ଚାଷୀଙ୍କ ପାଇଁ ନିର୍ମାଣ ହେଲା ପିଚୁ ରାସ୍ତା: ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସାରେ ପୋତିଲେ

କେସିଙ୍ଗା,୯।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କନ୍ତେଶିର ଗ୍ରାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରାଇଟ କେନାଲ ପାଶର୍‌ବରେ ଅଧୀକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ କଳାହାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଓସିସି ଲିମିଟେଡ଼ ଭୁବନେଶ୍ୱର ଦ୍ୱାରା ରାସ୍ତା କାମ ନିର୍ମାଣ ହେଉଛି। ଏହି ରାସ୍ତା ନିର୍ମାଣ ପାଇଁ କନ୍ତେଶିର ଗ୍ରାମର ଚାଷୀବୃନ୍ଦ ଭବାନୀପାଟଣାସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ ଜଳସେଚନ ବିଭାଜନ କଳାହାଣ୍ଡିଙ୍କୁ ଲିଖିତ ଆଦେଦନ କରିଥିଲେ। କାରଣ ଜାତୀୟ ରାଜପଥ ୨୬ରୁ ପ୍ରାୟ ୩ କିମି ରାସ୍ତା ଏହା ପୂର୍ବରୁ ପିଚୁ କାମ ସମ୍ପୂର୍ଣ୍ଣ ହୋଇଥିଲା। ଆଉ ୨.୫୦୦କିମି ରାସ୍ତା କାଦୁଅ ରାସ୍ତା ଥିବାରୁ ଏହି ରାସ୍ତା ଉପରେ ଚାଷୀବୃନ୍ଦ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଭୋଗୁଥିଲେ।

ବର୍ଷା ଦିନରେ ଟ୍ରାକ୍ଟର, ବଳଦ ଗାଡି ଯିବା ବେଳେ କାଦୁଅରେ ଅସୁବିଧା ହେଉଥିଲା। ଏହିରାସ୍ତା ନିର୍ମାଣ ହେବା ଦ୍ୱାରା ଏହି ଅଞ୍ଚଳର ପ୍ରାୟ ଦୁଇ ଶହ ଚାଷୀ ୫ଶହ ଏକର ଜମିକୁ ସୁଚାରୁରୂପେ ଗମନାଗମନ କରି ପାରିବେ। ଏହି ରାସ୍ତା ନିର୍ମାଣ ହେବା ଦାରା ଚାଷୀଙ୍କ ସୁବିଧାରେ ବର୍ତ୍ତମାନ ଗମନାଗମନ କରିପାରୁଛନ୍ତି। ରାସ୍ତା ନିର୍ମାଣ ହେବାରୁ ଚାଷୀଙ୍କ ପାଇଁ ଆଉ ଏକ ଧାନ ମଣ୍ଡି ନିର୍ମାଣ ହେବା ପାଇଁ ସର୍ଭେ କାମ ମଧ୍ୟ ସମ୍ପୂର୍ଣ ହୋଇଛି। ଏହି୨.୫୦୦କିମି ରାସ୍ତା ନିର୍ମାଣ ପାଇଁ ୭୨ ଲକ୍ଷ୩ ୭୫୩ ଟଙ୍କା ବ୍ୟୟ ଅଟକଳରେ ବିଭାଗୀୟ ଅଧିକାରୀ ଟେଣ୍ଡର ଦାରା ଓସିସି ଲିମିଟେଡ଼ ଭୁବନେଶ୍ୱରଙ୍କୁ ଦାୟିତ୍ୱ ଦିଆଯାଇଛି।
କନ୍ତେଶିର ଗ୍ରାମର ପ୍ରାୟ ଶତାଧିକ ଚାଷୀ କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପିଚୁ ରାସ୍ତା ନିର୍ମାଣ ହେବା ଦ୍ୱାରା ଚାଷୀ ବୃନ୍ଦ ଉପକୃତ ହେବା ସହ ଏକ ଧାନ ମଣ୍ଡି ମଧ୍ୟ ନିର୍ମାଣ ହେବାରୁ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ ଜଗମୋହନ ନାଏକଙ୍କୁ ପଚାରିବାରୁ ଏହି ଅଞ୍ଚଳ ଚାଷୀମାନେ କାଦୁଅ ରାସ୍ତାରେ ଯିବା ଆସିବା କରୁଥିଲେ, ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଦୁଇ ତିନି ଦିନ ମଧ୍ୟରେ ପିଚୁ ରାସ୍ତା କାମ ସମ୍ପୂର୍ଣ୍ଣ ହେବ ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?