ରାସ୍ତାରେ ମୃତଦେହ ଝୁଲାଇଲା ତାଲିବାନ୍‌

ହେରତ୍‌, ୨୬ା୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ରୁର ଶାସନର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ୪ ଅପହରଣ ଅଭିଯୁକ୍ତଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ତାଲିବାନ୍‌ ବିଭିନ୍ନ ସହରର ମୁଖ୍ୟ ରାସ୍ତାରେ ଝୁଲାଇ ଦେଇଛି। ସେଥିମଧ୍ୟରୁ ଗୋଟିଏ ମୃତଦେହ ହେରତ୍‌ ସହର ମୁଖ୍ୟ ଛକରେ ଝୁଲାଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
କହିବା ଅନୁଯାୟୀ ତାଲିବାନୀମାନେ ହେରତ୍‌ ମୁଖ୍ୟଛକକୁ ୪ଟି ମୃତଦେହ ନେଇ ଆସିଥିଲେ। ଏକ ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପରେ ମୃତଦେହଗୁଡ଼ିକୁ ହେରତ୍‌କୁ ଅଣାଯାଇଥିଲା। ସେଠାରେ ଗୋଟିଏକୁ କ୍ରେନ୍‌ ଦ୍ୱାରା ଝୁଲାଇଦେବା ପରେ ଅନ୍ୟ ୩ ମୃତଦେହକୁ ଅନ୍ୟାନ୍ୟ ଛକକୁ ନିଆଯାଇଥିଲା। ହେରତରେ ଥିବା ତାଲିବାନ୍‌ ପୋଲିସ ମୁଖ୍ୟ ଜିଆଉଲହକ୍‌ ଜଲାଲି କହିଛନ୍ତି, ଏକ ବାପ-ପୁଅଙ୍କୁ ଅଭିଯୁକ୍ତମାନେ ଅପହରଣ କରୁଥିବାବେଳେ ପୋଲିସ ଉପରକୁ ସେମାନେ ଗୁଳି ଚଳାଇଥିଲେ। ପାଲଟା ଗୁଳିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ତାଲିବାନ୍‌କୁ ଟାର୍ଗେଟ କରି ଶନିବାର ନଙ୍ଗରହାରରେ ଏକ କାର୍‌ ଉପରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି।

ତାଲିବାନ୍‌ର ମିଡିଆ ବିରୋଧୀ ଆଇନ

ଆଫଗାନିସ୍ତାନରେ ଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ଆଇନ ଆଣିଛି ତାଲିବାନ୍‌। ମିଡିଆ ସଂସ୍ଥାଗୁଡ଼ିକ ପାଇଁ ତାଲିବାନ୍‌ ୧୧ ନିୟମ ମାନିବା ବାଧ୍ୟତାମୂଳକ କରିଛି। ନୂଆ ନିୟମରେ ଇସ୍‌ଲାମ ବିରୋଧୀ କିମ୍ବା ଜାତୀୟ ବ୍ୟକ୍ତିବିଶେଷଙ୍କକୁ ଅପମାନିତ କରୁଥିବା ଭଳି ରିପୋର୍ଟ ପ୍ରକାଶନ ଉପରେ କଟକଣା ଲଗାଯାଇଛି। ଏଥି ସହିତ ସାମ୍ବାଦିକ ଓ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା କରି ଖବର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ନ ମାନିଲେ ସମ୍ପୃକ୍ତ ସଂସ୍ଥା ଓ ଖବରଦାତାଙ୍କୁ ଦଣ୍ଡିତ କରାଯିବ ବୋଲି କୁହାଯାଇଛି।
ସ୍ଥିତ ପ୍ରେସ୍‌ ଫ୍ରିଡମ୍‌ ସଂସ୍ଥାର ଜଣେ ବରିଷ୍ଠ ସଦସ୍ୟ ଷ୍ଟିଭେନ ବଟଲର କହିଛନ୍ତି, ଆଫଗାନିସ୍ତାନରେ ଖବରଦାତାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶତାଧିକ ଆଫଗାନ୍‌ ଖବରଦାତାଙ୍କ ସହାୟତା ପାଇଁ ତାଙ୍କ ସଂସ୍ଥାକୁ ଇ-ମେଲ୍‌ କରୁଛନ୍ତି। ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ଅଶ୍ରଫ ଗନିଙ୍କ ସରକାର ହଟିବା ପରେ ଦୈନିକ କାର୍ଯ୍ୟକ୍ରମ ଜାରି ରଖିବା ଓ କର୍ମଚାରୀଙ୍କୁ ଦରମା ଦେବାରେ ଅସୁବିଧା ଯୋଗୁ ୧୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି। ତାଲିବାନ୍‌ କ୍ରମାଗତ ଭାବରେ ଗଣମାଧ୍ୟମର ‘ସୂଚନା ଅଧିକାର’ରେ ହସ୍ତକ୍ଷେପ କରୁଥିବାରୁ ଯାହା ସାମ୍ବାଦିକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାବାଦ୍‌ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଅନେକ ପ୍ରମୁଖ ଖବରକାଗଜ ସଂସ୍ଥା ମୁଦ୍ରଣ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।

ଆଫଗାନ୍‌ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେଉ ପାକ୍‌: ମାଲାଲା

ଆଫଗାନିସ୍ତାନରେ ମହିଳା ଅଧିକାରର ସୁରକ୍ଷା ପାଇଁ ପାକିସ୍ତାନ ଦୃଢ଼ ପଦକ୍ଷେପ ନେଉ ବୋଲି ନୋବେଲ ବିଜେତା ତଥା ପାକିସ୍ତାନୀ ସାମାଜିକ କାର୍ଯ୍ୟକର୍ତ୍ତା ମାଲାଲା ୟୁସୁଫଜାଇ କହିଛନ୍ତି। ଜାତିସଂଘରେ ଶାନ୍ତିଦୂତ ଥିବା ମଲାଲା ଝିଅଙ୍କ ଭବିଷ୍ୟତ ଗଠନ ପାଇଁ ସହଯୋଗ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି, ପାକିସ୍ତାନ ଆଫଗାନିସ୍ତାନର ପଡ଼ୋଶୀ ଦେଶ। ଆଫଗାନିସ୍ତାନରେ ଆତଙ୍କବାଦ ଓ କଠୋରପନ୍ଥୀ କାର୍ଯ୍ୟକଳାପ ପାକିସ୍ତାନ ସୀମା ପର୍ଯ୍ୟନ୍ତ ଲମ୍ବିଥିବା ସମସ୍ତେ ଜାଣନ୍ତି। ଏହା ପାକିସ୍ତାନରେ ମଧ୍ୟ ମହିଳାଙ୍କ ଅଧିକାରକୁ ପ୍ରଭାବିତ କରୁଛି। ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ପ୍ରସଙ୍ଗ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଠାଇଛନ୍ତି। ଏ ଦିଗରେ ପାକିସ୍ତାନ କାର୍ଯ୍ୟକରି ପ୍ରତିଶ୍ରୁତି ରଖିବ ବୋଲି ଆଶା ରହିଥିବା ମାଲାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri