ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ: ୬ ମାସ ପୂର୍ବରୁ ମି ଠୁ ପ୍ରସଙ୍ଗ ନେଇ ବଢ଼ିଲା ଉଷ୍ମତା…

ତାଇପେ,୧୦।୬ : ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ୬ମାସ ପୂର୍ବରୁ ହାସ ମି ଠୁ (#MeToo) ପ୍ରସଙ୍ଗ ଉଠିଛି। ଯୌନ ଉତ୍ପୀଡ଼ନର ଶିକାର ହୋଇ ଆଗକୁ ଆସିଥିବା ଅନେକ ମହିଳା ଗୁରୁତର ଅଭିଯୋଗ ଆଣିଛନ୍ତି। ତାଇୱାନ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା ମଧ୍ୟରେ ବଢୁଥିବା ବିବାଦ ଏବଂ ଯୁଦ୍ଧର ଭୟାବହତା ମଧ୍ୟରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନକୁ ଅନ୍ତଜାର୍ତୀୟସ୍ତରରେ ଦୃଷ୍ଟିରେ ରଖାଯାଇଛି। ସେଥିପାଇଁ #MeToo ବିରୋଧରେ ହୋଇଥିବା ଅଭିଯୋଗ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ହେଡଲାଇନରେ ଆସିଛି।

ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ତାଙ୍କ ଡେମୋକ୍ରାଟିକ ପ୍ରଗତିଶୀଳ ପାର୍ଟିର (ଡିପିପି) ଯୌନ ନିର୍ଯାତନା ମାମଲାରେ ଭୁଲ ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ପ୍ରତିଶ୍ରୁତି ଦେଇଛନ୍ତି ବର୍ତ୍ତମାନ ସରକାର ଅଭିଯୋଗ ପଞ୍ଜୀକରଣ ବ୍ୟବସ୍ଥାରେ ଉନ୍ନତି ଆଣିବେ, ଯାହା ଦ୍ୱାରା #MeToo ର ଶିକାର ହୋଇଥିବା ମହିଳାମାନେ ସେମାନଙ୍କ ଅଭିଯୋଗକୁ ସହଜରେ ପଞ୍ଜୀକୃତ କରିପାରିବେ।

ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀରେ ଭୋଟ ଗ୍ରହଣ କରାଯିବ। ସେହି ନିର୍ବାଚନରେ ଡିଜିପି ଅଧ୍ୟକ୍ଷ ଲାଇ ଚେଙ୍ଗ-ଟି ଦଳର ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଡିପିପି ତାଇୱାନର ସ୍ବାଧୀନତାର ସମର୍ଥକ। ତେଣୁ ଏହି ଦଳ ପାଶ୍ଚାତ୍ୟ ଦେଶଗୁଡିକର ସମର୍ଥନ ପାଇଛି। ଲାଇ ଏକ ବିବୃତ୍ତିରେ କହିଛନ୍ତି ତାଙ୍କ ସରକାର ପ୍ରତ୍ୟେକ #MeToo ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରିବେ ଏବଂ ଯେଉଁମାନେ ଏହି ମାମଲା ଲୁଚାଇବାକୁ ଚେଷ୍ଟା କରିବେ ସେମାନଙ୍କୁ ଦଣ୍ଡ ଦିଆଯିବ। ସେ ସ୍ବୀକାର କରିଛନ୍ତି ଗତ ଏକ ସପ୍ତାହ ମଧ୍ୟରେ #MeToo ମାମଲା ଡିପିପିର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି।

ମୁଖ୍ୟ ବିରୋଧୀ ଦଳ କୁଓମିଣ୍ଟାଙ୍ଗ (କେଏମଟି) ପ୍ରଥମେ ବିବାଦକୁ ଅସ୍ତ୍ର ଭାବରେ ଡିପିପି ଉପରେ ଆକ୍ରମଣ କରିଥିଲା। କିନ୍ତୁ ଇତି ମଧ୍ୟରେ, କୁଓମିଣ୍ଟାଙ୍ଗ ମଧ୍ୟ ଯୌନ ଉତ୍ପୀଡ଼ନ ସହ ଜଡିତ ଅନେକ ମାମଲାରେ ଉପଯୁକ୍ତ ଆଭିମୁଖ୍ୟ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଦଳର ଅଧ୍ୟକ୍ଷ ତଥା ରାଷ୍ଟ୍ରପତି ପ୍ରାର୍ଥୀ କୋ ୱେନ-ଜେ କହିଛନ୍ତି ଆଗାମୀ ର୍ନିବାଚନରେ #MeToo ଅଭିଯୋଗକୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ।

ଚାଇନା ଟିଭି ଚ୍ୟାନେଲ ସିସିଟିଭି ଏକ ରିପୋର୍ଟରେ କହିଛି ଡିଜିପି, କେଏମଟି ଏବଂ ଅନ୍ୟ ଦଳର ଟିଆରପି ନେତାଙ୍କ ବିରୋଧରେ ଅତି କମରେ ୨୦ ଟି ଯୌନ ଉତ୍ପୀଡ଼ନ ମାମଲା ରହିଛି। କେତେକ ୱେବସାଇଟ କେବଳ ସେହି ମାମଲାଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଡିପିପି ନେତାମାନେ ଜଡିତ ଅଛନ୍ତି। ଏହି ୱେବସାଇଟଗୁଡିକରେ ମନ୍ତବ୍ୟଗୁଡିକ ଆସନ୍ତା ଜାନୁଆରୀରେ ଦଳର ପ୍ରାର୍ଥୀଙ୍କୁ ଯୌନ ନିର୍ଯାତନା ବିଷୟରେ ଭୋଟ ଦେବାକୁ ଆବେଦନ କରିଥାଏ ।

ଗତ ମେ ୩୧ ରେ #MeToo ର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା, ଯେତେବେଳେ ଡିପିପି କାର୍ଯ୍ୟକର୍ତ୍ତା ଚେନ ଚିଆନ-ଜୋ ତାଙ୍କ ଫେସବୁକ ପୋଷ୍ଟରେ ଅଭିଯୋଗ କରିଥିଲେ ତାଙ୍କୁ ତିନି ମାସ ଧରି ଚଳଚ୍ଚିତ୍ର ନିର୍ଦ୍ଦେଶକ ହଇରାଣ କରିଥିଲେ। ସେ କହିଛନ୍ତି ଡିପିପିର ଡେପୁଟି ଜେନେରାଲ ସେକ୍ରେଟେରୀ ତଥା ମହିଳା ବିଭାଗର ମୁଖ୍ୟ ସୁ ଚିଆ-ଟିଏନଙ୍କୁ ଯେତେବେଳେ ସେ ଏହା ବିଷୟରେ ଜଣାଇଲେ ସେତେବେଳେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ସମସ୍ତ ତଥ୍ୟ ନେବା ପରେ ସେ ପୀଡିତାଙ୍କୁ କହିଥିଲେ ସେ ମାମଲା ଦାୟର କରିବେ କି ନାହିଁ ତାହା ନିଜେ ସ୍ଥିର କରନ୍ତୁ।

ଚେନଙ୍କ ଫେସବୁକ ପୋଷ୍ଟ ପରେ ଜୁନ ୧ ରେ ସୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏହା ପରେ ଅନେକ ମହିଳା ଏପରି ଅଭିଯୋଗ ଆଣିଥିଲେ। କିଛି ମହିଳା ସେମାନଙ୍କର ପରିଚୟକୁ ଗୁପ୍ତ ରଖିବା ପାଇଁ ସେମାନଙ୍କର କଷ୍ଟ ବିଷୟରେ ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri