ମୋ ପ୍ରଥମ ପାରିଶ୍ରମିକ ୫୦ ଟଙ୍କା ଥିଲା : ଅଭିଜିତ୍‌ ମଜୁମଦାର୍‌

ପିଲାଦିନେ ଡ୍ରାମାରେ ଅଭିନୟ କରୁଥିଲି। ସମ୍ବଲପୁର ଜି.ଏମ୍‌. କଲେଜରେ ଯୁକ୍ତ ୨ ପଢ଼ିଲାବେଳେ କଲେଜ ଡ୍ରାମାରେ ଭଲ ଅଭିନୟ କରିଥିବାରୁ ଗୋଲ୍ଡ ମେଡାଲ୍‌ ବି ପାଇଥିଲି। ତା’ ସାଙ୍ଗକୁ ଭଲ ଗୀତ ବି ଗାଉଥିଲି। କିଶୋର କୁମାରଙ୍କ ଗୀତ ଭଲ ଗାଉଥିବାରୁ କଲେଜରେ ସମସ୍ତେ ମୋତେ ପସନ୍ଦ କରୁଥିଲେ। ଯେବେ ବି ଫୁର୍‌ସତ୍‌ ମିଳୁଥିଲା ସାଙ୍ଗମାନେ ମୋତେ ଘେରି ଯାଇ ମୋଠାରୁ ଗୀତ ଶୁଣୁଥିଲେ; ଭାରି ମଜା ଲାଗୁଥିଲା। ଗୀତ ସିନା ଗାଉଥିଲି ହେଲେ ତାକୁ ନେଇ କେମିତି କ୍ୟାରିୟର କରିବି ସେ ଧାରଣା ମୋର ସେବେ ନ ଥିଲା। କ୍ରମେ କେତେଜଣ ସାଙ୍ଗ କହିବାରୁ ମେଲୋଡି ପାର୍ଟିରେ ଗାଇବାକୁ ଗଲି, ତାହା ପୁଣି ବାବାଙ୍କୁ ଲୁଚି ଲୁଚି। କାରଣ ମୋ ବାବା ଥିଲେ ଜଣେ ପ୍ରିନ୍ସିପାଲ। ମୋର ଯେହେତୁ ପାଠ ଭଲ ହେଉଥିଲା, ତେଣୁ ବାବା ଚାହୁଁଥିଲେ ମୁଁ ଉଚ୍ଚଶିକ୍ଷା ଲାଭ କରି ଡାକ୍ତର କି ଇଞ୍ଜିନିୟର ଅଥବା ଅଧ୍ୟାପକଟିଏ ହୁଏ। ତାଙ୍କର ଏମିତି ଭାବିବା ବି ସ୍ବାଭାବିକ ଥିଲା। କାରଣ ସେ ସମୟରେ ଗୀତ ଗାଇ ଜଣେ କ୍ୟାରିୟର୍‌ କରିବା ସେତେ ସହଜ କଥା ନ ଥିଲା। କିନ୍ତୁ ମୋର ଗୀତ ଗାଇବାରେ ଏତେ ଆଗ୍ରହ ଥିଲା ଯେ, ବିନା ପଇସାରେ ବି ମେଲୋଡି ପାର୍ଟିରେ ଯାଇ ଗାଉଥିଲି। ଯୁଆଡ଼େ ଯାଉଥିଲି ସାଙ୍ଗରେ ସାନଭାଇ ଏବଂ ୫/୬ଜଣ ସାଙ୍ଗଙ୍କୁ ନେଇକି ଯାଉଥିଲି। ମୋ ଗୀତ ଶୁଣି ଅନ୍ୟ କେହି ତାଳି ମାରନ୍ତୁ କି ନ ମାରନ୍ତୁ କିନ୍ତୁ ଏମାନେ ନିହାତି ତାଳି ମାରୁଥିଲେ। ବାସ୍‌ ସେତିକିରେ ହିଁ ଛାତି କୁଣ୍ଢେମୋଟ ହୋଇଯାଉଥିଲା। ଏସବୁ କାମ ରାତିରେ ବାବା ଶୋଇସାରିଲା ପରେ ଲୁଚିକି କରୁଥିଲି ଆଉ ସକାଳ ହେବା ପୂର୍ବରୁ ଘରକୁ ଫେରିଆସି ଚୁପ୍‌ଚାପ୍‌ ଶୋଇପଡୁଥିଲି। କିଛିଦିନ ଏମିତି ଚାଲିବା ପରେ ଦିନେ ଡୋରେମି ମେଲୋଡି ଟିମ୍‌ର ମ୍ୟାନେଜର୍‌ ମୋତେ ଝାରସୁଗୁଡ଼ାରେ ଏକ ପ୍ରୋଗ୍ରାମ୍‌ ଅଛି କହି ଡାକିଲେ; ଭାରି ଖୁସି ଲାଗିଲା। କାରଣ ଏହା ପୂର୍ବରୁ ମୁଁ ନିଜ ତରଫରୁ କଥା ହେଇକି ମେଲୋଡି ପାର୍ଟିରେ ଗାଉଥିଲି। ପ୍ରଥମ ଥର ପାର୍ଟି ତରଫରୁ ମୋତେ ଖୋଜା ପଡିବାରୁ ମୋ ମନ ଗଗନରେ ଉଡୁଥିଲା। ଠିକ୍‌ ସମୟରେ ମାଟାଡୋର୍‌ରେ ଯାଇ ଆମେ ଝାରସୁଗୁଡ଼ାରେ ପହଁଚିଗଲୁ। ସେତେବେଳେ ମେଲୋଡି ପ୍ରୋଗ୍ରାମ୍‌ ରାତି ସାଢେ ୯ଟା/୧୦ଟାରେ ଆରମ୍ଭ ହୋଇ ଭୋର ଯାଏ ଚାଲୁଥିଲା; ଯେଉଁଥିରେ ପ୍ରାୟ ୩୦/୩୫ଟି ଗୀତ ଟିମ୍‌ ତରଫରୁ ଗାଇବାକୁ ପଡୁଥିଲା। ସେଦିନ ଗୋଟେ ବିଚିତ୍ର ଘଟଣା ଘଟିଲା ମୋ ସହିତ। ସେହି ପ୍ରୋଗ୍ରାମ୍‌କୁ ସାନଭାଇ କି ମୋର କେହି ସାଙ୍ଗ ଯାଇ ନ ଥିଲେ ମୋ ଗୀତରେ ତାଳି ମାରିବାକୁ, ହେଲେ ସେଠାରେ ଉପସ୍ଥିତ ଶ୍ରୋତାଙ୍କୁ ମୋ ଗୀତଗୁଡ଼ିକ ଏତେ ଭଲ ଲାଗିଲା ଯେ, ସେମାନେ ତାଳି ମାରିବା ସହ ଆଉ ଗୋଟେ ଗୀତ ଆଉ ଗୋଟେ ଗୀତ କହି ବେଶ୍‌ ଉତ୍ସାହିତ କରୁଥିଲେ ମୋତେ। ମୁଁ ବି ଖୁସିରେ କିଶୋର କୁମାରଙ୍କର ଗୋଟେ ପରେ ଗୋଟେ ହିଟ୍‌ ଗୀତ ଗାଇ ଚାଲିଥିଲି। ପାଖାପାଖି ୧୪/୧୫ଟି ଗୀତ ମୁଁ ଏକାକୀ ସେଦିନ ଗାଇ ଶ୍ରୋତାଙ୍କୁ ଝୁମେଇ ଦେଇଥିଲି; ଯାହାକୁ ଦେଖି ଡୋରେମି ମେଲୋଡି ଟିମ୍‌ର ମ୍ୟାନେଜର ବହୁତ ଖୁସି ହୋଇଯାଇଥିଲେ। ଫେରିବାବେଳେ ମୋତେ ଡାକିକି ମୋ ପକେଟ୍‌ରେ ୫୦ଟଙ୍କା ରଖିଦେଲେ; ଯାହାକି ଥିଲା ମୋ ଜୀବନର ପ୍ରଥମ ପାରିଶ୍ରମିକ। ବେଶ୍‌ ଖୁସିରେ ଘରକୁ ଯାଇ ଗୋଡ଼ହାତ ଧୋଇ ଶୋଇପଡ଼ିଲି। ଉଠିବା ପରେ ମୋ ମା’କୁ ସବୁକଥା କହି ତାକୁ ୫୦ଟଙ୍କା ଦେବାରୁ ସେ କହିଲା, ‘ମୋର ଏ ଟଙ୍କା କ’ଣ ହେବ। ତୋ ରୋଜଗାର ଟଙ୍କା ତୁ ଖର୍ଚ୍ଚ କର। ତୁ ଗୀତରୁ କିଛି ପଇସା ପାଇଲୁ ସେତିକିରେ ମୁଁ ଖୁସି।’ ତା’ପରେ ସେ ଟଙ୍କା ନେଇ ସାଙ୍ଗମାନଙ୍କ ପାଖକୁ ଗଲି। ସେତେବେଳେ ଆମେ ସାଙ୍ଗମାନେ ଚାନ୍ଦା କରି ସେଉ ଗାଣ୍ଠିଆ ଖାଉ। ମାତ୍ର ୫ଟଙ୍କାରେ ପେଟପୂରା ସେଉ ଗାଣ୍ଠିଆ ସେବେ ମିଳୁଥିଲା। ତେଣୁ ସେହି ଟଙ୍କାରେ ସାଙ୍ଗଙ୍କୁ ସେଦିନ ପେଟପୂରା ସେଉ ଗାଣ୍ଠିଆ ଖାଇବାକୁ ଦେବା ସହ ଲସି ଟ୍ରିଟ୍‌ ଦେଇଥିଲି। ତା’ପରଠୁ ଲଗାତାର ମେଲୋଡି ପାର୍ଟିରେ ଗାଇବାକୁ ସୁଯୋଗ ପାଇଲି। କ୍ରମେ ଗୀତକୁ ନେଇ କ୍ୟାରିୟର୍‌ କରିବାକୁ ନିଜେ ବିଧିବଦ୍ଧ ସଙ୍ଗୀତ ଶିକ୍ଷା ବି କଲି। ସବୁକିଛି ଠିକ୍‌ଠାକ୍‌ ଚାଲିଥିବାବେଳେ ହଠାତ୍‌ ଦିନେ ବାବା ମୋ ବିଷୟରେ ସବୁକଥା ଜାଣିଗଲେ। ଗୀତ ନୁହେଁ ବରଂ ପଢ଼ାରେ ଧ୍ୟାନ ଦେବାକୁ ତାଗିଦ କଲେ। ଯେଉଁଥିପାଇଁ ବି.ଏସ୍‌ସି. ପରେ କିଛିଦିନ ଗୋଟେ ସ୍କୁଲ୍‌ରେ ବିଜ୍ଞାନ ଶିକ୍ଷକ, ପରେ ଆଉ ଏକ ସ୍କୁଲ୍‌ରେ ସଙ୍ଗୀତ ଶିକ୍ଷକ ଏବଂ ତା’ପରେ ଏକ କଲେଜରେ ଅଧ୍ୟାପନା କରିଥିଲି। ତା’ସାଙ୍ଗକୁ ନିଜେ ପି.ଜି ବି ପଢୁଥିଲି। କିନ୍ତୁ ଗୀତ ପାଇଁ ମୋ ମନ ସବୁବେଳେ ଛଟପଟ ହେଉଥିଲା। ତେଣୁ ଦିନେ ନିଷ୍ପତ୍ତି ନେଲି ଏସବୁକୁ ଛାଡ଼ି କଟକ ଚାଲିଯିବି ଆଉ ସେଇଠି ମୋର ନୂଆ ଏକ କ୍ୟାରିୟର୍‌ ଗଢ଼ିବି। ବାସ୍‌ ସେବେଠୁ କଟକ ଆସିଛି ଆଉ ତା’ର ପରିଣାମ ଏବେ ଆପଣଙ୍କ ସମ୍ମୁଖରେ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?