ଜବରଦସ୍ତ ଧର୍ମାନ୍ତରୀକରଣ କରି ବିବାହ କରାଯାଇଥିବା ବାଳିକାଙ୍କୁ ମାତାପିତାଙ୍କ ସହ ଯିବାକୁ ମନା କଲେ ପାକିସ୍ତାନ କୋର୍ଟ…

ଇସଲାମାବା,୧୦।୬ : ପାକିସ୍ତାନରେ ହିନ୍ଦୁ ଯୁବତୀମାନଙ୍କୁ ଜବରଦସ୍ତଧର୍ମାନ୍ତରୀକରଣ କରିବା ଏବଂ ସେମାନଙ୍କୁ ମୁସଲମାନ ପୁଅମାନଙ୍କ ସହିତ ବିବାହ କରିବା ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସିନ୍ଧ ପ୍ରଦେଶରୁ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଠାରେ ଜଣେ ୧୪ ବର୍ଷ ବୟସ୍କାର ହିନ୍ଦୁ ଝିଅଙ୍କୁ ଅପହରଣ କରାଯାଇଥିଲା। ଏହା ପରେ ଜବରଦସ୍ତ ଧର୍ମାନ୍ତରୀକରଣ କରି ଜଣେ ମୁସଲମାନ ଯୁବକଙ୍କ ସହିତ ବିବାହ କରାଯାଇଥିଲା। ଏହି ମାମଲାରେ ଜିଲା କୋର୍ଟ ଝିଅଙ୍କୁ ତାଙ୍କ ମାତାପିତାଙ୍କ ନିକଟକୁ ପଠାଇବାକୁ ମନା କରିଦେଇଛନ୍ତି।

କୁହାଯାଉଛି ଝିଅଟି ତାଙ୍କ ପିତାମାତାଙ୍କ ସହ ଯିବାକୁ ଚାହୁଁଥିଲା, ତଥାପି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ବିଚାରପତି କହିଛନ୍ତି ଝିଅଟି ନିଜ ବିବୃତ୍ତି ଦେବାବେଳେ ଚାପରେ ଥିଲା। ସେଥିପାଇଁ ତାଙ୍କୁ ଆଶ୍ରୟ ଗୃହକୁ ପଠାଯାଇଛି।

ସୂଚନାଯୋଗ୍ୟ, ଜୁନ ୨ ରେ ଦକ୍ଷିଣ ସିନ୍ଧ ପ୍ରଦେଶର ବେନାଜିରାବାଦ ଜିଲାରେ ସହଯୋଗୀଙ୍କ ସାହାଯ୍ୟରେ ଜଣେ ୧୪ ବର୍ଷର ବାଳିକାକୁ ତାଙ୍କ ଶିକ୍ଷକ ଅପହରଣ କରି ନେଇଥିଲେ। ଏହି ଘଟଣା ତାଙ୍କ ମାଆଙ୍କ ସାମ୍ନାରେ ଘଟିଥିଲା। ନାବାଳିକାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିବା । ଏନେଇ ତାଙ୍କ ବାପା ପୋଲିସ ଅଭିଯୋଗ କରିଥିଲେ। ପରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଝିଅଟି କହିଥଲା ସେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ଜଣେ ମୁସଲମାନ ଯୁବକଙ୍କୁ ବିବାହ କରିଛନ୍ତି।

ତେବେ ଝିଅଙ୍କର ମାତାପିତା କହିଛନ୍ତି ସେ ଜଣେ ନାବାଳିକା। ସେ ଏସବୁ କରିବାକୁ ବାଧ୍ୟ ହୋଇଛନ୍ତି।
ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବହୁତ ବିବାଦ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ କଠୋରତା ଦେଖାଇ ୫ ଦିନ ମଧ୍ୟରେ ନାବାଳିକାଙ୍କୁ ଜିଲାର ଏକ ଘରୁ ଉଦ୍ଧାର କରିଥିଲା। ନାବାଳିକାକୁ ଶୁକ୍ରବାର ଲାରକାନା ଜିଲା କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ସେ ତାଙ୍କୁ ଅପହରଣ କରି ଜବରଦସ୍ତ ଧର୍ମାନ୍ତରୀକରଣ କରିଥିବା ବିବୃତ୍ତିରେ ବିଚାରପତିଙ୍କୁ କହିଥିଲେ। ସେ ତାଙ୍କ ମାତାପିତାଙ୍କ ସହ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଜଜ ତାଙ୍କ ବିବୃତ୍ତି ଦେବାବେଳେ ଚାପରେ ଥିବା ଦର୍ଶାଇ ଜୁନ ୧୨ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ନାବାଳିକାକୁ ମହିଳା ଆଶ୍ରୟ ଗୃହକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ: ଶୀତଳ ଭଣ୍ଡାର ନିର୍ମାଣ ଦାବି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗାଁରେ ପ୍ରାୟତଃ ଅଧିକାଂଶ ଲୋକ ଚାଷ ଉପରେ ସବୁବେଳେ ନିର୍ଭର କରନ୍ତି l ଏହି ଅଞ୍ଚଳ ରେତ ନଦୀ…

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri