କାବୁଲରେ ତାଲିବାନ

ତାଲିବାନ ଅଗଷ୍ଟ ୧୫ରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଅକ୍ତିଆର କରି ରାଷ୍ଟ୍ରପତି ଭବନକୁ ହାତକୁ ନେଇଯିବା ପରେ ଦେଶର ନାଗରିକ ପୁଣି ଭିନ୍ନ ଏକ ଯୁଗକୁ ଠେଲି ହୋଇଯାଇଛନ୍ତି। ଆମେରିକା ଓ ପାଶ୍ଚାତ୍ୟ ସେନା ଆଫଗାନିସ୍ତାନରୁ ଅପସରି ଯିବା ପରେ ଯୁଦ୍ଧ ଶେଷ ହେଲା ବୋଲି ତାଲିବାନ ଘୋଷଣା କରିଛି। ଇତିମଧ୍ୟରେ ରାଷ୍ଟ୍ରପତି ଅଶ୍ରଫ୍‌ ଘନି ଦେଶ ଛାଡ଼ି ପଳାଇ ଯାଇଛନ୍ତି। ଅନ୍ୟପକ୍ଷରେ ତାଲିବାନର ପରିଚିତ ଚେହେରା ତଥା ରାଜନୈତିକ ମୁଖ୍ୟ ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି କୁହାଗଲାଣି। ଏଭଳି ସ୍ଥଳେ ଆଫଗାନିସ୍ତାନ ନାଗରିକଙ୍କ ଦୁଃଖ ବହୁଗୁଣ ବଢ଼ିଯିବା ସ୍ବାଭାବିକ।
ଏହି ପରିପ୍ରେକ୍ଷୀରେ ଇତିହାସକୁ ଦେଖିଲେ ଆମେରିକାର ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଓ ଓ୍ବାଶିଂଟନ୍‌ ଡିସିସ୍ଥିତ ଆମେରିକାର ପ୍ରତିରକ୍ଷା କାର୍ଯ୍ୟାଳୟ ‘ପେଣ୍ଟାଗନ’ ଉପରେ ଓସାମା ବିନ୍‌ ଲାଡେନଙ୍କ ନେତୃତ୍ୱରେ ଅଲ୍‌-କାଏଦା ୧୧ ସେପ୍ଟେମ୍ବର ୨୦୦୧ରେ ଉଡ଼ାଜାହାଜରେ ଆକ୍ରମଣ କରିଥିଲା। ୯/୧୧ ଭାବେ ପ୍ରସିଦ୍ଧ ଏହି ଦିବସ ଆମେରିକାକୁ ଥରହର କରିଦେଇଥିଲା। ଏହି ଆକ୍ରମଣରେ ୨,୯୭୭ ଲୋକଙ୍କର ପ୍ରାଣହାନି ଘଟିଥିଲା। ଏହା କେବଳ ଆମେରିକା ନୁହେଁ, ପାଶ୍ଚାତ୍ୟ ସମାଜକୁ ମୁସଲ୍‌ମାନ ଜଗତ ପ୍ରତି ଭୟ ସୃଷ୍ଟି କରିଥିଲା। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ୨ୟ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ସହଯୋଗୀ ଦେଶଗୁଡ଼ିକ ସହ ମିଶି ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲେ। ସେତେବେଳର ଆକ୍ରମଣର କାରଣ ଦର୍ଶାଇବାକୁ ଯାଇ କୁହାଯାଇଥିଲା ଯେ, ୧୯୯୬ ମସିହାଠାରୁ ଆଫଗାନିସ୍ତାନ ଉପରେ ଶାସନ କରୁଥିବା ତାଲିବାନ ଗୋଷ୍ଠୀ ଦ୍ୱାରା ଅଲ୍‌-କାଏଦା ଏବଂ ତା’ର ନେତା ଓସାମା ବିନ୍‌ ଲାଡେନଙ୍କୁ ସମର୍ଥନ ଓ ସୁରକ୍ଷା ଦିଆଯାଉଛି। ମୁଲ୍ଲା ଉମାରଙ୍କ ନେତୃତ୍ୱରେ ପରିଚାଳିତ ଆଫଗାନିସ୍ତାନର ତାଲିବାନ ସରକାର ସେତେବେଳର ଆକ୍ରମଣକୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲା। ଅଧିକାଂଶ ସହରାଞ୍ଚଳକୁ ଛାଡ଼ି ସବୁ ତାଲିବାନ ଯୋଦ୍ଧା ଉପାନ୍ତ ଅଞ୍ଚଳକୁ ଖସି ପଳାଇଥିଲେ। ପରବର୍ତ୍ତୀ ସମୟରେ ମୁଲ୍ଲା ଉମାରଙ୍କୁ ଠାବ କରାଯାଇପାରି ନ ଥିଲା। ପାକିସ୍ତାନର ଆବଟ୍ଟାବାଦଠାରେ ଲୁଚି ରହିଥିବା ଓସାମାଙ୍କୁ ୨୦୧୧ରେ ଆମେରିକାର ନେଭି ସିଲ୍‌ ହତ୍ୟା କରିଥିଲା। ଇତିମଧ୍ୟରେ ଆଫଗାନିସ୍ତାନର ଅନେକ କଥା ଉପର ତଳ ହୋଇଯାଇଛି। ସେଠାରେ ବଞ୍ଚିଥିବା ନାଗରିକଙ୍କ ପାଇଁ ସବୁବେଳେ ଦୁଃଖ ଓ କଷ୍ଟ ଲାଗିରହିଥିବା ଭଳି ବାହାରୁ ଜଣାପଡ଼େ।
ଏଠାରେ ତାଲିବାନ ବିରୋଧରେ ଅନେକ କଥା କହିବା ଭଳି ଅଛି। ସେମାନଙ୍କର ଇସ୍‌ଲାମୀୟ ଜେହାଦୀ ମନୋଭାବକୁ ବିଶେଷକରି ମହିଳା, ଶିଶୁ ଓ ବୃଦ୍ଧଙ୍କ ପାଇଁ କୌଣସି ସାମାଜିକ ସମ୍ମାନ କିମ୍ବା ସ୍ଥାନ ରଖାଯାଇ ନାହିଁ। ଅପରପକ୍ଷରେ ଆମେରିକା ଓ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସହିତ ମିଶିଥିବା ତଥାକଥିତ ସରକାର ଓ ତା’ର ସେନା ଏବଂ ପୋଲିସର କାର୍ଯ୍ୟକଳାପ ମଧ୍ୟ କୌଣସି ଭାବେ ଊଣା ନୁହେଁ। ଉଦାହରଣ ସ୍ବରୂପ ‘ବଚ୍ଚାବାଜି’କୁ ଦେଖାଯାଇପାରେ। ସୈନ୍ୟବାହିନୀର କର୍ତ୍ତୃପକ୍ଷ, ପୋଲିସବାଲା ଏବଂ ଆଫଗାନିସ୍ତାନର ପୂର୍ବତନ ସରକାରକୁ ସମର୍ଥନ କରୁଥିବା ଅଣଆନୁଷ୍ଠାନିକ ସଶସ୍ତ୍ର ବାହିନୀର ସଦସ୍ୟମାନେ ଅଳ୍ପ ବୟସ୍କ ସୁନ୍ଦର ପୁଅପିଲାଙ୍କୁ ଯୌନ ଅତ୍ୟାଚାର କରୁଥିଲେ। ଏହି ଅସ୍ବାଭାବିକ ଅନ୍ୟାୟ ପ୍ରତି ପାଶ୍ଚାତ୍ୟ ମିଳିତ ସେନାର କୌଣସି ଅଧିକାରୀ ସ୍ବର ଉତ୍ତୋଳନ କରୁ ନ ଥିଲେ। ଭାରତରେ ଆମେ ସାଧାରଣତଃ ପାଶ୍ଚାତ୍ୟ ଗଣମାଧ୍ୟମର ମତ ଦ୍ୱାରା ପ୍ରଭାବିତ ହୋଇଥାଉ। ସେଥିପାଇଁ ବଚ୍ଚାବାଜି ଭଳି ଜଘନ୍ୟ ସାମାଜିକ ପ୍ରଥାକୁ ଭାରତୀୟମାନେ ଦୃଷ୍ଟି ପକାନ୍ତି ନାହିଁ।
ବର୍ତ୍ତମାନକୁ ଦେଖିଲେ ତାଲିବାନର ପୁନର୍ଜନ୍ମ ଏକ ନୂଆ ବିପଦ ସୃଷ୍ଟି କରିପାରେ। କାରଣ ପ୍ରଥମେ ତାଲିବାନ ଏବଂ ପରବର୍ତ୍ତୀ ସମୟରେ ଇସ୍‌ଲାମିକ୍‌ ଷ୍ଟେଟ୍ସ (ଆଇଏସ୍‌)ର ପତନ ପରେ, ବିଶ୍ୱବ୍ୟାପୀ, ଇସ୍‌ଲାମୀୟ ଆତଙ୍କବାଦରେ ହ୍ରାସ ଘଟିଛି। ଆତଙ୍କବାଦ ବିରୋଧରେ ବିଧିବଦ୍ଧ ଲଢ଼େଇ ଆରମ୍ଭ ହେଲା ୯/୧୧ ପରେ। ଏହାର ପ୍ରଥମ ପ୍ରତୀକ ଥିଲା ତାଲିବାନ ବିରୋଧୀ ଅଭିଯାନ। ଆମେରିକାର ଦୀର୍ଘ ଦୁଇ ଦଶନ୍ଧିର ଉପସ୍ଥିତି ସତ୍ତ୍ୱେ ଏବେ ତାଲିବାନ ବଞ୍ଚିରହିବା ଓ ପୁନର୍ବାର ଆଫଗାନିସ୍ତାନକୁ ଅକ୍ତିଆର କରିବା ବିଭିନ୍ନ ଅନ୍ତର୍ଜାତୀୟ ସଙ୍କେତ ଦେଇପାରେ। ତାଲିବାନ ଦ୍ୱାରା ପ୍ରୋତ୍ସାହିତ ନୂଆ ଆତଙ୍କବାଦୀ ଇସ୍‌ଲାମୀୟ ସଙ୍ଗଠନ ଗଢ଼ିଉଠିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାଦ୍ୱାରା କେବଳ ପାଶ୍ଚାତ୍ୟ ରାଷ୍ଟ୍ର ନୁହେଁ, ଆଫଗାନିସ୍ତାନର ପଡ଼ୋଶୀ ଦେଶଗୁଡ଼ିକ ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri