କାବୁଲ ଚାରିପଟେ ତାଲିବାନ୍‌

କାବୁଲ୍‌,୧୫।୮: ଆଫଗାନିସ୍ତାନ ରାଜଧାନୀ କାବୁଲର ଦକ୍ଷିଣରେ ଥିବା ଲୋଗାର ପ୍ରଦେଶକୁ ତାଲିବାନ ଆତଙ୍କବାଦୀମାନେ ଦଖଲ କରିବା ସହ ଶନିବାର ମଜାର-ଇ-ଶରିଫ୍‌ ଉପରେ ଆକ୍ରମଣ ଅବ୍ୟାହତ ରଖିଛନ୍ତି। ଆମେରିକା ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବାକୁ ଆଉ ୩ ସପ୍ତାହରୁ କମ୍‌ ସମୟ ଥିବାବେଳେ ତାଲିବାନ ଦେଶର ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଭାଗର ଅଧିକାଂଶ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇସାରିଲାଣି। ଆତଙ୍କବାଦୀମାନେ ଦେଶ ଶାସନକୁ କବ୍‌ଜା କରିବା ସହ ଅନ୍ୟ ଏକ ଗୃହଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି।
କାବୁଲକୁ ତାଲିବାନ ଆତଙ୍କବାଦୀମାନେ ଚାରିପଟୁ ଘେରିଗଲେଣି। ଆତଙ୍କବାଦୀମାନେ ରାଜଧାନୀର ଯେତେ ନିକଟତର ହେଉଛନ୍ତି, ଲୋକଙ୍କ ମଧ୍ୟରେ ଆତଙ୍କ ସେତିକି ବଢ଼ିବାରେ ଲାଗିଛି। ଏବେ ରାଜଧାନୀ ଛାଡ଼ି ପଳାଇଯିବା ପାଇଁ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଏକମାତ୍ର ମାର୍ଗ। ଆକ୍ରମଣ ଭୟରେ କାବୁଲ ଛାଡ଼ିବା ପାଇଁ ବିମାନବନ୍ଦର କାଉଣ୍ଟର ଏବଂ ଟର୍ମିନାଲ ବାହାର ପାର୍କିଂ ସ୍ଥଳଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ଧାଡ଼ିରେ ଛିଡ଼ାହୋଇଥିବା ଲୋକେ ସେମାନଙ୍କ ଲଗେଜ ଓ ଅନ୍ୟାନ୍ୟ ଜିନିଷକୁ ଠେଲି ଠେଲି ନେଉଥିବା ଦେଖାଯାଇଛି। ଯେଉଁମାନେ ଟିକେଟ ପାଇଯାଉଛନ୍ତି, ସେମାନଙ୍କୁ ଭାଗ୍ୟବାନ ବିବେଚନା କରାଯାଉଛି। ଏହା ପରେ ଟର୍ମିନାଲକୁ ଯିବା ଲାଗି ଆଉ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଶେଷରେ ସମ୍ପର୍କୀୟମାନଙ୍କୁ ଅଶ୍ରୁଳ ନୟନରେ ବିଦାୟ ଦେଇ ସେମାନେ ଦେଶ ଛାଡ଼ୁଛନ୍ତି।
ଶନିବାର ତାଲିବାନ ସମ୍ପୂର୍ଣ୍ଣ ଲୋଗାର ପ୍ରଦେଶକୁ ଦଖଲ କରିବା ସହ ଏହାର ପ୍ରାଦେଶିକ ଅଧିକାରୀମାନଙ୍କୁ ଗିରଫ କରିଛି। ଆତଙ୍କବାଦୀମାନେ ଚାର୍‌ ଆସ୍ୟାବ ଜିଲାରେ ପହଞ୍ଚତ୍ଛନ୍ତି, ଯାହା କାବୁଲଠାରୁ ମାତ୍ର ୧୧ କିଲୋମିଟର ଦୂର। ଏହା ବ୍ୟତୀତ ସେମାନେ ପାକିସ୍ତାନ ସୀମାକୁ ଲାଗିଥିବା ପାକ୍‌ଟିକା ପ୍ରଦେଶର ରାଜଧାନୀ ଶାରାନାକୁ ମଧ୍ୟ କବ୍‌ଜା କରିଛନ୍ତି। ଦେଶର ଅନ୍ୟତମ ବୃହତ୍‌ ସହର ମଜାର-ଇ-ଶରିଫକୁ ଚାରିପଟୁ ଆକ୍ରମଣ କରାଯାଉଛି। ସହର ଉପକଣ୍ଠରେ ଜୋର୍‌ଦାର ଲଢ଼େଇ ଜାରି ରହିଥିବା ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ମୁନିର ଅହମଦ ଫରହାଦ କହିଛନ୍ତି।
ଶାନ୍ତି ଆଲୋଚନା ଟେବୁଲ୍‌କୁ ଆଣିବା ପାଇଁ ଇସ୍‌ଲାବା ଉପରେ ଚାପ ବଢ଼ୁଛି। କ୍ଷମତା ବଣ୍ଟନ ଲାଗି ଆଫଗାନ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କୁ ବାଦ୍‌ ଦେଇ ସରକାରଙ୍କ ସହ ତାଲିବାନର ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି। ସେପଟେ ଆଫଗାନିସ୍ତାନ ସରକାରଙ୍କ ସହ ଆଲୋଚନା ପାଇଁ ଆତଙ୍କବାଦୀ ସଂଗଠନ କଠୋର ସର୍ତ୍ତ ରଖିଛି। ସମସ୍ତ ତାଲିବାନ୍‌ ବନ୍ଦୀଙ୍କୁ ମୁକ୍ତ କରିବା ସହ ଜାତିସଂଘ ଉକ୍ତ ସଂଗଠନକୁ ଆତଙ୍କବାଦୀ ତାଲିକାରୁ ବାଦ୍‌ ଦେବାକୁ ସୁନ୍ନି ଇସ୍‌ଲାମୀୟ ସଂଗଠନ କହିଛି। ଏଥିସହିତ ମିଳିତ ସରକାରରେ ସମସ୍ତ କ୍ଷମତା ତାଲିବାନକୁ ମିଳିବା ଆବଶ୍ୟକ ବୋଲି ଉକ୍ତ ସଂଗଠନ ସର୍ତ୍ତ ବାଢ଼ିଛି। ଗତ ମାସ ୧୭ରୁ ୧୯ ମଧ୍ୟରେ ରାଷ୍ଟ୍ରପତି ଗନିଙ୍କ ସହ ତାଲିବାନ ନେତାଙ୍କ ବୈଠକ ବିଫଳ ହୋଇଥିଲା। ଗନିଙ୍କ ସହ ଆଲୋଚନା କରିବାକୁ ତାଲିବାନ ନେତାମାନେ ରାଜି ହୋଇ ନ ଥିଲେ।]

 


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri