ଇତିହାସ ରଚିଲା ଭାରତ

ଅହମଦାବାଦ,୮।୩: ଅହମଦାବାଦରେ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକଙ୍କ ସମ୍ମୁଖରେ ଇତିହାସ ରଚିଛି ଭାରତ। ଏକାଧିକ ରେକର୍ଡ ସହ ବିଶ୍ୱର ପ୍ରଥମ ଦଳ ଭାବେ କ୍ରମାଗତ ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାସଲ କରିଛି ଭାରତୀୟ ଦଳ। ପୂର୍ବରୁ ୨୦୦୭ ଓ ୨୦୨୪ରେ ଭାରତ ଚାମ୍ପିୟନ ହୋଇଥିଲା।

ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଐତିହାସିକ ସଫଳତା ଲାଭ କରିଛି ଭାରତ। ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଇଶାନ କିଶନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୫୫ ରନ କରିଥିଲା। କୌଣସି ଟି୨୦ ବିଶ୍ୱକପ ଫାଇନାଲରେ ଏହାଥିଲା ସର୍ବାଧିକ ସ୍କୋର। ୨୫୬ ରନ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ୧୯ ଓଭରରେ ୧୫୯ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଫଳରେ ୨୦୨୧ ସଂସ୍କରଣ ପରି ଏଥର ମଧ୍ୟ ଏହି ବ୍ଲାକ୍‌କ୍ୟାପ ଦଳ ରନରଅପରେ ସନ୍ତୁଷ୍ଟ ହୋଇଛି। ଏଥିସହ ଟି୨୦ ବିଶ୍ୱକପରେ ୩ ଥର ଚାମ୍ପିୟନ ହୋଇଛି।

ଏପରିକ ଗତ ୩ ବର୍ଷ ମଧ୍ୟରେ ଏହା ଭାରତ ପାଇଁ ଚତୁର୍ଥ ଆଇସିସି ଟ୍ରଫି। ଏଥିପୂର୍ବରୁ ଭାରତୀୟ ପୁରୁଷ ଦଳ ୨୦୨୪ରେ ଟି୨୦ ବିଶ୍ୱକପ୍‌ ଓ ୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ସେହିଭଳି ମହିଳା ଦଳ ୨୦୧୫ରେ ଆଇସିସି ଦିନିକିଆ ବିଶ୍ୱକପ୍‌ ଜିତିଥିଲା। ମୋଟ ଉପରେ ଭାରତ ଅଷ୍ଟମ ଥର ପାଇଁ ଆଇସିସି ଟ୍ରଫି ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ନମସ୍କାର ପକାଇ କଲେ ହ୍ୟାଣ୍ଡ୍‌ସେକ୍‌: ସନ୍ଧ୍ୟା ଭ୍ରମଣବେଳେ ଘଟିଗଲା…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଚିନ୍ନାରି.ରାଘବ ସୁବୁଦ୍ଧି ସନ୍ଧ୍ୟା ଭ୍ରମଣରେ ଯାଉଥିବାବେଳେ ଗାଁର ଶେଷ ମୁଣ୍ଡରେ ଜଣେ ହେଲିମେଟ ପିନ୍ଧିଥିବା…

ଚାଷୀଙ୍କ ପାଇଁ ନିର୍ମାଣ ହେଲା ପିଚୁ ରାସ୍ତା: ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସାରେ ପୋତିଲେ

କେସିଙ୍ଗା,୯।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କନ୍ତେଶିର ଗ୍ରାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରାଇଟ କେନାଲ ପାଶର୍‌ବରେ ଅଧୀକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ…

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ: ଭଙ୍ଗା କୁଡ଼ିଆରେ ବିତୁଛି ଜନପ୍ରତିନିଧିଙ୍କ ଜୀବନ

ଥୁଆମୂଳ ରାମପୁର, ୯ା୩ (ଦୁର୍ଗା କୀର୍ତ୍ତି): ସରକାର ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋଦୟ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ କଳାହାଣ୍ଡି…

ଫାଇନାଲ୍‌ ପୂର୍ବରୁ ଏହି କାମ କରିଥିଲେ ଅଭିଷେକ ଶର୍ମା: ବିସ୍ଫୋରକ ବ୍ୟାଟିଂ ପରେ କଲେ ବଡ଼ ଖୁଲାସା

ଅହମ୍ମଦାବାଦ୍‌,୯।୩: ଟି୨୦ ବିଶ୍ୱକପରେ ଲଗାତାର ତିନିଥର ଶୂନରେ ଆଉଟ ହୋଇଥିଲେ ଅଭିଷେକ ଶର୍ମା। କିନ୍ତୁ ସେ ଟି୨୦ ବିଶ୍ୱକପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଭାରତର ବିଜୟରେ…

ଆସନ୍ତାକାଲିଠାରୁ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପ୍ରସ୍ତୁତି ଜୋରଦାର

ପୁରୁଷୋତ୍ତମପୁର,୯।୩ (ସବିତା ମିଶ୍ର): ଗଞ୍ଜାମର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେବେ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri