Odisha Elections 2024

ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ଜଣେ ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୧।୧୧: ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସହ ସମ୍ପର୍କ ଥିବା ଅଭିଯୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ ମେଜରଙ୍କୁ ବରଖାସ୍ତ କରିଛନ୍ତି। ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ତୁରନ୍ତ ପ୍ରଭାବ ସହ ବାହାର କରାଯାଇଛି। ସେ ସେନାର ଷ୍ଟାଟର୍ଜିକ୍‌ ଫୋର୍ସେସ୍‌ କମାଣ୍ଡ ୟୁନିଟ୍‌ରେ ନିୟୋଜିତ ଥିଲେ।

ସେନାର ଯାଞ୍ଚ ସମୟରେ ମେଜର ଦେଶର ନିରାପତ୍ତା ଲାଗି ବିପଦ ସୃଷ୍ଟି କରିବା ଭଳି କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା। ସେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ପାକିସ୍ତାନୀ ଗୁପ୍ତଚର ଅପରେଟରଙ୍କ ସମ୍ପର୍କରେ ଥିଲେ। ମାର୍ଚ୍ଚ ୨୦୨୨ରେ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଯାଞ୍ଚ କରିବା ଲାଗି ଏକ କମିଟି ଗଠନ କରାଯାଇଥିଲା। ଯାଞ୍ଚ ସମୟରେ ମେଜରଙ୍କ ନିଜର ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ରେ ଗୁପ୍ତ ଦସ୍ତାବିଜ, ଯାହାକି ସେନାର ନିୟମ ବିରୋଧରେ ରଖିଥିବା ଦେଖାଯାଇଥିଲା। ଏହାଛଡ଼ା ସେ ‘ପଟିଆଲା ପେଗ୍‌’ ନାମକ ହ୍ବାଟ୍ସଆପ୍‌ ଗ୍ରୁପ୍‌ର ସଦସ୍ୟ ଥିଲେ। ଏହି ଗ୍ରୁପ୍‌ରେ ପାକିସ୍ତାନ ଗୁଇନ୍ଦା ବିଭାଗର ସଞ୍ଚାଳକ ମଧ୍ୟ ଥିବା ସନ୍ଦେହ କରାଯାଉଛି। ତେବେ ଏହି ଗ୍ରୁପ୍‌ର ସଦସ୍ୟ ରହିବାକୁ ନେଇ ଜଣେ ବ୍ରିଗେଡିଅର ଏବଂ ଜଣେ ଲେଫ୍ଟନାଣ୍ଟ କର୍ନେଲଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ...

ଯେ କୌଣସି ସ୍ତରକୁ ଯାଇ ପାରନ୍ତି ମୋଦି: ସଞ୍ଜୟ ସିଂଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ,୨୦।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri