ତାଲିବାନ୍‌: ବଦଳୁଛି ଭାରତର ନୀତି

କାବୁଲ,୧ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ନେଇ ତାଲିବାନର ପକ୍ଷ ମଜଭୁତ ହେବାରେ ଲାଗିଥିବା ବିଶ୍ୱ ସମୁଦାୟ ମାନିନେଇଛି। ପଡ଼ୋଶୀ ଦେଶର ପରିବର୍ତ୍ତିତ ବାସ୍ତବତାକୁ ସ୍ବୀକାର କରିବା ସହ ଭାରତ ମଧ୍ୟ ତାଲିବାନକୁ ଗୁରୁତ୍ୱ ଦେବାରେ ଲାଗିଛି। ଭିତ୍ତିଭୂମି ବିକାଶ, ଯାତାୟାତ ଓ ସୁରକ୍ଷା କ୍ଷେତ୍ରରେ ଭାରତ ପକ୍ଷରୁ ଆଫଗାନିସ୍ତାନରେ ବିପୁଳ ଅର୍ଥ ନିବେଶ କରାଯାଇଥିବାରୁ ତାଲିବାନ ସହ ପଛଦ୍ୱାର ଦେଇ ଆଲୋଚନାରେ ନୂଆଦିଲ୍ଲୀ ବ୍ୟସ୍ତ। ଏକ ଆକଳନ ଅନୁସାରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବାର୍ଷିକ ପ୍ରାୟ ୧.୫ ଅରବ ଡଲାର ବାଣିଜି୍ୟକ କାରବାର ଚାଲିଛି। ଆଫଗାନିସ୍ତାନର ବିଭିନ୍ନ ପ୍ରକଳ୍ପରେ ଭାରତ ପ୍ରାୟ ୩ ବିଲିୟନ୍‌ ଡଲାର ଖର୍ଚ୍ଚ କରୁଛି।

ଆଫଗାନିସ୍ତାନରୁ ଦୀର୍ଘ ୨ ଦଶନ୍ଧି ପରେ ଫେରୁଛି ଆମେରିକା ସେନା। ଆସନ୍ତା ସେପ୍ଟେମ୍ବର ୧୧ ସୁଦ୍ଧା ସମସ୍ତ ସୈନ୍ୟ ଆମେରିକାକୁ ଫେରିଯିବେ। ଏହି ସୈନ୍ୟ ପ୍ରତ୍ୟାହାରକୁ ନେଇ ସେଠାରେ ଅନେକ କିଛି ବଦଳିବା ସହ ତାଲିବାନ ମଜଭୁତ ହେବାରେ ଲାଗିଛି। ଆଫଗାନିସ୍ତାନର ୪ ପ୍ରମୁଖ ସହରକୁ ତାଲିବାନ ଘେରି ରହିଥିବାବେଳେ ଆଫଗାନ୍‌ ନ୍ୟାଶନାଲ ଆର୍ମି ଓ ପୋଲିସ ବଳ ଭ୍ରଷ୍ଟାଚାର ତଥା ଦୁର୍ବଳ ମାନସିକତାରୁ ମୁକୁଳିପାରି ନାହାନ୍ତି। ଇତିମଧ୍ୟରେ ତାଲିବାନ ୫୦ ଜିଲାକୁ ଦଖଲ କରିସାରିଲାଣି। କାବୁଲଠାରୁ ମିଳୁଥିବା ସହାୟତା ହ୍ରାସ ଯୋଗୁ ସୁରକ୍ଷା ବଳ ମୂଳରୁ ହିଁ ତାଲିବାନ ଆଗରେ ଆମତ୍ସମର୍ପଣ କରିଛି। ଯେଉଁମାନେ ଲଢ଼େଇ କରିବାକୁ ଚାହଁୁଛନ୍ତି, ସେମାନେ ଆତଙ୍କବାଦୀଙ୍କ ଆମତ୍ଘାତୀ କାର୍‌ ବିସ୍ଫୋରଣ ଏବଂ ଆଇଇଡି ବ୍ଲାଷ୍ଟକୁ ସାମ୍ନା କରିବାକୁ ଅସମର୍ଥ। ପଡ଼ୋଶୀ ଦେଶରେ ଭାରତ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ୟ ଜାରି ରହିଥିବାରୁ ତାଲିବାନ ଆତଙ୍କବାଦୀମାନେ ସେଗୁଡ଼ିକୁ ଟାର୍ଗେଟ କରିବା ଆଶଙ୍କା ରହିଛି। ଫଳରେ ଭାରତ ପକ୍ଷରୁ ନିବେଶ କରାଯାଉଥିବା ପ୍ରାୟ ୩ ବିଲିୟନ୍‌ ଡଲାର ବାଜିରେ ଲାଗିଛି। ନିକଟରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟର ୨ ବରିଷ୍ଠ ଅଧିକାରୀ ଯୋଗେଶ ଗୁପ୍ତା ଓ ନିରଞ୍ଜନ ଦେଶାଇ ତାଲିବାନ ନେତାଙ୍କୁ ଭେଟିବା ପାଇଁ କାତାର ରାଜଧାନୀ ଦୋହାକୁ ଯାଇଥିଲେ। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ୨ ସପ୍ତାହରେ ୨ ଥର ଦୋହା ଗସ୍ତ କରି କାତାରର ଶୀର୍ଷ ନେତାଙ୍କୁ ଭେଟିଥିଲେ। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏନେଇ ନୀରବ ଥିବାବେଳେ ତାଲିବାନ ସହ ଭାରତ ଯୋଗାଯୋଗ ଆରମ୍ଭ କରିଥିବା କାତାରରେ ମୁଖ୍ୟ ବାର୍ତ୍ତାକାର ସୁତଲାକ୍‌ ବିନ୍‌ ମାଜିଦ ଓ ଅଲ୍‌ କହତାନି ସ୍ପଷ୍ଟ କରିଛନ୍ତି।

ଫେରିଗଲେ ଶେଷ ଜର୍ମାନ ସୈନ୍ୟ

ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ପ୍ରାୟ ୨୦ ବର୍ଷ ଧରି ମୁତୟନ ଥିବା ଜର୍ମାନୀର ସମସ୍ତ ସୈନ୍ୟ ସେଠାରୁ ବିଦାୟ ନେଇଛନ୍ତି। ଆଫଗାନିସ୍ତାନରେ ଥିବା ଜର୍ମାନୀର ଶେଷ ସୈନ୍ୟ ମଙ୍ଗଳବାର ସନ୍ଧ୍ୟାରେ କାବୁଲ ଛାଡ଼ିଥିବା ଏହାର ପ୍ରତିରକ୍ଷା ମନ୍ତ୍ରୀ ଆନେଗ୍ରେଟ କ୍ରାମ୍ପ୍‌-କାରେନ୍‌ବୁଏର୍‌ କହିଛନ୍ତି। ୨୦୦୧ରୁ ଆଫଗାନିସ୍ତାନରେ ମୁତୟନ ରହିଥିବା ୧,୫୦,୦୦୦ରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ଆନେଗ୍ରେଟ୍‌ ଧନ୍ୟବାଦ ଜଣାଇଛନ୍ତି। ଗତ ମେ’ରୁ ଆମେରିକା ନେତୃତ୍ୱାଧୀନ ନାଟୋ ସେନା ପ୍ରତ୍ୟାହାର ଆରମ୍ଭ ହୋଇଥିଲା।

ଭାରତୀୟଙ୍କୁ ଆକ୍ରମଣ,
ହତ୍ୟା, ଅପହରଣ ଭୟ

ଆଫଗାନିସ୍ତାନ ବିଶ୍ୱର ସବୁଠୁ ବିପଜ୍ଜନକ ଦେଶରେ ପରିଣତ ହୋଇଛି। ସେଠାରେ ଥିବା ଭାରତୀୟମାନଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ସେମାନଙ୍କୁ ଅପହରଣ, ଆତଙ୍କବାଦୀ ଆକ୍ରମଣ ଓ ହତ୍ୟା କରାଯାଇପାରେ। ତେଣୁ ସତର୍କ ରହିବା ପାଇଁ କାବୁଲସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ପକ୍ଷରୁ ସତର୍କତା ଜାରି କରାଯାଇଛି।
ଭାରତ ପକ୍ଷରୁ ୩ ବିଲିୟନ୍‌ ଡଲାର ଖର୍ଚ୍ଚ କରାଯାଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉଛି। ସେଠାରେ ବର୍ତ୍ତମାନ ୩,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତ ପକ୍ଷରୁ ଆଫଗାନିସ୍ତାନରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକରେ ନିୟୋଜିତ ଥିବା ଇଞ୍ଜିନିୟର ଓ କର୍ମଚାରୀ। ଭାରତୀୟ ଦୂତାବାସ ପକ୍ଷରୁ ଜାରି ୧୩ ସୂତ୍ରୀ ଆଡ୍‌ଭାଇଜରିରେ କୁହାଯାଇଛି ଯେ, ଆଫଗାନିସ୍ତାନରେ ରହୁଥିବା, ସେଠାକୁ ଯାଉଥିବା ଓ କାର୍ଯ୍ୟରତ ଭାରତୀୟମାନେ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସତର୍କ ରହିବା ଉଚିତ। ଦେଶର ବିଭିନ୍ନ ଭାଗରେ ହିଂସା ଲାଗି ରହିଥିବାରୁ ସେମାନେ ସମସ୍ତ ପ୍ରକାର ଅଣଜରୁରୀ ଯାତ୍ରା ବାତିଲ କରନ୍ତୁ। କାରଣ ସେମାନଙ୍କୁ ଅପହରଣ, ଆକ୍ରମଣ ଓ ହତ୍ୟାର ଶିକାର ହେବାକୁ ପଡ଼ିପାରେ। ଦେଶର ଅନେକ ପ୍ରଦେଶରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଆଫଗାନିସ୍ତାନର ପ୍ରତିରକ୍ଷା ଓ ସୁରକ୍ଷା ବଳ, ସରକାର ତଥା ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏଥିରୁ ଭାରତୀୟ ନାଗରିକ ବାଦ୍‌ ପଡ଼ିନାହାନ୍ତି। ସେମାନଙ୍କ ପ୍ରତି ଅପହରଣ ଭୟ ଅଧିକ ରହିଛି। ବିଶେଷକରି ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଦୂରେଇ ରହିବାକୁ ଏଥିରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?