Posted inଫୁରସତ

ବୁଲିଯାଆନ୍ତୁ ବିହାରର କନଓ୍ବାର୍‌ ହ୍ରଦ ପକ୍ଷୀ ଅଭୟାରଣ୍ୟ

ବିହାରର ବେଗୁସରାଈ ଜିଲାରେ ଏହି କନଓ୍ବାର୍‌ ହ୍ରଦ ପକ୍ଷୀ ଅଭୟାରଣ୍ୟ ଅବସ୍ଥିତ। ଏହା ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟଟିର ଶାନ୍ତ ପରିବେଶ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ। ତା’ଛଡ଼ା ଏଠାରେ ଜାତିଜାତିକା ପକ୍ଷୀ ଦେଖିବାକୁ ମିଳୁଥିବାରୁ ପକ୍ଷୀପ୍ରେମୀଙ୍କର ବି ଏଠି ବେଶ୍‌ ଭିଡ଼ ଜମେ …

କ’ଣ ଦେଖିବେ
ବିହାରର ବେଗୁସରାଈ ଜିଲାରେ ଥିବା ଏହି ପକ୍ଷୀ ଅଭୟାରଣ୍ୟଟି ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ; ଯାହାକି କନଓ୍ବାର ନାମକ ଏକ ହ୍ରଦ ନିକଟରେ ଗଢି ଉଠିଛି। ସେଥିପାଇଁ ଏହାର ଏପରି ନାମକରଣ ହୋଇଥିବା ବିଶ୍ୱାସ କରାଯାଏ।

ପ୍ରାୟ ୬୭.୫ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳରେ ଗଢିଉଠିଥିବା ଏହି ଅଭୟାରଣ୍ୟଟିରେ ପର୍ଯ୍ୟଟକ ନାନା ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୂଯୋଗ ପାଇଥାନ୍ତି। ଖାସ୍‌ ଏହି ହ୍ରଦର ଜଳ ପକ୍ଷୀମାନଙ୍କୁ ବିଶେଷ ଆକୃଷ୍ଟ କରିଥାଏ। ସେଥିପାଇଁ ଶୀତଦିନେ ଦୂର ଦୂରରୁ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀ ଏଠାକୁ ଉଡି ଆସିଥାନ୍ତି। ତଥ୍ୟ ଅନୁଯାୟୀ, ଏଠାରେ କୁଆଡ଼େ ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି। ଆଉ ଶୀତଦିନେ ୫୦ରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କୁ ଏଠାରେ ଦେଖିବାକୁ ମିଳେ। କେବଳ ପକ୍ଷୀ କାହିଁକି, ଏଠାରେ ପ୍ରାୟ ୧୬୫ କିସମର ବୃକ୍ଷଲତା ତଥା ଅନ୍ୟାନ୍ୟ କେତେକ ବିରଳ ପଶୁଙ୍କୁ ବି ଦେଖିହୁଏ। ଏଠାରେ ଦେଖିବାକୁ ମିଳୁଥିବା କେତୋଟି ପ୍ରମୁଖ ପକ୍ଷୀ ହେଲେ ରେଡ୍‌ ହେଡେଡ୍‌ ଭଲଚର୍‌, ହ୍ବାଇଟ୍‌ ରମ୍ପଡ୍‌ ଭଲଚର୍‌, ଇଣ୍ଡିଆନ୍‌ ଭଲଚର୍‌, କେତେକ ଓ୍ବାଟର୍‌ ବାର୍ଡ ଇତ୍ୟାଦି। ତା’ଛଡ଼ା ଉକ୍ତ ଅଭୟାରଣ୍ୟଠାରୁ କିଛି ଦୂରରେ ରହିଛି ଶସ୍ୟକ୍ଷେତ; ଯେଉଁଠାରୁ ଏଠାକାର ପକ୍ଷୀମାନଙ୍କୁ ଖାଦ୍ୟ ଆରାମରେ ମିଳିଯାଇଥାଏ। ସେଥିପାଇଁ ଏତେ ସଂଖ୍ୟାରେ ପକ୍ଷୀ ଏଠାକୁ ଆସୁଥିବାର ଏହା ଏକ ପ୍ରମୁଖ କାରଣ ବୋଲି କୁହାଯାଏ। ତେଣୁ କେବଳ ପ୍ରକୃତିପ୍ରେମୀ ନୁହନ୍ତି, ପକ୍ଷୀପ୍ରେମୀଙ୍କ ପାଇଁ ମଧ୍ୟ ଏହା ଏକ ସ୍ବର୍ଗୀୟ ସ୍ଥାନ।

କେବେ ଯିବେ
ଏହି ଅଭୟାରଣ୍ୟକୁ ଯିବା ପାଇଁ ନଭେମ୍ବରରୁ ମାର୍ଚ୍ଚ ହେଉଛି ଉପଯୁକ୍ତ ସମୟ। କାରଣ ଏହି ସମୟରେ ବହୁ ସଂଖ୍ୟାରେ ପକ୍ଷୀଙ୍କୁ ଏକତ୍ର ଦେଖିବାକୁ ସୁବିଧା ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ସୁବିଧା ରହିଛି। ପର୍ଯ୍ୟଟକ ଏଠାକୁ ବସ୍‌, ଟ୍ରେନ୍‌ ହେଉ ଅଥବା ବିମାନ ଯୋଗେ ବି ଆରାମରେ ଯାଇପାରିବେ।

ଜାଣିବା କଥା
ଏହି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକଙ୍କୁ ଅନୁମତି ନେଇ ଯିବା ଆବଶ୍ୟକ। ଏଠାରେ ପର୍ଯ୍ୟଟକ ବୁଲି ଦେଖିବା ପାଇଁ ସ୍ବତନ୍ତ୍ର ଡଙ୍ଗାର ମଧ୍ୟ ସୁବିଧା ରହିଛି। ଫଟୋଗ୍ରାଫି ପାଇଁ ବି ଏଠାରେ ଅନେକ ବ୍ୟବସ୍ଥା ଅଛି। ମାଛ ଧରିବା ପାଇଁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ବି ଏଠାରେ ମାଛ ଧରିବା ପାଇଁ ସ୍ବତନ୍ତ୍ର ଅନୁମତି ଦିଆଯାଇଥାଏ। ସବୁଠୁ ବଡ଼ କଥା ହେଉଛି ଏଠାରେ ଥିବା ପଶୁପକ୍ଷୀ ତଥା ବୃକ୍ଷଲତାର ଯେମିତି କେହି କିଛି କ୍ଷତି ନ କରିପାରନ୍ତି ସେଥିପାଇଁ ଏଠାରେ କଡ଼ା ବ୍ୟବସ୍ଥା କରାଯାଇଥାଏ। ତେଣୁ ପର୍ଯ୍ୟଟକଙ୍କୁ ଏଥିପ୍ରତି ସତର୍କ ରହିବା ନିହାତି ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ବେଡ୍‌ରୁମ୍‌ AC ଉପରେ ବସିଥିଲା ସାପ, ହଠାତ୍‌ ଘଟିଲା….ଦେଖନ୍ତୁ Video

ନୂଆଦିଲ୍ଲୀ,୨୪।୨: ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ରୁମ୍‌ରେ ବସି ଏସିର ମଜା ନିଅନ୍ତି। କିନ୍ତୁ ସେଇ ଏସିରେ ଯଦି ଏକ ବିପଦଜନକ ପ୍ରାଣୀକୁ ଦେଖନ୍ତି ତେବେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri