ବାତ୍ୟା ମୁକାବିଲା ପାଇଁ ଟେବୁଲ ଟପ୍‌ ଏକ୍ସରସାଇଜ୍‌

ଜଗତ୍‌ସିଂହପୁର ଅଫିସ,୧୯।୬: ଜଗତ୍‌ସିଂହପୁର ଏକ ବାତ୍ୟା, ବନ୍ୟା ପ୍ରବଣ ଜିଲା। ବର୍ଷା ଋତୁ ଆସିଲେ ଜିଲାର ବିଶେଷକରି ସମୁଦ୍ର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅତୀତର ସ୍ମୃତି ମନେପଡେ। ୧୯୯୯ ମହାବାତ୍ୟାରେ ଜିଲାର ବହୁ କ୍ଷତି ହୋଇଥିଲା। ବହୁ ଲୋକଙ୍କ ମୃତ୍ୟୁ ସାଙ୍ଗକୁ ଧନ, ଜୀବନହାନି ହୋଇଥିଲା। ବର୍ଷାଦନେ ଜିଲାର ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଏ ପରିସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଲେ ପରିସ୍ଥିତି ଅଣାୟତ ହୋଇପଡ଼େ। ପ୍ରତିବର୍ଷ ବର୍ଷା ପୂର୍ବରୁ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳଗୁଡିକ ପ୍ରସ୍ତୁତ ରହିବା ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଏ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ମକଡ୍ରିଲ୍‌ କରାଯାଏ। କିନ୍ତୁ ଦେଖାଦେଇଥିବା ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ହୁଏ ନାହିଁ। ରବିବାର ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ନେଇ ମକଡ୍ରିଲ୍‌ ହେବ। କିନ୍ତୁ ଆଗକୁ ବିପର୍ଯ୍ୟୟ ତାର କିଭଳି ମୁକାବିଲା କରାଯାଉଛି ସମୟ କହିବ।
ଜିଲାରେ ଥିବା ୪୫ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ଏହି ମକ୍‌ଡ୍ରିଲ୍‌ ହେବ। ଏହାକୁ ଠିକ ଭାବେ ପରିଚାଳନା କରିବା ପାଇଁ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ଟେବୁଲ୍‌ ଟପ୍‌ ଏକ୍ସରସାଇଜ୍‌ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଜିଲାପାଳ ପାରୁଲ୍‌ ପଟଓ୍ବାରୀ ପୌରୋହିତ୍ୟ କରି ଜଗତସିଂହପୁର ରାଜ୍ୟର ଏକ ବାତ୍ୟା ଓ ବନ୍ୟା ପ୍ରବଣ ଜିଲା ହୋଇଥିବାରୁ ବିପର୍ଯ୍ୟୟ ପରିଚାଳନା ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ କହିଥିଲେ। ଏଥିରେ ଓସ୍‌ଡମାର ଜିଆଇଏସ୍‌ ଏକ୍ସପର୍ଟ ଡ. ଭୋଳାନାଥ ମିଶ୍ର ଯୋଗଦେଇ କହିଥିଲେ, ଜଗତ୍‌ସିଂହପୁର ଜିଲାକୁ ଏକ ବିପର୍ଯ୍ୟୟପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ା କୌଣସି ପ୍ରକାର ପ୍ରାକୃତିକ ବିପଯର୍ର୍‌ୟୟ ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ କାର୍ଯ୍ୟକ୍ରମ କରାଯାଉଛି ା ମକଡ୍ରିଲ୍‌ ଜରିଆରେ ବାତ୍ୟା ଆସୁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏକ ଡମି ମେସେଜ୍‌ ଜରିଆରେ ଗତ ୧୭ ତାରିଖରୁ ଆସିସାରିଛି। ତେଣୁ କାହାର କ’ଣ ଦାୟିତ୍ୱ ରହିବ ସେନେଇ ଜିଲାସ୍ତରରୁ କ୍ଷେତ୍ରୀୟ ବିଭାଗ ପର୍ଯ୍ୟନ୍ତ ସମସ୍ତଙ୍କୁ ସଜାଗ ରହିବାକୁ କୁହାଯାଇଛି। ରାଜ୍ୟ ଜରୁରୀ କେନ୍ଦ୍ରରୁ ଜିଲାକୁ ଡମି ମେସେଜ୍‌ ଆସିଗଲାପରେ ଏହାକୁ ବ୍ଲକ ଓ ବହୁମୁଖୀ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରେରଣ କରାଯିବ। ଏଥିରେ ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା ପରିଚାଳନା କମିଟି ଏବଂ ବିଭିନ୍ନ ଗୋଷ୍ଠୀର ସଦସ୍ୟମାନେ ସାମିଲ ହେବେ। ମୋଟାମୋଟି ଭାବେ ତତ୍କାଳ ବିପର୍ଯ୍ୟୟର ମୁକାବିଲା ନେଇ କି ପଦକ୍ଷେପ ନିଆଯିବ ତା’ଉପରେ ଧ୍ୟାନ ଦିଆଯିବ। ବୈଠକରେ ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳ ଯୋଗଦେଇ ବହୁମୁଖୀ ଆଶ୍ରୟସ୍ଥଳୀରେ ହେବାକୁ ଥିବା ମକ୍‌ଡ୍ରିଲ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ, ବାତ୍ୟାଆଶ୍ରୟସ୍ଥଳରେ ଆସ୍କାଲାଇଟ୍‌, ଜେନ୍‌ସେଟ୍‌, ପାୱାର କଟର ଆଦି ରଖାଯାଇଛି। ପାୱାର ବୋଟ୍‌, ଡିଜିଟାଲ୍‌ ମୋବାଇଲ୍‌ ରେଡିଓ ରହିଛି। ପ୍ରତ୍ୟେକ ବ୍ଲକରେ ମକ୍‌ଡ୍ରିଲ ତଦାରଖ ପାଇଁ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜିଲା ପ୍ରଶାସନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସର୍ବଦା ଜିରୋ କାଜୁଆଲିଟିକୁ ପ୍ରାଧାନ୍ୟ ଦେଇଆସୁଛି ବୋଲି ବିଶ୍ୱାଳ ପ୍ରକାଶ କରିଥିଲେ। ମକ୍‌ଡ୍ରିଲରେ ବିପର୍ଯ୍ୟୟ ସମ୍ପର୍କିତ ପୂର୍ବ ସୂଚନା, ପ୍ରସ୍ତୁତି, ଉଦ୍ଧାର, ରିଲିଫ୍‌ କାର୍ଯ୍ୟ ଓ ବିପର୍ଯ୍ୟୟ ପରେ ଥଇଥାନ ସମ୍ପର୍କିତ ପଦକ୍ଷେପ ସମ୍ପର୍କରେ ପାୱାର ପଏଣ୍ଟ ଜରିଆରେ ପ୍ରେଜେଣ୍ଟଟେସନ୍‌ କରାଯାଇଥିଲା। ସ୍ବାସ୍ଥ୍ୟ, ପାନୀୟ ଜଳ, ପରିମଳ, ସାଧାରଣ ବଣ୍ଟନ, ଅଗ୍ନିଶମ, ଓଡ୍‌ରାଫ୍‌, ପୋଲିସ, ପୂର୍ତ୍ତ ଜଳ ସମ୍ପଦ, ଡ୍ରେନେଜ୍‌, ପ୍ରାଣୀ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଟେବୁଲ ଟପ୍‌ ଏକ୍ସରସାଇଜ୍‌ରେ ଆଲୋଚନା ହୋଇଥିଲା ା ଏଥିରେ ଉପ-ଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲାପାଳ (ଜରୁରୀ)ଙ୍କ ସମେତ ଜିଲାସ୍ତରୀୟ ଓ କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri