ରାସ୍ତାରେ ମୃତଦେହ ଝୁଲାଇଲା ତାଲିବାନ୍‌

ହେରତ୍‌, ୨୬ା୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ରୁର ଶାସନର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ୪ ଅପହରଣ ଅଭିଯୁକ୍ତଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ତାଲିବାନ୍‌ ବିଭିନ୍ନ ସହରର ମୁଖ୍ୟ ରାସ୍ତାରେ ଝୁଲାଇ ଦେଇଛି। ସେଥିମଧ୍ୟରୁ ଗୋଟିଏ ମୃତଦେହ ହେରତ୍‌ ସହର ମୁଖ୍ୟ ଛକରେ ଝୁଲାଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
କହିବା ଅନୁଯାୟୀ ତାଲିବାନୀମାନେ ହେରତ୍‌ ମୁଖ୍ୟଛକକୁ ୪ଟି ମୃତଦେହ ନେଇ ଆସିଥିଲେ। ଏକ ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପରେ ମୃତଦେହଗୁଡ଼ିକୁ ହେରତ୍‌କୁ ଅଣାଯାଇଥିଲା। ସେଠାରେ ଗୋଟିଏକୁ କ୍ରେନ୍‌ ଦ୍ୱାରା ଝୁଲାଇଦେବା ପରେ ଅନ୍ୟ ୩ ମୃତଦେହକୁ ଅନ୍ୟାନ୍ୟ ଛକକୁ ନିଆଯାଇଥିଲା। ହେରତରେ ଥିବା ତାଲିବାନ୍‌ ପୋଲିସ ମୁଖ୍ୟ ଜିଆଉଲହକ୍‌ ଜଲାଲି କହିଛନ୍ତି, ଏକ ବାପ-ପୁଅଙ୍କୁ ଅଭିଯୁକ୍ତମାନେ ଅପହରଣ କରୁଥିବାବେଳେ ପୋଲିସ ଉପରକୁ ସେମାନେ ଗୁଳି ଚଳାଇଥିଲେ। ପାଲଟା ଗୁଳିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ତାଲିବାନ୍‌କୁ ଟାର୍ଗେଟ କରି ଶନିବାର ନଙ୍ଗରହାରରେ ଏକ କାର୍‌ ଉପରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି।

ତାଲିବାନ୍‌ର ମିଡିଆ ବିରୋଧୀ ଆଇନ

ଆଫଗାନିସ୍ତାନରେ ଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ଆଇନ ଆଣିଛି ତାଲିବାନ୍‌। ମିଡିଆ ସଂସ୍ଥାଗୁଡ଼ିକ ପାଇଁ ତାଲିବାନ୍‌ ୧୧ ନିୟମ ମାନିବା ବାଧ୍ୟତାମୂଳକ କରିଛି। ନୂଆ ନିୟମରେ ଇସ୍‌ଲାମ ବିରୋଧୀ କିମ୍ବା ଜାତୀୟ ବ୍ୟକ୍ତିବିଶେଷଙ୍କକୁ ଅପମାନିତ କରୁଥିବା ଭଳି ରିପୋର୍ଟ ପ୍ରକାଶନ ଉପରେ କଟକଣା ଲଗାଯାଇଛି। ଏଥି ସହିତ ସାମ୍ବାଦିକ ଓ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା କରି ଖବର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ନ ମାନିଲେ ସମ୍ପୃକ୍ତ ସଂସ୍ଥା ଓ ଖବରଦାତାଙ୍କୁ ଦଣ୍ଡିତ କରାଯିବ ବୋଲି କୁହାଯାଇଛି।
ସ୍ଥିତ ପ୍ରେସ୍‌ ଫ୍ରିଡମ୍‌ ସଂସ୍ଥାର ଜଣେ ବରିଷ୍ଠ ସଦସ୍ୟ ଷ୍ଟିଭେନ ବଟଲର କହିଛନ୍ତି, ଆଫଗାନିସ୍ତାନରେ ଖବରଦାତାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶତାଧିକ ଆଫଗାନ୍‌ ଖବରଦାତାଙ୍କ ସହାୟତା ପାଇଁ ତାଙ୍କ ସଂସ୍ଥାକୁ ଇ-ମେଲ୍‌ କରୁଛନ୍ତି। ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ଅଶ୍ରଫ ଗନିଙ୍କ ସରକାର ହଟିବା ପରେ ଦୈନିକ କାର୍ଯ୍ୟକ୍ରମ ଜାରି ରଖିବା ଓ କର୍ମଚାରୀଙ୍କୁ ଦରମା ଦେବାରେ ଅସୁବିଧା ଯୋଗୁ ୧୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି। ତାଲିବାନ୍‌ କ୍ରମାଗତ ଭାବରେ ଗଣମାଧ୍ୟମର ‘ସୂଚନା ଅଧିକାର’ରେ ହସ୍ତକ୍ଷେପ କରୁଥିବାରୁ ଯାହା ସାମ୍ବାଦିକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାବାଦ୍‌ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଅନେକ ପ୍ରମୁଖ ଖବରକାଗଜ ସଂସ୍ଥା ମୁଦ୍ରଣ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।

ଆଫଗାନ୍‌ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେଉ ପାକ୍‌: ମାଲାଲା

ଆଫଗାନିସ୍ତାନରେ ମହିଳା ଅଧିକାରର ସୁରକ୍ଷା ପାଇଁ ପାକିସ୍ତାନ ଦୃଢ଼ ପଦକ୍ଷେପ ନେଉ ବୋଲି ନୋବେଲ ବିଜେତା ତଥା ପାକିସ୍ତାନୀ ସାମାଜିକ କାର୍ଯ୍ୟକର୍ତ୍ତା ମାଲାଲା ୟୁସୁଫଜାଇ କହିଛନ୍ତି। ଜାତିସଂଘରେ ଶାନ୍ତିଦୂତ ଥିବା ମଲାଲା ଝିଅଙ୍କ ଭବିଷ୍ୟତ ଗଠନ ପାଇଁ ସହଯୋଗ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି, ପାକିସ୍ତାନ ଆଫଗାନିସ୍ତାନର ପଡ଼ୋଶୀ ଦେଶ। ଆଫଗାନିସ୍ତାନରେ ଆତଙ୍କବାଦ ଓ କଠୋରପନ୍ଥୀ କାର୍ଯ୍ୟକଳାପ ପାକିସ୍ତାନ ସୀମା ପର୍ଯ୍ୟନ୍ତ ଲମ୍ବିଥିବା ସମସ୍ତେ ଜାଣନ୍ତି। ଏହା ପାକିସ୍ତାନରେ ମଧ୍ୟ ମହିଳାଙ୍କ ଅଧିକାରକୁ ପ୍ରଭାବିତ କରୁଛି। ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ପ୍ରସଙ୍ଗ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଠାଇଛନ୍ତି। ଏ ଦିଗରେ ପାକିସ୍ତାନ କାର୍ଯ୍ୟକରି ପ୍ରତିଶ୍ରୁତି ରଖିବ ବୋଲି ଆଶା ରହିଥିବା ମାଲାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?