ତାଇଓ୍ବାନ-ଆମେରିକା ଯୁଦ୍ଧାସ୍ତ୍ର ଡିଲ୍‌

ତାଇପେଇ, ୨୮ା୮: ଚାଇନା-ତାଇଓ୍ବାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆମେରିକା ଏହି ଦ୍ୱୀପରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବାହନ ଦେବାକୁ ଚୁକ୍ତି କରିଛି। ତାଇଓ୍ବାନ ଏବଂ ଆମେରିକା ମଧ୍ୟରେ ୪.୫ କୋଟି ଡଲାରର ଡିଲ୍‌ ୬ ବର୍ଷ ପାଇଁ ସ୍ବାକ୍ଷରିତ ହୋଇଛି। ଅର୍ଥାତ୍‌ ୨୦୨୮ ପର୍ଯ୍ୟନ୍ତ ଓ୍ବାଶିଂଟନ୍‌ ତାଇପେଇକୁ ଗୋଳାବାରୁଦ ସହ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇବ। ଏଥିରେ ଆପାଚି ଏବଂ ବ୍ଲାକ୍‌ ହକ୍‌ ହେଲିକପ୍ଟର ସାମିଲ ରହିଛି। ଏ ନେଇ ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଥିବା ତାଇପେଇ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।

୩ରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଏହି ସ୍ବୟଂଶାସିତ ରାଷ୍ଟ୍ରକୁ ନିଜର ଦାବି କରିଆସୁଥିବା ଚାଇନା ଆକ୍ରମଣାତ୍ମକ ହୋଇପଡ଼ିଛି। ତାଇଓ୍ବାନ ପ୍ରଣାଳୀ ନିକଟରେ ସମରାଭ୍ୟାସ ପରେ ଚାଇନାର ଯୁଦ୍ଧଜାହାଜ ବାରମ୍ବାର ତାଇପେଇ ସୀମା ଟପୁଛି। ଶକ୍ତିଶାଳୀ ଚାଇନାର ମୁକାବିଲା ପାଇଁ ତାଇଓ୍ବାନ ନିଜ ପ୍ରତିରକ୍ଷା ଶକ୍ତି ବୃଦ୍ଧି କରୁଛି। ଏହା ଭିତରେ ଗତ ସପ୍ତାହରେ ତାଇଓ୍ବାନରେ ଆମେରିକାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ତାଇପେଇ ସେନା ମଧ୍ୟରେ ଉପରୋକ୍ତ ଡିଲ୍‌ ହୋଇଛି। ଆସନ୍ତା ଡିସେମ୍ବରରୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ଆମେରିକା ତାଇଓ୍ବାନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇବ।

ପ୍ରତିରକ୍ଷା ସାମଗ୍ରୀ, ଏନର୍ଜି ଏବଂ ଅନ୍ୟ ସମ୍ବଳ ଆମଦାନୀରେ ବାଧା ଉପୁଯାଇ ଚାଇନା ତାଇଓ୍ବାନର ସାମରିକ ଶକ୍ତିକୁ ଦୁର୍ବଳ କରିଦେବା ଉଦ୍ୟମ କରିପାରେ। ତେଣୁ ତାଇପେଇ ଏପରି ହେବା ପୂର୍ବରୁ ନିଜକୁ ଚାଇନା ସହ ମୁକାବିଲା ପାଇଁ ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନେଉଛି। ଅତ୍ୟାଧୁନିକ ସେନା ହେଲିକପ୍ଟରରେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବାହନଗୁଡ଼ିକର ସ୍ପେୟାର ପାର୍ଟ୍‌ସ ଆଦି ମହଜୁଦ ରଖିବା ନିମନ୍ତେ ତାଇଓ୍ବାନ ଯୋଜନା କରିଛି। ସେହିପରି ସମସ୍ତ ସୈନ୍ୟବାହିନୀଙ୍କୁ ପର୍ଯ୍ୟାପ୍ତ ଯୁଦ୍ଧାସ୍ତ୍ର ଯୋଗାଇଦେବା ନିମନ୍ତେ ଓ୍ବାଶିଂଟନ୍‌ ଓ ତାଇପେଇ ମଧ୍ୟରେ ଅଧିକ ଚୁକ୍ତି ହେବା ନେଇ ଆଲୋଚନା ଜାରି ରହିଛି। ୨୦୧୭ରୁ ଆମେରିକା ତାଇଓ୍ବାନକୁ ଯୁଦ୍ଧାସ୍ତ୍ର ଯୋଗାଣ ପାଇଁ ୧୮ ବିଲିୟନ ଡଲାରର ଚୁକ୍ତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

କେତେ ସମ୍ପତ୍ତି ଛାଡି ଦେଇ ଗଲେ ଖାଲେଦା ଜିଆ, ଜାଣନ୍ତୁ ତାଙ୍କର ନେଟ୍‌ ଓ୍ବର୍ଥ

ଢାକା,୩୦।୧୨: ବାଂଲାଦେଶୀ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ଖାଲେଦା ଜିଆଙ୍କ ମୃତ୍ୟୁ ପରେ, ଏକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ବେଗମ ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri