାୟ ତିଷ୍ଠି ରହିଛି।
ଆପଣଙ୍କର ଆଗାମୀ ଯୋଜନା କ’ଣ ରହିଛି?
ଇଲେକ୍ଟ୍ରିକ୍‌ ଭେହିକିଲ (ଇଭି)କୁ ନେଇ ଏବେ ସରକାର ସକାରାତ୍ମକ ଯୋଜନା କରୁଛନ୍ତି। ତୈଳ ଦର ବୃଦ୍ଧି ସାଙ୍ଗକୁ ପରିବେଶ ସୁରକ୍ଷା ପାଇଁ ସବୁ ସ୍ତରରେ କାର୍ଯ୍ୟ କରାଯାଉଛି। ଏହାକୁ ନଜରରେ ରଖି ଅନ୍ତର୍ଜାତୀୟ ସ୍ତରର ଇଭି ନିର୍ମାତାଙ୍କ ସହଯୋଗରେ ଭୁବନେଶ୍ୱରରେ ଏକ ଶୋ’ରୁମ୍‌ ପ୍ରତିଷ୍ଠା ଯୋଜନା ରହିଛି। ତା’ ସହ ରାଜ୍ୟର ପ୍ରଥମ ନେକ୍ସାର ସର୍ଭିସିଂ ସେଣ୍ଟର ମଧ୍ୟ ଭୁବନେଶ୍ୱରରେ ଖୋଲାଯିବ। ସେହିଭଳି ନାରାୟଣୀ ମୋଟର୍ସର ବିଭିନ୍ନ ଶୋ’ରୁମ୍‌ ସମ୍ପ୍ରସାରଣ ଯୋଜନା ମଧ୍ୟ ରହିଛି।
ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି ?
ବ୍ୟବସାୟରେ ପ୍ରତିଯୋଗିତା ରହିଥିବାରୁ ସମୟ ବାହାର କରିବା କଷ୍ଟକର। ଏହା ଭିତରେ ସୁବିଧା ଦେଖି ଉଭୟ ବ୍ୟବସାୟିକ ଓ ପରିଭ୍ରମଣ କାର୍ଯ୍ୟରେ ଦେଶ ବିଦେଶ ଯିବାକୁ ଭଲ ଲାଗେ।
ପରିବାର ଓ ପ୍ରତିଷ୍ଠାନ ମଧ୍ୟରେ ସମନ୍ବୟ କିଭଳି ରଖୁଛନ୍ତି?
ପରିବାର ଓ ପ୍ରତିଷ୍ଠାନ ପାଇଁ ସମାନ ସମୟ ଦେଇ କର୍ତ୍ତବ୍ୟ ତୁଲାଇବାକୁ ଚେଷ୍ଟା କରିଥାଏ। ସବୁ ସ୍ତରରେ ଉଭୟ ପକ୍ଷର ସହଯୋଗ ଓ ସହାୟତା ମିଳିଆସିଛି। ବିଶେଷକରି ଘରେ ରହିଲେ ବାହାର ଓ ଭିତରର ଅନେକ କାର୍ଯ୍ୟରେ ମୁଁ ନିଜକୁ ନିୟୋଜିତ କରିଥାଏ। ସେହିଭଳି ଅଫିସ ଆସିଲେ ସବୁ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତର୍ଜମା କରିଥାଏ।
ସାମାଜିକ କାର୍ଯ୍ୟରେ ଯୋଗଦେବାର ରହସ୍ୟ କ’ଣ ?
ଆମ ଘରର ଆଉ ଏକ ପରିଚୟ ରହିଛି। ବିଭିନ୍ନ ସାମାଜିକ ସଂସ୍ଥାର ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟରେ ମଧ୍ୟ ଆମ ପରିବାରର ସହଯୋଗ ରହିଆସିଛି। ସେସବୁ ଦୃଷ୍ଟିରୁ ପରିବାର ସଦସ୍ୟ ସଂସ୍ଥାଗୁଡ଼ିକ ସହ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡିତ। ସାମାଜିକ କାର୍ଯ୍ୟରେ ସାମିଲ ହେଲେ ଶାନ୍ତି ମିଳେ। ତେଣୁ ମୁଁ ଅନେକ ସାମାଜିକ ଅନୁଷ୍ଠାନ ଓ କାର୍ଯ୍ୟରେ ସାମିଲ ରହୁଛି।
ସଫଳତାର ଶ୍ରେୟ କାହାକୁ ଦେବେ?
ସଫଳତା ଦିନକ ମଧ୍ୟରେ ମିଳି ନ ଥାଏ। ସଫଳତା ପାଇବାକୁ ହେଲେ ଶ୍ରେଷ୍ଠ ଉଦ୍ୟମ ଲୋଡ଼ା। ବାପା ଓ ଜେଜେବାପାଙ୍କ ଆଶୀର୍ବାଦରୁ ଆଜି ପର୍ଯ୍ୟନ୍ତ ମୋତେ ଆଉ ମୋର ପ୍ରତିଷ୍ଠାନକୁ ସଫଳତା ମିଳିଛି। ଭଗବାନଙ୍କ ଆଶୀର୍ବାଦ ସହିତ ସହକର୍ମୀଙ୍କ ବିଶ୍ୱାସ, ଭରସା ଓ ଭଲ ପାଇବାରୁ ଏଭଳି ଫଳ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌...

ବ୍ଲିଙ୍କିଟ୍‌ ସହ ଏନ୍‌ଏସ୍‌ଡିସିର ବୁଝାମଣା

ଭୁବନେଶ୍ୱର,୩।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ବ୍ଲିଙ୍କିଟ୍‌ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ରୋଜଗାର...

ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି।...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ...

ବାତ୍ୟା: ୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୩।୧୨(ଅନିଲ ଦାସ)ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ଶନିବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି....

ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ...

ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ...

ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri