ବଦଳୁ ବ୍ୟବସ୍ଥା

ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଓ ରାଷ୍ଟ୍ରପତିଙ୍କ ପ୍ରତିନିଧି ଭାବେ କାମ କରିିଥାନ୍ତି। ରାଜ୍ୟରେ ନିର୍ବାଚିତ ସଂଖ୍ୟାଗରିଷ୍ଠ ଦଳର ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥାନ୍ତି। ଏଣୁ ରାଜ୍ୟରେ ନିର୍ବାଚିତ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ସମନ୍ବୟ ଓ ସୁସମ୍ପର୍କ ରହିଲେ ଶାସନ ଠିକ୍‌ ବାଟରେ ଚାଲେ। ଯେବେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହେ, ସେବେ ଶାସନ ବାଟବଣା ହେବା ଥୟ। ତାମିଲନାଡୁରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱଧୀନ ଡିଏମ୍‌କେ ସରକାର ୭ ମେ ୨୦୨୧ରେ କ୍ଷମତାକୁ ଆସିବା ପରେ ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କ ମଧ୍ୟରେ ବିବାଦ ଲାଗିରହିଛି। ରାଜ୍ୟପାଳ ମଧ୍ୟ ତାମିଲନାଡୁ ବିଧାନସଭାରେ ବିଭିନ୍ନ ସମୟରେ ପାରିତ ହୋଇଥିବା ୧୦ଟି ବିଲ୍‌କୁ ମଞ୍ଜୁରୀ ନ ଦେଇ ପକାଇ ରଖିଥିଲେ। ଫଳରେ ତାମିଲନାଡୁ ସରକାର ଏହା ବିରୋଧରେ ୨୦୨୩ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡିଏମ୍‌କେ ସରକାରଙ୍କ ଅଭିଯୋଗର ଶୁଣାଣିକରି ଜଷ୍ଟିସ୍‌ ଜି.ବି. ପର୍ଡିଓ୍ବାଲା ଏବଂ ଆର୍‌. ମହାଦେବନ୍‌ଙ୍କ ଖଣ୍ଡପୀଠ ୧୦ ଫେବୃଆରୀରେ ରାୟ ସଂରକ୍ଷିତ ରଖିଥିଲେ। ଏପ୍ରିଲ ୮ରେ ଏହି ରାୟ ପ୍ରକାଶକରି ଶୀର୍ଷ ଅଦାଲତ କହିଛନ୍ତି, ରାଜ୍ୟପାଳ କୌଣସି ବିଲ୍‌କୁ ରୋକିପାରିବେ ନାହିଁ। ରାଜ୍ୟପାଳ ତାହାକୁ ମଞ୍ଜୁରୀ ଦେଇପାରନ୍ତି କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ପାଇଁ ପଠାଇପାରନ୍ତି। କିନ୍ତୁ ବିଧେୟକକୁ ଦ୍ୱିତୀୟ ଥର ରାଷ୍ଟ୍ରପତିଙ୍କ ପାଖକୁ ପଠାଇବାକୁ କହି ତାହାକୁ ରୋକିପାରିବେ ନାହିଁ। ଏହା ସହ କୋର୍ଟ ଦର୍ଶାଇଛନ୍ତି, ରାଜ୍ୟପାଳ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ନ ଦେବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଏବଂ ୧୦ଟି ବିଲ୍‌କୁ ଅନୁମୋଦନ ନ କରିବା ବେଆଇନ ଓ ମନମୁଖି କାମ। ଉଲ୍ଲେଖଯୋଗ୍ୟ, ସମ୍ବିଧାନର ଅନୁଚ୍ଛେଦ ୨୦୦ ଅନୁଯାୟୀ କୌଣସି ରାଜ୍ୟ ବିଧାନସଭା ଦ୍ୱାରା ପାରିତ ବିଲ୍‌କୁ ସହମତି ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇବାର ନିୟମ ରହିଛି। ଏହା ଉପରେ ରାଜ୍ୟପାଳ ସହମତି ଦେଇପାରିବେ କିମ୍ବା ବିଲ୍‌କୁ ସ୍ଥଗିତ ରଖିପାରିବେ ଅବା ରାଷ୍ଟ୍ରପତିଙ୍କ ଦ୍ୱାରା ବିଚାର ପାଇଁ ବିଧେୟକକୁ ସଂରକ୍ଷିତ ରଖିପାରିବେ। ଏଥିସହ ରାଜ୍ୟପାଳ ଅର୍ଥ ବିଲ୍‌ ଭିନ୍ନ ଯେକୌଣସି ବିଲ୍‌ର ପୁନର୍ବିଚାର ପାଇଁ ବିଧାନସଭାକୁ ଫେରାଇପାରିବେ। ଯଦି ବିଧାନସଭା ସେହି ବିଧେୟକକୁ ସଂଶୋଧନ କିମ୍ବା ବିନା ସଂଶୋଧନରେ ପୁନର୍ବାର ରାଜ୍ୟପାଳଙ୍କ ନିକଟକୁ ପଠାଏ, ସେଭଳି କ୍ଷେତ୍ରରେ ରାଜ୍ୟପାଳଙ୍କୁ ସମ୍ମତି ପ୍ରଦାନ କରିବାକୁ ପଡ଼ିବ। ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ସେଥିରେ ତାମିଲନାଡୁ ରାଜ୍ୟପାଳ ଅନେକାଂଶରେ ତାଙ୍କ କ୍ଷମତା ବହିର୍ଭୂତ ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି। ତେଣୁ ଶୀର୍ଷ ଅଦାଲତଙ୍କ ଏହି ରାୟକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଐତିହାସିକ କହିବା ସହ ଏହା କେବଳ ତାମିଲନାଡୁର ନୁହେଁ, ବରଂ ସବୁ ରାଜ୍ୟର ବିଜୟ ବୋଲି ଦର୍ଶାଇଛନ୍ତି। ଏହା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ଭାରତର ସଂଘୀୟ ବ୍ୟବସ୍ଥାରେ ତାମିଲନାଡୁ ସଂଘର୍ଷର ଏହା ଏକ ଉଲ୍ଲେଖନୀୟ ବିଜୟ।
କେରଳ କ୍ୟାଡରର ପୂର୍ବତନ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀ ଆର୍‌.ଏନ୍‌. ରବି ତାମିଲନାଡୁର ରାଜ୍ୟପାଳ ଭାବେ ୯ ସେପ୍ଟେମ୍ବର ୨୦୨୧ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ମେଘାଳୟ ଓ ନାଗାଲାଣ୍ଡର ରାଜ୍ୟପାଳ ରହିଥିଲେ। କିନ୍ତୁ ତାମିଲନାଡୁରେ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କ ସହ ବିବାଦ ଆରମ୍ଭ ହୋଇଥିଲା। ଏଥିରୁ ବୁଝାପଡ଼ିଥଲା ଯେ, କେନ୍ଦ୍ର ଭାଜପା ସରକାରର ଇଙ୍ଗିତରେ ରବି ପ୍ରତ୍ୟେକଟି କାର୍ଯ୍ୟ କରୁଛନ୍ତି। ସଂଘୀୟ ବ୍ୟବସ୍ଥାରେ ରାଜ୍ୟପାଳଙ୍କର ଭୂମିକା ଅତ୍ୟନ୍ତ ସୀମିତ। ଏହା ସତ୍ୟ ଯେ, ସମ୍ବିଧାନରେ ରାଜ୍ୟପାଳଙ୍କର କ୍ଷମତାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେଉଁଥିରେ ସେହି ପଦବୀରେ ମନୋନୀତ ହୋଇଥିବା ବ୍ୟକ୍ତି ନିର୍ବାଚିତ ମନ୍ତ୍ରିମଣ୍ଡଳର ସୁପାରିସକୁ ସମ୍ପୂର୍ଣ୍ଣ ଭାବେ ଶୁଣିବା ପାଇଁ ବାଧ୍ୟନୁହନ୍ତି। ଅନ୍ୟପଟେ ଏହା ମଧ୍ୟ ମାନିକରି ଚଳିବାକୁ ହେବ ଯେ, ଏହିିସବୁ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କୁ ଦରମା ସାଧାରଣ ନାଗରିକଙ୍କଠାରୁ ଆଦାୟ କରାଯାଇଥିବା ଟିକସରୁ ଦିଆଯାଉଛି। ସେଥିପାଇଁ ସବୁ ରାଜ୍ୟରେ ସାଧାରଣ ନାଗରିକଙ୍କ ଭୋଟରେ ଜିତି ସରକାର ଗଢ଼ିଥିବା ଦଳ ସେହିମାନଙ୍କର ଇଚ୍ଛା ପୂରଣ କରିବା ପାଇଁ କାର୍ଯ୍ୟ କରିଥାଏ। କୌଣସି ରାଜନୈତିକ ଦଳ ଲୋକ ବିରୋଧୀ ଆଭିମୁଖ୍ୟ ରଖି ସରକାର ଚଳାଇପାରିବ ନାହିଁ। ତେଣୁ ସମ୍ବିଧାନର ଊର୍ଦ୍ଧ୍ୱକୁ ଯାଇ ଦୃଷ୍ଟି ପକାଇଲେ ଏହା ସ୍ପଷ୍ଟ ହୁଏ ଯେ, ରାଜ୍ୟପାଳଙ୍କର ପ୍ରତ୍ୟେକଟି କାର୍ଯ୍ୟ ତାଙ୍କ ରାଜ୍ୟର ମନ୍ତ୍ରିମଣ୍ଡଳର କହିବା ଅନୁଯାୟୀ ହେବା ଦରକାର। ରବିଙ୍କ ଭଳି ଆଜୀବନ ଚାକିରି କରିଆସିଥିବା ବ୍ୟକ୍ତି ନିଜକୁ ସ୍ବାଧୀନ ଭାବିବା ଅସମ୍ଭବ। ତେଣୁ ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ ନିର୍ଦ୍ଦେଶ ଦ୍ୱାରା ହୋଇଥାଏ। ସେହିଭଳି ରାଜ୍ୟପାଳ କେବଳ ଆଜିର ଭାଜପା ସରକାର ବେଳେ ସୀମିତ ନୁହେଁ। ପୂର୍ବରୁ କଂଗ୍ରେସ ସରକାର ସମୟରେ ମଧ୍ୟ ରାଜ୍ୟପାଳମାନେ ବିଭିନ୍ନ ରାଜ୍ୟରେ ଅଗଣତାନ୍ତ୍ରିକ କାର୍ଯ୍ୟ କରିଥିବାର ଉଦାହରଣ ରହିଛି।
କିଛି ଦଶନ୍ଧି ପୂର୍ବେ ରାଜ୍ୟପାଳ ପଦବୀକୁ ଉଠାଇଦେବା ପାଇଁ କେତେଜଣ ରାଜନୈତିକ ନେତା ମତ ଦେଇଥିଲେ। ଏହି ମତକୁ ସବୁ ଜାତୀୟ ଦଳ ମିଳିତ ଭାବେ ବିରୋଧକରିବା ପଛରେ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ବୁଝାପଡ଼ିଥିଲା। ଆଜିର ସ୍ଥିତିରେ ତାମିଲନାଡୁ ସହ କେରଳ, ପଶ୍ଚିମବଙ୍ଗ ଏବଂ ପଞ୍ଜାବ ଭଳି ରାଜ୍ୟର ରାଜ୍ୟପାଳମାନେ ଅନୁରୂପ ଚରିତ୍ର ପ୍ରଦର୍ଶନ କରୁଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, କୌଣସି ଦଳ କେନ୍ଦ୍ରରେ ଶାସନରେ ରହିବ, ତାହା ଦ୍ୱାରା ମନୋନୀତ ରାଜ୍ୟପାଳମାନେ ସରକାରଙ୍କୁ ହଇରାଣ କରିବା କଥା ଏକ ପ୍ରକାର ଥୟ। ସେଥିପାଇଁ ଏହିି ବ୍ୟବସ୍ଥାରେ ଅତିଶୀଘ୍ର ପରିବର୍ତ୍ତନ ଅଣାଯିବାର ଆବଶ୍ୟକତା ଦେଖାଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ଆଗରେ ହାର ମାନିଛି ଭିନ୍ନକ୍ଷମ: ସାଉଁଟୁଛନ୍ତି ପ୍ରଶଂସା

ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସକ୍ଷମ ଭାବରେ ଜୀବନଯାପନ କରୁଛନ୍ତି। ଜୀବନ ଯୁଦ୍ଧରେ କେବେ ହାର ନ ମାନି ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର…

ବିପଦସଙ୍କୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଛାତରୁ ଗଳୁଛି ପାଣି

ଲାଞ୍ଜିଗଡ଼,୧୪ା୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟକୁ…

ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ

ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ…

କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ରବିବାରଠୁ ଝଡ଼ବର୍ଷା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୪ା୩(ବନ୍ଦନା ସେଠୀ):ରାଜ୍ୟରେ ଏବେ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ବା ହିଟ୍‌ ଓ୍ବେଭ୍‌ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ରାଜ୍ୟରେ ଏବେ ହିଟ୍‌ ଓ୍ବେଭ୍‌ ଜାରି…

ମୋଜତବାଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର: ପୁରସ୍କାର ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୧୪ା୩:ଇରାନ୍‌ର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇ ଓ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି)ର ବରିଷ୍ଠ ନେତାମାନଙ୍କ ସମ୍ପର୍କରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ଆମେରିକା…

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri