ଆମଠୁ ଟିକସ ନିଅ

ଡାଭୋସ୍‌, ୨୦ା୧: କୋଭିଡ୍‌ ମହାମାରୀବେଳେ ବିଶ୍ୱରେ ବିତ୍ତଶାଳୀଙ୍କ ସମ୍ପତ୍ତି ବହୁଗୁଣିତ ହୋଇଥିବା ଏବଂ ସେମାନଙ୍କଠାରୁ ଅତିରିକ୍ତ ଟିକସ ଆଦାୟ କରି ତାହାକୁ ଉନ୍ନତିମୂଳକ କାର୍ଯ୍ୟରେ ଲଗାଯିବା ସମ୍ପର୍କିତ ଏକ ରିପୋର୍ଟ ନିକଟରେ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌)ରେ ଅକ୍ସଫାମ ପକ୍ଷରୁ ପ୍ରକାଶ ପାଇଥିଲା। ଏହାକୁ ନେଇ ଶହେରୁ ଊର୍ଦ୍ଧ୍ୱ ମିଲିୟନେୟାର ଡବ୍ଲ୍ୟୁଇଏଫ୍‌କୁ ଖୋଲା ଚିଠି ଲେଖି ସେମାନଙ୍କ ନିକଟରୁ ଟିକସ ଆଦାୟ କରିବାକୁ କହିଛନ୍ତି।
ଉତ୍ତରାଧିକାରୀ ଆବିଗଲି ଡିସ୍‌ଙ୍କ ସମେତ ଚିଠି ଲେଖିଥିବା ୧୦୨ ବିତ୍ତଶାଳୀଙ୍କ ମତରେ, ସମ୍ପ୍ରତି ପ୍ରଚଳିତ ଟିକସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନୁଚିତ। ଏହା କେବଳ ଜଣେ ଧନୀକୁ ଆହୁରି ଧନୀ କରିବା ପାଇଁ ଉଦ୍ଦିଷ୍ଟ। ସମସ୍ତ ଦେଶ ବିତ୍ତଶାଳୀଙ୍କ ନିକଟରୁ ଉଚିତ ଟିକସ ଆଦାୟ କରିବା ଦରକାର। ଏବେ ହିଁ ଧନିକ ଗୋଷ୍ଠୀଙ୍କଠାରୁ ଟାକ୍ସ ଆଦାର କର ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଚିଠିରେ ଆମେରିକା, କାନାଡା, ଜର୍ମାନୀ, ବ୍ରିଟେନ, ଡେନମାର୍କ, ନରଓ୍ବେ, ଅଷ୍ଟ୍ରିଆ, ନେଦରଲାଣ୍ଡ୍‌ସ, ଇରାନ ଆଦି ଦେଶର ମିଲିୟନେୟାରଙ୍କ ଦସ୍ତଖତ ରହିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ କେତେ ସମ୍ପତ୍ତି ରହିଛି ସେହି ଅନୁସାରେ ଟିକସ ଆଦାୟ କରାଯିବାକୁ ଏହି ଗ୍ରୁପ୍‌ର ମିଲିୟନେୟାର ପରାମର୍ଶ ଦେଇଛନ୍ତି। ଯେପରି ୫ ମିଲିୟନ ଡଲାର ସମ୍ପତ୍ତି ଥିବା ଲୋକଙ୍କଠାରୁ ୨ ପ୍ରତିଶତ, ୫୦ ମିଲିୟନ ଡଲାର ଥିବା ବ୍ୟକ୍ତିଙ୍କ ନିକଟରୁ ୩ ପ୍ରତିଶତ ଏବଂ ୧ ବିଲିୟନ ଡଲାର ସମ୍ପତ୍ତି ଥିବା ଧନୀଙ୍କଠାରୁ ୫ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଇପାରିବ ବୋଲି ସେମାନେ କହିଛନ୍ତି। କରୋନାବେଳେ ବିଶ୍ୱର ୧୦ ପ୍ରମୁଖ ବିତ୍ତଶାଳୀ ବ୍ୟକ୍ତିଙ୍କ ସମ୍ପତ୍ତି ଦୁଇଗୁଣା ବଢ଼ିଛି। ସେମାନଙ୍କ ସମ୍ପତ୍ତି ୭୦୦ ବିଲିୟନ ଡଲାରରୁ ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ଅକ୍ସଫାମ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଟାର୍ଗେଟ

କଲମ୍ବିଆ ରାଷ୍ଟ୍ରପତି ଇଭାନ ଡ୍ୟୁକ ଯାତ୍ରା କରୁଥିବା ହେଲିକପ୍ଟର ଉପରେ ଶୁକ୍ରବାର ଆକ୍ରମଣ ହୋଇଛି। କାଟାଟୁମ୍ବୋ ଅଞ୍ଚଳ ଦେଇ ନର୍ଟେ ଡି ସାଣ୍ଟାଣ୍ଡର ପ୍ରଦେଶର ରାଜଧାନୀ...

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ କୋଟି ଛୁଇଁଲା…

ଓ୍ବାଶିଂଟନ, ୧୨।୪ : କରୋନା ମହାମାରୀକୁ ନେଇ ପୁଣି ପାଇଁ ଚିନ୍ତା ଜନକ ଖବର ଆସିଛି। ସୋମବାର ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ୫୦...

ଚାଇନା ବ୍ଲଗରଙ୍କୁ ୮ ମାସ ଜେଲ

ବେଜିଂ, ୨ା୬: ଗଲଓ୍ବାନ ଘାଟିରେ ଗତବର୍ଷ ଜୁନ୍‌ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷକୁ ନେଇ ନିଜ ବ୍ଲଗ୍‌ରେ ପୋଷ୍ଟ କରିଥିବା ଚାଇନିଜ୍‌ ବ୍ଲଗର...

ଯୁଦ୍ଧର ବିଭୀଷିକା, ରାସ୍ତାରେ ମଣିଷ ମୃତଦେହ ଖାଉଛନ୍ତି କୁକୁର,୧୨ ହଜାର ରୁଷିଆ ସୈନ୍ୟ ମୃତ…

କ୍ୱିଭ୍‌/ମସ୍କୋ, ୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ୧୩ ଦିନ ଧରି ଜାରି ରହିଛି। ଯୁଦ୍ଧର ବିଭୀଷିକା ସମଗ୍ର ମାନବ ଜାତିଙ୍କୁ ପୁଣିଥରେ ମର୍ମାହତ କରିଛି।...

ୟୁକ୍ରେନ୍‌ରେ ଆଇଏଇଏ ମୁଖ୍ୟ

କିଭ୍‌, ୩୦ା୩: ଯୁଦ୍ଧର ୩୪ ଦିନରେ ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜି ଏଜେନ୍ସି (ଆଇଏଇଏ) ମୁଖ୍ୟ ମାରିଆନୋ ଗ୍ରୋସି ୟୁକ୍ରେନ୍‌ରେ ପହଞ୍ଚିଛନ୍ତି। ଦେଶ ଆଣିବକ ପ୍ରତିଷ୍ଠାନର ସୁରକ୍ଷା...

ପିଲାଙ୍କୁ ବ୍ୟବହାର କରୁଛନ୍ତି ଆତଙ୍କବାଦୀ, ମାଓବାଦୀ

ଜାତିସଂଘ,୧ା୮(ପି.ଟି. ): ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପ ପାଇଁ ପିଲାମାନଙ୍କୁ ବ୍ୟବହାର କରାଯାଉଥିବାରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ଜମ୍ମୁ-କଶ୍ମୀରରେ ହିଜ୍‌ବୁଲ ମୁଜାହିଦ୍ଦିନ...

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ: ଚିଠା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ

ଓ୍ବାଶିଂଟନ, ୭ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆସିଥିବାବେଳେ ଏନେଇ ଚିଠା ପ୍ରସ୍ତୁତ କରିବା ଲାଗି ତାଙ୍କ ଡେମୋକ୍ରାଟିକ ପାର୍ଟିର ବରିଷ୍ଠ ନେତାମାନଙ୍କୁ...

ମରିବାକୁ ଚାହୁଁଥିଲେ ମେଘାନ

ଲସ୍‌ ଏଞ୍ଜେଲ୍ସ, ୯ା୩: ପ୍ରିନ୍ସ ହ୍ୟାରିଙ୍କୁ ବିବାହ କରି ବ୍ରିଟେନ ରାଜ ପରିବାରର ସଦସ୍ୟ ହେବା ପରେ ମେଘାନ ମର୍କେଲଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା।...

Advertisement
Archives

Model This Week