ତାଲିବାନ ସରକାରଙ୍କ ନୂଆ ନିର୍ଦ୍ଦେଶ, ଘରୋଇ ବିଶ୍ୱିଦ୍ୟାଳୟରେ ମହିଳାଙ୍କୁ ମିଳିବନି ପଞ୍ଜିକରଣ ଅନୁମତି

କାବୁଲ,୨୯ ।୧: ଆଫଗାନିସ୍ତାନର ତାଲିବାନ ସରକାର ଘରୋଇ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କୁ ବୟସ୍କ ହେବା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷାରେ ପଞ୍ଜିକରଣ ଅନୁମତି ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆସୋସିଏଶନ ଅଫ ପ୍ରାଇଭେଟ ୟୁନିଭର୍ସିଟି କହିଛି, ଯେ ତାଲିବାନର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଏକ ଚିଠି ଲେଖି ମହିଳାଙ୍କ ନାମ ଲେଖାକୁ ସ୍ଥଗିତ ରଖିବାକୁ କହିଛନ୍ତି । ଏହି ଚିଠିରେ ଦର୍ଶାଯାଇଛି ଯେ ପରବର୍ତ୍ତି ସୂଚନା ନ ମିଳିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ପଞ୍ଜିକରଣ ଅନୁମତି ଦିଆଯିବ ନାହିଁ । ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, ଘରୋଇ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ସରକାର ଅଲଗା ପରୀକ୍ଷା କରିଥାଆନ୍ତି, ଯାହାର ପରିଚାଳନା ଉଚ୍ଚଶିକ୍ଷା ମନ୍ତ୍ରଣାଳୟ କରିଥାଏ । ପ୍ରତିବର୍ଷ ମନ୍ତ୍ରଣାଳୟ ପ୍ରବେଶିକା ପରୀକ୍ଷାର ତାରିଖ ସ୍ଥିର କରିଥାଏ । ସୂଚନଯୋଗ୍ୟ, ଗତବର୍ଷ ୨୦ ଡିସେମ୍ବରରେ ତାଲିବାନ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ସାର୍ବଜନିକ ଓ ଘରୋଇ ବିଶ୍ୱିଦ୍ୟାଳୟରେ ମହିଳାଙ୍କ ଶିକ୍ଷାକୁ ବିରୋଧ କରିଥିଲା । ଏହି ପ୍ରତିବନ୍ଧକ ପରେ ଆମେରିକା, ବ୍ରିଟେନ, ଫ୍ୟାନ୍ସ, ଜର୍ମାନୀ, କାନାଡା, ଜାପାନ, ନେଦରଲ୍ୟାଣ୍ଡସ, ସ୍ପେନ, ସ୍ୱିଜରଲ୍ୟାଣ୍ଡ ଓ ୟରୋପୀୟ ସଂଘ ତାଲିବାନକୁ ଏମିତି ନ କରିବାକୁ ଚେତାବନୀ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri