Tag Archives: odisha

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ…

କାର୍ଯ୍ୟରେ ଅବହେଳା ଅଭିଯୋଗ: ୪ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଂଜ ଜିଲା ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୪ ଶିକ୍ଷୟିତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦ କରିଛନ୍ତି ବାରିପଦା ଗୋଷ୍ଠୀ…

ରାଜ୍ୟର ସମସ୍ତ ସହରରେ ଅକ୍ଟୋବର ୫ ପୂର୍ବରୁ ସମସ୍ତ ରାସ୍ତା କାମ ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୯: ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ପ୍ରତ୍ୟେକ ସହରର ସମସ୍ତ ରାସ୍ତାର ମରାମତି ଓ ଉନ୍ନତୀକରଣ ନିମନ୍ତେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ସମୟ…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୨୧ ଟି ଜିଲା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୩।୯: ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ଦିଗରୁ ଦକ୍ଷିଣ-ଉତ୍ତର-ଦକ୍ଷିଣ ଦିଗରେ ଅଗ୍ରସର ହେବା ସହିତ ଅବପାତରେ ପରିଣତ ହୋଇ ଶୁକ୍ରବାର ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳକୁ…

ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ଯୋଜନାର ସୁଫଳ ପହଞ୍ଚାଇବା ସରକାରୀ କର୍ମଚାରୀଙ୍କ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୯: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ…

ଆସନ୍ତା ଦୁଇଦିନ ମଧ୍ୟରେ ଆଉ ଏକ ଲଘୁଚାପ: ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୯: ମିଆଁମାରର କେନ୍ଦ୍ରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଘୂର୍ଣ୍ଣିବଳୟଟି ବାଂଲାଦେଶ ଉପକୂଳ ଏବଂ ପାଶ୍ୱର୍ବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼େ ଗତି କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।…

୫୭ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ଲକ୍ଷ୍ୟ, ଆଜିସୁଦ୍ଧା ୧୩ ହଜାର ପଞ୍ଜୀକୃତ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୁଭଦ୍ରା ଯୋଜନା ପାଇଁ ବିଭିନ୍ନ ସ୍ଥାନରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟରେ ନୂଆ ସରକାରଙ୍କ ନୂଆ ଯୋଜନା ସୁଭଦ୍ରାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସୁକତା ଦେଖାଯାଇଛି। ବ୍ୟାଙ୍କଠାରୁ ଆରମ୍ଭ କରି…

ଜାଲ୍‌ ପ୍ରମାଣ ପତ୍ର ଦେଇ ନେଇଗଲେ ୧୮ କୋଟି ଏସ୍‌ସି-ଏସ୍‌ଟି ଛାତ୍ରବୃତ୍ତି

ଭୁବନେଶ୍ୱର,୧୧।୯(ଅନିଲ ଦାସ): ଜାଲ୍‌ ପ୍ରମାଣପତ୍ରରେ କିପରି ଛାତ୍ର ବୃତ୍ତି ହଡ଼ପ କରାଯାଇଛି ତାହାର ମଧ୍ୟ ଗୁମର ଖୋଲିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜିି)। ରିପୋର୍ଟରେ ୯୭ ଲକ୍ଷ ଟଙ୍କାର ବୃତ୍ତି ଟଙ୍କା ହଡପ୍‌ କରାଯାଇଥିବା ଦର୍ଶାଯାଇଛି । ଜାଲ୍‌ ପ୍ରମାଣପତ୍ର ଜରିଆରେ…

ଜାତୀୟ ହାର ତୁଳନାରେ ଓଡ଼ିଶାରେ ଷ୍ଟ୍ରୋକର ହାର ଅଧିକ: ପ୍ରତି ୭ ଜଣରେ ଜଣଙ୍କୁ ଷ୍ଟ୍ରୋକ ବିପଦ

ଭୁବନେଶ୍ୱର,୧୧।୯: ସାରା ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ ଘଟଣା ରିପୋର୍ଟ ହେବା ଭାରତରେ ଏକ ଚିନ୍ତାର କାରଣ ପାଲଟିଛି। ପ୍ରସିଦ୍ଧ ପତ୍ରିକା ଦି ଲାନସେଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଅନୁସାରେ ଓଡ଼ିଶାରେ ଷ୍ଟ୍ରୋକ ହାର ଜାତୀୟ ହାରଠାରୁ…

ଟ୍ବିନ୍‌ ସିଟି ସହ ପ୍ରମୁଖ ସହରରେ ହୋଇପାରେ କୁକୁର, ବିଲେଇଙ୍କ ଲାଗି ଶ୍ମଶାନ

ଭୁବନେଶ୍ୱର,୧୧।୯: ଗୃହପାଳିତ ପଶୁମାନେ ଜଣେ ମଣିଷ ଭଳି ଶେଷ ସମୟରେ ସମ୍ମାନ ପାଇବେ। ଅନେକ ଲୋକେ କୁକୁର, ବିଲେଇ କିମ୍ବା ଅନ୍ୟ କୌଣସି ପ୍ରାଣୀ ଏବଂ ପକ୍ଷୀ ମାନଙ୍କୁ ସେମାନଙ୍କର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିବାରର ସଦସ୍ୟ କରି ରଖୁଛନ୍ତି।…

ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା: ‘୩ ମାସ ହୋଇଗଲା ଆଈ ମା’ ଗପଛାଡ଼ି କାମ କର’

ଭୁବନେଶ୍ୱର,୧୧।୯: ବୁଧବାର ବିଜୁ ଯୁବ ଜନତା ଦଳର ବୈଠକରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ୩ ମାସ ହୋଇଗଲାଣି, ଆଈ ମା’ ଗପଛାଡ଼ି କାମ କରିବାକୁ…

‘ସୁବିଧାବାଦୀ ନେତାମାନେ ବିଜେଡି ଛାଡୁଛନ୍ତି, ଏହା ଆମକୁ ଅଧିକ ଶକ୍ତିଶାଳୀ କରିବ’: ନବୀନ

ଭୁବନେଶ୍ୱର,୧୧।୯: ବୁଧବାର ଅନୁଷ୍ଠିତ ବିଜୁ ଜନତା ଯୁବ ଦଳର ବୈଠକରେ ଦଳ ଛାଡୁଥିବା ନେତାମାନଙ୍କୁ କଟାକ୍ଷ କରିଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ। ନିକଟରେ ଦଳର ଦୁଇ ରାଜ୍ୟ ସଭା ଏମପି ମମତା ମହାନ୍ତ ଏବଂ ସୁଜିତ କୁମାର ଦଳ ଛାଡିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?