ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଦିଅନ୍ତୁ ଧ୍ୟାନ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ ନେଇ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା ଏବଂ ଉଠିବା ପର୍ଯ୍ୟନ୍ତ ସମୟକୁ ନଜର ରଖିବାକୁ ହୁଏ। ଯଦିଓ ମଧୁମେହକୁ ସମ୍ପୂର୍ଣ୍ଣ ଠିକ୍‌ କରିବା ସମ୍ଭବ ନୁହେଁ, ହେଲେ ଏହାକୁ ନିୟନ୍ତ୍ରଣ କରି ଜଣେ ସାଧାରଣ ଜୀବନଯାପନ କରିପାରିବ। ହେଲେ ଶରୀରରେ ଶର୍କରାର ମାତ୍ରା ଅଧିକ ହେଲେ ଇନ୍‌ସୁଲିନ୍‌ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଯଦି ଆପଣ ଇନ୍‌ସୁଲିନ୍‌ ନେଉଛନ୍ତି ତେବେ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ…

-ଇନ୍‌ସୁଲିନ୍‌ ଦୁଇ ପ୍ରକାରର। ସେଗୁଡ଼ିକ ହେଲା ବାସାଲ ଏବଂ ବୋଲସ। ସାଧାରଣତଃ ଲୋକେ ଏ ବିଷୟରେ ବିଶେଷ ଜାଣି ନ ଥାନ୍ତି। ରୋଗୀଙ୍କ ସ୍ଥିତିକୁ ଦେଖି ଡାକ୍ତର ଏହି ଦୁଇଟି ମଧ୍ୟରୁ ଗୋଟିଏ ନଚେତ ଦୁଇଟିଯାକ ନେବାକୁ ପରାମର୍ଶ ଦେଇଥାନ୍ତି।
-କାହାକୁ କେତେବେଳେ ବ୍ୟବହାର କରାଯାଏ: ବାସାଲ ଇନ୍‌ସୁଲିନ ଖାଇବା ପରେ ଅଥବା ମଝିରେ ଦିଆଯାଏ। ସେହିଭଳି ବୋଲସ ରୋଗୀ ଶରୀରରେ ଶର୍କରା ଭାଗ ଅଧିକ ହେଲେ ଦିଆଯାଇଥାଏ।
-ସର୍ବଦା ବାସାଲ ଇନ୍‌ସୁଲିନ୍‌ ସର୍ବଦା ବ୍ୟବହାର ହୋଇଥାଏ। ଏଥିସହ ଇନ୍‌ସୁଲିନ୍‌ର ମାତ୍ରାକୁ ନଜର ରଖାଯାଏ। ଡାକ୍ତରଙ୍କ ପରାମର୍ଶ ବିନା ଏହାର କମ୍‌ କିମ୍ବା ବେଶୀ ମାତ୍ର ନେବା ଉଚିତ ନୁହେଁ।
-ସମୟ ସହ ବୋଲସର ମାତ୍ରା ବଦଳିଥାଏ। ରୋଗୀଙ୍କ ଶାରୀରିକ ସ୍ଥିତିକୁ ଦେଖି ଏହାର ମାତ୍ରା ବଢ଼ାଯାଏ ନଚେତ କମାଯାଏ। ରୋଗୀଙ୍କ ଜୀବନଶୈଳୀ, ଓଜନ, ଚିକିତ୍ସାନୁଯାୟୀ ଶରୀରକୁ କେତେମାତ୍ରାରେ ଡୋଜ୍‌ ଦିଆଯିବ ତାହା ନିଶ୍ଚିତ କରାଯାଏ। ଏଥିସହ ଡାଏଟ୍‌ରେ ପରିବର୍ତ୍ତନ ଏବଂ ଶର୍କରା କମ୍‌ ଥିବା ଖାଇବା ଖାଇ ଇନ୍‌ସୁଲିନ୍‌ ସ୍ତର କମ୍‌ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri