ପ୍ରତିଭାଙ୍କୁ ମିଳିବ ପ୍ରୋତ୍ସାହନ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୨୫ା୮ – ଅନୁଗୋଳ ଜିଲାର ମେଧାବୀ, ପ୍ରତିଭାବାନ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ମିଳିବ ଅଧିକ ପ୍ରୋତ୍ସାହନ। ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଜରିଆରେ ପ୍ରତି ବ୍ଲକରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ପିଲାଙ୍କୁ ଚୟନ କରାଯାଇ ମେଡିକାଲ, ଇଞ୍ଜିନିୟରିଂ ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବିନା ମୂଲ୍ୟରେ କୋଚିଂ ଦିଆଯିବ। ଖଣି ପ୍ରଭାବିତ ଅଞ୍ଚଳର ମେଧାବୀଙ୍କୁ ଅଧିକ ପ୍ରାଧାନ୍ୟ ମିଳିବ। ପୂର୍ବରୁ ଖଣି ଅଞ୍ଚଳର ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ଭୁବନେଶ୍ୱରରେ କୋଚିଂ ଦେବାର ବ୍ୟବସ୍ଥା ଥିଲା। କିନ୍ତୁ ଆସନ୍ତା ଅକ୍ଟୋବରରୁ ଏହା ଜିଲାରେ ଦିଆଯିବ। ଏ ନେଇ ପ୍ରଶାସନ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ରୁ ଏଥିପାଇଁ ଅର୍ଥ ଖର୍ଚ୍ଚ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଅନୁଗୋଳ ଜିଲାରୁ ଅଧିକରୁ ଅଧିକ ଛାତ୍ରୀଛାତ୍ର କିପରି ନାଇଜର, ଆଇଆଇଟି, ଟ୍ରିପଲ ଆଇଟି, ଏନ୍‌ଆଇଟି, ଏମ୍ସ ଆଦି ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପଢ଼ିପାରିବେ ଓ ଦେଶ ବିଦେଶରେ ଜିଲାର ଟେକ ରଖିପାରିବେ, ସେହି ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଉଛି। ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଜିଲାର ପ୍ରତି ସ୍କୁଲ ଓ କଲେଜରୁ ମେଧା ଚୟନ କରାଯିବା ପରେ ସେମାନଙ୍କୁ ଗ୍ରୁପ୍‌ କରାଯିବ। ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ପାଇଁ ବଛା ଯାଇଥିବା ୧୦୦ ପିଲାଙ୍କୁ ଅନୁଗୋଳଠାରେ ପ୍ରଶିକ୍ଷଣ ଦିଆଯିବ। ୬ ମାସ ପର୍ଯ୍ୟନ୍ତ ପ୍ରଫେସରମାନେ ପିଲାଙ୍କୁ ଶିକ୍ଷାଦାନ କରିବେ। ସେହିଭଳି ଭାରତୀୟ ପ୍ରଶାସନିକ/ପୋଲିସ ସେବା, ଓଡ଼ିଶା ପ୍ରଶାସନିକ/ପୋଲିସ ସେବା, ବ୍ୟାଙ୍କିଙ୍ଗ, ରେଲୱେ, ସେନା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ହେଉଥିବା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ତାଳଚେରଠାରେ କୋଚିଂ ପ୍ରଦାନ କରାଯିବ। ଏଥିପାଇଁ ୬୦ ଜଣ ଛାତ୍ରୀଛାତ୍ରଙ୍କୁ ଚୟନ କରାଯିବ। ପୂର୍ବରୁ କେବଳ ଜିଲାର ଖଣି ପ୍ରଭାବିତ ଅଞ୍ଚଳର ପିଲାଙ୍କୁ ଡିଏମ୍‌ଏଫ୍‌ ଅର୍ଥରେ ଭୁବନେଶ୍ୱରଠାରେ କୋଚିଂ ପ୍ରଦାନ କରାଯାଉଥିଲା। କିନ୍ତୁ ଏଯାଏ ସେପରି କୌଣସି ବିଶେଷ ସୁଫଳ ଜିଲାକୁ ମିଳି ନାହିଁ। କେବଳ ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଜିଲା ପ୍ରଶାସନ ପକ୍ଷରୁ ବ୍ୟୟ କରାଯାଇଛି। ତେଣୁ ଜିଲା ପ୍ରଶାସନ ପକ୍ଷରୁ ପୂର୍ବ ବ୍ୟବସ୍ଥାରେ ଚଳିତବର୍ଷ ପରିବର୍ତ୍ତନ ଅଣାଯାଇଛି। କାହା ସୁପାରିସରେ ପିଲା କୋଚିଂ ନେବେ ନାହିଁ। ପ୍ରବେଶିକା ପରୀକ୍ଷା ମାଧ୍ୟମରେ ହିଁ ସେମାନଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହାଦ୍ୱାରା ମେଡିକାଲ ଓ ବୈଷୟିକ ପାଠ୍ୟକ୍ରମରେ ଛାତ୍ରୀଛାତ୍ରମାନେ ସଫଳ ହେବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନୁଗୋଳ ଜିଲାର ପିଲାମାନେ ଭଲ ପ୍ରଦର୍ଶନ କରିପାରିବେ। ଏହାଛଡ଼ା ଛାତ୍ରୀଛାତ୍ରଙ୍କ ସଫଳତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଥିବା ସଂସ୍ଥାର ଭାଗ୍ୟ ନିର୍ଦ୍ଧାରଣ କରିବ। ଯଦି ଶତପ୍ରତିଶତ ଛାତ୍ରୀଛାତ୍ର ଉନ୍ନତ ପ୍ରଦର୍ଶନ ନ କରନ୍ତି, କୋଚିଂ ଦେଉଥିବା ସଂସ୍ଥାକୁ ଅର୍ଥ ପ୍ରଦାନରେ କାଟଛାଣ୍ଟ କରାଯିବ।
ମେଧାବୀଙ୍କ ପାଇଁ ସୁଯୋଗ
ଅନୁଗୋଳ ଜିଲାରେ ମେଧାବୀଙ୍କ ଅଭାବ ନାହିଁ। କିନ୍ତୁ ଉପଯୁକ୍ତ ସୁଯୋଗ ମିଳୁ ନ ଥିବାରୁ ସେମାନେ ପଛେଇ ଯାଉଛନ୍ତି। ତେଣୁ ଉଚ୍ଚଶିକ୍ଷା ସହ ବିଭିନ୍ନ ପ୍ରବେଶିକ୍ଷା ପରୀକ୍ଷାରେ କିପରି ଉନ୍ନତ ପ୍ରଦର୍ଶନ କରିପାରିବେ, ସେଥିପାଇଁ ସେମାନଙ୍କୁ ଜିଲାରେ କୋଚିଂ ଦେବାର ବ୍ୟବସ୍ଥା ହେଉଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଅଭିନନ୍ଦନୀୟ ପଦକ୍ଷେପ
ପୂର୍ବରୁ ଜିଲାର ସ୍ବଚ୍ଛଳବର୍ଗର ପିଲାମାନେ ବାହାରକୁ ଯାଇ ଭଲ କୋଚିଂ ନେଉଥିଲେ। ଜିଲା ପ୍ରଶାସନର ଏହି ନୂଆ ଓ ଅଭିନନ୍ଦନୀୟ ପଦକ୍ଷେପ ପରେ ଅନୁଗୋଳରେ ଥିବା ସମସ୍ତ ପ୍ରତିଭାଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ। ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ଆଶା କରାଯାଉଛି।
-ପ୍ରଫେସର ଶାନ୍ତନୁ କୁମାର ସର, ଶିକ୍ଷାବିତ୍‌, ଅନୁଗୋଳ
କାର୍ଯ୍ୟକାରୀ ପରେ ଜଣାପଡ଼ିବ
ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନିଶ୍ଚିତ ସ୍ବାଗତଯୋଗ୍ୟ। କିନ୍ତୁ ଏହା କାର୍ଯ୍ୟକାରୀ ହେବା ପରେ ଜିଲାର ଛାତ୍ରୀଛାତ୍ରମାନେ କେତେ ଉପକୃତ ହେଉଛନ୍ତି ତାହା ଜଣାପଡିବ। ତେଣୁ ସେହି ସମୟ ଯାଏ ଅପେକ୍ଷା କରିବାକୁ ହେବ।
-ଆକାଶ ପ୍ରଧାନ, ଛାତ୍ର, ତାଳଚେର
ପ୍ରଶାସନର ଭଲ ପଦକ୍ଷେପ
ଜିଲାର ବହୁ ମେଧାବୀ ଛାତ୍ରୀଛାତ୍ର ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଜିଲା ବାହାରକୁ ଯାଉଛନ୍ତି। ଏହାଦ୍ୱାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଘରେ ରହି ଯଦି ସେମାନେ ଏଠାରେ ବିନା ଖର୍ଚ୍ଚରେ କୋଚିଂ ନେଇପାରିବେ, ତା’ହେଲେ ଭଲ କଥା।
-ସୁଜିତ କୁମାର ଭୂତିଆ, ଛାତ୍ର, ଗୁଣ୍ଡରିନାଳୀ, କଣିହଁା
ସ୍ବପ୍ନ ସାକାର ହେବ
ଜିଲା ଖଣିଜ ପାଣ୍ଠି ବ୍ୟବହାର କରାଯାଇ ଅନୁଗୋଳର ମେଧାବୀ ଛାତ୍ରୀଛାତ୍ରଙ୍କୁ ବୈଷୟିକ ଶିକ୍ଷା ନିମନ୍ତେ କୋଚିଂ ବ୍ୟବସ୍ଥା କରାଯିବା ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ବହୁ ଗରିବ ପିଲାଙ୍କ ଉଚ୍ଚଶିକ୍ଷା ଲାଭ କରିବାର ସ୍ବପ୍ନ ସାକାର ହୋଇପାରିବ।
-ତ୍ରିପୁରାରି ନାଥ, ଶିକ୍ଷାବିତ, ତାଳଚେର
କୋଚିଂ ସହ ନିଯୁକ୍ତି ବ୍ୟବସ୍ଥା ହେଉ
ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ତାଲିମ ଦିଆଗଲେ ମଧ୍ୟ ନିଯୁକ୍ତି ମିଳିଲାନି। ତେଣୁ ବୈଷୟିକ ଶିକ୍ଷା ପାଇଁ ବିନା ମୂଲ୍ୟରେ ଏଠାରେ କୋଚିଂ ବ୍ୟବସ୍ଥା ସହ ନିଯୁକ୍ତି ଦିଗ ଉପରେ ଧ୍ୟାନ ଦିଆଯିବା ଦରକାର।
-ବିପିନ ବିହାରୀ ସାହୁ, ରାଇପାଳ, ଛେଣ୍ଡିପଦା
ଯଥାଶୀଘ୍ର ବ୍ୟବସ୍ଥା ହେଉ
ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ଥିଲେ ମଧ୍ୟ ଜିଲାର ବହୁ ଗରିବ ଛାତ୍ରୀଛାତ୍ର କୋଚିଂ ନେଇପାରୁ ନ ଥିଲେ। ଅନୁଗୋଳରେ ଏହି ବ୍ୟବସ୍ଥା ହେଲେ ନିଶ୍ଚିତ ଭାବେ ସେମାନେ ଉପକୃତ ହୋଇପାରିବେ। ଏ ନେଇ ଜିଲା ପ୍ରଶାସନ ଶୀଘ୍ର ବ୍ୟବସ୍ଥା କରୁ।
-ଶାନ୍ତନୁ କୁମାର ମାଝି, ଛାତ୍ର, ଖମାର


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri