ଇଲେକ୍ଟ୍ରି ବିଲ୍‌ ଦେଖି ଚମକି ପଡ଼ିଲେ ତାପସୀ ପନ୍ନୁ

ସର୍ବଦା ଖୋଲାଖୋଲି ଭାବେ ମତ ପ୍ରକାଶ କରିବାକୁ ଭଲ ପାଉଥିବା ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ସେ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ନିଜର ବିଦ୍ୟୁତ୍‌ ବିଲ୍‌କୁ ନେଇ ତାପସୀ ଟୁଇଟର୍‌ରେ କ୍ଷୋଭ ପ୍ରକାଶ କରିଛନ୍ତି। ସାଧାରଣତଃ ଯେତେବେଳେ ବିଦ୍ୟୁତ ବିଲ୍‌ ଆଶାତୀତ ଭାବେ ବଢ଼ିକି ଆସିଥାଏ ତାହା ସାଧାରଣ ଜନତାକୁ ବାଧିଥାଏ। ଯାହା ଏବେ ତାପସୀଙ୍କ କ୍ଷେତ୍ରରେ ହୋଇଛି। ତାପସୀଙ୍କ ଇଲେକ୍ଟ୍ରି ବିଲ୍‌ ଏତେମାତ୍ରାରେ ବଢ଼ିକି ଆସିଛି ଯେ, ଯାହାକୁ ଦେଖି ସେ ଚମକି ପଡ଼ିଛନ୍ତି। ଏହାପରେ ଟୁଇଟର୍‌ରେ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ‘ଲକ୍‌ ଡାଉନକୁ ତିନି ମାସ ହୋଇଛି ଏବଂ ମୁଁ ଆପାର୍ଟମେଣ୍ଟରେ ଏମିତି କ’ଣ ଉପକରଣ ବ୍ୟବହାର କରୁଛି କିମ୍ବା ନୂଆ ଜିନିଷ କିଣିକି ଆଣିଛି ଯାହା ଫଳରେ କି ଏତେ ପରିମାଣର ବିଦ୍ୟୁତ୍‌ ବିଲ୍‌ ବଢ଼ିକି ଆସିଛି। କେଉଁ ପ୍ରକାର ବିଦ୍ୟୁତ ଚାର୍ଜ କରାଯାଉଛି’ ବୋଲି ତାପସୀ ଆଦାନୀ ବିଦ୍ୟୁତ ମୁମ୍ବାଇକୁ ଟ୍ୟାଗ୍‌ କରି ପ୍ରଶ୍ନ କରିଛନ୍ତି। ସେହିଭଳି ଆଉ ଏକ ଟୁଇଟ୍‌ରେ ତାପସୀ ଉଲ୍ଲେଖ କରି କହିଛନ୍ତି, ଏହି ଆପାର୍ଟମେଣ୍ଟରେ କେହି ରହି ନ ଥାନ୍ତି। ସପ୍ତାହକୁ କେବଳ ଥରେ ସଫା କରିବା ପାଇଁ ଉଦ୍ଦେଶ୍ୟରେ ସେଠାକୁ ଯାଇଥାଉ। କିନ୍ତୁ ଏବେ ମୁଁ ଚିନ୍ତିତ ଯେ ଆମର ଅଜାଣତରେ କେହି ଆପାର୍ଟମେଣ୍ଟକୁ ବ୍ୟବହାର କରୁନାହାନ୍ତି। ଏହାକୁ ଉନ୍ମୋଚନ କରିବାରେ ଆମକୁ ସହାୟତା କରନ୍ତୁ’ ବୋଲି ତାପସୀ କହିଛନ୍ତି। ଏଠାରେ ଉଲ୍ଳେଖଯୋଗ୍ୟ, ତାପସୀ ଟୁଇଟର୍‌ରେ ପୋଷ୍ଟ କରିଥିବା ଇଲେକ୍ଟ୍ରି ବିଲ୍‌ରେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସ ବାବଦକୁ ଯଥାକ୍ରମେ ୫୭୦, ୪୩୯୦ ଓ ୩୮୫୦ ଟଙ୍କା ବିଲ୍‌ ଆସିଛି। କିନ୍ତୁ ଚଳିତ ଜୁନ୍‌ ମାସ ବାବଦକୁ ୩୬ ହଜାର ଟଙ୍କା ଆସିଛି। ଯାହାକି ମେ ମାସ ବିଲ୍‌ର ୯ ଗୁଣାରୁ ଅଧିକ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri