ଠିକ୍‌ ବାଟ ଧରନ୍ତୁ

ଆକାର ପଟେଲ

କୃଷକମାନଙ୍କ ଆୟ ଦୁଇଗୁଣ କରିବାକୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି, କିନ୍ତୁ ସରକାର ଏହା କରନ୍ତୁ ତାହା ସେ ଚାହୁଁନାହାନ୍ତି। ମୋଦିଙ୍କ ବିଶ୍ୱାସ ଯେ, ସେ ଆଣିଥିବା କୃଷି ଆଇନଗୁଡ଼ିକ କୃଷକମାନଙ୍କ ପାଇର୍ଁ କୃଷି ବଜାରକୁ ବ୍ୟାପକ କରିବାରେ କର୍ପୋରେଟଗୁଡ଼ିକୁ ସହାଯ୍ୟ କରିବ। କିନ୍ତୁ କିପରି ଏହା ହୋଇପାରିବ ତାହା ସେ ସ୍ପଷ୍ଟ କରିନାହାନ୍ତି। କର୍ପୋରେଟଗୁଡ଼ିକ ଭାରତୀୟମାନଙ୍କୁ ଅଧିକ ଖାଦ୍ୟ ଖୁଆଇବା ଲାଗି ଯାଉନାହାନ୍ତି। ଭାରତ ଏବେ ବଳକା ଶସ୍ୟ ଓ କ୍ଷୀର ଉତ୍ପାଦକ ଦେଶ ହୋଇସାରିଲାଣି। କିନ୍ତୁ ସମସ୍ୟା ହେଉଛି ଅଧିକାଂଶ ଭାରତୀୟ ଗରିବ ହୋଇଥିବାରୁ ଅର୍ଥାଭାବ ଯୋଗୁ ସେମାନେ ଅଧିକ ଏବଂ ଭଲ ଖାଦ୍ୟ କିଣି ଖାଇବାକୁ ସକ୍ଷମ ହୋଇପାରୁନାହାନ୍ତି। ଏଣୁ କେନ୍ଦ୍ର ସରକାର ଏହା କରିବା ଉଚିତ। କିନ୍ତୁ ନରେନ୍ଦ୍ର ମୋଦି ଗରିବମାନେ ପାଉଥିବା ଖାଦ୍ୟ ସବ୍‌ସିଡ୍‌ ଟଙ୍କାର ପରିମାଣ କମ୍‌ କରିଛନ୍ତି। ୨୦୨୦ ବଜେଟ୍‌ରେ ଏହି ସବ୍‌ସିଡ୍‌ ୧.୮ ଲକ୍ଷ କୋଟି ଟଙ୍କାରୁ କମି ୧.୧୫ କୋଟି ଟଙ୍କା ରହିଥିଲା। ଯଦି ଭାରତର ଗରିବମାନଙ୍କ ମଧ୍ୟରୁ ଅଧା ଏହା ପାଆନ୍ତି, ତେବେ ମାସକୁ ମୁଣ୍ଡ ପିଛା ସବ୍‌ସିଡ୍‌ ୧୫୦ ଟଙ୍କାରୁ କମ୍‌ ହେବ। ସରକାର କୃଷକମାନଙ୍କଠାରୁ କୃଷି ଉତ୍ପାଦ କିଣି ଆମ ଦେଶର ଗରିବମାନଙ୍କୁ ଯଦି ନ ଖୁଆଇବେ ତେବେ କୃଷକମାନଙ୍କ ଆୟ ଦୁଇଗୁଣ ହେବ କିପରି?
ଭାରତ କେତେ କୃଷି ଓ ଡାଇରି ଉତ୍ପାଦ ରପ୍ତାନି କରିବ ସେ ଦାୟିତ୍ୱ କର୍ପୋରେଟଗୁଡ଼ିକର ନୁହେଁ। ଏହା ସରକାରଙ୍କ ଦାୟିତ୍ୱ। ଅନ୍ୟ ଦେଶରେ ଆମ କୃଷକମାନଙ୍କ ପାଇଁ ମାର୍କେଟ ଖୋଲିବାକୁ ସେହି ଦେଶଗୁଡ଼ିକୁ ସରକାର ବାଧ୍ୟ କରିବା ଦରକାର। କିନ୍ତୁ ମୋଦିଙ୍କ ଶାସନ କାଳରେ ଭାରତର କୃଷିଜାତ ଉତ୍ପାଦର ରପ୍ତାନି ହ୍ରାସ ପାଇଛି। ପ୍ରତ୍ୟେକ ଦେଶ ସେମାନଙ୍କ କୃଷକମାନଙ୍କର ତଥା କୃଷି ଉତ୍ପାଦଗୁଡ଼ିକର ରପ୍ତାନିର ସୁରକ୍ଷା ତଥା ବୃଦ୍ଧି କରିବାକୁ ଚାହାନ୍ତି। ଏହା କଷ୍ଟକର ବ୍ୟାପାର ହେଲେ ମଧ୍ୟ ଏଥିରୁ ମୁକୁଳିବା ଲାଗି ବାଟ ରହିଛି। ଭିଏତ୍‌ନାମ୍‌ ଲଗାତର ଭାବେ ଏହାର ମୂଲ୍ୟଯୁକ୍ତ ଦ୍ରବ୍ୟଗୁଡ଼ିକର ରପ୍ତାନୀ ବୃଦ୍ଧି କରି ଏହା ପ୍ରମାଣ କରିଦେଇଛି। କିନ୍ତୁ ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଭାରତର କୃଷିଜାତ ଦ୍ରବ୍ୟର ରପ୍ତାନୀପରିମାଣ ଯାହା ଥିଲା ତାହା ହାସଲ କରିବାରେ ସଫଳ ହୋଇ ପାରିନାହିଁ। ମୋଦି ସରକାରଙ୍କ ପୂର୍ବରୁ ୨୦୧୩ରେ କୃଷିଭିତ୍ତିକ ରପ୍ତାନି ଥିଲା ୪୩ ବିଲିୟନ ଡଲାର, କିନ୍ତୁ ଗତ ବର୍ଷ ଏହା ହ୍ରାସ ପାଇ ପହଞ୍ଚିଛି ୩୮ ବିଲିୟନ ଡଲାରରେ। ଅପରପକ୍ଷେ କୃଷିଜାତ ସାମଗ୍ରୀର ଆମଦାନୀ ବଢିଛି। ୨୦୧୩-୧୪ରେ ଏହା ୧୫ ବିଲିୟନ ଡଲାର ରହିଥିବାବେଳେ ୨୦୧୬-୧୭ରେ ଏହା ପହଞ୍ଚତ୍ଛି ୨୫ ବିଲିୟନ ଡଲାରରେ। ସମଗ୍ର ବିଶ୍ୱରେ ମୋଟ କୃଷି ବ୍ୟବସାୟ ୨୦୦୦ ବିଲିୟନ ଡଲାର। ଭାରତର ଏଥିରେ ଏକ କ୍ଷୁଦ୍ର ଅଂଶ ରହିଥିତ୍ବା ବୁଝାପଡୁଛି। ଏହା ସୂଚାଉଛି କି, ଏବେ ବି ବିଶ୍ୱରେ ମାର୍କେଟ ବୃଦ୍ଧିି କରିବାକୁ ଭାରତ ପାଇଁ ଏକ ବଡ଼ ସୁଯୋଗ ରହିଛି। କିନ୍ତୁ ଗତ ୭ ବର୍ଷ ମଧ୍ୟରେ ମୋଦିଙ୍କ ଶାସନ କାଳରେ ଭାରତ କୃଷି ସାମଗ୍ରୀର ମାର୍କେଟ ସୃଷ୍ଟି କରିବାରେ ବିଫଳ ହୋଇଛି। ଆମର କୌଣସି ମୁକ୍ତ ବାଣିଜ୍ୟ ଚୁକ୍ତି ବ୍ୟବସ୍ଥା ନାହିଁ, ଯେଉଁଥିରେ କୃଷକମାନେ ସେମାନଙ୍କ ଉତ୍ପାଦଗୁଡ଼ିକୁ ବାହାରକୁ ପଠାଇପାରିବେ।
କୌଣସି ନୀତି ନିୟମ ଉପରେ ଭଲ ଭାବେ ବିଚାର କରି ଲାଗୁ କରିବାରେ ମୋଦି ଦକ୍ଷ ନୁହନ୍ତି। ସେ ଲାଗୁ କରିଥିବା ଲକ୍‌ଡାଉନ କେବଳ ଅରାଜକତା ଓ ଦୁଃଖ ଆଣିଲା ଏବଂ କୋଭିଡ୍‌କୁ ଅଟକାଇ ପାରିଲେ ନାହିଁ। ସେ ଯେଉଁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କଲେ ସେଥିରେ ହଜାର ହଜାର ଶିଳ୍ପ ଧରାଶାୟୀ ହୋଇଗଲା। ବିମୁଦ୍ରୀକରଣ ଦେଲା ଆଉ ଏକ ଝଟକା। ଏଥିରେ କଳାଟଙ୍କା, ଦୁର୍ନୀତି କିମ୍ବା ସନ୍ତ୍ରାସବାଦ ଶେଷ ହୋଇପାରିଲା ନାହିଁ। ସରକାରଙ୍କ ତଥ୍ୟ ଅନୁସାରେ ବିମୁଦ୍ରୀକରଣ ଅର୍ଥବ୍ୟବସ୍ଥାକୁ ଏତେ କ୍ଷତି କଲା ଯେ,ଭାରତୀୟମାନଙ୍କର ବ୍ୟୟ ଓ ଖାଇବା ୨୦୧୩ରେ ଯାହାଥିଲା ୨୦୧୮ରେ ତା’ଠାରୁ କମ୍‌ ରହିଲା। ଏହା ହେଉଛି ଆମ ଦକ୍ଷ ନେତାଙ୍କ କୀର୍ତ୍ତିମାନ। କୃଷକମାନେ ଏବେ ତାଙ୍କୁ ବିଶ୍ୱାସକୁ ନିଅନ୍ତୁ ବୋଲି ପ୍ରୟାସ କରୁଛନ୍ତି। ତାଙ୍କ ବିଜ୍ଞତା ଚାଷୀମାନଙ୍କ ଜୀବିକା ପାଇଁ ଯଥେଷ୍ଟ ବୋଲି ଜଣାଇ ଦେବାକୁ ଚାହାନ୍ତି। କିନ୍ତୁ କୋଟି କୋଟି ଭାରତୀୟଙ୍କୁ ସଙ୍କଟରେ ପକାଇବା ଉପରେ ସେ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି କି କ୍ଷମାଯାଚନା କରିନାହାନ୍ତି। କୃଷକମାନେ ତାଙ୍କୁ କୃଷି ବିଷୟରେ ଅଧିକ ଜାଣିଛନ୍ତି ବୋଲି ସେ କେଉଁ ଆଧାରରେ ଭାବୁଛନ୍ତି? ସେମାନେ ସଚେତନ ଅଛନ୍ତି ଯେ, ସେମାନଙ୍କ ପାଇଁ ଆଞ୍ଚଳିକ ବଜାର କି ବିଦେଶୀ ବଜାର ନାହିଁ। କାରଣ ସେମାନେ ପିଢି ପିଢି ଧରି କୃଷି ଉତ୍ପାଦ କେମିତି ବିକ୍ରି କରି ଆସୁଛନ୍ତି, ତାହା ଭଲ ଭାବେ ଜାଣନ୍ତି। ତେବେ ସରକାର ତଥା କୃଷକମାନଙ୍କ ପାଇଁ ଗୋଟିଏ ବାଟ ରହିଛି। ଏଥିରେ ସରକାର ସମସ୍ତ ଶସ୍ୟଲାଗି ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ର ବିଧିସମ୍ମତ ଗ୍ୟାରେଣ୍ଟି ଦେବେ। ଭାରତରେ ୮୦ ଭାଗ ଚାଷୀ ସେମାନଙ୍କ ସ୍ବଳ୍ପ ଜମିରେ ଯାହା ଉତ୍ପାଦନ କରନ୍ତି ତାହା ସେମାନେ ଖାଇଥାନ୍ତି। ବିକ୍ରି କରିବା ପାଇଁ ସେମାନଙ୍କ ପାଖରେ କିଛି ବି ବଳକା ଶସ୍ୟ ରହେନାହିଁ। ଏଣୁ ସରକାର ଅନ୍ୟ ଚାଷୀମାନଙ୍କ ଠାରୁ ବଳକା ଶସ୍ୟ କିଣି ଗରିବମାନଙ୍କୁ ବାଣ୍ଟିବା ଆବଶ୍ୟକ। ମୋଦିଙ୍କ ଦକ୍ଷତା ଉପରେ ମୋର ବିଶ୍ୱାସ ନାହିଁ, କିନ୍ତୁ ଯଦି ବି ତାଙ୍କ ପାଖରେ ଦକ୍ଷତା ରହିଛି, ତେବେ ଠିକ୍‌ ବାଟ ଧରନ୍ତୁ ଓ କର୍ପୋରେଟ ଇଣ୍ଡିଆକୁ ରପ୍ତାନୀ ପାଇଁ ଖାଦ୍ୟ ପ୍ରକ୍ରିୟାକରଣରେ ପ୍ରଚୁର ନିବେଶ କରିବାକୁ ପ୍ରେରିତ କରନ୍ତୁ।
କୃଷକମାନେ ଅନ୍ୟ ଦ୍ୱାରା ଭୁଲ୍‌ ବାଟରେ ପରିଚାଳିତ ହେଉଛନ୍ତି ବୋଲି କହିବା ବ୍ୟତୀତ ମୋଦିଙ୍କ ପାଖରେ ଆନ୍ଦୋଳନକୁ ପ୍ରତିରୋଧ କରିବା ପାଇଁ ଆଉ କିଛି ନାହିଁ। କୃଷକମାନଙ୍କ ଅଧିକାର ସମ୍ପର୍କିତ ଦାବି ଏବଂ ଗଣମାଧ୍ୟମରେ ସେମାନଙ୍କ ସାକ୍ଷାତ୍‌କାରକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ଏଭଳି କହିବାରେ କିଛି ବାସ୍ତବତା ନାହିଁ। ଏମାନେ ସେହି ଲୋକ ଯେଉଁମାନେ କ’ଣ କରୁଛନ୍ତି ଓ କ’ଣ ଚାହୁଁଛନ୍ତି ତାହା ଭଲଭାବେ ଜାଣନ୍ତି। ସେମାନେ ଯଦି ପ୍ରତିବାଦ ନ କରନ୍ତି, ତେବେ ଏହି ଘଟଣାରେ କ’ଣ ନିଷ୍କର୍ଷ ସାମନାକୁ ଆସିବ ସେ ସମ୍ପର୍କରେ ମଧ୍ୟ ସେମାନେ ଅବଗତ। ସେଥିପାଇଁ ଏବେ କୃଷକମାନଙ୍କ ଆନ୍ଦୋଳନ ଧିମା କିମ୍ବା ଶେଷ ହୋଇଯିବା ଭଳି ପରିସ୍ଥିତି ଦେଖାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri