କ୍ୟାବିନେଟ ସମ୍ପ୍ରସାରଣ କଲା ତାଲିବାନ୍‌

କାବୁଲ, ୨୨ା୯: ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ ମଙ୍ଗଳବାର କ୍ୟାବିନେଟ ସମ୍ପ୍ରସାରଣ କରିଛି। ବିଭିନ୍ନ ବିଭାଗରେ ନୂଆ ଉପମନ୍ତ୍ରୀ ସାମିଲ ହୋଇଥିବାବେଳେ ଏଥର ମଧ୍ୟ କୌଣସି ମହିଳାଙ୍କୁ ନିଆଯାଇନାହିଁ। ତାଲିବାନ୍‌ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ଏକ ଖବରଦାତା ସମ୍ମିଳନୀ କରି ଏ ନେଇ ସୂଚନା ଦେଇଛନ୍ତି। ଏଥିରେ ଧର୍ମୀୟ ସଂଖ୍ୟାଲଘୁ ଯଥା ହାଜାରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ପରେ ମହିଳାମାନଙ୍କୁ ସରକାରରେ ସ୍ଥାନ ଦିଆଯାଇପାରେ ବୋଲି ସେ କହିଛନ୍ତି। ତାଲିବାନ୍‌ ସରକାରକୁ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରଦାନ କରା ନ ଯିବାକୁ ନେଇ ଜାବିହୁଲ୍ଲା ଅସନ୍ତୋଷ ବ୍ୟକ୍ତ କରିଥିଲେ। ୟୁରୋପୀୟ, ଏସୀୟ ଏବଂ ଇସ୍‌ଲାମ ଦେଶ ସମେତ ଅନ୍ୟ ଦେଶଗୁଡ଼ିକ ତାଲିବାନ୍‌କୁ ସ୍ବୀକୃତି ଦେବା ଜାତିସଂଘର ଦାୟିତ୍ୱ ବୋଲି ସେ କହିଛନ୍ତି। ସରକାରକୁ ମହିଳା ଶୂନ୍ୟ କରିଥିଲେ ହେଁ ଛାତ୍ରୀମାନଙ୍କୁ ସ୍କୁଲକୁ ଫେରିବାକୁ ଅନୁମତି ମିଳିବ ବୋଲି ଜାବିହୁଲ୍ଲା କହିଛନ୍ତି।
ପାକିସ୍ତାନକୁ ନେଇ ଗୋଷ୍ଠୀ ବିବାଦ
ଆଫଗାନିସ୍ତାନରେ ଦ୍ୱିତୀୟ ପାଳି ସରକାର ଗଢ଼ିଥିବା ତାଲିବାନ୍‌ ଗୋଷ୍ଠୀ ମଧ୍ୟରେ ପାକିସ୍ତାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ପାକିସ୍ତାନର ବ୍ୟାପକ ହସ୍ତକ୍ଷେପ ଯୋଗୁ ତାଲିବାନ୍‌ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ତାଲିବାନ୍‌ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓମାରିଙ୍କ ନେତୃତ୍ୱରେ କାନ୍ଦାହାରରେ ଗୋଟିଏ ଗୋଷ୍ଠୀ ଥିବାବେଳେ ପାକିସ୍ତାନ ସମର୍ଥିତ ହକ୍କାନି ନେଟଓ୍ବର୍କର ସିରାଜୁଦ୍ଦିନ ହକ୍କାନିଙ୍କ ନେତୃତ୍ୱରେ ଆଉ ଗୋଟିଏ ଗୋଷ୍ଠୀ କାନ୍ଦାହାରରେ ଡେରା ଜମାଇଛନ୍ତି। ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଏବେ ବିବାଦ ଓ ମତଭେଦ ଦେଖାଦେଇଛି। ତାଲିବାନ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିବା ମୁଲ୍ଲା ୟାକୁବଙ୍କ ଗୋଷ୍ଠୀ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର କୌଣସି ହସ୍ତକ୍ଷେପ ଚାହୁଁ ନ ଥିବାବେଳେ ହକ୍କାନି ନେଟଓ୍ବର୍କ ଜରିଆରେ ପାକିସ୍ତାନ ଆଫଗାନିସ୍ତାନକୁ ନିଜ ଦଖଲରେ ରଖିବାକୁ ଚେଷ୍ଟା ଚଳାଇଛି। ତାଲିବାନ୍‌ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର କାବୁଲରେ ସଂଖ୍ୟାଲଘୁ ଏବଂ ମହିଳା ପ୍ରତିନିଧିଙ୍କୁ ନେଇ ଏକ ସମ୍ପୂର୍ଣ୍ଣ ସରକାର ଗଠନ କରିବାକୁ ଚାହୁଁଥିବାବେଳେ ହକ୍କାନି ସେଥିରେ ବାଧା ସୃଷ୍ଟି କରୁଛି। ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଢ଼ିଥିଲେ ହେଁ ଦେଶକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ହକ୍କାନି ନେଟଓ୍ବର୍କ ଚାହୁଁଛି। ଫଳରେ ଏହାକୁ ନେଇ ତାଲିବାନ୍‌ ସରକାରରେ ଅନ୍ତର୍କନ୍ଦଳ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri