Posted inଫୁରସତ

ବୁଲିଯାଆନ୍ତୁ ବିହାରର କନଓ୍ବାର୍‌ ହ୍ରଦ ପକ୍ଷୀ ଅଭୟାରଣ୍ୟ

ବିହାରର ବେଗୁସରାଈ ଜିଲାରେ ଏହି କନଓ୍ବାର୍‌ ହ୍ରଦ ପକ୍ଷୀ ଅଭୟାରଣ୍ୟ ଅବସ୍ଥିତ। ଏହା ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟଟିର ଶାନ୍ତ ପରିବେଶ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ। ତା’ଛଡ଼ା ଏଠାରେ ଜାତିଜାତିକା ପକ୍ଷୀ ଦେଖିବାକୁ ମିଳୁଥିବାରୁ ପକ୍ଷୀପ୍ରେମୀଙ୍କର ବି ଏଠି ବେଶ୍‌ ଭିଡ଼ ଜମେ …

କ’ଣ ଦେଖିବେ
ବିହାରର ବେଗୁସରାଈ ଜିଲାରେ ଥିବା ଏହି ପକ୍ଷୀ ଅଭୟାରଣ୍ୟଟି ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ; ଯାହାକି କନଓ୍ବାର ନାମକ ଏକ ହ୍ରଦ ନିକଟରେ ଗଢି ଉଠିଛି। ସେଥିପାଇଁ ଏହାର ଏପରି ନାମକରଣ ହୋଇଥିବା ବିଶ୍ୱାସ କରାଯାଏ।

ପ୍ରାୟ ୬୭.୫ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳରେ ଗଢିଉଠିଥିବା ଏହି ଅଭୟାରଣ୍ୟଟିରେ ପର୍ଯ୍ୟଟକ ନାନା ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୂଯୋଗ ପାଇଥାନ୍ତି। ଖାସ୍‌ ଏହି ହ୍ରଦର ଜଳ ପକ୍ଷୀମାନଙ୍କୁ ବିଶେଷ ଆକୃଷ୍ଟ କରିଥାଏ। ସେଥିପାଇଁ ଶୀତଦିନେ ଦୂର ଦୂରରୁ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀ ଏଠାକୁ ଉଡି ଆସିଥାନ୍ତି। ତଥ୍ୟ ଅନୁଯାୟୀ, ଏଠାରେ କୁଆଡ଼େ ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି। ଆଉ ଶୀତଦିନେ ୫୦ରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କୁ ଏଠାରେ ଦେଖିବାକୁ ମିଳେ। କେବଳ ପକ୍ଷୀ କାହିଁକି, ଏଠାରେ ପ୍ରାୟ ୧୬୫ କିସମର ବୃକ୍ଷଲତା ତଥା ଅନ୍ୟାନ୍ୟ କେତେକ ବିରଳ ପଶୁଙ୍କୁ ବି ଦେଖିହୁଏ। ଏଠାରେ ଦେଖିବାକୁ ମିଳୁଥିବା କେତୋଟି ପ୍ରମୁଖ ପକ୍ଷୀ ହେଲେ ରେଡ୍‌ ହେଡେଡ୍‌ ଭଲଚର୍‌, ହ୍ବାଇଟ୍‌ ରମ୍ପଡ୍‌ ଭଲଚର୍‌, ଇଣ୍ଡିଆନ୍‌ ଭଲଚର୍‌, କେତେକ ଓ୍ବାଟର୍‌ ବାର୍ଡ ଇତ୍ୟାଦି। ତା’ଛଡ଼ା ଉକ୍ତ ଅଭୟାରଣ୍ୟଠାରୁ କିଛି ଦୂରରେ ରହିଛି ଶସ୍ୟକ୍ଷେତ; ଯେଉଁଠାରୁ ଏଠାକାର ପକ୍ଷୀମାନଙ୍କୁ ଖାଦ୍ୟ ଆରାମରେ ମିଳିଯାଇଥାଏ। ସେଥିପାଇଁ ଏତେ ସଂଖ୍ୟାରେ ପକ୍ଷୀ ଏଠାକୁ ଆସୁଥିବାର ଏହା ଏକ ପ୍ରମୁଖ କାରଣ ବୋଲି କୁହାଯାଏ। ତେଣୁ କେବଳ ପ୍ରକୃତିପ୍ରେମୀ ନୁହନ୍ତି, ପକ୍ଷୀପ୍ରେମୀଙ୍କ ପାଇଁ ମଧ୍ୟ ଏହା ଏକ ସ୍ବର୍ଗୀୟ ସ୍ଥାନ।

କେବେ ଯିବେ
ଏହି ଅଭୟାରଣ୍ୟକୁ ଯିବା ପାଇଁ ନଭେମ୍ବରରୁ ମାର୍ଚ୍ଚ ହେଉଛି ଉପଯୁକ୍ତ ସମୟ। କାରଣ ଏହି ସମୟରେ ବହୁ ସଂଖ୍ୟାରେ ପକ୍ଷୀଙ୍କୁ ଏକତ୍ର ଦେଖିବାକୁ ସୁବିଧା ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ସୁବିଧା ରହିଛି। ପର୍ଯ୍ୟଟକ ଏଠାକୁ ବସ୍‌, ଟ୍ରେନ୍‌ ହେଉ ଅଥବା ବିମାନ ଯୋଗେ ବି ଆରାମରେ ଯାଇପାରିବେ।

ଜାଣିବା କଥା
ଏହି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକଙ୍କୁ ଅନୁମତି ନେଇ ଯିବା ଆବଶ୍ୟକ। ଏଠାରେ ପର୍ଯ୍ୟଟକ ବୁଲି ଦେଖିବା ପାଇଁ ସ୍ବତନ୍ତ୍ର ଡଙ୍ଗାର ମଧ୍ୟ ସୁବିଧା ରହିଛି। ଫଟୋଗ୍ରାଫି ପାଇଁ ବି ଏଠାରେ ଅନେକ ବ୍ୟବସ୍ଥା ଅଛି। ମାଛ ଧରିବା ପାଇଁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ବି ଏଠାରେ ମାଛ ଧରିବା ପାଇଁ ସ୍ବତନ୍ତ୍ର ଅନୁମତି ଦିଆଯାଇଥାଏ। ସବୁଠୁ ବଡ଼ କଥା ହେଉଛି ଏଠାରେ ଥିବା ପଶୁପକ୍ଷୀ ତଥା ବୃକ୍ଷଲତାର ଯେମିତି କେହି କିଛି କ୍ଷତି ନ କରିପାରନ୍ତି ସେଥିପାଇଁ ଏଠାରେ କଡ଼ା ବ୍ୟବସ୍ଥା କରାଯାଇଥାଏ। ତେଣୁ ପର୍ଯ୍ୟଟକଙ୍କୁ ଏଥିପ୍ରତି ସତର୍କ ରହିବା ନିହାତି ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

୬ମିନିଟ୍‌ ଯାଏ କିଟ୍‌କିଟ୍‌ ଅନ୍ଧାର, ଦିନ ୧୨ଟାରେ ଗାଏବ ହୋଇଯିବେ ସୂର୍ଯ୍ୟ!

ପୃଥିବୀରେ ବହୁତ କମ ଲୋକ ଫେବୃଆରୀ 2026 ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟଗ୍ରହଣ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି...

ନ ଖାଇ ନ ପିଇ ୫ ଦିନ ହେବ ମନ୍ଦିର ପରିକ୍ରମା କରୁଛି କୁକୁର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଡାକ୍ତର କହିଲେ…

ଜୟପୁର,୧୬।୧: ବିଜନୌର ଜିଲାର ନାଗିନା ଅଞ୍ଚଳର ନାନ୍ଦପୁର ଗାଁରେ ଆଜିକାଲି ଏକ କୁକୁର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମନ୍ଦିରରେ କୁକୁରର ରହସ୍ୟମୟ କାର୍ଯ୍ୟକଳାପ ଦର୍ଶକ...

ଚମତ୍କାର! ୪ ଦିନ ହେଲାଣି ହନୁମାନଙ୍କ ମୂର୍ତ୍ତିର ପରିକ୍ରମା କରି ଚାଲିଛି କୁକୁର, ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼; Video  

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୌର ଜିଲାର ନଗୀନା ଅଞ୍ଚଳର ନନ୍ଦପୁର ଖୁର୍ଦ ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ପ୍ରାଚୀନ ସିଦ୍ଧପୀଠ...

ବିବାହ ପରେ ଝିଅମାନେ କାହିଁକି ପୁଅ ଘରକୁ ଯାଆନ୍ତି? ଜାଣନ୍ତୁ ପରମ୍ପରା ପଛର ପ୍ରକୃତ କାରଣ ଓ ସାମାଜିକ ପରିର୍ତ୍ତନ

ବିବାହ – ଦୁଇଟି ହୃଦୟର ମିଳନ ଏବଂ ଏକ ସୁନ୍ଦର ଜୀବନର ଆରମ୍ଭ। କିନ୍ତୁ ଆମ ସମାଜରେ ଏହି ପବିତ୍ର ବନ୍ଧନକୁ ନେଇ ପ୍ରଚଳିତ ପରମ୍ପରା...

ଦୁନିଆର ସବୁଠୁ ଅଳସୁଆ ପ୍ରାଣୀ

ଦୁନିଆରେ କିଛି ମଣିଷ ଅଳସୁଆ ଥାନ୍ତି ବୋଲି ପ୍ରାୟ ସମସ୍ତେ ଜାଣିଛନ୍ତି। ମାତ୍ର ଏମିତି କିଛି ପ୍ରାଣୀ ଅଛନ୍ତି, ଯେଉଁମାନେ ସେମାନଙ୍କର ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ...

RAC ଟିକେଟ ବାତିଲ ପରେ ଟଙ୍କା ଫେରସ୍ତ ଦେବ କି ରେଳ ବିଭାଗ: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୫।୧: ଭାରତୀୟ ରେଳ ବିଭାଗ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପରିବହନ କରିଥାଏ। ଏହାର ସୁଲଭ, ସୁବିଧାଜନକ ଏବଂ ସୁରକ୍ଷିତ...

କ’ଣ ଏହି Digital Condom? କେମିତି କରେ କାମ, ପ୍ରାଇଭେଟ୍‌ ସମୟରେ…

କଣ୍ଡୋମ ଶବ୍ଦଟି ଯେତେବେଳେ ଆମେ ଚିନ୍ତା କରୁ ସେତେବେଳେ ପ୍ରଥମେ ଯାହା ମନକୁ ଆସେ ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତରେ ବ୍ୟବହୃତ ଏକ ଶାରୀରିକ କଣ୍ଡୋମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri