ତାଇଓ୍ବାନ-ଆମେରିକା ଯୁଦ୍ଧାସ୍ତ୍ର ଡିଲ୍‌

ତାଇପେଇ, ୨୮ା୮: ଚାଇନା-ତାଇଓ୍ବାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆମେରିକା ଏହି ଦ୍ୱୀପରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବାହନ ଦେବାକୁ ଚୁକ୍ତି କରିଛି। ତାଇଓ୍ବାନ ଏବଂ ଆମେରିକା ମଧ୍ୟରେ ୪.୫ କୋଟି ଡଲାରର ଡିଲ୍‌ ୬ ବର୍ଷ ପାଇଁ ସ୍ବାକ୍ଷରିତ ହୋଇଛି। ଅର୍ଥାତ୍‌ ୨୦୨୮ ପର୍ଯ୍ୟନ୍ତ ଓ୍ବାଶିଂଟନ୍‌ ତାଇପେଇକୁ ଗୋଳାବାରୁଦ ସହ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇବ। ଏଥିରେ ଆପାଚି ଏବଂ ବ୍ଲାକ୍‌ ହକ୍‌ ହେଲିକପ୍ଟର ସାମିଲ ରହିଛି। ଏ ନେଇ ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଥିବା ତାଇପେଇ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।

୩ରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଏହି ସ୍ବୟଂଶାସିତ ରାଷ୍ଟ୍ରକୁ ନିଜର ଦାବି କରିଆସୁଥିବା ଚାଇନା ଆକ୍ରମଣାତ୍ମକ ହୋଇପଡ଼ିଛି। ତାଇଓ୍ବାନ ପ୍ରଣାଳୀ ନିକଟରେ ସମରାଭ୍ୟାସ ପରେ ଚାଇନାର ଯୁଦ୍ଧଜାହାଜ ବାରମ୍ବାର ତାଇପେଇ ସୀମା ଟପୁଛି। ଶକ୍ତିଶାଳୀ ଚାଇନାର ମୁକାବିଲା ପାଇଁ ତାଇଓ୍ବାନ ନିଜ ପ୍ରତିରକ୍ଷା ଶକ୍ତି ବୃଦ୍ଧି କରୁଛି। ଏହା ଭିତରେ ଗତ ସପ୍ତାହରେ ତାଇଓ୍ବାନରେ ଆମେରିକାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ତାଇପେଇ ସେନା ମଧ୍ୟରେ ଉପରୋକ୍ତ ଡିଲ୍‌ ହୋଇଛି। ଆସନ୍ତା ଡିସେମ୍ବରରୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ଆମେରିକା ତାଇଓ୍ବାନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇବ।

ପ୍ରତିରକ୍ଷା ସାମଗ୍ରୀ, ଏନର୍ଜି ଏବଂ ଅନ୍ୟ ସମ୍ବଳ ଆମଦାନୀରେ ବାଧା ଉପୁଯାଇ ଚାଇନା ତାଇଓ୍ବାନର ସାମରିକ ଶକ୍ତିକୁ ଦୁର୍ବଳ କରିଦେବା ଉଦ୍ୟମ କରିପାରେ। ତେଣୁ ତାଇପେଇ ଏପରି ହେବା ପୂର୍ବରୁ ନିଜକୁ ଚାଇନା ସହ ମୁକାବିଲା ପାଇଁ ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନେଉଛି। ଅତ୍ୟାଧୁନିକ ସେନା ହେଲିକପ୍ଟରରେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବାହନଗୁଡ଼ିକର ସ୍ପେୟାର ପାର୍ଟ୍‌ସ ଆଦି ମହଜୁଦ ରଖିବା ନିମନ୍ତେ ତାଇଓ୍ବାନ ଯୋଜନା କରିଛି। ସେହିପରି ସମସ୍ତ ସୈନ୍ୟବାହିନୀଙ୍କୁ ପର୍ଯ୍ୟାପ୍ତ ଯୁଦ୍ଧାସ୍ତ୍ର ଯୋଗାଇଦେବା ନିମନ୍ତେ ଓ୍ବାଶିଂଟନ୍‌ ଓ ତାଇପେଇ ମଧ୍ୟରେ ଅଧିକ ଚୁକ୍ତି ହେବା ନେଇ ଆଲୋଚନା ଜାରି ରହିଛି। ୨୦୧୭ରୁ ଆମେରିକା ତାଇଓ୍ବାନକୁ ଯୁଦ୍ଧାସ୍ତ୍ର ଯୋଗାଣ ପାଇଁ ୧୮ ବିଲିୟନ ଡଲାରର ଚୁକ୍ତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri