ବିଜୁବାବୁଙ୍କୁ କଟାକ୍ଷ: ବିଜେଡି-ଭାଜପା ମୁହାଁମୁହିଁ

ବାରିପଦା ଅଫିସ,୧୩ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ନେତ୍ରୀ ତଥା ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷାଙ୍କ କଟାକ୍ଷ ନେଇ ମଙ୍ଗଳବାର ବିଜେଡି ଓ ଭାଜପା ମୁହାଁମୁହିଁି ହୋଇଥିଲେ। ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦଳର ନେତୃବୃନ୍ଦ ଓ କର୍ମକର୍ତ୍ତା ପହଞ୍ଚି ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ିକୁ ୩ଘଣ୍ଟା ଅଟକ ରଖି କ୍ଷମାପ୍ରାର୍ଥନା ଦାବି କରିଥିଲେ। ଅନ୍ୟପକ୍ଷରେ ଭାଜପା କର୍ମକର୍ତ୍ତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବିକ୍ଷୋଭକାରୀମାନଙ୍କୁ ପୋଲିସ ଗିରଫ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସ୍ଥାନୀୟ ଏସ୍‌ଡିପିଓ ଏବଂ ଥାନା ଅଧିକାରୀଙ୍କ ସହ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଜିଲା ଉନ୍ନୟନ ସମନ୍ବୟ କାର୍ଯ୍ୟକାରୀ କମିଟି (ଦିଶା)ର ଏକ ବୈଠକ ମଙ୍ଗଳବାର ବାରିପଦା ମୁର୍ଗାବାଡ଼ିସ୍ଥିତ ପ୍ରୟାସ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୟୂରଭଞ୍ଜ ଏମ୍‌ପି ଇଂ.ବିଶ୍ୱେଶ୍ୱର ଟୁଡୁ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ, ଜିଲାପାଳ ବିନୀତ ଭରଦ୍ୱାଜ, ପିଡି ଡିଆର୍‌ଡିଏ, ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି ଓ ଯଶିପୁର ବିଧାୟକ ଗଣେଶରାମ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ଚାଲିଥିବା ସମୟରେ ଆବାସ ଗୃହ ଯୋଜନାରେ ବିଜୁବାବୁଙ୍କ ଫଟୋକୁ ନେଇ ଜିଲା ପରିଷଦ ଅଧ୍ୟକ୍ଷା ମୁର୍ମୁ କଟାକ୍ଷ କରିଥିବା ରାଜ୍ୟ ସଭା ସଦସ୍ୟା ମହାନ୍ତ ଅଭିଯୋଗ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ବଢ଼ିବା ପରେ ରାଜ୍ୟ ସଭା ସଦସ୍ୟା ମହାନ୍ତ କକ୍ଷ ତ୍ୟାଗ କରି ବାହାରେ ପ୍ରତିବାଦ କରିଥିଲେ। ଘଟଣା ପ୍ରଚାରିତ ହେବା ପରେ ବିଜେଡି ଜିଲା ସଭାପତି ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଦେବାଶିଷ ମାରାଣ୍ଡି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଛାତ୍ର ସଭାପତି ସୁନୀଲ ନାୟକ, ଯୁବ ସଭାପତି ଅରୁଣ ବରାଡ, ସୁବ୍ରମଣ୍ୟମ ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ପହଞ୍ଚି ପ୍ରତିବାଦ କରିବା ସହ ବିଜୁ ବାବୁ ଓ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ। ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ସେହି ଆସନରେ ବସିଥିବା ଅଧ୍ୟକ୍ଷାଙ୍କ ଏପରି ମନ୍ତବ୍ୟକୁ ରାଜସ୍ବମନ୍ତ୍ରୀ ମାରାଣ୍ଡି ନିନ୍ଦା କରିବା ସହ କଟୁ ସମାଲୋଚନା କରିଥିଲେ। ଏ ସଂକ୍ରାନ୍ତରେ ଜିଲା ପରିଷଦ ଅଧ୍ୟକ୍ଷା ମୁର୍ମୁଙ୍କୁ ପଚାରିବାରୁ ସେ ବିଜୁବାବୁଙ୍କୁ ସମ୍ମାନ କରନ୍ତି। ତାଙ୍କ ପ୍ରତି କୌଣସି କଟାକ୍ଷ କରିନାହାନ୍ତି। ଯାହା ସ୍ବର ଉଠାଇଛନ୍ତି ତାହା କେବଳ ମୟୂରଭଞ୍ଜବାସୀଙ୍କ ପାଇଁ। ସମ୍ମିଳନୀ କକ୍ଷରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉ ବୋଲି ସେ କହିିଛନ୍ତି। ଭାଜପା ଜିଲା ସଭାପତି କାନ୍ଦରା ସୋରେନ କୁହନ୍ତି, ଗଣତନ୍ତ୍ରରେ ମତାମତ ଦେବା ସମସ୍ତଙ୍କ ଅଧିକାର ରହିଛି। ମାତ୍ର ବିଜେଡି ପକ୍ଷରୁ ଚକ୍ରାନ୍ତ କରାଯାଇ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତି କରାଯାଇଥିବା ଅସମ୍ମାନ ଦୁର୍ଭାଗ୍ୟ ଜନକ। କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ଭାଜପା ପକ୍ଷରୁ ରାଲି କରାଯିବା ଏବଂ ପ୍ରୟାସ କାର୍ଯ୍ୟାଳୟ ସମ୍ମୁଖରେ ଫାଟକ ବନ୍ଦ କରି ଧାରଣାରେ ବସିବା ଘଟଣାରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଛି ବୋଲି ଥାନାଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri