ଜବରଦଖଲ ଉଚ୍ଛେଦ କଲେ ତହସିଲଦାର

ଫୁଲବାଣୀ ଅଫିସ, ୪।୧: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଜମି ମାଫିଆମାନେ ସରକାରୀ ଜାଗାକୁ ଜବରଦଖଲ କରି ବିକ୍ରି କରୁଛନ୍ତି ା ବିଗତ ଦିନରେ ଅନେକ ଜଙ୍ଗଲ ଜମିରୁ ଗଛ କାଟି ବିକ୍ରି କରି ଦିଆଯାଇଛି ା କିଛିଦିନ ହେବ ସହରର ନାରାୟଣୀ ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିକୁ ଜବରଦଖଲ କରି ବିକ୍ରି ଲାଗି ମସୁଧା ଚାଲିଥିଲା ା ଏହି ଜମିରେ ପିଲର ନିର୍ମାଣ ପାଇଁ ପ୍ରସ୍ତୁତି ସରିଥିଲାା ଜମିକୁ ପ୍ରାୟ ୫୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଯୋଜନା ଚାଲିଥିବା ବେଳେ ଫୁଲବାଣୀ ତହସିଲଦାର ତାହାକୁ ପଣ୍ଡ କରିଛନ୍ତି। ମଙ୍ଗଳବାର ତହସିଲଦାର ଦୀନମଣି ନାୟକଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ସେଠାରୁ ଜବରଦଖଲ ଉଚ୍ଛେଦ କରାଯିବା ସହ ତାହା ସରକାରୀ ଜମି ବୋଲି ବୋର୍ଡ ମରାଯାଇଛି।
କେତେଜଣ ଜମି ମାଫିଆ ସରକାରୀ ଜମିକୁ ଜବରଦଖଲ କରି ବିକ୍ରି କରି ମାଲାମାଲ ହେଉଥିବା ବେଳେ ଆଉ କିଛି ବ୍ୟକ୍ତି ସରକାରୀ ଜାଗାରେ କୋଠାବାଡ଼ି, ମାର୍କେଟ କମ୍ପ୍ଲେକ୍ସ ଆଦି ନିର୍ମାଣ କରି ଭଡା ଆଦାୟ କରୁଛନ୍ତିା ଏ ନେଇ ତହସିଲଦାରଙ୍କ ପାଖରେ ଅଭିଯୋଗ ହୋଇ ଆସୁଥିଲା ା ବିଳମ୍ବରେ ହେଉ ପଛେ ତହସିଲଦାର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତ। ଫୁଲବାଣୀ ୮ ନଂ ୱାର୍ଡର ଗ୍ୟାସ ଗୋଦାମ ସମ୍ମୁଖ ଜାତୀୟ ରାଜପଥ (ନାରାୟଣୀ ରୋଡ) ରାସ୍ତାକଡ ଜମିକୁ ମାଫିଆ ଜବରଦଖଲ କରିଥିଲେ। ତହସିଲଦାର ତାହାକୁ ମୁକ୍ତ କରି ସେହି ଜାଗାର ସୀମା ନିର୍ଦ୍ଧାରଣ ପରେ ପାଚେରୀ ବୁଲାଇଛନ୍ତି ା ସହରରେ ଜବରଦଖଲକୁ ପ୍ରଶୟ ଦିଆଯିବ ନାହିଁ ା ଉଚ୍ଛେଦ କାର୍ଯ୍ୟ ଚାଲୁରହିବ ବୋଲି ତହସିଲଦାର ନାୟକ ସୂଚନା ଦେଇଛନ୍ତି। ତହସିଲଦାରଙ୍କ ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ବିଭିନ୍ନ ସଂଗଠନ ସ୍ବାଗତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri