Categories: ଖେଳ

ଟି୨୦: ପାକିସ୍ତାନ ସିରିଜ ବିଜୟୀ

ଲାହୋର, ୧୫ା୨- ସ୍ଥାନୀୟ ଗଦାଫି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୮ଟି ବଲ୍‌ ଥାଇ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି। ଡେଭିଡ ମିଲର ୪୫ ବଲ୍‌ରୁ ଅପରାଜିତ ୮୫ରନ କରିବା ଦ୍ୱାରା ଦକ୍ଷିଣ ଆଫ୍ରିକା ୧୬୫ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟମାନ ହରାଇଥିଲା। ମହମ୍ମଦ ରିଜଓ୍ବାନ ୪୨ ଓ ବାବର ଆଜାମ ୪୪ ରନ କରିଥିଲେ। ଶେଷରେ ହସନ ଅଲି (୨୦*) ଓ ମହମ୍ମଦ ନଓ୍ବାଜ (୧୮*) ଚମତ୍କାର ବ୍ୟାଟିଂ କରି ଦଳକୁ ଜିତାଇଥିଲେ।

ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା ଇନିଂସ: ୨୦ ଓଭରରେ ୧୬୪/୮ (ଡେଭିଡ୍‌ ମିଲର-୮୫*, ଜାନେମନ ମଲାନ- ୨୭; ଜାହିଦ ମେହେମୁଦ-୩/୪୦, ମହମ୍ମନ ନଓ୍ବାଜ-୨/୧୩, ହସନ ଅଲି-୨/୨୯)
ପାକିସ୍ତାନ ଇନିଂସ: ୧୮.୪ ଓଭରରେ ୧୬୯/୬ (ବାବର ଆଜାମ-୪୪, ମହମ୍ମଦ ରିଜଓ୍ବାନ-୪୨, ହସନ ଅଲି-୨୦*, ମହମ୍ମଦ ନଓ୍ବାଜ-୧୮*; ତାବ୍ରେଜ୍‌ ସାମ୍‌ସି-୪/୨୫)।

Share