ବର୍ଷାଦିନେ ଅଏଲି ତ୍ୱଚାର ଯତ୍ନ

ଅଏଲି ତ୍ୱଚା ହୋଇଥିଲେ ବର୍ଷାଦିନେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହିଦିନେ ତ୍ୱଚାରେ ଅତ୍ୟଧିକ ତୈଳ ସ୍ରାବ ଯୋଗୁ ଅଧିକ ବ୍ରଣ ବାହାରି ଥାଏ। ତେଣୁ ତୈଳୀୟ ତ୍ୱଚାର କିଭଳି ଯତ୍ନ ନେବେ ଜାଣିରଖନ୍ତୁ…

-ଆନୁବଂଶିକ ହରମୋନ୍‌ କାରଣରୁ ତ୍ୱଚା ସାଧାରଣତଃ ଅଏଲି ହୋଇଥାଏ। ବର୍ଷାଦିନେ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି କାରଣରୁ ଅଧିକ ତୈଳ ସ୍ରାବ ହୋଇଥାଏ। ତେଣୁ ଏହି ଋତୁରେ ଠିକ୍‌ଭାବେ ତ୍ୱଚାର ଯତ୍ନ ନିଅନ୍ତୁ।
– ଦିନକୁ ଅତିକମ୍‌ରେ ଦୁଇଥର ମୁହଁକୁ ମାଇଲ୍ଡ କ୍ଲିଜରରେ ଧୁଅନ୍ତୁ। ଅଧିକ ଥର ମୁହଁ ଧୁଅନ୍ତୁ ନାହିଁ। କାରଣ ମୁହଁକୁ ଜୋରରେ ଘଷିଲେ ଗ୍ରନ୍ଥିଗୁଡ଼ିକ ଅଧିକ ସକ୍ରିୟ ହୋଇଯିବା ଫଳରେ ଅଧିକ ତୈଳ ସ୍ରାବ ହୋଇଥାଏ।
– ମନସୁନ୍‌ରେ ତ୍ୱଚା ଅନୁସାରେ ହିଁ ବ୍ୟୁଟି ପ୍ରଡକ୍ଟ ସବୁ ବ୍ୟବହାର କରନ୍ତୁ। ବିଶେଷକରି ଅଏଲି ତ୍ୱଚାର ଲୋକେ ଏହି ଋତୁରେ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ସମୟରେ ଅଧିକ ସତର୍କ ହେବା ଉଚିତ।
– ମନସୁନ୍‌ରେ ଖାଦ୍ୟ ପ୍ରତି ବିଶେଷଭାବେ ସଚେତନ ହେବା ଜରୁରୀ। ଅତ୍ୟଧିକ ମସଲା ତଥା ତେଲଛଣା ଖାଦ୍ୟ କମ୍‌ ଖାଇବା ସହିତ ଲୁଣ ମଧ୍ୟ କମ୍‌ ଖାଇବା ଉଚିତ।
– ଓଟମିଲ୍‌ ସ୍କ୍ରବ ଏବଂ ପାଚିଲା ଅମୃତଭଣ୍ଡାକୁ ସ୍କ୍ରବଭାବେ ବ୍ୟବହାର କଲେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିବ।
– ପ୍ରତିଦିନ ରାତିରେ ଆଣ୍ଟିବାୟୋଟିକ୍‌ ଟୋନର ଲଗାଇ ଶୋଇବା ଉଚିତ। କାରଣ ଏହା ଦ୍ୱାରା ତ୍ୱଚାର ପିଏଚ୍‌ ଲେବଲ୍‌ ଠିକ୍‌ ରହିଥାଏ।
– ଶରୀରକୁ ଡିଟକ୍ସ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ଫଳରେ ବ୍ରଣ ସମସ୍ୟା ସୃଷ୍ଟି ହେବ ନାହିଁ।
– ମେକ୍‌ଅପ୍‌ ଲଗାଇଥିଲେ ଭଲଭାବରେ ବେବି ୱାଇପ୍ସ କିମ୍ବା ନଡ଼ିଆ ତେଲରେ ସଫା କରନ୍ତୁ।
– ବର୍ଷାଦିନେ ମହୁ ଏବଂ ଚିନି ମିଶାଇ ସ୍କ୍ରବ କରନ୍ତୁ। ଏହା ତ୍ୱଚାରେ ଥିବା ମୃତ କୋଷକୁ ବାହାର କରି ଲୋମ ଛିଦ୍ରକୁ ଖୋଲି ଦେଇଥାଏ ଓ ତ୍ୱଚା କୋମଳ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri