Posted inଜାତୀୟ

ତାଳଚେର ସାର କାରଖାନା ପ୍ରକଳ୍ପ କାର୍ଯ୍ୟ ବନ୍ଦ

ନୂଆଦିଲ୍ଲୀ,୮।୭: ଭାରତ-ଚାଇନା ଯୁଦ୍ଧ ଲଦାଖର ଗଲ୍‌ଓ୍ବାନ ଉପତ୍ୟକାରେ ହୋଇଥାଇପାରେ, କିନ୍ତୁ ତାହାର ପ୍ରଭାବ ଦୂରଦୂରାନ୍ତରେ ପଡ଼ୁଛି। ଓଡ଼ିଶାର ଦୁଇଜଣ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ ପ୍ରଥମ ୨୦ ଭାରତୀୟ ମୃତ ଯବାନଙ୍କ ମଧ୍ୟରେ ଥିବାବେଳେ ଏବେ ଦୁଇଦେଶ ମଧ୍ୟରେ ଲାଗିରହିଥିବା ତିକ୍ତତାର ପ୍ରଭାବ ଶିଳ୍ପକ୍ଷେତ୍ରରେ ମଧ୍ୟ ପଡ଼ିଛି। ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟକୁ ଏକ ଚାଇନା କମ୍ପାନୀ ଦ୍ୱାରା କରାଯିବାର ନିର୍ଣ୍ଣୟ କେନ୍ଦ୍ର ସରକାର କରିଥିଲେ। ଏବେ ମିଳିଥିବା ଖବର ଅନୁଯାୟୀ ତାଳଚେର ସାର କାରଖାନା ଏବଂ କୋଇଲା ଗ୍ୟାସିଫିକେଶନ ପ୍ରକଳ୍ପ କାମ ବନ୍ଦ ହୋଇଯାଇଛି।
୧୩,୨୭୭ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଥିବା ଏହି ପ୍ଲାଣ୍ଟର କାର୍ଯ୍ୟ ଚାଇନାର ଉହାନ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍‌କୁ ଗତ ସେପ୍ଟେମ୍ବରରେ ପ୍ରଦାନ କରାଯାଇଥିଲା। ମାତ୍ର ବିଭିନ୍ନ ବୈଷୟିକ କାରଣ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଏବେ ବନ୍ଦ ରହିଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କରୋନା ମହାମାରୀ ଯୋଗୁ ଭିଜା ସମସ୍ୟା, ଟେକ୍ନିସିଆନ, ଆବଶ୍ୟକ ଯନ୍ତ୍ରପାତି ଏବଂ ଶ୍ରମିକଙ୍କୁ ଭାରତ ଆଣି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ଉକ୍ତ କମ୍ପାନୀ ବିଭିନ୍ନ ସମସ୍ୟାର ସାମ୍ନା କରୁଛି। ଫଳରେ ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଆଗେଇ ନ ପାରି ବନ୍ଦ ହୋଇ ପଡିଥିବା ଜଣାପଡିଛି।
ସୀମାରେ ଭାରତ-ଚାଇନା ସେନା ମୁହଁାମୁହିଁ ଘଟଣା ପ୍ରକଳ୍ପ କାର୍ଯ୍ୟ ଉପରେ ପ୍ରଭାବ ପକାଇଥିବା କୁହାଯାଇଛି। ମାତ୍ର ଏହି କମ୍ପାନୀ ପ୍ରକଳ୍ପକାର୍ଯ୍ୟକୁ ଆଗକୁ ବଢ଼ାଇବ କି ନାହିଁ, ସେ ସମ୍ପର୍କରେ ବର୍ତ୍ତମାନ କହିହେବ ନାହିଁ ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି। କୋଲ୍‌ ଗ୍ୟାସିଫିକେଶନ ପଦ୍ଧତିରେ କୋଇଲା ଉତ୍ପାଦନ ହେବାରେ ଦେଶର ପ୍ରଥମ ପ୍ରକଳ୍ପ। ଏହା କାର୍ଯ୍ୟକ୍ଷମ ହେଲେ ୟୁରିଆ ଆମଦାନୀ କ୍ଷେତ୍ରରେ ନିର୍ଭରତା କମିବ। ଭାରତ-ଚାଇନା ମଧ୍ୟରେ ଉପୁଜିଥିବା ସୀମା ବିବାଦ ସଂକ୍ରାନ୍ତ ଆଲୋଚନା କେଉଁ ମୋଡ଼ ନେଉଛି ତାହା ଉପରେ ନଜର ରହିଛି, ଯାହାକି ପ୍ରକଳ୍ପ କାର୍ଯ୍ୟର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢାଇବା ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ବିଚାର କରିବେ। ହେଲେ ଜାତୀୟ ସ୍ବାର୍ଥକୁ ମଧ୍ୟ ବିଚାର କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
କେନ୍ଦ୍ର ସରକାର ନିକଟରେ ଟିକ୍‌ଟକ୍‌ ସମେତ ୫୯ ଚାଇନା ମୋବାଇଲ ଆପ୍ଲିକେଶନକୁ ଭାରତରେ ନିଷିଦ୍ଧ କରିଦେଇଛନ୍ତି। ସେହିଭଳି ଚାଇନା କମ୍ପାନୀଗୁଡିକ ଭାରତରେ ନିବେଶ ଲାଗି ରଖିଥିବା ୫୦ ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ ୪ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରଚେଷ୍ଟାରେ ସ୍ଥାପନ ହେଉଥିବା ଯୌଥ ଉଦ୍ୟୋଗ। ଏହି କମ୍ପାନୀଗୁଡିକ ମଧ୍ୟରେ ଗେଲ୍‌ ଇଣ୍ଡିଆ, କୋଲ ଇଣ୍ଡିଆ, ରାଷ୍ଟ୍ରୀୟ କେମିକାଲ ଆଣ୍ଡ ଫର୍ଟିଲାଇଜର ଲିମିଟେଡ୍‌ ଏବଂ ଫର୍ଟିଲାଇଜର କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ରହିଛି। ପ୍ରକଳ୍ପର ଅଗ୍ରଗତି ନେଇ ଏହି କମ୍ପାନୀଗୁଡିରୁ ସ୍ପଷ୍ଟୀକରଣ ଲୋଡ଼ାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ। ପ୍ରକଳ୍ପ ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, କାର୍ଯ୍ୟ ଆଗେଇବା ଦିଗରେ କରୋନା ବାଧକ ସାଜିଛି। କିଛି ଘଟଣାକୁ ଦେଖି ପ୍ରକଳ୍ପ କାମ ବନ୍ଦ ହୋଇଗଲା ବୋଲି କହି ହେବ ନାହିଁ। ୨୦୨୩ ସେପ୍ଟେମ୍ବର ସୁଦ୍ଧା ଉକ୍ତ ୟୁନିଟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉକ୍ତ ୟୁନିଟ କାର୍ଯ୍ୟକ୍ଷମ ହେଲେ ଏଠାରୁ ୧.୨୭ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିବା ନେଇ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri