ଇଚ୍ଛାଶକ୍ତିର ପ୍ରତୀକ

ସମୟ ବଦଳୁଛି। ମହିଳା ଓ ପୁରୁଷଙ୍କ ବ୍ୟତୀତ ଅନ୍ୟାନ୍ୟ ବର୍ଗରେ ଆସୁଥିବା କିନ୍ନରମାନେ ପ୍ରତି କ୍ଷେତ୍ରରେ ସେମାନଙ୍କ ଅଧିକାର ଦାବି କରୁଛନ୍ତି। କେତେକାଂଶରେ ସେମାନଙ୍କ ପ୍ରତି ପୂର୍ବାପେକ୍ଷା ଜନସାଧାରଣଙ୍କ ମାନସିକତାରେ ପରିବର୍ତ୍ତନ ଆସିଲାଣି। ତଥାପି ଶାରୀରିକ ଗଢ଼ଣ ଓ ଚାଲିଚଳଣକୁ ନେଇ କିନ୍ନରଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ନିଯୁକ୍ତି ସଂକ୍ରାନ୍ତରେ ଅନେକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଠିକ୍‌ ଭାବେ ମାନ୍ୟତା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତେବେ ଯେଉଁମାନେ ବାଧାବିଘ୍ନ ଅତିକ୍ରମ କରି ସଫଳ ହେଉଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟି ଯାଉଛନ୍ତି। ଏବେ ଆମ ଆଗରେ ସିନ୍ଧୁ ଗଣପତି ସେଭଳି ଜଣେ କିନ୍ନର ଉଭା ହୋଇଛନ୍ତି, ଯିଏ ନିଜ ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଦକ୍ଷିଣ ରେଳପଥର ପ୍ରଥମ କିନ୍ନର ଟ୍ରାଭେଲିଂ ଟିକେଟ ଏକ୍‌ଜାମିନର (ଟିଟିଇ) ହୋଇପାରିଛନ୍ତି। ସେ ଅସ୍ବାଭାବିକ ସ୍ଥିତିର ସାମ୍ନା କରି ଯେଭଳି ଟ୍ରେନ୍‌ ଯାତ୍ରୀଙ୍କ ପାଖରେ ପହଞ୍ଚତ୍ପାରିଛନ୍ତି ଓ ଏବେ ଚାରିଆଡ଼ୁ ପ୍ରଶଂସା ପାଉଛନ୍ତି; ନିଶ୍ଚିତ ଭାବେ ତାଙ୍କ ବ୍ୟକ୍ତିତ୍ୱ ଅନ୍ୟ କିନ୍ନରମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ପ୍ରେରଣା ଦେବ ବୋଲି କୁହାଯାଇପାରେ।
ସିନ୍ଧୁ ତାମିଲନାଡୁର କନ୍ୟାକୁମାରୀ ଜିଲା ନାଗରକୋଭିଲ ସହରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ଏବେ ୩୭ ବର୍ଷ। ସେ ତାମିଲ ଭାଷାରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୨୦୦୩ ମସିହାରେ ସେ ରେଲଓ୍ବେରେ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ପାଇ କେରଳର ଥିରୁଭାନନ୍ତପୁରମ୍‌ ଡିଭିଜନ୍‌ର ଏର୍ନାକୁଲମ୍‌ରେ ଯୋଗ ଦେଇଥିଲେ। କିନ୍ତୁ ଗମ୍ଭୀର ବିଷୟଟି ହେଲା, ସିନ୍ଧୁ ଚାକିରିରେ ଜି. ସିନ୍ଧନ ଭାବେ ଜଣେ ପୁରୁଷ କର୍ମଚାରୀ ରୂପରେ ନିଯୁକ୍ତି ପାଇଥିଲେ। ସେତେବେଳେ ତାଙ୍କ ଜୀବନର ଗତି ସ୍ବାଭାବିକ ଥିଲା। ଧୀରେ ଧୀରେ ତାଙ୍କ ଶରୀରରେ ଥିବା ହରମୋନ୍‌ରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଶାରୀରିକ ଗଠନରେ ତାଙ୍କ ଅସ୍ବାଭାବିକତା ଅନ୍ୟମାନଙ୍କ ନଜରକୁ ଆସିଥିଲା। ରେଲଓ୍ବେ ପରିସରରେ ତାଙ୍କ ପ୍ରତି କର୍ମଚାରୀଙ୍କ ଭାବନା ସୁଶୀଳ ଥିଲେ ହେଁ ବାହ୍ୟ ଦୁନିଆ ତାଙ୍କ ମହିଳା ସୁଲଭ ଆଚରଣକୁ ଟାହୁଲିଥିଲା। ସେଥିପାଇଁ ସେ ଭୀଷଣ ମାନସିକ ଆଘାତ ପାଇଥିଲେ। ଶେଷରେ ୨୦୧୦ରେ ଏହି ସରକାରୀ ଚାକିରି ମଧ୍ୟ ଛାଡ଼ି ଦେଇଥିଲେ। ଏହା ପରେ ସେ ମାନସିକ ସ୍ତରରେ ଟିକେ ଶାନ୍ତି ପାଇବା ସକାଶେ ଅନ୍ୟ କିନ୍ନରମାନଙ୍କ ସହ ରହିଥିଲେ। ଚାକିରିରୁ ୧୮ ମାସର ନିର୍ବାସିତ ସମୟ ଅତିବାହିତ ହେବା ପରେ ଏକ ମର୍ଯ୍ୟାଦାଜନକ ଜୀବନ ଜିଇବା ନେଇ ଚିନ୍ତା କରି ପୁନଶ୍ଚ ରେଲଓ୍ବେରେ ଯୋଗଦେବାକୁ ଚାହିଁଲେ। ଯଦିଓ ଅଧିକାରୀମାନେ ତାଙ୍କ ଚାକିରିକୁ ଅସ୍ବୀକାର କରି ନ ଥିଲେ, ତଥାପି ଲିଙ୍ଗ ସମ୍ପୂର୍ଣ୍ଣ ବଦଳି ଯାଇଥିବାରୁ କିଛି ମାତ୍ରାରେ ସେମାନଙ୍କଠାରେ ଦ୍ୱିଧାବୋଧ ଥିବା ସିନ୍ଧୁଙ୍କୁ ପରିଲକ୍ଷିତ ହୋଇଥିଲା। ସେତିକିବେଳେ ତାଙ୍କ ସପକ୍ଷରେ ସଦର୍ନ ରେଲଓ୍ବେ ମଜଦୁର ୟୁନିୟନ (ଏସ୍‌ଆର୍‌ଏମ୍‌ୟୁ) ନେତା ସେନ୍ଥିଲ କୁମାର ଓ ଜେ. ଏମ୍‌. ରଫି ବାହାରିଥିଲେ। ସେମାନେ ସିନ୍ଧୁଙ୍କୁ ରେଲଓ୍ବେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇ ଲିଙ୍ଗ ଅନୁଯାୟୀ ଚାକିରି ଦେବା ଲାଗି ଜିଦ୍‌ ଧରିଥିଲେ। ରେଲଓ୍ବେ କର୍ତ୍ତୃପକ୍ଷ ଶେଷରେ ଲିଙ୍ଗ ଆଧାରରେ ତାଙ୍କୁ ମହିଳା କର୍ମଚାରୀ ମାନ୍ୟତା ଦେଇଥିଲେ। ସେତେବେଳେ ସେ ରେଲଓ୍ବେ ଇଲେକ୍‌ଟ୍ରିକାଲ ବିଭାଗରେ ସିନିୟର ଟେକ୍‌ନିସିଆନ୍‌ ହୋଇଥିଲେ। ହେଲେ ଦୁର୍ଭାଗ୍ୟ ତାଙ୍କ ପିଛା ଛାଡ଼ି ନ ଥିଲା। ୨୦୨୦ରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଟେକ୍‌ନିକାଲ ଚାକିରି ପାଇଁ ଯୋଗ୍ୟତା ହରାଇଥିଲେ। ତେଣୁ ତାଙ୍କୁ ନନ୍‌-ଟେକ୍‌ନିକାଲରେ ଯୋଗ ଦେବାକୁ କୁହାଯାଇଥିଲା।
ପିଲାଦିନେ ଟ୍ରେନ୍‌ରେ ଗଲାବେଳେ ସିନ୍ଧୁ ଟିଟିଇ ହେବାକୁ ଇଚ୍ଛା କରିଥିଲେ। ଯେହେତୁ ସେ ଟେକ୍‌ନିକାଲ ଚାକିରି ହରାଇଥିଲେ, ସେହେତୁ ତାଙ୍କୁ ନନ୍‌-ଟେକ୍‌ନିକାଲ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଇଥିଲା। ସେଥିଲାଗି ଉଦ୍ଦିଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସିନ୍ଧୁ ଟିଟିଇ ହେବାର ସୌଭାଗ୍ୟ ଅର୍ଜନ କଲେ। ବର୍ତ୍ତମାନ ସେ ଟିଟିଇ ଭାବେ ସ୍ଲିପର୍‌ କ୍ଲାସ୍‌ରେ ଗଲାବେଳେ ଯାତ୍ରୀଙ୍କଠାରୁ ସମ୍ମାନ ପାଉଥିବା କହିଥାଆନ୍ତି। ବହୁ ବାଧାବିଘ୍ନ ଦେଇ ଗତି କରିଥିବା ସିନ୍ଧୁ କହନ୍ତି, ଗତ କିଛି ବର୍ଷ ହେବ କିନ୍ନରଙ୍କ ପ୍ରତି ସାମାଜିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏପରିକି ଡିଣ୍ଡିଗୁଲ୍‌ରେ ତାଙ୍କୁ ନିଯୁକ୍ତି ମିଳିବା ବେଳେ କିଛି ଲୋକ କେକ୍‌ ବାଣ୍ଟି ତାଙ୍କ ଚାକିରିକୁ ସ୍ବୀକୃତି ଦେଇଥିବା କଥା କହିବା ବେଳେ ସେ ଭାବବିହ୍ବଳ ହୋଇଯାଇଥିଲେ। ସେ କେବଳ ନିଜ ସଫଳତାରେ ଖୁସିରେ ରହିବାକୁ ଚାହିଁ ନାହାନ୍ତି। ତାଙ୍କ ମତରେ କିନ୍ନରକୁଳ ରାଜ୍ୟ ଓ କେନ୍ଦ୍ର ସରକାରୀ ଚାକିରିରେ ସଂରକ୍ଷଣ ପାଇଲେ ସେମାନଙ୍କ ପ୍ରତି ସମାଜରେ ଥିବା ଖରାପ ଭାବନାକୁ ହଟାଇ ଦିଆଯାଇପାରନ୍ତା। ବାସ୍ତବରେ ସାମାଜିକ ଓ ଅର୍ଥନୈତିକ ସ୍ତରରେ ମର୍ଯ୍ୟାଦା ଓ ଅଧିକାର ପାଇଁ ସିନ୍ଧୁଙ୍କ ସଂଗ୍ରାମର କାହାଣୀ କେବଳ କିନ୍ନରଙ୍କ ସକାଶେ ନୁହେଁ, ସବୁ ମଣିଷଙ୍କ ଚେତନାକୁ ଉଦ୍ରେକ କଲା ଭଳି ଏକ ସଫଳ ଯାତ୍ରା ବୋଲି କୁହାଯାଇପାରେ।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri