୬ ବର୍ଷ ହେଲା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା

ଯାଜପୁର ଅଫିସ,୧୧ା୨: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଉପରେ ହୋଇଥିବା ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ପ୍ରକାଶ ପାଇଛି। ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ସଲାଉଦ୍ଦିନ ଖାନ ୭ା୨ା୨୦୨୨ରେ ଏହି ମର୍ମରେ ସବିଶେଷ ରିପୋର୍ଟ ରାଜ୍ୟ ଯୋଗାଣ ନିଗମର ମ୍ୟାନେଜର(ଆଇନ)ଙ୍କ ନିକଟରେ ଦାଖଲ କରିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ବର୍ଷରେ ସାବିତ୍ରୀ ରାଇସ୍‌ ମିଲ୍‌ରେ ୪ କୋଟି ୪ ଲକ୍ଷ ୨୪ ହଜାର ୩୯୩ ଟଙ୍କାର ଚାଉଳ ହରିଲୁଟ ହୋଇଥିଲା ା ସେ ବାବଦରେ ଏଯାଏ ୧ କୋଟି ୫୫ ଲକ୍ଷ ୮୬ ହଜାର ୮୯୩ ଟଙ୍କା ବାକି ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାବିତ୍ରୀ ରାଇସ୍‌ ମିଲ୍‌ ମାସିକ କିସ୍ତି ଅନୁସାରେ ଟଙ୍କା ଦାଖଲ କରିଚାଲିଛି। ତେବେ ଏହି ମହାଦୁର୍ନୀତିରେ ସମ୍ପୃକ୍ତ ଏସିଏସ୍‌ଓ ପ୍ରହ୍ଲାଦ ସେଠୀ ଓ ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ବିଶ୍ୱଜିତ ମିଶ୍ରଙ୍କୁ ୬ ବର୍ଷ ହେଲା ବିଭାଗୀୟ ସୁରକ୍ଷା ଯୋଗାଇ ଦିଆଯାଇଛି ା କେବଳ ଡିପାର୍ଟମେଣ୍ଟାଲ ପ୍ରୋସିଡିଂରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ନିଗମର ଉପରୋକ୍ତ କ୍ଷତି ଟଙ୍କା ଭରଣା ପାଇଁ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ଏବଂ ଯାଜପୁରରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଚାଲିଥିବା ବେଆଇନ ଧାନ ପରିବହନରେ ଦାୟୀ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ବିଭାଗୀୟ ଜବାବ ତଲବ ହେଉଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। କୌଣସି ଅଦୃଶ୍ୟ ଶକ୍ତି ବଳରେ ଏହି ମହାଦୁର୍ନୀତିକୁ ପରୋକ୍ଷରେ ସହଯୋଗ କରିଥିବା ଅଧିକାରୀଙ୍କୁ ଏକ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇଥିବା ମତପ୍ରକାଶ ପାଇଛି।
ସିଏସ୍‌ଓଙ୍କ ରିପୋର୍ଟ ଅନୁଯାୟୀ ୨୦୧୫-୧୬ ଧାନ ସଂଗ୍ରହ ବର୍ଷରେ ସାବିତ୍ରୀ ଇଣ୍ଡଷ୍ଟ୍ରିଜକୁ ୬୨,୨୩୯.୫୧ କୁଇଣ୍ଟାଲ ଧାନ ଚାଉଳ ମିଲିଂ ପାଇଁ ଦିଆଯାଇଥିଲା ା ଜିଲାର ପିଡିଏସ୍‌, ଅନ୍ତ୍ୟୋଦୟ, ଏମ୍‌ଡିଏମ୍‌ ଆଦି ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ନିର୍ଦ୍ଧାରିତ ସମୟରେ ୪୨୩୨.୨୮୬ ମେଟ୍ରିକ୍‌ ଟନ୍‌ ଚାଉଳ ଦାଖଲ କରିବା କଥା ା କିନ୍ତୁ ମାତ୍ର ୧୪,୮୨୪.୦୮ କୁଇଣ୍ଟାଲ ଚାଉଳ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ଦାଖଲ କରିଥିଲା। ଇତିମଧ୍ୟରେ ମୟୂରଭଞ୍ଜ ଜିଲା କରଞ୍ଜିଆ ସାବିତ୍ରୀ ରାଇସ୍‌ ମିଲ୍‌କୁ ୪୦,୨୩୯.୫୧ କୁଇଣ୍ଟାଲ ଧାନ ପରିବହନ ହୋଇଥିଲା। ତଦନୁସାରେ କରଞ୍ଜିଆ ମିଲ୍‌ରୁ ୨୭,୩୬୨.୮୭ କୁଇଣ୍ଟାଲ ଚାଉଳ ପ୍ରଶାସନ ନିକଟରେ ଦାଖଲ ହେବାର ନିୟମ ରହିଛି। କିନ୍ତୁ ମାତ୍ର ୯,୫୭୮.୦୪ କୁଇଣ୍ଟାଲ ଚାଉଳ କରଞ୍ଜିଆ ମିଲ୍‌ରୁ ଦାଖଲ ହୋଇଥିଲା। ବାକି ୧୭,୭୮୪.୮୩ କୁଇଣ୍ଟାଲ ଚାଉଳ ଦାଖଲରେ ଅନିୟମିତତା ହୋଇଥିଲା। ତଦନୁସାରେ ୨୬,୧୫୪.୧୬ କୁଇଣ୍ଟାଲ ଧାନର ମୂଲ୍ୟ ୪ କୋଟି ୪ ଲକ୍ଷ ୨୪ ହଜାର ୩୯୩ ଟଙ୍କା ହରିଲୁଟ୍‌ ହୋଇଥିଲା। ଟିଡିଏସ୍‌, ସିକ୍ୟୁରିଟି ଡିପୋଜିଟ୍‌ ଆଦିକୁ ମିଶାଇ ବାକି ୩ କୋଟି ୧୨ ଲକ୍ଷ ୪୦ ହଜାର ୭୪୪ ଟଙ୍କା ହେଉଥିଲା। ଏହିକ୍ରମରେ ମିଲ୍‌ ମାଲିକ ଦିଲୀପ କୁମାର ଅଗ୍ରୱାଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବାକି ରହିଥିବା ନିଗମ ଅର୍ଥ କିସ୍ତି ଅନୁସାରେ ଦାଖଲ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ମିଲ୍‌ ମାଲିକ ଅଗ୍ରୱାଲ ୧ କୋଟି ୫୬ ଲକ୍ଷ ୫୩ ହଜାର ୮୫୧ ଟଙ୍କା କିସ୍ତି ଅନୁସାରେ ଦାଖଲ କରିସାରିଛନ୍ତି। ହେଲେ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀମାନେ ବିଭାଗୀୟ ପଦପଦବୀରେ ଅଛନ୍ତି ା ଏବେ ବି ଚାଉଳ ଯୋଗାଣରେ ମିଲ୍‌ ମାଲିକମାନଙ୍କ ସହ ମିଶି ଅନିୟମିତତା କରୁଥିବା ଅଭିଯୋଗ ହେଉଛି।
ଅନ୍ୟପକ୍ଷେ ଉପରୋକ୍ତ ଅନିୟମିତତା ଅଡିଟ୍‌ ରିପୋର୍ଟରେ ଧରାପଡିଥିଲା। ଯାଜପୁର ଜିଲା ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଅଡିଟ୍‌ ରିପୋର୍ଟର ଅନୁପାଳନ କରିବାରେ ପଛଘୁଞ୍ଚା ଦେଇ ଆସୁଛନ୍ତି। ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ୍‌ କରିଥିବା ମିଲର୍ସଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ ଏବଂ ସମ୍ପୃୃକ୍ତ ଅଧିକାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟବିଧି ଗ୍ରହଣ କରାଯାଉନାହିଁ। ଏପରିକି ଏ ସଂକ୍ରାନ୍ତରେ ରାଜ୍ୟ ଯୋଗାଣ ନିଗମର ଆର୍ଥିକ ପରାମର୍ଶଦାତା ତଥା ଚିଫ୍‌ ଆକାଉଣ୍ଟ ଅଫିସର ଏହା ପୂର୍ବରୁ ୫ ଥର ତଥ୍ୟ ମାଗିଥିଲେ ହେଁ ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ନୀରବ ରହିଥିଲେ। ତେଣୁ ଚିଫ୍‌ ଆକାଉଣ୍ଟ ଅଫିସର ଉଦ୍‌ବେଗ ପ୍ରକାଶ କରିବା ସହ ୧୫ା୧୦ା୨୦୨୧ ସୁଦ୍ଧା ସବିଶେଷ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନ କଲେ ଏଥିପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସିଏସ୍‌ଓଙ୍କୁ ଚେତାବନୀ ଦେଇଥିଲେ। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାନ୍‌ଙ୍କୁ ପଚାରିବାରେ ସେ କହିଛନ୍ତି, ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ହୋଇଛି। ତେବେ ଏଯାଏ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?