ସ୍ତ୍ରୀର ପରକୀୟା ପ୍ରୀତି ଉପରେ ନଜର ରଖିବା ପଡ଼ିଲା ମହଙ୍ଗା: ଟୁଥବ୍ରଶ୍‌ରୁ ସନ୍ଦେହ କରି ଫସିଲେ ସ୍ୱାମୀ, କୋର୍ଟ କହିଲେ…

ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ ନେଲେ, ଯାହା ତାଙ୍କୁ ନିଜ ମାମଲାରେ ବିଜୟ ଦେଲା ସତ, କିନ୍ତୁ ଶେଷରେ ନିଜେ ଜେଲ୍ ଯିବାକୁ ପଡ଼ିଲା। ତାଇୱାନର ଏହି ଘଟଣା ଏବେ ଗୋପନୀୟତା ଅଧିକାର ଓ ଆଇନକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।

ତାଇୱାନର ଜଣେ ବ୍ୟକ୍ତିଙ୍କୁ ନିଜ ପତ୍ନୀଙ୍କ ପରକୀୟା ସମ୍ପର୍କ ଥିବା ନେଇ ସନ୍ଦେହ ହୋଇଥିଲା। ପତ୍ନୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ପାଇଁ ସେ ଘରେ ଥିବା ଏକ ରୋବୋଟ୍ ଭାକ୍ୟୁମ୍ କ୍ଲିନର୍‌କୁ ବ୍ୟବହାର କରିଥିଲେ। ୨୦୨୧ରେ ଏହି ଦମ୍ପତିଙ୍କ ବିବାହ ହୋଇଥିଲା ଏବଂ ସେମାନେ ସ୍ୱାମୀଙ୍କ ମାତାପିତାଙ୍କ ସହ ରହୁଥିଲେ। ଛୁଟି କାଟିବା ପାଇଁ ସେମାନଙ୍କର ଆଉ ଏକ ଘର ମଧ୍ୟ ଥିଲା। ୨୦୨୩ ସେପ୍ଟେମ୍ବରରେ ସେହି ଘରେ ବ୍ୟବହୃତ ଟୁଥ୍‌ବ୍ରଶ୍ ମିଳିବା ପରେ ସ୍ୱାମୀଙ୍କ ସନ୍ଦେହ ଆହୁରି ବଢ଼ିଥିଲା। ପରେ ସେ ପାର୍କିଂ ଲଟ୍‌ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଫୁଟେଜ୍‌ରେ ଜଣେ ଅଜଣା ବ୍ୟକ୍ତି ପତ୍ନୀଙ୍କୁ ଘରେ ଛାଡ଼ି ଯାଉଥିବା ଦେଖିବାକୁ ମିଳିଥିଲା।

ଏହାପରେ ସ୍ୱାମୀ ମୋବାଇଲ୍ ଆପ୍‌ ଜରିଆରେ ଦୂରରୁ ରୋବୋଟ୍ ଭାକ୍ୟୁମ୍‌କୁ ଚଳାଇଥିଲେ। ଏହି ଡିଭାଇସ୍‌ରେ ଅଡିଓ ଫଙ୍କସନ୍ ମଧ୍ୟ ଥିଲା। ପତ୍ନୀଙ୍କ ସହ କଥା ହେବା ଉଦ୍ଦେଶ୍ୟରେ ସେ ଏହାକୁ ବ୍ୟବହାର କରିବାକୁ ଚାହିଁଥିଲେ। କିନ୍ତୁ ଲାଇଭ୍ ଫିଡ୍‌ରେ ସେ ନିଜ ପତ୍ନୀଙ୍କୁ ଜଣେ ଅନ୍ୟ ପୁରୁଷଙ୍କ ସହ ଆପତ୍ତିଜନକ ପରିସ୍ଥିତିରେ ଦେଖିଥିବା ଦାବି କରିଥିଲେ। ସ୍ୱାମୀ ଏହି ଫୁଟେଜ୍‌କୁ ରେକର୍ଡ କରି ପରେ ଅଦାଲତରେ ପ୍ରମାଣ ଭାବେ ଦାଖଲ କରିଥିଲେ। ଏହି ଫୁଟେଜ୍ ଆଧାରରେ ସ୍ୱାମୀ ନିଜ ପତ୍ନୀ ଓ ତାଙ୍କ କଥିତ ପ୍ରେମିକଙ୍କ ବିରୋଧରେ ସିଭିଲ୍ ମାମଲା କରିଥିଲେ। ସେ ପ୍ରାୟ ୨ ମିଲିୟନ୍ ନ୍ୟୁ ତାଇୱାନ୍ ଡଲାର୍ କ୍ଷତିପୂରଣ ଦାବି କରିଥିଲେ।

ଅଦାଲତ ନିଷ୍କର୍ଷରେ ପହଞ୍ଚିଥିଲେ ଯେ ଦୁଇଜଣଙ୍କ ସମ୍ପର୍କ ସାଧାରଣ ବନ୍ଧୁତ୍ୱଠାରୁ ଅଧିକ ଥିଲା। ଏହାପରେ ପତ୍ନୀ ଓ ଅନ୍ୟ ବ୍ୟକ୍ତିଙ୍କୁ ପ୍ରାୟ ୫ ଲକ୍ଷ ନ୍ୟୁ ତାଇୱାନ୍ ଡଲାର୍ କ୍ଷତିପୂରଣ ଦେବାକୁ ଆଦେଶ ଦିଆଯାଇଥିଲା। କିନ୍ତୁ ଏହାପରେ ସ୍ୱାମୀ ନିଜେ ଆଇନଗତ ଅସୁବିଧାରେ ପଡ଼ିଥିଲେ। ପତ୍ନୀ ଗୋପନୀୟତା ଉଲ୍ଲଂଘନ ନେଇ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇଥିଲେ। ସ୍ୱାମୀଙ୍କ ଯୁକ୍ତି ଥିଲା ଯେ ଭିଡିଓକୁ ଅଦାଲତ ସିଭିଲ୍ ମାମଲାରେ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି, ତେଣୁ ତାଙ୍କ ରେକର୍ଡିଂ ବେଆଇନ ନୁହେଁ। କିନ୍ତୁ ଅଦାଲତ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ଅଦାଲତ କହିଥିଲେ ଯେ ବିବାହିତ ସମ୍ପର୍କରେ ଥିବା କାରଣରୁ କୌଣସି ବ୍ୟକ୍ତିଙ୍କ ଗୋପନୀୟତାର ଅଧିକାର ଶେଷ ହୋଇଯାଏ ନାହିଁ।

ଶେଷରେ ଅନୁମତି ବିନା ପତ୍ନୀଙ୍କ ବ୍ୟକ୍ତିଗତ ମୁହୂର୍ତ୍ତ ରେକର୍ଡ କରିଥିବା ଅଭିଯୋଗରେ ସ୍ୱାମୀଙ୍କୁ ୫ ମାସ ଜେଲ୍ ଦଣ୍ଡ ଦିଆଯାଇଥିଲା। ଏଥିସହ ତାଙ୍କ ଉପରେ ୧.୫ ଲକ୍ଷ ନ୍ୟୁ ତାଇୱାନ୍ ଡଲାର୍ ଜରିମାନା ମଧ୍ୟ ଲାଗୁ ହୋଇଥିଲା। ତାଇୱାନର ଆଇନ ଅନୁସାରେ, କାହାରି ଅନୁମତି ବିନା ତାଙ୍କ ବ୍ୟକ୍ତିଗତ ମୁହୂର୍ତ୍ତକୁ ରେକର୍ଡ କିମ୍ବା ପ୍ରକାଶ କରିବା ଅପରାଧ ହୋଇପାରେ। ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୩ ଲକ୍ଷ ନ୍ୟୁ ତାଇୱାନ୍ ଡଲାର୍ ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଘଟ: କେନ୍ଦୁଝରରେ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବିତ

କେନ୍ଦୁଝର,୧୧।୯(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ସ ଆହ୍ବାନରେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଇଛି। କେନ୍ଦୁଝର ଜିଲାରେ ମଧ୍ୟ ଏହାର ପ୍ରଭାବ…

ବର୍ଷାଜଳରେ ବେହାଲ ବ୍ଲକ କାର୍ଯ୍ୟାଳୟ

ତୁମୁଡ଼ିବନ୍ଧ, ୧୧।୯ (ଦୀପକ କୁମାର ପରାସେଠ): ବର୍ଷାଜଳରେ ବେହାଲ ହୋଇପଡ଼ିଛି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏଭଳି ଦୃଶ୍ୟ…

ଏପ୍ରିଲ ୨୦୨୭ ଯାଏଁ ରାହୁଙ୍କ କୃପା! ୩ ରାଶିଙ୍କୁ ମିଳିବ ପ୍ରଚୁର ଟଙ୍କା, ଚମକିବ କ୍ୟାରିୟର

ଛାୟା ଗ୍ରହ ରାହୁ ଏହି ସମୟରେ ଧନିଷ୍ଠା ନକ୍ଷତ୍ରରେ ବିରାଜମାନ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଧନିଷ୍ଠା ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?