ପଞ୍ଜଶିରରେ ପତାକା ଉଡ଼ାଇଲା ତାଲିବାନ୍‌

କାବୁଲ, ୭ା୯: ତାଲିବାନ୍‌ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଥିବା ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନିଆଯାଇଥିବା ଘୋଷଣା କରିଛିି ତାଲିବାନ୍‌। ଏହି ପ୍ରଦେଶ ଉପରେ ବିଜୟ ହାସଲ ହୋଇଥିବା ତାଲିବାନ୍‌ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୋମବାର ଦାବି କରିବା ସହ ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହେଲା ବୋଲି କହିଛନ୍ତି। ପଞ୍ଜଶିର ରାଜ୍ୟପାଳ ଅଫିସ୍‌ରେ ତାଲିବାନୀ ନେତା ସେମାନଙ୍କ ପତାକା ଉଡ଼ାଇଛନ୍ତି। ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଜାରି ହୋଇଛି। ଅନ୍ୟପକ୍ଷରେ ତାଲିବାନ୍‌ର ଏହି ଦାବିକୁ ପୁଣି ଖଣ୍ଡନ କରିଛି ନ୍ୟାଶନାଲ ରେଜିଷ୍ଟାନ୍ସ ଫୋର୍ସ (ଏନ୍‌ଆର୍‌ଏଫ୍‌)। ପ୍ରତିରୋଧୀ ବଳ ଅପରାଜେୟ ଏବଂ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ତାଲିବାନ୍‌ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଏନ୍‌ଆର୍‌ଏଫ୍‌ର ନେତୃତ୍ୱ ନେଉଥିବା ପଞ୍ଜଶିରର ସିଂହ ଅହମ୍ମଦ ମାସୁଦ୍‌ ଏକ ଫେସ୍‌ବୁକ୍‌ ପୋଷ୍ଟରେ କହିଛନ୍ତି। ପ୍ରତିରୋଧୀ ବଳ ବିରୋଧରେ ତାଲିବାନ୍‌ ଯୁଦ୍ଧ ନ କରି ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇକୁ ଏଥିପାଇଁ ନିୟୋଜିତ କରିଛି ବୋଲି ସେ ପ୍ରକାଶ କରିଛନ୍ତି। ଯୁଦ୍ଧ ବିରତି ଓ ଆଲୋଚନା ପାଇଁ ପ୍ରତିରୋଧୀ ବଳ ପକ୍ଷରୁ ତାଲିବାନ୍‌କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ତାଲିବାନ୍‌ ଏହାକୁ ଅଗ୍ରାହ୍ୟ କରିଦେଇଥିଲା। ତାଲିବାନ୍‌ ଲଢ଼ୁଆମାନେ ପଞ୍ଜଶିରକୁ ଘେରାଉ ଜାରି ରଖିଥିବାବେଳେ ରବିବାର ରାତିରେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଏଥିରେ ଏନ୍‌ଆରଏଫ୍‌ର
ଚିଫ୍‌ କମାଣ୍ଡର ସାଲେହ ମହମ୍ମଦ ରେଗିସ୍ତାନିଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ପ୍ରତିରୋଧୀ ବଳର ମୁଖପାତ୍ର ଫହିମ୍‌ ଦାସ୍ତି ଏବଂ ମାସୁଦ୍‌ଙ୍କ ଭାଇ ସାହିବ୍‌ ଅବଦୁଲ୍‌ ଓ୍ବାଦୁଦ୍‌ ଜୋହର୍‌ ନିହତ ହୋଇଛନ୍ତି। ପ୍ରତିରୋଧୀ ବଳ ପାଇଁ ଏହା ଏକ ବଡ଼ କ୍ଷତି। ପଞ୍ଜଶିରରୁ ପ୍ରମୁଖ ଅପ୍‌ଡେଟ୍‌ ଦେବା ସହ ତାଲିବାନ୍‌ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଫହିମ୍‌ ଟୁଇଟ କରିଆସୁଥିଲେ। ପଞ୍ଜଶିରରେ ତାଲିବାନ୍‌ ବିରୋଧରେ ଲଢ଼ୁଥିବା ମାସୁଦ୍‌ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଦେଶ ଛାଡ଼ି ତାଜିକିସ୍ତାନ ପଳାଇ ଯାଇଥିବା ଜାବିହୁଲ୍ଲା କହିଛନ୍ତି। ଏହାକୁ ମଧ୍ୟ ସାଲେହ ଖଣ୍ଡନ କରିଛନ୍ତି। ସେ ପଞ୍ଜଶିରରେ ଅଛନ୍ତି ଏବଂ ତାଲିବାନ୍‌ ସହ ଲଢ଼େଇ ଚାଲିଛି ବୋଲି ସାଲେହ କହିଛନ୍ତି। ମାସୁଦ୍‌ଙ୍କ ଘରକୁ ମଧ୍ୟ ତାଲିବାନ୍‌ ନିୟନ୍ତ୍ରଣକୁ ନେବା ସହ ତାଙ୍କ ପରିବାରର ଅନେକଙ୍କୁ ହତ୍ୟା କରିଛି। ସେପଟେ ପଞ୍ଜଶିରରେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଇସ୍‌ଲାମିଷ୍ଟ ବିରୋଧରେ ଯୁଦ୍ଧକୁ ଓହ୍ଲାଇଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଜାବିହୁଲ୍ଲା ପ୍ରତିଶ୍ରୁତି ଦେଇଛନ୍ତି। ଏଣିକି ଆଫଗାନିସ୍ତାନରେ କୌଣସି ପ୍ରକାର ଯୁଦ୍ଧକୁ ଅନୁମତି ମିଳିବ ନାହିଁ। ଯଦି ଏହା ବିରୋଧରେ ଯାଇ କେହି ଅସ୍ତ୍ରଶସ୍ତ୍ର ଉଠାନ୍ତି ତେବେ ସେମାନଙ୍କୁ ଦେଶର ଶତ୍ରୁ ବୋଲି ବିବେଚନା କରାଯାଇ ଦଣ୍ଡବିଧାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ତାଲିବାନ୍‌ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଦଖଲ କରିବା ସହ ପଞ୍ଜଶିରକୁ ଛାଡ଼ି ଅନ୍ୟ ସମସ୍ତ ପ୍ରଦେଶକୁ ନିଜ ଅକ୍ତିଆରକୁ ନେଇଥିଲା। କିନ୍ତୁ ପଞ୍ଜଶିରରେ ତାଲିବାନ୍‌କୁ ଘୋର ବିରୋଧର ସାମ୍‌ନା କରିବାକୁ ପଡ଼ିଛି। ପ୍ରତିରୋଧୀ ବଳ ସହ ଲଢ଼େଇରେ ତାଲିବାନ୍‌ର ଶତାଧିକ ଲଢ଼ୁଆ ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?