Posted inଜାତୀୟ

ତାଳଚେର ସାର କାରଖାନା ପ୍ରକଳ୍ପ କାର୍ଯ୍ୟ ବନ୍ଦ

ନୂଆଦିଲ୍ଲୀ,୮।୭: ଭାରତ-ଚାଇନା ଯୁଦ୍ଧ ଲଦାଖର ଗଲ୍‌ଓ୍ବାନ ଉପତ୍ୟକାରେ ହୋଇଥାଇପାରେ, କିନ୍ତୁ ତାହାର ପ୍ରଭାବ ଦୂରଦୂରାନ୍ତରେ ପଡ଼ୁଛି। ଓଡ଼ିଶାର ଦୁଇଜଣ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ ପ୍ରଥମ ୨୦ ଭାରତୀୟ ମୃତ ଯବାନଙ୍କ ମଧ୍ୟରେ ଥିବାବେଳେ ଏବେ ଦୁଇଦେଶ ମଧ୍ୟରେ ଲାଗିରହିଥିବା ତିକ୍ତତାର ପ୍ରଭାବ ଶିଳ୍ପକ୍ଷେତ୍ରରେ ମଧ୍ୟ ପଡ଼ିଛି। ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟକୁ ଏକ ଚାଇନା କମ୍ପାନୀ ଦ୍ୱାରା କରାଯିବାର ନିର୍ଣ୍ଣୟ କେନ୍ଦ୍ର ସରକାର କରିଥିଲେ। ଏବେ ମିଳିଥିବା ଖବର ଅନୁଯାୟୀ ତାଳଚେର ସାର କାରଖାନା ଏବଂ କୋଇଲା ଗ୍ୟାସିଫିକେଶନ ପ୍ରକଳ୍ପ କାମ ବନ୍ଦ ହୋଇଯାଇଛି।
୧୩,୨୭୭ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଥିବା ଏହି ପ୍ଲାଣ୍ଟର କାର୍ଯ୍ୟ ଚାଇନାର ଉହାନ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍‌କୁ ଗତ ସେପ୍ଟେମ୍ବରରେ ପ୍ରଦାନ କରାଯାଇଥିଲା। ମାତ୍ର ବିଭିନ୍ନ ବୈଷୟିକ କାରଣ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଏବେ ବନ୍ଦ ରହିଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କରୋନା ମହାମାରୀ ଯୋଗୁ ଭିଜା ସମସ୍ୟା, ଟେକ୍ନିସିଆନ, ଆବଶ୍ୟକ ଯନ୍ତ୍ରପାତି ଏବଂ ଶ୍ରମିକଙ୍କୁ ଭାରତ ଆଣି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ଉକ୍ତ କମ୍ପାନୀ ବିଭିନ୍ନ ସମସ୍ୟାର ସାମ୍ନା କରୁଛି। ଫଳରେ ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଆଗେଇ ନ ପାରି ବନ୍ଦ ହୋଇ ପଡିଥିବା ଜଣାପଡିଛି।
ସୀମାରେ ଭାରତ-ଚାଇନା ସେନା ମୁହଁାମୁହିଁ ଘଟଣା ପ୍ରକଳ୍ପ କାର୍ଯ୍ୟ ଉପରେ ପ୍ରଭାବ ପକାଇଥିବା କୁହାଯାଇଛି। ମାତ୍ର ଏହି କମ୍ପାନୀ ପ୍ରକଳ୍ପକାର୍ଯ୍ୟକୁ ଆଗକୁ ବଢ଼ାଇବ କି ନାହିଁ, ସେ ସମ୍ପର୍କରେ ବର୍ତ୍ତମାନ କହିହେବ ନାହିଁ ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି। କୋଲ୍‌ ଗ୍ୟାସିଫିକେଶନ ପଦ୍ଧତିରେ କୋଇଲା ଉତ୍ପାଦନ ହେବାରେ ଦେଶର ପ୍ରଥମ ପ୍ରକଳ୍ପ। ଏହା କାର୍ଯ୍ୟକ୍ଷମ ହେଲେ ୟୁରିଆ ଆମଦାନୀ କ୍ଷେତ୍ରରେ ନିର୍ଭରତା କମିବ। ଭାରତ-ଚାଇନା ମଧ୍ୟରେ ଉପୁଜିଥିବା ସୀମା ବିବାଦ ସଂକ୍ରାନ୍ତ ଆଲୋଚନା କେଉଁ ମୋଡ଼ ନେଉଛି ତାହା ଉପରେ ନଜର ରହିଛି, ଯାହାକି ପ୍ରକଳ୍ପ କାର୍ଯ୍ୟର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢାଇବା ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ବିଚାର କରିବେ। ହେଲେ ଜାତୀୟ ସ୍ବାର୍ଥକୁ ମଧ୍ୟ ବିଚାର କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
କେନ୍ଦ୍ର ସରକାର ନିକଟରେ ଟିକ୍‌ଟକ୍‌ ସମେତ ୫୯ ଚାଇନା ମୋବାଇଲ ଆପ୍ଲିକେଶନକୁ ଭାରତରେ ନିଷିଦ୍ଧ କରିଦେଇଛନ୍ତି। ସେହିଭଳି ଚାଇନା କମ୍ପାନୀଗୁଡିକ ଭାରତରେ ନିବେଶ ଲାଗି ରଖିଥିବା ୫୦ ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ ୪ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରଚେଷ୍ଟାରେ ସ୍ଥାପନ ହେଉଥିବା ଯୌଥ ଉଦ୍ୟୋଗ। ଏହି କମ୍ପାନୀଗୁଡିକ ମଧ୍ୟରେ ଗେଲ୍‌ ଇଣ୍ଡିଆ, କୋଲ ଇଣ୍ଡିଆ, ରାଷ୍ଟ୍ରୀୟ କେମିକାଲ ଆଣ୍ଡ ଫର୍ଟିଲାଇଜର ଲିମିଟେଡ୍‌ ଏବଂ ଫର୍ଟିଲାଇଜର କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ରହିଛି। ପ୍ରକଳ୍ପର ଅଗ୍ରଗତି ନେଇ ଏହି କମ୍ପାନୀଗୁଡିରୁ ସ୍ପଷ୍ଟୀକରଣ ଲୋଡ଼ାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ। ପ୍ରକଳ୍ପ ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, କାର୍ଯ୍ୟ ଆଗେଇବା ଦିଗରେ କରୋନା ବାଧକ ସାଜିଛି। କିଛି ଘଟଣାକୁ ଦେଖି ପ୍ରକଳ୍ପ କାମ ବନ୍ଦ ହୋଇଗଲା ବୋଲି କହି ହେବ ନାହିଁ। ୨୦୨୩ ସେପ୍ଟେମ୍ବର ସୁଦ୍ଧା ଉକ୍ତ ୟୁନିଟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉକ୍ତ ୟୁନିଟ କାର୍ଯ୍ୟକ୍ଷମ ହେଲେ ଏଠାରୁ ୧.୨୭ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିବା ନେଇ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?