ତାଲିବାନ୍‌: ବଦଳୁଛି ଭାରତର ନୀତି

କାବୁଲ,୧ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ନେଇ ତାଲିବାନର ପକ୍ଷ ମଜଭୁତ ହେବାରେ ଲାଗିଥିବା ବିଶ୍ୱ ସମୁଦାୟ ମାନିନେଇଛି। ପଡ଼ୋଶୀ ଦେଶର ପରିବର୍ତ୍ତିତ ବାସ୍ତବତାକୁ ସ୍ବୀକାର କରିବା ସହ ଭାରତ ମଧ୍ୟ ତାଲିବାନକୁ ଗୁରୁତ୍ୱ ଦେବାରେ ଲାଗିଛି। ଭିତ୍ତିଭୂମି ବିକାଶ, ଯାତାୟାତ ଓ ସୁରକ୍ଷା କ୍ଷେତ୍ରରେ ଭାରତ ପକ୍ଷରୁ ଆଫଗାନିସ୍ତାନରେ ବିପୁଳ ଅର୍ଥ ନିବେଶ କରାଯାଇଥିବାରୁ ତାଲିବାନ ସହ ପଛଦ୍ୱାର ଦେଇ ଆଲୋଚନାରେ ନୂଆଦିଲ୍ଲୀ ବ୍ୟସ୍ତ। ଏକ ଆକଳନ ଅନୁସାରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବାର୍ଷିକ ପ୍ରାୟ ୧.୫ ଅରବ ଡଲାର ବାଣିଜି୍ୟକ କାରବାର ଚାଲିଛି। ଆଫଗାନିସ୍ତାନର ବିଭିନ୍ନ ପ୍ରକଳ୍ପରେ ଭାରତ ପ୍ରାୟ ୩ ବିଲିୟନ୍‌ ଡଲାର ଖର୍ଚ୍ଚ କରୁଛି।

ଆଫଗାନିସ୍ତାନରୁ ଦୀର୍ଘ ୨ ଦଶନ୍ଧି ପରେ ଫେରୁଛି ଆମେରିକା ସେନା। ଆସନ୍ତା ସେପ୍ଟେମ୍ବର ୧୧ ସୁଦ୍ଧା ସମସ୍ତ ସୈନ୍ୟ ଆମେରିକାକୁ ଫେରିଯିବେ। ଏହି ସୈନ୍ୟ ପ୍ରତ୍ୟାହାରକୁ ନେଇ ସେଠାରେ ଅନେକ କିଛି ବଦଳିବା ସହ ତାଲିବାନ ମଜଭୁତ ହେବାରେ ଲାଗିଛି। ଆଫଗାନିସ୍ତାନର ୪ ପ୍ରମୁଖ ସହରକୁ ତାଲିବାନ ଘେରି ରହିଥିବାବେଳେ ଆଫଗାନ୍‌ ନ୍ୟାଶନାଲ ଆର୍ମି ଓ ପୋଲିସ ବଳ ଭ୍ରଷ୍ଟାଚାର ତଥା ଦୁର୍ବଳ ମାନସିକତାରୁ ମୁକୁଳିପାରି ନାହାନ୍ତି। ଇତିମଧ୍ୟରେ ତାଲିବାନ ୫୦ ଜିଲାକୁ ଦଖଲ କରିସାରିଲାଣି। କାବୁଲଠାରୁ ମିଳୁଥିବା ସହାୟତା ହ୍ରାସ ଯୋଗୁ ସୁରକ୍ଷା ବଳ ମୂଳରୁ ହିଁ ତାଲିବାନ ଆଗରେ ଆମତ୍ସମର୍ପଣ କରିଛି। ଯେଉଁମାନେ ଲଢ଼େଇ କରିବାକୁ ଚାହଁୁଛନ୍ତି, ସେମାନେ ଆତଙ୍କବାଦୀଙ୍କ ଆମତ୍ଘାତୀ କାର୍‌ ବିସ୍ଫୋରଣ ଏବଂ ଆଇଇଡି ବ୍ଲାଷ୍ଟକୁ ସାମ୍ନା କରିବାକୁ ଅସମର୍ଥ। ପଡ଼ୋଶୀ ଦେଶରେ ଭାରତ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ୟ ଜାରି ରହିଥିବାରୁ ତାଲିବାନ ଆତଙ୍କବାଦୀମାନେ ସେଗୁଡ଼ିକୁ ଟାର୍ଗେଟ କରିବା ଆଶଙ୍କା ରହିଛି। ଫଳରେ ଭାରତ ପକ୍ଷରୁ ନିବେଶ କରାଯାଉଥିବା ପ୍ରାୟ ୩ ବିଲିୟନ୍‌ ଡଲାର ବାଜିରେ ଲାଗିଛି। ନିକଟରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟର ୨ ବରିଷ୍ଠ ଅଧିକାରୀ ଯୋଗେଶ ଗୁପ୍ତା ଓ ନିରଞ୍ଜନ ଦେଶାଇ ତାଲିବାନ ନେତାଙ୍କୁ ଭେଟିବା ପାଇଁ କାତାର ରାଜଧାନୀ ଦୋହାକୁ ଯାଇଥିଲେ। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ୨ ସପ୍ତାହରେ ୨ ଥର ଦୋହା ଗସ୍ତ କରି କାତାରର ଶୀର୍ଷ ନେତାଙ୍କୁ ଭେଟିଥିଲେ। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏନେଇ ନୀରବ ଥିବାବେଳେ ତାଲିବାନ ସହ ଭାରତ ଯୋଗାଯୋଗ ଆରମ୍ଭ କରିଥିବା କାତାରରେ ମୁଖ୍ୟ ବାର୍ତ୍ତାକାର ସୁତଲାକ୍‌ ବିନ୍‌ ମାଜିଦ ଓ ଅଲ୍‌ କହତାନି ସ୍ପଷ୍ଟ କରିଛନ୍ତି।

ଫେରିଗଲେ ଶେଷ ଜର୍ମାନ ସୈନ୍ୟ

ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ପ୍ରାୟ ୨୦ ବର୍ଷ ଧରି ମୁତୟନ ଥିବା ଜର୍ମାନୀର ସମସ୍ତ ସୈନ୍ୟ ସେଠାରୁ ବିଦାୟ ନେଇଛନ୍ତି। ଆଫଗାନିସ୍ତାନରେ ଥିବା ଜର୍ମାନୀର ଶେଷ ସୈନ୍ୟ ମଙ୍ଗଳବାର ସନ୍ଧ୍ୟାରେ କାବୁଲ ଛାଡ଼ିଥିବା ଏହାର ପ୍ରତିରକ୍ଷା ମନ୍ତ୍ରୀ ଆନେଗ୍ରେଟ କ୍ରାମ୍ପ୍‌-କାରେନ୍‌ବୁଏର୍‌ କହିଛନ୍ତି। ୨୦୦୧ରୁ ଆଫଗାନିସ୍ତାନରେ ମୁତୟନ ରହିଥିବା ୧,୫୦,୦୦୦ରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ଆନେଗ୍ରେଟ୍‌ ଧନ୍ୟବାଦ ଜଣାଇଛନ୍ତି। ଗତ ମେ’ରୁ ଆମେରିକା ନେତୃତ୍ୱାଧୀନ ନାଟୋ ସେନା ପ୍ରତ୍ୟାହାର ଆରମ୍ଭ ହୋଇଥିଲା।

ଭାରତୀୟଙ୍କୁ ଆକ୍ରମଣ,
ହତ୍ୟା, ଅପହରଣ ଭୟ

ଆଫଗାନିସ୍ତାନ ବିଶ୍ୱର ସବୁଠୁ ବିପଜ୍ଜନକ ଦେଶରେ ପରିଣତ ହୋଇଛି। ସେଠାରେ ଥିବା ଭାରତୀୟମାନଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ସେମାନଙ୍କୁ ଅପହରଣ, ଆତଙ୍କବାଦୀ ଆକ୍ରମଣ ଓ ହତ୍ୟା କରାଯାଇପାରେ। ତେଣୁ ସତର୍କ ରହିବା ପାଇଁ କାବୁଲସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ପକ୍ଷରୁ ସତର୍କତା ଜାରି କରାଯାଇଛି।
ଭାରତ ପକ୍ଷରୁ ୩ ବିଲିୟନ୍‌ ଡଲାର ଖର୍ଚ୍ଚ କରାଯାଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉଛି। ସେଠାରେ ବର୍ତ୍ତମାନ ୩,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତ ପକ୍ଷରୁ ଆଫଗାନିସ୍ତାନରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକରେ ନିୟୋଜିତ ଥିବା ଇଞ୍ଜିନିୟର ଓ କର୍ମଚାରୀ। ଭାରତୀୟ ଦୂତାବାସ ପକ୍ଷରୁ ଜାରି ୧୩ ସୂତ୍ରୀ ଆଡ୍‌ଭାଇଜରିରେ କୁହାଯାଇଛି ଯେ, ଆଫଗାନିସ୍ତାନରେ ରହୁଥିବା, ସେଠାକୁ ଯାଉଥିବା ଓ କାର୍ଯ୍ୟରତ ଭାରତୀୟମାନେ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସତର୍କ ରହିବା ଉଚିତ। ଦେଶର ବିଭିନ୍ନ ଭାଗରେ ହିଂସା ଲାଗି ରହିଥିବାରୁ ସେମାନେ ସମସ୍ତ ପ୍ରକାର ଅଣଜରୁରୀ ଯାତ୍ରା ବାତିଲ କରନ୍ତୁ। କାରଣ ସେମାନଙ୍କୁ ଅପହରଣ, ଆକ୍ରମଣ ଓ ହତ୍ୟାର ଶିକାର ହେବାକୁ ପଡ଼ିପାରେ। ଦେଶର ଅନେକ ପ୍ରଦେଶରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଆଫଗାନିସ୍ତାନର ପ୍ରତିରକ୍ଷା ଓ ସୁରକ୍ଷା ବଳ, ସରକାର ତଥା ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏଥିରୁ ଭାରତୀୟ ନାଗରିକ ବାଦ୍‌ ପଡ଼ିନାହାନ୍ତି। ସେମାନଙ୍କ ପ୍ରତି ଅପହରଣ ଭୟ ଅଧିକ ରହିଛି। ବିଶେଷକରି ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଦୂରେଇ ରହିବାକୁ ଏଥିରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri