ରାଜ୍ୟରେ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୯ା୮(ସୁନିତ୍‌ ମିଶ୍ର):ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ବ ସ୍ଥାନ ଅଛି। ଓଡ଼ିଶାରେ ଗତ ମେ ମାସରୁ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି। ତେବେ ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ସମସ୍ତେ ରହିବା ଜରୁରୀ। ଦମ୍ଭ ଦେଖାଇ ସମ୍ବିଧାନକୁ ନିଜ ଢଙ୍ଗରେ ଚଲାଇବା ପାଇଁ ଯେଉଁମାନେ ଭାବିଛନ୍ତି ସେମାନେ ଭୁଲ୍‌ ଭାବୁଛନ୍ତି। ଏହି ଭ୍ରମକୁ ସେମାନେ ଦୂର କରନ୍ତୁ ବୋଲି ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଗଣତନ୍ତ୍ରର ସୀମା ଉଲ୍ଲଂଘନ ହେଉଛି। ଭୁବନେଶ୍ୱର ଏମ୍‌ପିଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିବା ବେଳେ ତଥାକଥିତ ବିରୋଧ କରିବାର ପ୍ରାୟୋଜିତ ଯୋଜନା କରାଯାଉଛି। ଗଣତନ୍ତ୍ରରେ ଯାହା ପାଖରେ ସଂଖ୍ୟାବଳ ଅଛି, ସେମାନେ ଯଦି ଦମ୍ଭ ଦେଖାଇ ପ୍ରତିପକ୍ଷ ଓ ଅସହମତ ଥିବା ଲୋକଙ୍କୁ ଅପମାନିତ କରିବେ ତେବେ ଏହାଠୁ ବଳି କିଛି ଜଘନ୍ୟ କଥା ହୋଇ ନ ପାରେ। ବ୍ରିଟିଶରାଜ ବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀର ଦମ୍ଭ ମଧ୍ୟ ଏହିଭଳି ଥିଲା। ଓଡ଼ିଶାରେ ପଲ୍ଲିସଭା ନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା କୁହାଯାଉଛି। ସରକାରୀ ନିର୍ଦ୍ଦେଶ ସମ୍ବିଧାନର ପରିଧି ଭିତରେ ନା ବାହାରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଆମ ପୂର୍ବଜମାନେ ଏଠାରେ ସଂଘର୍ଷ କରି ଦେଶ ପାଇଁ ସ୍ବତନ୍ତ୍ରତା ଆଣିଥିଲେ। ସମ୍ବିଧାନ ବ୍ୟବସ୍ଥା ଲାଗୁ କରିଥିଲେ। କିନ୍ତୁ ସମ୍ବିଧାନକୁ ଦମ୍ଭ ଦେଖାଇ ତାଙ୍କ ଢଙ୍ଗରେ ଚଲାଇବେ ଓ ଲମ୍ବା ସମୟ ସାମ୍ବିଧାନିକ ଅବ୍ୟବସ୍ଥାରୁ ସୁରକ୍ଷା ଦେଇଦେବେ ବୋଲି ଯେଉଁ ବରିଷ୍ଠ ଅଧିକାରୀମାନେ ଭାବୁଛନ୍ତି, ସେମାନେ ଭ୍ରମରେ ଅଛନ୍ତି। ଗଣତନ୍ତ୍ରରେ ଆଇନକାନୁନ ଓ ସାମ୍ବିଧାନିକ ମର୍ଯ୍ୟାଦା ଅଛି। ଗଣତନ୍ତ୍ରର ସବୁଠୁ ଊର୍ଦ୍ଧ୍ୱରେ ଲୋକମତ ଅଛି। ମୁଖ୍ୟମନ୍ତ୍ରୀ ଅଗଣତାନ୍ତ୍ରିକ କାମକୁ ପ୍ରଶ୍ରୟ ଦେବେନି ବୋଲି ରାଜନୈତିକ ବିରୋଧୀ ଦଳଭାବେ ତାଙ୍କଠାରୁ ମୋର ଅପେକ୍ଷା ରହିଛି। ଓଡ଼ିଶାରେ ଆଲୋଚନା, ସମାଲୋଚନା ହେଉ। ବିରୋଧ ରାଜନୈତିକ ସ୍ତରରେ କରାଯାଉ। ଗଣତନ୍ତ୍ରକୁ ସମ୍ମାନ ଦିଆଯାଉ। କିଛି ସରକାରୀ ଅଧିକାରୀ ଯେଉଁଭଳି ହାତବାରିସି ହେଉଛନ୍ତି, ସେମାନେ ଏପ୍ରକାର ଅଗଣତାନ୍ତ୍ରିକ ଓ ବେଆଇନ କାମରୁ ନିବୃତ ରୁହନ୍ତୁ। ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ଏହି ନିବେଦନ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri