ଗହଳି ନିୟନ୍ତ୍ରଣ କର

ନୂଆଦିଲ୍ଲୀ, ୧୫।୭: ହିଲ୍‌ ଷ୍ଟେଶନ ଏବଂ ବଜାରଗୁଡ଼ିକରେ ଅତ୍ୟଧିକ ଜନଗହଳିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବେଗ ପ୍ରକାଶ କରିବାର ଦିନକ ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଗହଳି ନିୟନ୍ତ୍ରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଅଧିକାଂଶ ରାଜ୍ୟରେ କୋଭିଡ୍‌ ସଂକ୍ରମଣର ଆର୍‌-ରେଟ୍‌ ବଢ଼ୁଥିବାରୁ ଭିଡ଼ ନିୟନ୍ତ୍ରଣ ଜରୁରୀ ବୋଲି କୁହାଯାଇଛି। ଏଥିରେ ତ୍ରୁଟି ଦେଖାଦେଲେ ସେଥିପାଇଁ ଜିଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଉତ୍ତରଦାୟୀ କରିବା ଲାଗି ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ରାଜ୍ୟଗୁଡ଼ିକୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ଦେଶରେ ସକ୍ରିୟ ମାମଲା କମିବା ସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଲକ୍‌ଡାଉନ କଟକଣାକୁ ପର୍ଯ୍ୟାୟକ୍ରମେ କୋହଳ କରି ବିଭିନ୍ନ କାର୍ଯ୍ୟ କରିବା ଲାଗି ଅନୁମତି ଦେଇଛନ୍ତି। ତେବେ ଦେଶର ବିଭିନ୍ନ ଭାଗରେ କୋଭିଡ୍‌ ନିୟମାବଳୀର ସମ୍ପୂର୍ଣ୍ଣ ଉଲ୍ଲଂଘନ ହେଉଥିବା ଦେଖାଯାଇଛି। ବିଶେଷକରି ସାଧାରଣ ପରିବହନ ଏବଂ ହିଲ୍‌ ଷ୍ଟେଶନଗୁଡ଼ିକରେ କେହି କଟକଣା ମାନୁନାହାନ୍ତି। ସାମାଜିକ ଦୂରତ୍ୱକୁ ଭ୍ରୂକ୍ଷେପ ନ କରି ବଜାରକୁ ବହୁସଂଖ୍ୟାରେ ଆସି ଗହଳି କରିବା ଯୋଗୁ କେତେକ ରାଜ୍ୟରେ ଆର୍‌-ଫ୍ୟାକ୍ଟର ବଢ଼ିଯାଇଛି। ଏବେ ଚିନ୍ତାର କାରଣ ପାଲଟିଥିବା ଭାଲ୍ଲା ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ବୁଧବାର ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ପ୍ରୋଟୋକଲ ସହ ଲୋକେ କୌଣସି ପ୍ରକାର ସାଲିସ କରିବା ଅନୁଚିତ। କୋଭିଡ୍‌-୧୯ ଭୂତାଣୁ ରୂପ ବଦଳାଇ ଆସିପାରେ ବୋଲି ବିଶେଷଜ୍ଞମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ଏଭଳି ସ୍ଥିତିରେ ଉଭୟ ନିରାକରଣ ଓ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇଥିଲେ।
ଭାଲ୍ଲା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଆର୍‌-ଫ୍ୟାକ୍ଟର ୧.୦ରୁ ଅଧିକ ହେବା ଅର୍ଥ ସଂକ୍ରମଣର ଦ୍ରୁତ ବୃଦ୍ଧି। ସେଥିପାଇଁ ସମସ୍ତ ଗହଳିସ୍ଥାନରେ କୋଭିଡ୍‌ ନିୟମାବଳୀ ଯେପରି ପାଳନ ହୁଏ ସେଥିପାଇଁ ସମ୍ପୃକ୍ତ ଜିଲାପାଳଙ୍କୁ ଉତ୍ତରଦାୟୀ କରାଇବା ନିମନ୍ତେ ସ୍ବରାଷ୍ଟ୍ର ସଚିବ ପରାମର୍ଶ ଦେଇଛନ୍ତି। ମଲ୍‌, ବଜାର, ସାପ୍ତାହିକ ବଜାର, ମାର୍କେଟ କମ୍ପ୍ଲେକ୍ସ, ହୋଟେଲ, ରେଷ୍ଟୁରାଣ୍ଟ, ବାର୍‌, ମଣ୍ଡି, ବସ୍‌ ଷ୍ଟାଣ୍ଡ, ରେଲଓ୍ବେ ପ୍ଲାଟ୍‌ଫର୍ମ ଓ ଷ୍ଟେଶନ, ସର୍ବସାଧାରଣ ପାର୍କ, ଜିମ୍‌, ବିବାହ ମଣ୍ଡପଗୁଡ଼ିକରେ ଗହଳି ନିୟନ୍ତ୍ରଣ କରିବା ସହ କୋଭିଡ୍‌ ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri