କ୍ୟାବିନେଟ ସମ୍ପ୍ରସାରଣ କଲା ତାଲିବାନ୍‌

କାବୁଲ, ୨୨ା୯: ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ ମଙ୍ଗଳବାର କ୍ୟାବିନେଟ ସମ୍ପ୍ରସାରଣ କରିଛି। ବିଭିନ୍ନ ବିଭାଗରେ ନୂଆ ଉପମନ୍ତ୍ରୀ ସାମିଲ ହୋଇଥିବାବେଳେ ଏଥର ମଧ୍ୟ କୌଣସି ମହିଳାଙ୍କୁ ନିଆଯାଇନାହିଁ। ତାଲିବାନ୍‌ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ଏକ ଖବରଦାତା ସମ୍ମିଳନୀ କରି ଏ ନେଇ ସୂଚନା ଦେଇଛନ୍ତି। ଏଥିରେ ଧର୍ମୀୟ ସଂଖ୍ୟାଲଘୁ ଯଥା ହାଜାରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ପରେ ମହିଳାମାନଙ୍କୁ ସରକାରରେ ସ୍ଥାନ ଦିଆଯାଇପାରେ ବୋଲି ସେ କହିଛନ୍ତି। ତାଲିବାନ୍‌ ସରକାରକୁ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରଦାନ କରା ନ ଯିବାକୁ ନେଇ ଜାବିହୁଲ୍ଲା ଅସନ୍ତୋଷ ବ୍ୟକ୍ତ କରିଥିଲେ। ୟୁରୋପୀୟ, ଏସୀୟ ଏବଂ ଇସ୍‌ଲାମ ଦେଶ ସମେତ ଅନ୍ୟ ଦେଶଗୁଡ଼ିକ ତାଲିବାନ୍‌କୁ ସ୍ବୀକୃତି ଦେବା ଜାତିସଂଘର ଦାୟିତ୍ୱ ବୋଲି ସେ କହିଛନ୍ତି। ସରକାରକୁ ମହିଳା ଶୂନ୍ୟ କରିଥିଲେ ହେଁ ଛାତ୍ରୀମାନଙ୍କୁ ସ୍କୁଲକୁ ଫେରିବାକୁ ଅନୁମତି ମିଳିବ ବୋଲି ଜାବିହୁଲ୍ଲା କହିଛନ୍ତି।
ପାକିସ୍ତାନକୁ ନେଇ ଗୋଷ୍ଠୀ ବିବାଦ
ଆଫଗାନିସ୍ତାନରେ ଦ୍ୱିତୀୟ ପାଳି ସରକାର ଗଢ଼ିଥିବା ତାଲିବାନ୍‌ ଗୋଷ୍ଠୀ ମଧ୍ୟରେ ପାକିସ୍ତାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ପାକିସ୍ତାନର ବ୍ୟାପକ ହସ୍ତକ୍ଷେପ ଯୋଗୁ ତାଲିବାନ୍‌ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ତାଲିବାନ୍‌ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓମାରିଙ୍କ ନେତୃତ୍ୱରେ କାନ୍ଦାହାରରେ ଗୋଟିଏ ଗୋଷ୍ଠୀ ଥିବାବେଳେ ପାକିସ୍ତାନ ସମର୍ଥିତ ହକ୍କାନି ନେଟଓ୍ବର୍କର ସିରାଜୁଦ୍ଦିନ ହକ୍କାନିଙ୍କ ନେତୃତ୍ୱରେ ଆଉ ଗୋଟିଏ ଗୋଷ୍ଠୀ କାନ୍ଦାହାରରେ ଡେରା ଜମାଇଛନ୍ତି। ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଏବେ ବିବାଦ ଓ ମତଭେଦ ଦେଖାଦେଇଛି। ତାଲିବାନ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିବା ମୁଲ୍ଲା ୟାକୁବଙ୍କ ଗୋଷ୍ଠୀ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର କୌଣସି ହସ୍ତକ୍ଷେପ ଚାହୁଁ ନ ଥିବାବେଳେ ହକ୍କାନି ନେଟଓ୍ବର୍କ ଜରିଆରେ ପାକିସ୍ତାନ ଆଫଗାନିସ୍ତାନକୁ ନିଜ ଦଖଲରେ ରଖିବାକୁ ଚେଷ୍ଟା ଚଳାଇଛି। ତାଲିବାନ୍‌ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର କାବୁଲରେ ସଂଖ୍ୟାଲଘୁ ଏବଂ ମହିଳା ପ୍ରତିନିଧିଙ୍କୁ ନେଇ ଏକ ସମ୍ପୂର୍ଣ୍ଣ ସରକାର ଗଠନ କରିବାକୁ ଚାହୁଁଥିବାବେଳେ ହକ୍କାନି ସେଥିରେ ବାଧା ସୃଷ୍ଟି କରୁଛି। ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଢ଼ିଥିଲେ ହେଁ ଦେଶକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ହକ୍କାନି ନେଟଓ୍ବର୍କ ଚାହୁଁଛି। ଫଳରେ ଏହାକୁ ନେଇ ତାଲିବାନ୍‌ ସରକାରରେ ଅନ୍ତର୍କନ୍ଦଳ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?