ତାଇଓ୍ବାନ୍‌ ସଙ୍କଟ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଉଚ୍ଚସ୍ତରୀୟ ଆଲୋଚନା ମାଧ୍ୟମରେ ଚାଇନା ସହ ଉତ୍ତେଜନା ହ୍ରାସ କରିବାକୁ ଅଧିକ ପ୍ରୟାସ କରିଛି। କିନ୍ତୁ ଚାଇନାର ରାଷ୍ଟ୍ରପତି ଶି ଜିନପିନ୍‌ ତାଇଓ୍ବାନ ଉପରେ ବଳପୂର୍ବକ ଚାପ ପ୍ରୟୋଗ କରିଚାଲିଛନ୍ତି। ଗତ ମାସ ଶେଷ ଭାଗରେ ତାଇୱାନ୍‌ ଅଭିମୁଖେ ଚାଇନା ୩୩ଟି ଯୁଦ୍ଧ ବିମାନ ଏବଂ ୭ଟି ଯୁଦ୍ଧଜାହାଜ ପଠାଇଥିଲା। ଏଭଳି ସ୍ଥିତି କେବେ ପୂର୍ବରୁ ଦେଖା ଦେଇ ନ ଥିଲା। ବ୍ୟାଙ୍କକ୍‌ରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି ଏବଂ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଚାଇନା ଏଭଳି ପଦକ୍ଷେପ ନେଇଥିଲା। ଚାଇନା ସହ ତାଇୱାନର ପୁନଃ ମିଶ୍ରଣ ପାଇଁ ଶି ଶୀଘ୍ର ଅଧିକ ପଦକ୍ଷେପ ନେବେ ବୋଲି ଭୟ ବଢ଼ିବାରେ ଲାଗିଛି। ଉଲ୍ଲେଖନୀୟ ଯେ,ତାଇଓ୍ବାନ କେବେ ବି ପିପୁଲ୍ସ୍‌ ରିପବ୍ଲିକ ଅଫ୍‌ ଚାଇନାର ଏକ ଅଂଶ ନ ଥିଲା। ଏହା ଏକ ସ୍ବୟଂଶାସିତ ଦ୍ୱୀପ। ଇତିହାସକୁ ଦେଖିଲେ ଅଧିକାଂଶ ସମୟରେ ଚାଇନା ସହ ଏହାର କୌଣସି ସମ୍ପର୍କ ନ ଥିଲା ଏବଂ ଦୀର୍ଘ ୧୨୯ ବର୍ଷ ହେଲା ଏହି ଦ୍ୱୀପଟି ଚାଇନା ନିୟନ୍ତ୍ରଣର ବାହାରେ ରହିଆସିଛି। ତଥାପି ଏହି ଦ୍ୱୀପକୁ ଚାଇନାର ବୋଲି ଦୃଢ ଦାବି କରିବା ସହ ତାଇଓ୍ବାନର ପୁନଃ ମିଶ୍ରଣକୁ ତାଙ୍କ ଐତିହାସିକ ମିଶନ ବୋଲି ଶି କହିଛନ୍ତି।
ନିକଟରେ ସାନ୍‌ଫ୍ରାନ୍ସିସ୍କୋରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ବାଇଡେନ୍‌ଙ୍କ ସମ୍ମୁଖରେ ଶି ତାଙ୍କ ଉଦ୍ଦେଶ୍ୟକୁ ପୁନର୍ବାର ନିଶ୍ଚିତକରି କହିଛନ୍ତି , ତାଇଓ୍ବାନ୍‌କୁ କେବେ ଦଖଲ କରାଯିବ ତାହା କେବଳ ସ୍ଥିର ହେବାକୁ ବାକି ରହିଛି। ତେବେ ଏହାର ସମୟ ପାଖେଇ ଆସୁଛି ବୋଲି ବିଶ୍ୱାସ କରାଯାଇପାରେ ଓ ଏହା ପଛରେ ଅନେକ କାରଣ ଅଛି। ୟୁକ୍ରେନ୍‌ ଏବଂ ଗାଜା ଯୁଦ୍ଧରେ ଆମେରିକାର ଧ୍ୟାନ ରହିଛି। ଏହାସହ ବିଶ୍ୱର ଏକ ବ୍ୟାପକ ଭୌଗୋଳିକ ପୁନର୍ବିିନ୍ୟାସ ମଧ୍ୟ ଦେଇ ଗତି କରୁଥିବା ବେଳେ ଶି ଏହାକୁ ଏକ ସୁଯୋଗ ଭାବେ ଦେଖିପାରନ୍ତି। ଲଗାତର ତୃତୀୟ ପାଳି ପାଇଁ ରାଷ୍ଟ୍ରପତି ପଦବୀ ସାର୍ବଭୌମତ୍ୱ ସପକ୍ଷବାଦୀ ଡେମୋକ୍ରାଟିକ ପ୍ରୋଗ୍ରେଶିଭ ପାର୍ଟିକୁ ତାଇଓ୍ବାନ ଭୋଟରମାନେ ସୁଯୋଗ ପ୍ରଦାନ କରିଥିବାରୁ ଦ୍ୱୀପ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଏହା ଶିଙ୍କୁ ଅଧିକ ପ୍ରେରିତ କରିଥିବା ଅନୁମାନ କରାଯାଉଛି। ଶି ତାଇଓ୍ବାନ୍‌ର ବାୟୁ ପ୍ରତିରକ୍ଷା ଅଞ୍ଚଳରେ ଅନୁପ୍ରବେଶକୁ ତୀବ୍ର କରିିଛନ୍ତି ଏବଂ ଯୁଦ୍ଧଜାହାଜ ଦ୍ୱୀପକୁ ଘେରି ରହିଛି। ତାଇଓ୍ବାନ ଚାରିପାଖ ସମୁଦ୍ରରେ ଚାଇନା ମଧ୍ୟ କ୍ଷେପଣାସ୍ତ୍ର ମାଡ କରିଛି ଏବଂ ବୃହତ୍‌ ସମରାଭ୍ୟାସର ବାହାନା କରିଛି। ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ ଏବଂ ଇଣ୍ଟର୍‌ନ୍ୟାଶନାଲ ଷ୍ଟଡିଜ୍‌ର ଏକ ସର୍ଭେ ଅନୁଯାୟୀ, ଆମେରିକାର ଦୁଇ ତୃତୀୟାଂଶ ବିଶେଷଜ୍ଞ ଏବେ ବିଶ୍ୱାସ କରୁଛନ୍ତି ଯେ, ଚଳିତ ବର୍ଷ ତାଇୱାନ ଷ୍ଟ୍ରେଟ୍‌ ବା ପ୍ରଣାଳୀରେ ସଙ୍କଟ ଉପୁଜିବାର ସମ୍ଭାବନା ରହିଛି। ନଭେମ୍ବରରେ ଦ୍ୱିପାକ୍ଷିକ ଆମେରିକା- ଚାଇନା ଅର୍ଥନୈତିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ ଚେତାବନୀ ଦେଇଛି ଯେ ତାଇୱାନ ଉପରେ ଆକ୍ରମଣ କରିବାକୁ ଚାଇନା ପ୍ରସ୍ତୁତ ହେଉଛି । ଆମେରିକା ବିରୋଧରେ ବି ସାଇବର ଆଟାକ୍‌ ଆରମ୍ଭ କରିବାକୁ ସ୍ଥିର କରିଛି।
ଚାଇନାର ଏଭଳି କାର୍ଯ୍ୟକଳାପ ଉପରେ ଯେ କେହି ବାଇଡେନ୍‌ ପ୍ରଶାସନର ପ୍ରତିକ୍ରିୟା ଆଶା କରିପାରେ। ତାଇଓ୍ବାନର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବା ସହ ରଣନୀତିକ ଓ ରାଜନୈତିକ ଇଚ୍ଛାଶକ୍ତି ଏହି ଦ୍ୱୀପକୁ ଚାଇନା ଆକ୍ରମଣରୁ ରକ୍ଷା କରିବ ବୋଲି ଆମେରିକା ସ୍ପଷ୍ଟ ଭାବେ କହିବା ଦରକାର। ତଥାପି ଆମେରିକା ୧୪ ବିଲିୟନ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ତାଇଓ୍ବାନକୁ ବିକିବାକୁ ବାକି ଅଛି। ଏହା ସହ ୨୦୧୭ରେ ଘୋଷଣା କରାଯାଇଥିବା ଅସ୍ତ୍ରଶସ୍ତ୍ର ଚୁକ୍ତି ଏଯାବତ ପୂରଣ ହୋଇପାରିନାହିଁ। ଏହାସହ ଚାଇନା ସହିତ ଆମେରିକା ଯୁଦ୍ଧ ଚାହଁୁନାହିଁ ବୋଲି ବାଇଡେନ୍‌ ବାରମ୍ବାର କହିଆସିଛନ୍ତି। ୨୦୨୧ରୁ ବାଇଡେନ୍‌ ଚାଇନା ସହ ଆଲୋଚନା ନୀତି ଆପଣାଇଛନ୍ତି। ଦୁଇଥର ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ପ୍ରତ୍ୟକ୍ଷ ବୈଠକ ଏବଂ ଶିଙ୍କ ସହ ବାଇଡେନ୍‌ ୫ଟି ଭର୍ଚୁଆଲ ଆଲୋଚନା କରିଥିଲେ ମଧ୍ୟ ତାହାର କୌଣସି ଲାଭ ଏଯାବତ ମିଳିନାହିଁ। ସମ୍ଭବତଃ ବାଇଡେନ୍‌ ପ୍ରଶାସନ ପଥ ବଦଳାଇବାକୁ ଚାହଁୁଛି। ଏକ ଦୃଢ ପ୍ରତିଷ୍ଠିତ ଶକ୍ତି ଲଗାତର ସୀମା ବିସ୍ତାର କରୁଥିବା ଏକ ବାମବାଦୀ ଶକ୍ତିକୁ ସନ୍ତୁଷ୍ଟ କରିବାକୁ ଚାହଁୁଛି। ଅପରପଟେ ଦକ୍ଷିଣ ଚାଇନା ସାଗରରେ ଚାଇନା ତା’ର ମନଗଢା ଐତିହାସିକ ଦାବିକୁ ବାସ୍ତବ ବୋଲି ଦର୍ଶାଇଚାଲିଛି।
ରୁଷିଆ ବିରୋଧରେ ଆମେରିକା ନେତୃତ୍ୱରେ ଲଗାଯାଇଥିବା କଟକଣାଗୁଡ଼ିକର ପ୍ରଭାବଶୂନ୍ୟ ପରମାଣ ବୋଧହୁଏ ଶିଙ୍କୁ ତାଇଓ୍ବାନ ଉପରେ ପଦକ୍ଷେପ ନେବା ଲାଗି ଅଧିକ ପ୍ରୋତ୍ସାହିତ କରିଛି। ଯଦି ପାଶ୍ଚାତ୍ୟର ଅଭୂତପୂର୍ବ ପ୍ରତିବନ୍ଧକ ରୁଷିଆ ଅର୍ଥନୀତିକୁ ହ୍ରାସ କରିପାରି ନାହିଁ, ତେବେ ସେମାନେ ବିଶେଷକରି ଚାଇନା ନେଉଥିବା ପ୍ରତିରୋଧାମତ୍କ ପଦକ୍ଷେପଗୁଡ଼ିକୁ ନେଇ କଟକଣା ଲଗାଇ କିଛି କ୍ଷତି କରିପାରିବେ ନାହିଁ। ଯଦିଓ ପାଶ୍ଚାତ୍ୟ ଆର୍ଥିକ ଦୃଷ୍ଟିରୁ ଚାଇନାକୁ ପରାସ୍ତ କରିପାରିବେ , ତେବେ ଏହା କରିବା ଦ୍ୱାରା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ସଦୃଶ ହେବ। ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଚାଇନାର ମଜଭୁତ ସ୍ଥିତି ଭଲ ଭାବରେ ସୂଚିତ କରିପାରେ ଯେ ଏହାର ଜିନ୍‌ଜିଆନ ଗୁଲାଗ( ଯେଉଁଠି ୧୦ ଲକ୍ଷ ମୁସଲମାନଙ୍କୁ ବନ୍ଦୀ କରି ରଖାଯାଇଛି)କୁ ବଜାୟ ରଖିବା କିମ୍ବା ହଂକଂର ସ୍ବାଧୀନତାକୁ ହଟାଇଦେବା ଯୋଗୁ ତା’ ଉପରେ ଲାଗୁ କରାଯାଇଥିବା ପାଶ୍ଚାତ୍ୟ କଟକଣାର କୌଣସି ଗୁରୁତ୍ୱ ନାହିଁ। ଗତବର୍ଷ ସେପ୍ଟେମ୍ବରରେ ଆମେରିକାର ସୈନ୍ୟନ୍ୟମାନେ ତାଇୱାନ୍‌କୁ ଚାଇନା ଆକ୍ରମଣରୁ ରକ୍ଷା କରିବେ କି ନାହିଁ ତାହା ନିଶ୍ଚିତ କରିବାକୁ ବାଇେଡେନ୍‌ଙ୍କୁ ପଚରାଯାଇଥିଲା । ସେତେବେଳେ ସେ ସକାରାମତ୍କ ଉତ୍ତର ଦେଇଥିଲେ। କିନ୍ତୁ ଯଦି ବାସ୍ତବରେ ଏକ ‘ଅପ୍ରତ୍ୟାଶିତ ଆକ୍ରମଣ’ ହୁଏ ତେବେ ପଦକ୍ଷେପ ନେବେ ବୋଲି ସତର୍କ କରିଦେଇଥିଲେ ଏବଂ ଚାଇନା ଏକ ‘ଅପ୍ରତ୍ୟାଶିତ ଆକ୍ରମଣ’କୁ ଶି ଏଡାଇବାର ସମ୍ଭାବନା ରହିଛି ବୋଲି କହିଥିଲେ। ଦେଖିବାକୁ ଗଲେ ସମଗ୍ର ତାଇୱାନ୍‌କୁ ଜବରଦଖଲ କରିବା ପାଇଁ କେବଳ ଚାଇନା ସ୍ଥଳସେନାର କ୍ଷମତା ଯଥେଷ୍ଟ। କିନ୍ତୁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଭଳି ଏକ ପୂର୍ଣ୍ଣକାଳୀକ ଆକ୍ରମଣକୁ ଚାଇନା ସ୍ବୀକାର କରିବ ନାହିଁ। ଚାଇନା ମୁଖ୍ୟତଃ ଶାନ୍ତ ,ଗୁପ୍ତ, ଧୋକାରେ ପରିପୂର୍ଣ୍ଣ ଧୀର ତଥା ତୀବ୍ର ଆକ୍ରୋଶ ଓ ପ୍ରତିଶୋଧକୁ ପସନ୍ଦ କରେ, ଯେପରି ବିସ୍ତାରବାଦର ରଣନୀତି ସହିତ ଦକ୍ଷିଣ ଚାଇନା ସାଗର ଏବଂ ହିମାଚଳ ପ୍ରଦେଶରେ ବହୁତ ଅଗ୍ରଗତି କରିଛି। ଏହା ସମ୍ଭବତଃ ତାଇୱାନ୍‌କୁ ଦଖଲ କରିବା ପାଇଁ ରାଜନୈତିକ ଓ ସାଇବର ଯୁଦ୍ଧ ବ୍ୟବହାର କରିପାରେ। କିନ୍ତୁ ଏହା ପୂର୍ବରୁ ଚାଇନା ମିଲିଟାରି ଦ୍ୱୀପକୁ ଅଲଗା କରି ରଖିବା କିମ୍ବା ଅବରୋଧର ବାଟ ଆପଣାଇସାରିଛି। ଚାଇନା ମଧ୍ୟ ତାଇୱାନ ଷ୍ଟ୍ରେଟ୍‌ରେ ବିଦେଶୀ ଜାହାଜକୁ ଆଇନଗତ ଭାବେ ବନ୍ଦ ଘୋଷଣା କରିପାରେ କିମ୍ବା ତାଇୱାନ୍‌ର ଅର୍ଥନୀତିକୁ ପଙ୍ଗୁୁ କରିଦେବାକୁ ସମୁଦ୍ର ପରିବହନ ପଥକୁ ଅବରୋଧ କରିପାରେ।
ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ରବର୍ଟ ଗେଟ୍ସ ଚେତାବନୀ ଦେଇଛନ୍ତି ଯେ, ସମୟ ସହିତ ଏଭଳି ପଦକ୍ଷେପ ତାଇୱାନକୁ ନତମସ୍ତକ କରିପାରେ ଏବଂ ତାଇୱାନ ଲାଗି ବଡ଼ ପ୍ରୋତ୍ସାହନ ଆରମ୍ଭ କରିପାରେ, ଯେଉଁଥିରେ ଚାଇନା ପ୍ରତି ତାହା ଏକ ଭିନ୍ନ ମନୋଭାବ ପୋଷଣ କରିବ। କିନ୍ତୁ ଏହି ପଦକ୍ଷେପଗୁଡିକ ମଧ୍ୟ ଏତେ ସୂକ୍ଷ୍ମ ଓ କୌଶଳପୂର୍ଣ୍ଣ ଯେ ଯଦି ସେଗୁଡ଼ିକ ପ୍ରାରମ୍ଭରୁ ପୂରା ସ୍ପଷ୍ଟ ନ ହୁଏ ତେବେ ସେଗୁଡ଼ିକ ଉପରେ ଆମେରିକା ନେତୃତ୍ୱାଧୀନ ପ୍ରତିକ୍ରିୟା ମିଳିବାର ସମ୍ଭାବନା ନାହିଁ । ତାଇୱାନର ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ, ଚାଇନା ଆକ୍ରମଣର ସମ୍ମୁଖୀନ ହେବାପରେ ଆମେରିକା ସେମାନଙ୍କୁ ପରିତ୍ୟାଗ କରିବ, ଯାହା ୧୯୭୯ ମସିହାରେ କରିଥିଲା। ସେତେବେଳେ ଚାଇନା ସହିତ ସମ୍ପର୍କ ପୁନଃ ସ୍ଥାପିତ କରିବା ପାଇଁ ଏହା ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କ ଏବଂ ତାଇଓ୍ବାନ ସହିତ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ବନ୍ଦ କରିଦେଇଥିଲା। ଯଦି ଆମେରିକା ପୁନର୍ବାର ତାଇୱାନ୍‌କୁ ପରିତ୍ୟାଗ କରିବାକୁ ଚାହିଁବ, ତେବେ ଆମେରିକାର ସୁରକ୍ଷା ଆଶ୍ୱାସନାଗୁଡ଼ିକର ଅନ୍ତର୍ଜାତୀୟ ବିଶ୍ୱସନୀୟତା ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯିବ ଏବଂ ଆମେରିକାର ବିଶ୍ୱସ୍ତରୀୟ ପ୍ରାଧାନ୍ୟକୁ ପୂରା ଧ୍ୱଂସ କରିଦେବ।

  • ବ୍ରହ୍ମ ଚେଲାନି
    ପ୍ରଫେସର, ଏମିରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ)

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri