ଏକ ଲକ୍ଷ ଭାରତୀୟଙ୍କୁ ଚାକିରି ଦେବା ଖବରକୁ ମିଛ ବୋଲି କହିଲା ତାଇଓ୍ବାନ, ଭାଇରାଲ ହେଲା ଭିଡିଓ…

ତାଇପେ,୧୮।୧୧ : ସାମ୍ପ୍ରତିକ ଖବର ଅନୁଯାୟୀ ତାଇୱାନ ଭାରତର ନିକଟତର ହେବାକୁ ଚାହୁଁଛି। ମିଡିଆ ରିପୋର୍ଟରେ କୁହାଯାଇଛି ତାଇୱାନ ଭାରତରୁ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲା। ଏହା ମଧ୍ୟ କୁହାଯାଇଥିଲା ଏହି କର୍ମଚାରୀମାନେ ଶୀଘ୍ର ତାଇୱାନ ଯିବେ। ଏ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହେବାର ଆଲୋଚନା ହୋଇଥିଲା। ଏହାର କାରଣ ତାଇୱାନର ବୃଦ୍ଧଙ୍କ ଜନସଂଖ୍ୟା ବୃଦ୍ଧି ବୋଲି କୁହାଯାଇଥିଲା। ଏହି ଖବର ଭାଇରାଲ ହେଉଥିଲା।

ତାଇୱାନ ସରକାର ଏହାକୁ ଏବେ ମିଥ୍ୟା ଖବର ବୋଲି କହିଛନ୍ତି ଏବଂ ଏହାକୁ ଅସ୍ବୀକାର କରିଛନ୍ତି। ତାଇୱାନର ଶ୍ରମ ମନ୍ତ୍ରୀ ସୁ ମିଙ୍ଗ-ଚୁନ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଉଭୟ ଦେଶ ଏ ବିଷୟରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ମନ୍ତ୍ରୀ କହିଛନ୍ତି ଅନାବଶ୍ୟକ ଆତଙ୍କ ସୃଷ୍ଟି କରିବା ପାଇଁ ତଥ୍ୟକୁ ବ୍ୟବହାର କରାଯାଇଛି ବୋଲି ସେ ସନ୍ଦେହ କରୁଛନ୍ତି। କୁହାଯାଉଛି ଏଥିରେ ଜାତିଭେଦ ମାମଲା ରହିଛି। ତାଇୱାନର ସାଧାରଣ ନାଗରିକମାନେ ଏହାକୁ ବିରୋଧ କରୁଛନ୍ତି।

ନ୍ୟୁଜ ୱେବସାଇଟ ରିପୋର୍ଟ ଅନୁସାରେ ତାଇୱାନର ଶ୍ରମ ମନ୍ତ୍ରଣାଳୟ ଭାରତୀୟ ଶ୍ରମିକମାନଙ୍କୁ ତାଇୱାନ ବଜାରକୁ ଆଣିବା ପାଇଁ ଯୋଜନା ଘୋଷଣା କରିବା ମାତ୍ରେ ସୋସିଆଲ ମିଡିଆରେ ତାଇୱାନର ମହିଳାମାନଙ୍କ ସୁରକ୍ଷା ବିପଦରେ ପଡ଼ିବ ବୋଲି କୁହାଯାଇଛି।

ପ୍ରଶ୍ନ ହେଉଛି ମହିଳାଙ୍କ ସୁରକ୍ଷାକୁ ନେଇ ଭାରତକୁ ବଦନାମ କରିବା ପାଇଁ ବିଦେଶୀ ଗଣମାଧ୍ୟମ ଦ୍ୱାରା ଏକ ଷଡଯନ୍ତ୍ର ରଚିଛି କି? ତାଇୱାନ ଗଣମାଧ୍ୟମ ଏହା ମଧ୍ୟ କହିଛି ଯେ ଏହି ଖବର ବାହାରିବା ପରେ ସେଠାକାର ଲୋକମାନେ ସୋସିଆଲ ମିଡିଆରେ ଭାରତୀୟଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଖବର ଅନୁଯାୟୀ ତାଇୱାନର ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ସେଠାରେ ଜନସଂଖ୍ୟା ପ୍ରାୟ ୨ କୋଟି ୩୦ ଲକ୍ଷ ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?