ତବ୍ବୁଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି? ୫୧ ବର୍ଷରେ…

ବମ୍ବେ: ଜଣେ ଲୋକପ୍ରିୟ ଅଭିନେତ୍ରୀ, ପ୍ରଖ୍ୟାତ ନୃତ୍ୟଶିଳ୍ପୀ, ମହିଳା ଉଦ୍ୟୋଗୀ ଏବଂ ଫିଟ୍‌ନେସ୍‌ ଫ୍ରିକ୍‌ ଭାବେ ତବ୍ବୁ ଜଣାଶୁଣା। ଏହି ବଲିଉଡ୍‌ ଅଭିନେତ୍ରୀଙ୍କ କ୍ରେଜ୍‌ ଆଜି ବି ପୂର୍ବଭଳି ରହିଛି। ୫୧ ବର୍ଷରେ ବି ସେ ଅନ୍ୟ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି। ଅଭିନୟ ସାଙ୍ଗକୁ ରୋଜଗାର ମାମଲାରେ ମଧ୍ୟ ଅନ୍ୟଠାରୁ ବହୁତ ଆଗରେ ସେ। ଦାମୀ ବଙ୍ଗଳା ସାଙ୍ଗକୁ କାରର ସଉକ ଅଛି ତାଙ୍କର। ଆଜି ତାଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତୁ ଜାଣିବା ସମ୍ପତ୍ତି, ରୋଜଗାର ଭଳି ଅନେକ କିଛି…

ଫିଲ୍ମ ପିଛା ୨ରୁ ୪ କୋଟି ଟଙ୍କା ଚାର୍ଜ କରନ୍ତି ତବ୍ବୁ। ବିଭିନ୍ନ ଷ୍ଟେଜ୍‌ ଶୋ’ରୁ ମଧ୍ୟ ରୋଚଗାର କରିଥାନ୍ତି ସେ। ଏହାଛଡ଼ା ନିଜର ମେକ୍‌ଅପ୍‌ ବ୍ରାଣ୍ଡ ମଧ୍ୟ ତବ୍ବୁଙ୍କ ରହିଛି।

ସାମାଜିକ କାର୍ଯ୍ୟରେ ମଧ୍ୟ ତବ୍ବୁ ଜଡ଼ିତ ଅଛନ୍ତି। କନ୍ୟା ଭ୍ରୁଣ ହତ୍ୟା ରୋକିବାଠାରୁ ଆରମ୍ଭ କରି ପୀଡ଼ିତ କନ୍ୟାଙ୍କୁ ରକ୍ଷା କରିବାକୁ ନେଇ ସେ କାମ କରୁଛନ୍ତି।

୧୯୭୦ ନଭେମ୍ବର ୪ରେ ହାଇଦ୍ରାବାଦରେ ତବ୍ବୁଙ୍କ ଜନ୍ମ। ପିତାଙ୍କ ଟ୍ରାନ୍ସଫର ଚାକିରି ଯୋଗୁ ତବ୍ବୁ ଠିକ୍‌ ଭାବେ ପଢ଼ିପାରି ନ ଥିଲେ। ବିଶେଷକରି ଘରେ ରହି ସେ ପାଠ ପଢ଼ୁଥିଲେ। ଏବେ ଯାଏ ସେ ବିବାହ କରିନାହାନ୍ତି। ହେଲେ ବିଗତ ଦିନରେ ଅଜୟ ଦେବଗନଙ୍କ ସହ ତାଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି କଙ୍ଗନାଙ୍କ ଫିଲ୍ମ ‘ଧାକଡ଼’

ମୁମ୍ବାଇ: ଏକ ମେଗା ଆକ୍ସନ ଫିଲ୍ମକୁ ନେଇ ଆସୁଛନ୍ତି ବିବାଦୀୟ କୁଇନ କଙ୍ଗନା ରଣାୱତ। କେବଳ ବାସ୍ତବ ଜୀବନରେ ନୁହେଁ ଫିଲ୍ମ ଦୁନିଆରେ ମଧ୍ୟ ନିଜର...

ଏହି ଅଭିନେତ୍ରୀଙ୍କୁ ବଲିଉଡ୍‌ର ‘ବିଷକନ୍ୟା’ କହିଲେ ମନ୍ତ୍ରୀ

ପାଟନା,୩୧।୭:ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ତଥା ରିୟା ଚକ୍ରବର୍ତ୍ତୀଙ୍କୁ ବିଷକନ୍ୟା ଆଖ୍ୟା ଦେଇଛନ୍ତି ବିହାର ସରକାରରେ ଯୋଜନା ଏବଂ ବିକାଶ ମନ୍ତ୍ରୀ...

କରୋନାରେ ଡ୍ରିମ୍‌ଗର୍ଲ ଫେମ୍‌ ରିଙ୍କୁ ସିଂଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍‌ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...

ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟାଙ୍କୁ ଇଡିର ସମନ

ମୁମ୍ବାଇ,୫।୮: ବଲିଉଡ୍‌ର ପ୍ରତିଭାଶାଳୀ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦିନକୁ ଦିନ ବିବାଦ ଘେରରେ...

ଅଦିତିଙ୍କ ଡିଜିଟାଲ ଡେବ୍ୟୁ

ମୁମ୍ବାଇ: ଏକତା କପୁରଙ୍କ ୱେବ ସିରିଜ ‘ୟେ ଯାଦୁ ହେ ଜିନ କା’ ଫେମ ଟେଲିଭିଜନ ଆକ୍ଟ୍ରେସ୍ ଅଦିତି ଶର୍ମା ଖୁବ୍‌ଶୀଘ୍ର ଡିଜଟାଲ ଡେବ୍ୟୁ କରିବାକୁ...

ମିଳିଗଲା ଯୋଡ଼ି

ଓଡ଼ିଆ ସିନେମାରେ ଏବେ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ ନିଜର ମନଲାଖି ଯୋଡ଼ି ପାଇଯାଇଛନ୍ତି। ଅର୍ଥାତ୍‌ ବର୍ତ୍ତମାନ ମିଳିତ ଭାବରେ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ଲକ୍ଷ୍ୟ...

୪୦ ଥର ରିଟେକ୍‌ ପରେ ବି ନୃତ୍ୟ କରିପାରି ନ ଥିଲେ ପ୍ରିୟଙ୍କା, ଶୁଣିବାକୁ ପଡ଼ିଥିଲା ଗାଳି

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଦିନ ରାତି ପରିଶ୍ରମ କରିବାକୁ...

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ...

Advertisement
Archives

Model This Week