Tag Archives: National

ଲାଲକୃଷ୍ଣ ଆଡଭାଣୀଙ୍କ ବାସଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନକୁ ନେଇ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା, ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ବୁଧବାର ୯୬ ବର୍ଷରେ ପାଦ ରଖିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ପହଞ୍ଚି ଆଡଭାଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।…

ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି କଂଗ୍ରେସ, ଜାଣନ୍ତୁ…

ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାକୁ ଯୋଜନା କରୁଛି କଂଗ୍ରେସ। ଉକ୍ତ ଯୋଜନା ଉପରେ ପ୍ରଶ୍ନ କିମ୍ବା ବିରୋଧ ନୁହେଁ ବରଂ ଏହାକୁ ନେଇ ଘୋଷଣା କରିବାର ସମୟ…

ନେପାଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା ୬.୪

ନୂଆଦିଲ୍ଲୀ, ୩। ୧୧: ନେପାଳରେ ଶୁକ୍ରବାର ରାତି ୧୧.୩୨ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଥିବାବେଳେ ଗଭୀରତା ୧୦କିମି ଥିବା…

ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ‘ପେନସନ ଭେଟି’ ଦେଇପାରନ୍ତି ମୋଦି ସରକାର, ଯୋଜନାରେ ବଡ଼ ପରିବର୍ତ୍ତନ ନେଇ…

ନୂଆଦିଲ୍ଲୀ,୩।୧୧: ମୋଦି ସରକାର ଚଳିତ ବର୍ଷ ଶେଷ ଆଡକୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇପାରନ୍ତି । ତଦନୁଯାୟୀ ସରକାର ନ୍ୟାଶନାଲ ପେମେଣ୍ଟ ସିଷ୍ଟମ(ଏନ୍‌ପିଏସ୍‌) ନିୟମରେ ବଡ଼ ପରିବର୍ତ୍ତନ କରିପାରନ୍ତି, ଯାହାଦ୍ୱାରା କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ପେନସନ୍‌ ରାଶିର ଗ୍ୟାରେଣ୍ଟି ମିଳିଯିବ।…

ଯେଉଁ ମୁସଲମାନ ଯୁବତୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ଲଢ଼ିବାକୁ ପଛାଇ ନ ଥିଲେ ସଚିନ, ଏବେ ତାଙ୍କୁ ହିଁ ଦେଇଦେଲେ ଛାଡ଼ପତ୍ର…

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତା ସଚିନ ପାଇଲଟଙ୍କ ଛାଡ଼ପତ୍ର ହୋଇସାରିଛି। ସେ ରାଜସ୍ଥାନ ନିର୍ବାଚନ ଲାଗି ଦାଖଲ କରିଥିବା ନିଜର ନାମାଙ୍କନପତ୍ରରେ ଏନେଇ ଜଣାଇବା ପରଠାରୁ ଖବରଟି ଚର୍ଚ୍ଚାରେ ରହିଛି। ଏକଦା ଯେଉଁ ମୁସଲମାନ ଯୁବତୀଙ୍କ ଲାଗି ସାରା ଦୁନିଆ ସହ ସେ…

ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ଜଣେ ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୧।୧୧: ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସହ ସମ୍ପର୍କ ଥିବା ଅଭିଯୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ ମେଜରଙ୍କୁ ବରଖାସ୍ତ କରିଛନ୍ତି। ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ତୁରନ୍ତ ପ୍ରଭାବ ସହ ବାହାର କରାଯାଇଛି। ସେ…

କଶ୍ମୀରରେ ୩ ଦିନ ମଧ୍ୟରେ ତୃତୀୟ ଆତଙ୍କବାଦୀ ଆକ୍ରମଣ: ବାରାମୂଳାରେ ହେଡ୍‌ କନ୍‌ଷ୍ଟେବଳଙ୍କୁ ଗୁଳି କରି ହତ୍ୟା

ବାରାମୂଳା,୩୧।୧୦: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ପକ୍ଷରୁ କଠୋର ଆଭିମୁଖ୍ୟ ପରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସେନାର ଅପରେଶନରେ ଅନେକେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ସେନାର ଆଭିମୁଖ୍ୟ ପରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିବାରେ ଲାଗିଛନ୍ତି। ଏହି…

ରାଜସ୍ଥାନ ଲାଗି କଂଗ୍ରେସ ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଙ୍କ ଉପରେ ଭରସା, କିଛି ବିଧାୟକଙ୍କ ଟିକେଟ କଟିଲା…

ଜୟପୁର,୩୧।୧୦: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୫୬ ନାମକୁ ନେଇ ଘୋଷଣା ରହିଛି। ସେମାନଙ୍କ ମଧ୍ୟରୁ ୨୦ ନୂଆ ଚେହେରା ଥିବା ବେଳେ ୮ ବିଧାୟକଙ୍କ ଟିକେଟ…

ରାଜ୍ୟର ମହିଳାଙ୍କୁ ଦିଆଯିବ ଦୁଇଟି ମାଗଣା ଏଲ୍‌ପିଜି ସିଲିଣ୍ଡର, ଦୀପାବଳିଠାରୁ ଶୁଭାରମ୍ଭ…

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ଷକୁ ଦୁଇଟି ଲେଖାଏ ମାଗଣା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦେବା ଉପରେ ମଙ୍ଗଳବାର ଯୋଗୀ କ୍ୟାବିନେଟ ମୋହର ମାରିଛନ୍ତି। ତେବେ ଭାଜପା ଗତ ନିର୍ବାଚନ ସମୟରେ ଦଳର ଘୋଷଣାପତ୍ରରେ ମହିଳାଙ୍କ…

ୟୁଜିସି ନେଟ୍‌ ୨୦୨୩ ପରୀକ୍ଷା  ଲାଗି ବଢ଼ିଲା ଆବେଦନର ଅନ୍ତିମ ତାରିଖ, ଆଶାୟୀ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ, ୨୭।୧୦: ୟୁଜିସି ନେଟ୍‌ ପରୀକ୍ଷା ନେଇ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ଲାଗି ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଏନ୍‌ଟିଏ ୟୁଜିସି ନେଟ୍‌ ଡିସେମ୍ବର ପରୀକ୍ଷା ଲାଗି ଆବେଦନର ଅନ୍ତିମ ତାରିଖକୁ ବଢ଼ାଇ ଦେଇଛି। ଏଣୁ ଯେଉଁମାନେ ଏଯାବତ ଆବେଦନ କରିନାହାନ୍ତି…

ବେଲୁନ ବିକ୍ରେତାକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା ବେଳେ ତିନି ଥର ଓଲଟିଲା ସ୍କର୍ପିଓ, ଭାଇରାଲ ହେଉଛି ଲୋମଟାଙ୍କୁରା ଭିଡିଓ

ମେରୁଟ,୨୬।୧୦: ଉତ୍ତରପ୍ରଦେଶର ମେରୁଟରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ସାମ୍ନାକୁ ଆସିଛି। ଦ୍ରୁତ ଗତି ଯୋଗୁ ଏକ ସ୍କର୍ପଓ ଚାଳକ ହଠାତ ଭାରସାମ୍ୟ ହରାଇ ଜଣେ ବେଲୁନ୍‌ ବିକ୍ରେତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ସେଠାରୁ ଖସିବାକୁ ଚେଷ୍ଟା…

ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା: କହିଲେ ‘ହମାସ ହେଉଛି ଆଧୁନିକ ରାବଣ’

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଡିଭା କଙ୍ଗନା ରାଣାଓ୍ବତ ବୁଧବାର ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟି ହମାସ ସହ ଲଢ଼େଇରେ ଇସ୍ରାଏଲର ସମର୍ଥନ କରିଛନ୍ତି। ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବିଜେତା ହେବ ବୋଲି ସେ କହିଛନ୍ତି। ତେବେ ‘ଏକ୍ସ(ପୂର୍ବରୁ ଟୁଇଟର)’ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?