ବୈଷୟିକ ଆଧିପତ୍ୟର ଶୀର୍ଷରେ ତାଇୱାନ

ଡ. ଚିତ୍ତରଞ୍ଜନ ମିଶ୍ର

ଆମେରିକା ଓ ରୁଷିିଆ ମଧ୍ୟରେ ହୋଇଥିବା ଶୀତଳ ଯୁଦ୍ଧ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ବା ମତଭେଦ ସୃଷ୍ଟି କରି ପ୍ରାକୃତିକ ଓ ଶିଳ୍ପ ସଂପଦ ଉପରେ ନିଜର ନିୟନ୍ତ୍ରଣ ସାବ୍ୟସ୍ତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ହେଲେ ଆମେରିକା ଓ ଚାଇନା ମଧ୍ୟରେ ହେଉଥିବା ଏବେକାର ଶୀତଳଯୁଦ୍ଧ ଗୋଟିଏ ସ୍ଥାନରେ ଥିବା ଗୋଟିଏ ଶିଳ୍ପ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଉଦ୍ଦିଷ୍ଟ। ତାହା ହେଲା ତାଇୱାନରେ ପ୍ରସ୍ତୁତ ହେଉଥିବା କମ୍ପ୍ୟୁଟର ଚିପ୍ସ।
୨୦୧୯ରେ ତାଇୱାନ ସମଗ୍ର ବିଶ୍ୱରେ ଅତି ପତଳା ଓ ଦ୍ରୁତତର ଚିପ୍ସ ଅବା ସେମିକଣ୍ଡକ୍ଟର ପ୍ରସ୍ତୁତ କରିବାର ଦୌଡ଼ର ନେତୃତ୍ୱ ନେଇଥିଲା। ଏହା ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା), ହାଇ ସ୍ପିଡ କମ୍ପ୍ୟୁଟିଂ ଓ ଆଗକୁ ଆସୁଥିବା ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ ଭଳି ଡିଜିଟାଲ ଇଣ୍ଡଷ୍ଟ୍ରିର ଅତି ଗୁରୁତ୍ୱପୂର୍ଣ୍ଣ ବିଲ୍‌ଡିଂ ବ୍ଲକର ବିଶେଷ ମୁଖ୍ୟ ଆଧାର ଭାବେ ବିବେଚିତ ହେଉଅଛି; ଯେଉଁଥିରେ କି ଘର, ମୋଟରଗାଡ଼ି ଏବଂ ଏପରି କି ଆମର ପିନ୍ଧା ବସ୍ତ୍ର ଆଦି ସ୍ମାର୍ଟ ଫୋନ୍‌ ଓ ‘ଭଏସ୍‌ ଆକ୍ଟିଭେଟେଡ୍‌ ସ୍ପିକର’ ସହ ୫ଜି ନେଟୱର୍କ ମାଧ୍ୟମରେ ସଂଯୋଗ ହୋଇଯିବ।
ଆଜିର ଦିନରେ ଯଦି କାୈଣସି ରାଷ୍ଟ୍ର ବିଶ୍ୱ ଡିଜିଟାଲ ଭବିଷ୍ୟତର ମହାନାୟକ ହେବାକୁ ଏବଂ ନିଜର ପ୍ରଭୁତ୍ୱ ଓ ଆଧିପତ୍ୟକୁ ବିସ୍ତାର କରିବାକୁ ଚାହିଁବ ତା’ହେଲେ ସେହି ରାଷ୍ଟ୍ରକୁ ଏଭଳି ଅତି ପତଳା ଚିପ୍ସକୁ ତାଇୱାନ ଅବା ଦକ୍ଷିଣ କୋରିଆରୁ ହିଁ କିଣିବାକୁ ପଡ଼ିବ। ଉଭୟ ‘ଟେକ୍ନୋଲୋଜି ଓ ମାର୍କେଟ ପାୱାର’ ଅର୍ଥାତ୍‌ ପ୍ରଯୁକ୍ତିବିଦ୍ୟା ଓ ବିପଣନ ଶକ୍ତିରେ ତାଇୱାନ ଅଧିକ ବଳବତ୍ତର ହେବ; ଯାହା କି ୨୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପ ରାଷ୍ଟ୍ରକୁ ବିଶ୍ୱ ବୈଷୟିକ ଆଧିପତ୍ୟକୁ ନେଇ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ହେଉଥିବା ମହା ସଂଗ୍ରାମର କେନ୍ଦ୍ରବିନ୍ଦୁରେ ଆଣି ଦଣ୍ଡାୟମାନ କରାଇଦେବ। ପ୍ରଯୁକ୍ତିବିଦ୍ୟାର ଏହି ମହା ସଂଗ୍ରାମରେ ତାଇୱାନ ଏକ ଅପରିହାର୍ଯ୍ୟ କ୍ଷୁଦ୍ର ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ଭାବେ ବିଶ୍ୱରେ ପ୍ରତିଭାତ ହେବ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱରେ କେବଳ ମାତ୍ର ଦୁଇଟି ରାଷ୍ଟ୍ର ତାଇୱାନ ଓ ଦକ୍ଷିଣ କୋରିଆ କ୍ରମାନ୍ବୟ ଭାବେ ୫ ଦଶନ୍ଧି ଧରି ୫ ପ୍ରତିଶତରୁ ଊର୍ଦ୍ଧ୍ୱ ହାରରେ ଅଭିବୃଦ୍ଧି ହାସଲ କରି ଚାଲିଲେ। ଦାରିଦ୍ର୍ୟର କଷାଘାତରୁ ନିଜକୁ ଉଦ୍ଧାର କରି ବିକଶିତ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ରଗୁଡ଼ିକର ର଼୍ୟାଙ୍କରେ ନିଜ ନାମକୁ ଲିପିବଦ୍ଧ କଲେ ଏବଂ ବିଶ୍ୱରେ ନିଜର ସ୍ବତନ୍ତ୍ର ଆସନକୁ ମଧ୍ୟ ସଗର୍ବେ ଜାହିର କଲେ। ସେମାନେ ଗବେଷଣା ଓ ବିକାଶ କ୍ଷେତ୍ରରେ ଅସାଧାରଣ ଭାବେ ପ୍ରଚୁର ପରିମାଣର ପୁଞ୍ଜି ନିବେଶ କଲେ ଏବଂ ବିଶ୍ୱ ଦୃଶ୍ୟପଟରେ ମୁଣ୍ଡ ଟେକିଲେ ଏବଂ ଦୃଷ୍ଟିଗୋଚର ହେଉଥିବା ତାଙ୍କର ବିପକ୍ଷ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଗଲେ। ବିକଶିତ ବିଶ୍ୱର ଅନ୍ୟତମ ‘ରିସର୍ଚ୍ଚ ଲିଡର’ ଭାବେ ମଧ୍ୟ ତାଇୱାନ ଓ ଦକ୍ଷିଣ କୋରିଆ ଏବେ ପରିଗଣିତ ହେଉଛନ୍ତି।
ଏଭଳି ବିଶ୍ୱ ଚମତ୍କାର ହାସଲ କରିବାରେ ସୁଦକ୍ଷ ସରକାର ପ୍ରମୁଖ ଭୂମିକା ସଂପାଦିତ କରି ସରକାର ନିଜ ରାଷ୍ଟ୍ରକୁ ବିଶ୍ୱ ସ୍ବୀକୃତି ପ୍ରଦାନ କରିପାରିଲେ। ଏହି ସ୍ବୀକୃତି ପଛର ମୂଳ ମନ୍ତ୍ରଟି ହେଲା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଗୁଣବତ୍ତା ଓ ଶ୍ରେଷ୍ଠତାର ପ୍ରତିପାଦନ। ସାମ୍‌ସଙ୍ଗ ଓ ହୁଣ୍ଡାଇ ପରି ବିଶାଳ ଏକତ୍ରୀକୃତ ଟେକ୍ନୋଲୋଜି କମ୍ପାନୀକୁ ଦକ୍ଷିଣ କୋରିଆ ଆଦର ସହକାରେ ବଡ଼ କଲା; ଯେଉଁମାନେ କି ନିଜର ବ୍ରାଣ୍ଡ୍‌ ନାମରେ ବିଭିନ୍ନ ଉପଭୋକ୍ତା ଉପତ୍ାଦକୁ ବିଭିନ୍ନ ଦେଶକୁ ରପ୍ତାନି କଲେ। ତାଇୱାନ ଛୋଟ ଛୋଟ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେଲା; ଯେଉଁମାନେ କି ଛୋଟ ଛୋଟ ପାଟର୍‌ସ ତିଆରି କରିବାରେ ନିଜକୁ କେନ୍ଦ୍ରୀଭୂତ କଲେ କିମ୍ବା ବିଦେଶୀ ବ୍ରାଣ୍ଡ୍‌ ପାଇଁ ‘ଫିନିଶ୍‌ଡ ପ୍ରଡକ୍ଟ’କୁ ଏକତ୍ରୀକରଣ କଲେ। ଏହି ସାବଧାନତା ଓ ଆଗ୍ରହ ତାଇୱାନକୁ ପ୍ରଯୁକ୍ତିବିଦ୍ୟାର ଶିଖର ଦେଶରେ ଅଧିଷ୍ଠିତ କରାଇବାରେ ସହାୟକ ହେଲା। ତାଇୱାନ ବୈଷୟିକ ସଫଳତାର ନୂଆ କାହାଣୀ ରଚନା କଲା।
ତାଇୱାନ ସଦାସର୍ବଦା ‘କଟିଂ ଏଜ୍‌୍‌ ଟେକ୍ନୋଲୋଜି’ ବା ସର୍ବଶ୍ରେଷ୍ଠ ପ୍ରଯୁକ୍ତିବିଦ୍ୟାର ପାଖାପାଖି ବା ନିକଟତର ରହିବା ପାଇଁ ତା’ର ଅନନ୍ୟ ପରିଚାଳନା କଳାର ପ୍ରୟୋଗ କଲା। ଏଥିପାଇଁ ତାଇୱାନ ପାଶ୍ଚାତ୍ୟ ରାଷ୍ଟ୍ରଠାରୁ ପ୍ରଥମେ ଟେକ୍ନୋଲୋଜି ଧାର ଆଣିଲା। ୧୯୭୦ ଦଶକରେ ଇଲେକ୍‌ଟ୍ରୋନିକ୍ସ ତାଇୱାନର ଶ୍ରେଷ୍ଠ ମାନୁଫାକ୍‌ଚରିଂ ଇଣ୍ଡଷ୍ଟ୍ରି ଭାବେ ଟେକ୍ସଟାଇଲ୍ସର ସ୍ଥାନ ଗ୍ରହଣ କଲା। ପର୍ସନାଲ କମ୍ପ୍ୟୁଟର (ପି.ସି.)ରୁ ଆରମ୍ଭ କରି ମୋବାଇଲ ଇଣ୍ଟରନେଟ୍‌ ପର୍ଯ୍ୟନ୍ତ କମ୍ପ୍ୟୁଟର ବିପ୍ଳବର ପ୍ରତ୍ୟେକ ପର୍ଯ୍ୟାୟରେ ତାଇୱାନର କଳକାରଖାନାଗୁଡ଼ିକ ଦ୍ରୁତତର ଭାବେ ଉପତ୍ାଦନ ପ୍ରକ୍ରିୟା ଜାରି ରଖି କମ୍ପ୍ୟୁଟର ଉପକରଣର ଯୋଗାଣକାରୀ ଭାବେ ନିଜକୁ ପ୍ରତିପାଦିତ କଲା।
ଆମେରିକାର ସିଲିକନ ଭ୍ୟାଲି ଦ୍ୱାରା ଅନୁପ୍ରେରିତ ହୋଇ ୧୯୯୦ରେ ତାଇୱାନ ସରକାର ନିଜ ଦେଶରେ ପ୍ରଥମ କରି ‘ସାଇନ୍ସ ପାର୍କ୍ସ’ର ସ୍ଥାପନା କଲା ଏବଂ ପ୍ରତ୍ୟେକ ସାଇନ୍ସ ପାର୍କରେ ନିଜସ୍ବ ‘ଟେକ୍ନୋଲୋଜି ୟୁନିଭରସିଟି’ର ପ୍ରତିଷ୍ଠା କଲା। ଏହାସହ ବିଦେଶରେ ଥିବା ତାଇୱାନ ଜନ୍ମିତ ଇଞ୍ଜିନିୟରମାନଙ୍କୁ ନିଜ ଦେଶକୁ ଫେରିଆସି ଏହି ‘ଟେକ୍ନୋଲୋଜି ୟୁନିଭରସିଟି’ରେ କାମ କରିବାକୁ ପ୍ରଚୁର ପରିମାଣର ଅର୍ଥରାଶି ପ୍ରଦାନ କଲା। ତାଇୱାନରେ ଜନ୍ମିତ ଏହି ଗ୍ରାଜୁଏଟ ଇଞ୍ଜିନିୟରମାନେ ବିଦେଶ ମାଟିରେ କାମ କରି ଅର୍ଜନ କରିଥିବା ଅଜସ୍ର ଜ୍ଞାନ ସମ୍ପତ୍ତିକୁ ଏହି ‘ଟେକ୍ନୋଲୋଜି ୟୁନିଭରସିଟି’ରେ ପ୍ରୟୋଗ କଲେ। ଫଳତଃ ଏହି ସାଇନ୍ସ ପାର୍କ ଗୁଡ଼ିକ ଷ୍ଟାର୍ଟ ଅପ୍‌ କ୍ଷେତ୍ରରେ ପ୍ରମୁଖ ଭୂମିକା ସଂପାଦିତ କଲା। ଏହି ସାଇନ୍ସ ପାର୍କ ମଧ୍ୟରୁ କେତେକ ବିଶ୍ୱସ୍ତରୀୟ ଆସନ ଅଧିକୃତ କରିବାରେ ସକ୍ଷମ ହେଲେ। ୨୦୧୦ ଦଶନ୍ଧି ବେଳକୁ ତାଇୱାନ କମ୍ପାନୀ ‘ଫକ୍ସକନ ଟେକ୍ନୋଲୋଜି’ ଏସିଆ, ୟୁରୋପ ଓ ଲାଟିନ ଆମେରିକାରେ ଥିବା କଳକାରଖାନାମାନ ବ୍ୟବହାର କରି ବିଶ୍ୱର କଞ୍ଜୁମର ଇଲେକ୍‌ଟ୍ରୋନିକ୍‌ ପ୍ରଡକ୍ଟସର ୪୦ ପ୍ରତିଶତକୁ ଏକତ୍ରୀକରଣ କରୁଥିଲା। ଆଜିର ଦିନରେ ତାଇୱାନ ସମଗ୍ର ବିଶ୍ୱରେ ସ୍ମାର୍ଟଫୋନ ଲେନ୍ସ, ଇ -ପେପର ଡିସପ୍ଲେଜ୍‌ ଏବଂ ଅନ୍ୟାନ୍ୟ ବହୁ କମ୍ପ୍ୟୁଟର ପାଟ୍ସର୍ର୍ର ଯୋଗାଣକାରୀ ଭାବେ ନିଜକୁ ସର୍ବାଗ୍ରେ ପ୍ରତିଷ୍ଠିତ କରିପାରିଛି। ପରନ୍ତୁ ତାଇୱାନ କମ୍ପ୍ୟୁଟର ଚିପ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ ଭାବେ ବିଶ୍ୱରେ ସ୍ବତନ୍ତ୍ର ଆସନରେ ଅଧିଷ୍ଠିତ ହୋଇପାରିଛି।
ଆମେରିକାର ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମ.ଆଇ.ଟି.)ର ସ୍ନାତକ ଏବଂ ଟେକ୍ସାଜ ଇନ୍‌ଷ୍ଟୁ୍ରମେଣ୍ଟ୍‌ସର ଦୀର୍ଘ ଅନୁଭୂତିସମ୍ପନ୍ନ ବ୍ୟକ୍ତି ମୋରିସ ଚ୍ୟାଙ୍ଗ ତାଇୱାନ ସରକାରଙ୍କ ତାରକା ନିଯୁକ୍ତିପ୍ରାପ୍ତ ବ୍ୟକ୍ତିବିଶେଷ ଭାବେ ସୁପ୍ରସିଦ୍ଧ।
ତାଇୱାନରେ ଏକ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରିବା ପାଇଁ ମିଷ୍ଟର ଚ୍ୟାଙ୍ଗଙ୍କୁ ଦାୟିତ୍ୱ ଅର୍ପଣ କରାଗଲା। ସେ ଏଥିପାଇଁ ତାଇୱାନର ଶକ୍ତି ଓ ଦୁର୍ବଳତାକୁ ସମୀକ୍ଷା ଓ ସର୍ବେକ୍ଷଣ କରିବା ସହ ତଉଲିବାକୁ ଲାଗିଲେ ଏବଂ ଗ୍ଲୋବାଲ ବ୍ରାଣ୍ଡ୍‌ ଇନ୍‌ଟେଲ ସହ ମୁହାଁମୁହିଁ ଲଢ଼ିବା ଚିନ୍ତାଧାରାକୁ ସମ୍ପୂର୍ଣ୍ଣରୂପେ ପରିତ୍ୟାଗ କରିଦେଲେ। ଏହା ପରିବର୍ତ୍ତେ ସେ ତାଇୱାନରେ ବିଶ୍ୱର ପ୍ରଥମ ଚିପ୍‌ ଫାଉଣ୍ଡ୍ରି ବା ଢଳେଇ କାରଖାନା ପ୍ରତିଷ୍ଠା କଲେ; ଯାହାର ନାଁ ରଖିଲେ ତାଇୱାନ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ କମ୍ପାନୀ ବା ଟି.ଏସ୍‌.ଏମ୍‌.ସି.।
ତାଇୱାନର କଣ୍ଟ୍ରାକ୍ଟ ମାନୁଫାକ୍‌ଚରର୍ସଙ୍କ ପରି ଯେଉଁମାନେ କି ଦିନେ ଖେଳନା ଓ ଟେକ୍ସଟାଇଲ ଆଦି ପ୍ରସ୍ତୁତ କରୁଥିଲେ ଠିକ୍‌ ସେହିପରି ମିଷ୍ଟର ଚ୍ୟାଙ୍ଗ୍‌ଙ୍କ ‘ପିଓର ଫାଉଣ୍ଡ୍ରି’ ପ୍ରଚ୍ଛଦପଟ୍ଟରେ ରହି ଗ୍ଲୋବାଲ ବ୍ରାଣ୍ଡ୍‌ ପାଇଁ କମ୍ପ୍ୟୁଟର ଚିପ୍ସର ପ୍ରସ୍ତୁତ କରିବାକୁ ଲାଗିଲେ ଓ ବିଶ୍ୱ ସ୍ବୀକୃତି ମଧ୍ୟ ଲାଭ କଲେ। ଆଜି ଫାଉଣ୍ଡ୍ରିମାନେ ୪୩୦ ବିଲିୟନ ଡଲାର ଗ୍ଲୋବାଲ ଚିପ୍‌ ମାର୍କେଟର ପ୍ରମୁଖ ଅଂଶ ବିଶେଷ ହୋଇଯାଇଛନ୍ତି ଏବଂ ଅତ୍ୟନ୍ତ ଉନ୍ନତ ଧରଣର କମ୍ପ୍ୟୁଟର ଚିପ୍ସଗୁଡ଼ିକ ଏହି ଫାଉଣ୍ଡ୍ରିଗୁଡ଼ିକରୁ ହିଁ ଉପତ୍ାଦିତ ହୋଇଥାଏ। ସମଗ୍ର ବିଶ୍ୱରେ ଥିବା ଫାଉଣ୍ଡ୍ରିଗୁଡ଼ିକରୁ ଉପତ୍ାଦିତ ହେଉଥିବା କମ୍ପ୍ୟୁଟର ଚିପ୍ସର ଦୁଇ ତୃତୀୟାଂଶ ତାଇୱାନରୁ ହିଁ ଉପତ୍ାଦିତ ହୋଇଥାଏ।
ତାଇୱାନ ନିଜକୁ ‘ଚିପ୍ସର ସୁଇଜରଲାଣ୍ଡ’ ବୋଲି ସାବ୍ୟସ୍ତ କରିବାକୁ ପ୍ରଚେଷ୍ଟା ଜାରି ରଖିଛି। ତାଇୱାନ ନିଜକୁ ଚିପ୍ସର ଏକ ନିରପେକ୍ଷ ଯୋଗାଣକାରୀ ଭାବେ ଉପସ୍ଥାପନା କରିବାକୁ ଚାହୁଁଛି କିନ୍ତୁ ପରିସ୍ଥିତି ଏପରି ହୋଇଯାଇଛି କି ତାଇୱାନ ଚାଇନା ଓ ଆମେରିକା ମଧ୍ୟରେ ହେଉଥିବା ବୈଷୟିକ ଯୁଦ୍ଧର କେନ୍ଦ୍ରବିନ୍ଦୁରେ ଏକ ପ୍ରବଳ ପରାକ୍ରମଶାଳୀ ଯୋଦ୍ଧା ଭାବେ ଅବତୀର୍ଣ୍ଣ ହେବାକୁ ବାଧ୍ୟ ହେଉଛି। ଚାଇନାର ପ୍ରମୁଖ ସ୍ମାର୍ଟଫୋନ୍‌ ନିର୍ମାଣକାରୀ ହୁଆୱେଇ ବିରୋଧରେ ଆମେରିକାରେ ଆର୍ଥିକ ପ୍ରତିବନ୍ଧକ ଏଭଳି ଭାବେ ଡିଜାଇନ ହୋଇଥିଲା ଯେପରି କି ତାଇୱାନ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ କମ୍ପାନୀଠାରୁ ଚାଇନାର ହୁଆୱେଇ କମ୍ପାନୀ କମ୍ପ୍ୟୁଟର ଚିପ୍ସ ଲାଭ କରିପାରିବ ନାହିଁ। ଆମେରିକାର ଏହି ମନ୍ଦ ଡିଜାଇନକୁ ପ୍ରତିହତ କରିବା ପାଇଁ ଚାଇନା ନିଜ ଦେଶରେ ଉନ୍ନତ ମାନର ଚିପ୍ସ ପ୍ରସ୍ତୁତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କଲା। ଚାଇନାର ଏହି ଉଦ୍ଦେଶ୍ୟକୁ ଠିକ୍‌ ଭାବେ ହୃଦୟଙ୍ଗମ କରି ଆମେରିକାର ଟ୍ରମ୍ପ ପ୍ରଶାସନ ଏହାକୁ ନିଷ୍ଫଳ ବା ପ୍ରତିରୋଧ କରିବା ପାଇଁ ଆମେରିକାରେ ଚିପ୍ସ ଫାବ୍ରିକେଶନ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ତାଇୱାନ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ କମ୍ପାନୀକୁ ନିମନ୍ତ୍ରଣ କଲାତାଇୱାନ ପରି ଏକ କ୍ଷୁଦ୍ର ଗଣତାନ୍ତ୍ରିକ ରାଷ୍ଟ୍ର ଚାଇନା ପରି ଏକ ବିରାଟ କମ୍ୟୁନିଷ୍ଟ ରାଷ୍ଟ୍ରର ପ୍ରଚ୍ଛାୟା ତଳେ ତିଷ୍ଠି ରହିବା କାରଣରୁ ଆମେରିକାର ସହାନୁଭୂତି ଓ ସମର୍ଥନର ପାତ୍ର ହୋଇପାରିଲା।
ବି-୩,ଏଚ.ଆଇ.ଜି. କଲୋନୀ, ବରମୁଣ୍ଡା ହାଉସିଂ ବୋର୍ଡ, ଭୁବନେଶ୍ୱର
ମୋ-୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri