Odisha Elections 2024

ଆସନ୍ତା ମାସ ସୁଦ୍ଧା ଶେଷ ହେବ ତାଳଚେର-ବିମଳାଗଡ଼ ରେଳ ଲାଇନ ଜମି ଅଧିଗ୍ରହଣ କାର୍ଯ୍ୟ

ଦେବଗଡ଼,୨୩ା୮(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜିଲା ନାଗରିକ କମିଟି ଦେବଗଡ଼ ଜିଲା ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରିଥିଲେ। ତାଳଚେର -ବିମଳାଗଡ଼ ରେଳପଥ ପାଇଁ ଦେବଗଡ଼ ଜିଲାରେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହାର ଉତ୍ତରରେ ଜିଲାପାଳ କହିଥିଲେ ଯେ, ମୋଟ୍‌ ୧୯ଟି ଗ୍ରାମ ମଧ୍ୟରୁ ୧୭ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇସାରିଛି ଓ ଆସନ୍ତା ମାସ ଶେଷ ସୁଦ୍ଧା ୨ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହେବ। ଏହା ବ୍ୟତୀତ ପ୍ରଧାନପାଟ ପାଦଦେଶରେ ଥିବା ପ୍ରଧାନ ପଟେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଜିଲା ଖୋଲା ପଡ଼ିଥିବା ଡକ୍ଟର ପଦବୀ ପୂରଣ, କୋରଡ଼କୋଟ ଜଳ ପ୍ରାପଦରେ ଯାତ୍ରୀ ନିବାସ, ରୋଷେଇ ଗୃହ, ଆଲୋକୀକରଣ, ଉନ୍ନତ ରାସ୍ତା ନିର୍ମାଣ, ରାଜା ବାସୁଦେବ ହାଇସ୍କୁଲରେ ରେଗୁଲାର ପ୍ରଧାନଶିକ୍ଷକ ନିଯୁକ୍ତି, ଷୋହଳ ବଖରୀ କଟାର ପୂର୍ବ ପାର୍ଶ୍ୱରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ,ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର ସ୍କୁଲ ପ୍ରତିଷ୍ଠା ଆଦି ଦାବି ଉପସ୍ଥାପନା କରାଯାଇଥିଲା। ଆଲୋଚନା ସମୟରେ ନାଗରିକ କମିଟି ସଭାପତି ସୁଶୀଲ କୁମାର କପରଦାର, ଲକ୍ଷଣ ପ୍ରଧାନ, ସୁଧୀର କପରଦାର, ପୌର ନଗରପାଳ ପ୍ରଜିତ ଭୋଜ, କମଲ କିଶୋର ଗୁପ୍ତା, ଶଶାଙ୍କ ଶେଖର ଝାଙ୍କର ରମଣୀ ରଞ୍ଜନ ଆଚାର୍ଯ୍ୟ, ନରୋତ୍ତମ ସାହୁ, ଶ୍ରବଣ କୁମାର ନାଏକ, ଜନ୍ମାଜୟ ନାୟକ, ଈଶ୍ୱର ପ୍ରସାଦ ଦାଶ, ବାବୁଲେନ୍ଦ୍ର ନାୟକଙ୍କ ସମତେ ବହୁ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷୟିତ୍ରୀଙ୍କୁ ମାରିଦେଲେ ଶାଶୁଘର ଲୋକେ, ସ୍ବାମୀ ଅଟକ

ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ଚମ୍ପତିପୁରରେ ଜଣେ ଶିକ୍ଷୟିତ୍ରୀ ପଦ୍ମିନୀ ସ୍ବାଇଁ(୩୨)ଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ସ୍ବାମୀ ତପନ କୁମାର...

ପିଲାଙ୍କ କଳି: ନାବାଳକଙ୍କ ପିଠିରେ ଲୁହାରଡ୍‌ ଭୁସିଦେଲେ ଆଉ ଜଣେ ନାବାଳକ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟ୍‌ଲି ରଥପଡ଼ାରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ୨ ନାବାଳକଙ୍କ ମଧ୍ୟରେ କଳିଗୋଳ ହେବାରୁ ଜଣେ ନାବାଳକଙ୍କ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ବର୍ନ ଓ୍ବାର୍ଡ

ପୁରୀ,୩୧ା୫(ଅଜିତ୍‌ କୁମାର ମହାନ୍ତି): ଭଉଁରି ଯାତ୍ରା ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ବାଣ ବିସ୍ଫୋରଣ ଘଟି ୩୦ରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା...

ବାଣ ବିସ୍ଫୋରଣ ଘଟଣାକୁ ନେଇ ଉଠିଲା ଅନେକ ପ୍ରଶ୍ନ

ପୁରୀ,୩୧ା୫(ଅଜିତ ମହାନ୍ତି): ମହାପ୍ରଭୁଙ୍କ ଭଉଁରି ଯାତ୍ରା ଅବସରରେ ବୁଧବାର ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ବାଣ ବିସ୍ଫୋରଣ ଘଟଣା ପୁରୀବାସୀଙ୍କୁ ସ୍ତବ୍ଧ କରିଦେବା ସହ...

୩ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ

ରଘୁନାଥପୁର,୩୧।୫(ରାଜେନ୍ଦ୍ର ନାରାୟଣ ସିଂହ): ତିର୍ତ୍ତୋଲ ବିଧାନସଭା କ୍ଷେତ୍ର(ସଂରକ୍ଷିତ) ଆସନ ହାତେଇବା ପାଇଁ ୩ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର କସରତ ଚାଲିଛି। ବିଜେଡି ପ୍ରାର୍ଥୀ ଡ.ରମାକାନ୍ତ...

ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର

ଚଣ୍ଡିଖୋଲ,୩୧ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ମତଦାନ ସମୟ ପାଖେଇ ଆସୁଥିଲେ ମଧ୍ୟ ବଡ଼ଚଣା ବିଧାନସଭା ନିର୍ବାଚନ କ୍ଷେତ୍ରରେ ସେତେ ଉଷ୍ମତା ଦେଖା ଯାଉନାହିଁ। କେବଳ କେତେକ ସଭା...

ପାଟକୁରାର ସାମୂହିକ ବିକାଶ ମୁଖ୍ୟ ଲକ୍ଷ୍ୟ: ଅରବିନ୍ଦ

କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ...

ମିଳିଲା ଦନ୍ତାହାତୀର ମୃତଦେହ

ଲାଞ୍ଜିଗଡ,୩୦ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଦା ସେକ୍ସନ ଭୁର୍ଟିଗଡ଼ ବିଟ ଅନ୍ତର୍ଗତ କୁଟିମସ୍କା ଜଙ୍ଗଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri