ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ: ୬ ମାସ ପୂର୍ବରୁ ମି ଠୁ ପ୍ରସଙ୍ଗ ନେଇ ବଢ଼ିଲା ଉଷ୍ମତା…

ତାଇପେ,୧୦।୬ : ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ୬ମାସ ପୂର୍ବରୁ ହାସ ମି ଠୁ (#MeToo) ପ୍ରସଙ୍ଗ ଉଠିଛି। ଯୌନ ଉତ୍ପୀଡ଼ନର ଶିକାର ହୋଇ ଆଗକୁ ଆସିଥିବା ଅନେକ ମହିଳା ଗୁରୁତର ଅଭିଯୋଗ ଆଣିଛନ୍ତି। ତାଇୱାନ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା ମଧ୍ୟରେ ବଢୁଥିବା ବିବାଦ ଏବଂ ଯୁଦ୍ଧର ଭୟାବହତା ମଧ୍ୟରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନକୁ ଅନ୍ତଜାର୍ତୀୟସ୍ତରରେ ଦୃଷ୍ଟିରେ ରଖାଯାଇଛି। ସେଥିପାଇଁ #MeToo ବିରୋଧରେ ହୋଇଥିବା ଅଭିଯୋଗ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ହେଡଲାଇନରେ ଆସିଛି।

ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ତାଙ୍କ ଡେମୋକ୍ରାଟିକ ପ୍ରଗତିଶୀଳ ପାର୍ଟିର (ଡିପିପି) ଯୌନ ନିର୍ଯାତନା ମାମଲାରେ ଭୁଲ ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ପ୍ରତିଶ୍ରୁତି ଦେଇଛନ୍ତି ବର୍ତ୍ତମାନ ସରକାର ଅଭିଯୋଗ ପଞ୍ଜୀକରଣ ବ୍ୟବସ୍ଥାରେ ଉନ୍ନତି ଆଣିବେ, ଯାହା ଦ୍ୱାରା #MeToo ର ଶିକାର ହୋଇଥିବା ମହିଳାମାନେ ସେମାନଙ୍କ ଅଭିଯୋଗକୁ ସହଜରେ ପଞ୍ଜୀକୃତ କରିପାରିବେ।

ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀରେ ଭୋଟ ଗ୍ରହଣ କରାଯିବ। ସେହି ନିର୍ବାଚନରେ ଡିଜିପି ଅଧ୍ୟକ୍ଷ ଲାଇ ଚେଙ୍ଗ-ଟି ଦଳର ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଡିପିପି ତାଇୱାନର ସ୍ବାଧୀନତାର ସମର୍ଥକ। ତେଣୁ ଏହି ଦଳ ପାଶ୍ଚାତ୍ୟ ଦେଶଗୁଡିକର ସମର୍ଥନ ପାଇଛି। ଲାଇ ଏକ ବିବୃତ୍ତିରେ କହିଛନ୍ତି ତାଙ୍କ ସରକାର ପ୍ରତ୍ୟେକ #MeToo ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରିବେ ଏବଂ ଯେଉଁମାନେ ଏହି ମାମଲା ଲୁଚାଇବାକୁ ଚେଷ୍ଟା କରିବେ ସେମାନଙ୍କୁ ଦଣ୍ଡ ଦିଆଯିବ। ସେ ସ୍ବୀକାର କରିଛନ୍ତି ଗତ ଏକ ସପ୍ତାହ ମଧ୍ୟରେ #MeToo ମାମଲା ଡିପିପିର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି।

ମୁଖ୍ୟ ବିରୋଧୀ ଦଳ କୁଓମିଣ୍ଟାଙ୍ଗ (କେଏମଟି) ପ୍ରଥମେ ବିବାଦକୁ ଅସ୍ତ୍ର ଭାବରେ ଡିପିପି ଉପରେ ଆକ୍ରମଣ କରିଥିଲା। କିନ୍ତୁ ଇତି ମଧ୍ୟରେ, କୁଓମିଣ୍ଟାଙ୍ଗ ମଧ୍ୟ ଯୌନ ଉତ୍ପୀଡ଼ନ ସହ ଜଡିତ ଅନେକ ମାମଲାରେ ଉପଯୁକ୍ତ ଆଭିମୁଖ୍ୟ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଦଳର ଅଧ୍ୟକ୍ଷ ତଥା ରାଷ୍ଟ୍ରପତି ପ୍ରାର୍ଥୀ କୋ ୱେନ-ଜେ କହିଛନ୍ତି ଆଗାମୀ ର୍ନିବାଚନରେ #MeToo ଅଭିଯୋଗକୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ।

ଚାଇନା ଟିଭି ଚ୍ୟାନେଲ ସିସିଟିଭି ଏକ ରିପୋର୍ଟରେ କହିଛି ଡିଜିପି, କେଏମଟି ଏବଂ ଅନ୍ୟ ଦଳର ଟିଆରପି ନେତାଙ୍କ ବିରୋଧରେ ଅତି କମରେ ୨୦ ଟି ଯୌନ ଉତ୍ପୀଡ଼ନ ମାମଲା ରହିଛି। କେତେକ ୱେବସାଇଟ କେବଳ ସେହି ମାମଲାଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଡିପିପି ନେତାମାନେ ଜଡିତ ଅଛନ୍ତି। ଏହି ୱେବସାଇଟଗୁଡିକରେ ମନ୍ତବ୍ୟଗୁଡିକ ଆସନ୍ତା ଜାନୁଆରୀରେ ଦଳର ପ୍ରାର୍ଥୀଙ୍କୁ ଯୌନ ନିର୍ଯାତନା ବିଷୟରେ ଭୋଟ ଦେବାକୁ ଆବେଦନ କରିଥାଏ ।

ଗତ ମେ ୩୧ ରେ #MeToo ର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା, ଯେତେବେଳେ ଡିପିପି କାର୍ଯ୍ୟକର୍ତ୍ତା ଚେନ ଚିଆନ-ଜୋ ତାଙ୍କ ଫେସବୁକ ପୋଷ୍ଟରେ ଅଭିଯୋଗ କରିଥିଲେ ତାଙ୍କୁ ତିନି ମାସ ଧରି ଚଳଚ୍ଚିତ୍ର ନିର୍ଦ୍ଦେଶକ ହଇରାଣ କରିଥିଲେ। ସେ କହିଛନ୍ତି ଡିପିପିର ଡେପୁଟି ଜେନେରାଲ ସେକ୍ରେଟେରୀ ତଥା ମହିଳା ବିଭାଗର ମୁଖ୍ୟ ସୁ ଚିଆ-ଟିଏନଙ୍କୁ ଯେତେବେଳେ ସେ ଏହା ବିଷୟରେ ଜଣାଇଲେ ସେତେବେଳେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ସମସ୍ତ ତଥ୍ୟ ନେବା ପରେ ସେ ପୀଡିତାଙ୍କୁ କହିଥିଲେ ସେ ମାମଲା ଦାୟର କରିବେ କି ନାହିଁ ତାହା ନିଜେ ସ୍ଥିର କରନ୍ତୁ।

ଚେନଙ୍କ ଫେସବୁକ ପୋଷ୍ଟ ପରେ ଜୁନ ୧ ରେ ସୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏହା ପରେ ଅନେକ ମହିଳା ଏପରି ଅଭିଯୋଗ ଆଣିଥିଲେ। କିଛି ମହିଳା ସେମାନଙ୍କର ପରିଚୟକୁ ଗୁପ୍ତ ରଖିବା ପାଇଁ ସେମାନଙ୍କର କଷ୍ଟ ବିଷୟରେ ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri